ସାହିତ୍ୟରେ ଓଡିଆଣୀଙ୍କ ଜୀବନ ଚରିତ୍ର ଓ ଲୋକଗୀତ
ଓଡିଶା ପାଣି ପବନରେ ଏପରି ଅନେକ ପରିଚିତ ଓ ପୂର୍ବ ପ୍ରଚଳିତ
ଲୋକକଥା ବା ଲୋକଗୀତ ରହିଥିଲା।ଲୋକଗୀତ ଅଗଣିତ ଜନ ହୃଦୟର ସ୍ମାରକୀ ଅଟେ। ଯାହା ମନର ବ୍ଯାଥାକୁ ଗୀତ ଆକାରରେ
ପରିପ୍ରକାଶ କରିଦିଏ । ଏଥିରେ ଛୋଟ ଛୋଟ ଢଗ ଢମାଳି, ଦୋଳି ଗୀତ, କାନ୍ଦଣା ଗୀତ, କୁଆଁର ପୁନେଇ ଗୀତ, ପିଲାଙ୍କୁ ଗେହ୍ଲ କରିବା ଗୀତ ସ୍ବତଃ ମନରୁ ସୃଷ୍ଟି ହୋଇ ଜନାଦୃତ ହୋଇଛି । ଯଥା-
*ପଟା ଦୋଳି କେଁ କଲା*
ମୋ ଭାଈ ମୁଣ୍ଡରେ କି ଫୁଲ ଥିଲା
*ଦେଶ ଯାକ ମହକିଲା* ।।।
ରଜ ଦୋଳି ଖେଳୁଥିବା ବେଳେ ଝିଅଟିର ଭାଇ ପ୍ରତି ଭାବପ୍ରବଣତା ପ୍ରକାଶ ପାଇଛି ।ଭାଇଟିର ସତ୍ ସ୍ବଭାବ, ଜ୍ଞାନ ଗୁଣର ପ୍ରସ୍ଫୁଟିତ ସୌରଭକୁ ଭଉଣୀ ଆହ୍ବାନ କରି ଉତ୍ତରୋତ୍ତର ଉନ୍ନତ କାମନା ସ୍ପଷ୍ଟ ହୋଉଥିଲା ।
ପୁଣି-
ଝିଅ ଜନମତୁ ଦେଲୁ କାହିଁକି ଲୋ ବୋଉ
ପର ଘର ନୁହେଁ ପର ପାରିକିଲୋ.
ଏରୁଣ୍ଡି ସେପାଖେ ଲୁଚିଲା ଅଳିଲୋ
ବୋଉ
ଏଣିକି ଝୁରିବି ତୋ ସ୍ନେହ ଭାଳିଲୋ
ବୋଉ ।।।।
ଜୀବନ ଯାତ୍ରାର ଖାଲ ଢିପ ରାସ୍ତାରେ
ପାଦ ସଳଖି ଚାଲିବାର ଅନେକ ଆଶଙ୍କା ଝିଅଟିର। ମାଆର ସ୍ନେହ ଛାଡି ଉଡି ଯାଉଛି ଆଉ କେଉଁ ଅଜଣା ରାଇଜକୁ। ଯେଉଁଠିକି ଯେତେ ଖୋଜିଲେବି ମାଆର ମମତା କେବେବି କେହି ଦେଇପାରିବେନି। ଖାଲି ମନେ ପକାଇ ଝୁରିବା ସାର ହେବ।।।
ପୁଣି-
*ଶାଶୁ ମାରୁଥାଏ ବୋହୁକୁ*
*ବୋହୁ ସବାଖାଇ କାହାକୁ ମାରିବ*
*ମାରୁଥାଏ ଚୁଲି ମୁହଁକୁ*।।।
ଏଇଠି ବୋହୁଟି ଶାଶୁର କଡା କଟକଣାରେ ପେଶି ହେଉଥିବା ବେଳେ।କୌଣସି ପ୍ରତ୍ଯୁତ୍ତର ଦେଇନପାରି ରାଗ ଗରଗର ହୋଇ ନିଜ ପିଲା ପିଠିରେ ମାଡ ଦେଇ ରାଗ ସୁଝେଇ ଦିଏ। ନଚେତ୍ ଚୁଲିରେ କାଠ କିମ୍ବା ନଳ ଜୋହରେ ଭୁସିଦିଏ।।।।।
*ସୁପ୍ରିୟା ମିଶ୍ର*
ଶ୍ଯାମପୁର,ତୁଳସୀପୁର,ଯାଜପୁର
616 total views, 1 views today