ବିଷୟ-ଅନୁଭୂତିରେ ମୋ ବିଦ୍ୟାଳୟ ଓ ପିଲାଦିନ,
************************
ମୁଁ ଯେତେବେଳେ ପଞ୍ଚମ ଶ୍ରେଣୀରେ ପଢୁଥିଲି, ଆମ ସାର୍ ସାହିତ୍ୟ ବହିର ଗୋଟିଏ ଗୀତ ଘୋଷା କରିବାକୁ ଦେଇଥିଲେ,ଜଣେ ପିଲା ଘୋଷା କରିକି ଦେଇଦେଲା କିନ୍ତୁ ଅନ୍ୟମାନେ ଦେଇ ପାରିଲୁନି। ସାର୍ ତାକୁ ଛାଡି ଦେଲେ ଆଉ ଆମମାନଙ୍କୁ ତାଲା ପକାଇଦେଲେ ଶ୍ରେଣୀଗୃହରେ। ଘରକୁ ଖେଳଛୁଟିରେ ଖାଇବା ପାଇଁ ଛାଡିଲେନି। ଘୋଷା କରିକି ଦେଲା ପରେ ଛାଡିଲେ। ଆଉ ମଧ୍ୟ ମନେପଡେ ଗୁଗୁରୁଚିଆ ଓପଡା, ବିଦ୍ୟାଳୟରେ ଆମେମାନେ ମାଟିର ଚଟାଣ ଲିପା କଥା,ଆହୁରି ଅନେକ କଥା।ଗୁରୁଜୀ ଓ ଗୁରୁମାଙ୍କ ଶାସନ ଓ ସ୍ନେହର କଥା ଏବଂ ସାଙ୍ଗମାନଙ୍କ ସହ ବିତାଇଥିବା ମୂହୁର୍ତ୍ତ କଥା ସବୁ ମନେପଡେ। ଭାବେ ଆଉଥରେ ମୋ ବିଦ୍ୟାଳୟ ସମୟ ଫେରି ଆସିବାକୁ।
ବିଦ୍ୟାଳୟରୁ ଫେରିବା ପରେ ନଈ ଓ ପୋଖରୀରେ ପହଁରା ଓ ଗଛ ଚଢିବା ପାଇଁ ମା ଠାରୁ ମାଡ ଖାଇ ପିଠି ଫାଟି ରକ୍ତ ବାହାରିବା କଥା ବହୁତ ମନେପଡେ ।
ସୁପ୍ରିୟା ମିଶ୍ର
ଶ୍ଯାମପୁର,ତୁଳସୀପୁର,ଯାଜପୁର