March 29, 2024
11 11 11 AM
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
ALLUSIONS OF TENDENCIES – Manoj Kumar Panda
ALLUSIONS OF SHINE- Manoj Kumar Panda 
Latest Post
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023 ALLUSIONS OF TENDENCIES – Manoj Kumar Panda ALLUSIONS OF SHINE- Manoj Kumar Panda 

ପଢନ୍ତୁ ସହଦେବ ବେହେରା, ଙ୍କ ଗଳ୍ପ ଗୋଲାପ କଣ୍ଟାର ଆଘାତ

🌹ଗୋଲାପ କଣ୍ଟାର ଆଘାତ🌹
( ମୋ ବିଦ୍ୟାଳୟ ଅନୁଭୂତି )

………xxxxx……………

ବୟସ ସେତେବେଳେକୁ ବାର କି ତେର ହେବ ।
ନିଜ ଗାଁର ନିମ୍ନ ପ୍ରଥମିକ ବିଦ୍ୟାଳୟର ଶିକ୍ଷା ସମାପ୍ତ ପରେ ପାଖ ପଡୋଶୀ ଗାଁରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷା ଆରମ୍ଭ କଲି । ସେଠାରେ ନୂଆ ସାଙ୍ଗମାନଙ୍କ ସହିତ ବେଶ୍ ମିଳିମିଶି ପାଠ ପଢିବାରେ ମନ ନିବେଶ ରହିଲା । ପରମ ଶ୍ରଦ୍ଧାଳୁ ଛାତ୍ର ବତ୍ସଳ ଗୁରୁ ଶ୍ରୀଯୁକ୍ତ ଗୋପାଳ ଚନ୍ଦ୍ର ପଣ୍ଡା ଓ ସୁଦର୍ଶନ ଜେନା ଉଭୟେ ସମସ୍ତ ପିଲାମାନଙ୍କୁ ଖୁବ୍ ସ୍ନେହ ଆଦର କରୁଥିଲେ । ପାଠ ସହିତ ବଗିଚା କାମ, ଚିତ୍ରାଙ୍କନ, ସଙ୍ଗୀତ, ନାଚ, ଖେଳକୁଦ ସବୁଥିରେ ପିଲାମାନଙ୍କୁ ସୁଯୋଗ ଦେଉଥିଲେ ।

ସେଦିନ ସେହି ମାଘମାସ ଶୁକ୍ଳପକ୍ଷ ଚତୁର୍ଥୀ ଦିନର ଘଟଣା ଆଜି ପର୍ଯ୍ୟନ୍ତ ମୋ ମନରେ ଏକ ସ୍ମୃତି ସ୍ତମ୍ଭ ହୋଇ ରହିଯାଇଛି ।
ବିଦ୍ୟାଳୟର ଯେଉଁ ଶ୍ରେଣୀ କୋଠରୀରେ ମାତା ସରସ୍ଵତୀଙ୍କର ପୂଜା ହେବ ସେହି କଠୋରୀଟିକୁ ଗୋବରରେ ଲିପାପୋଛା କରି ଝୋଟିଚିତା ପକାଇବାକୁ ଶ୍ରେଣୀର ଝିଅମାନେ ବ୍ୟସ୍ତ । ପୁଅମାନେ କେବଳ ନଳକୂପରୁ ପାଣି ଦୁଇ ଦୁଇ ଜଣ କରି ଦେଉଥାନ୍ତି । ମୋର ମଧ୍ଯ ମୋ ସାଙ୍ଗ ସହିତ ପାଣି ବୋହି ଦେବାର ପାଳି ପଡିଲା । ହେଲେ କୋଠରୀରେ ପାଣି ଢାଳୁ ଢାଳୁ ସାଙ୍ଗ ଏପରି ବାଲଟିକୁ ହଲାଇ ଦେଲା ଯେ ସବୁ ପାଣି ପଡି ମୀରାର ଫ୍ରକ୍ ଭିଜିଗଲା । ପାଣି ଢ଼ାଳି ସାରିଲା ପରେ ମୋ ସାଙ୍ଗ ସେଠାରେ ଆଉ ମୁହୂର୍ତ୍ତେ ରହିଲା ନାହିଁ ।

ମୀରାର ଆଖି ଦୁଇଟି ଛଳ ଛଳ ହୋଇଗଲା । ମୋ ଆଡକୁ ସେ ଚାହିଁଲା ହେଲେ କିଛି କହିପାରିଲାନି । ସେ ଭଲଭାବେ ଜାଣି ଥିଲା ଏହି କାମ ମୁଁ କେବେ କରିନଥିବି । ତା’ର ସେ ନିରୀହ ଆଖିରେ ମୋ ଆଖି ଦୁଇଟି ମିଶି ଗଲା ନିଆଁ ପାଖରେ ମହମ ତରଳିଲା ପରି ମୋ ମନଟା ତରଳି ଗଲା । ତା ଭିଜା ଗହମୀ ରଙ୍ଗର ଶରୀରରେ ଜରି ପରି ଲାଗି ରହିଥିବା ଫିକା ହଳଦିଆ ଫ୍ରକ୍ ମୋ ଆଖି ଆଗରେ ଅପୂର୍ବ ସୁଷମାଭରା ଶୋଭାକାନ୍ତି ଝଲସି ଉଠିଲା । ମୋ ଅପଲକ ନେତ୍ରର ଗତିକୁ ଲକ୍ଷ୍ଯ କରି ସେ ବି ଟିକେ ମୁରୁକି ହସି ଲାଜେଇ ଗଲା । ଖୁବ୍ ଧିର ଗଳାରେ କହିଲା -ଆଉ ଗୋଟିଏ ବାଲଟି ପାଣି ଦିଅ, ହୋଇଯିବ ।

ସେଦିନର ସବୁ କାର୍ଯ୍ୟକ୍ରମ ସରିଲା ପରେ ଆମେ ଘରକୁ ଫେରଲୁ । ଆମେ ସାଙ୍ଗ ହୋଇ କିଛି ବାଟ ଆସିବା ପରେ
ସେ ତା ସାଙ୍ଗ ସହିତ ଘରକୁ ଗଲା । ହେଲେ ସେ ବାଟ ଭାଙ୍ଗି ଯାଉଥିବା ସମୟରେ ମୋ ଆଡକୁ ଫେରି ଫେରି ଚାହିଁବାର ନଜର ମୋ ଆଖିରେ ପଡିଲା । ଲୁହା ଚୁମ୍ବକକୁ ଆକର୍ଷିତ କଲା ପରି ମୁଁ ମଧ୍ଯ ସ୍ଥିର ରହିପାରିଲିନି । ତା ନାଲି ଓଠ ଚିପା ମୁରୁକି ହସରେ ମୋ ମନ ବିଚଳିତ ହୋଇଗଲା । ସେ ଏକ ମିଠାବୋଳା ସୁଲଳିତ କଣ୍ଠରେ କହିଲା , କାଲି ସକାଳେ ସମସ୍ତେ ଆମ୍ବ ଡାଳ, ଫୁଲ ତୋଳି ସରସ୍ଵତୀ ପୂଜା ପାଇଁ ଆଣିବ, ଏହି କଥା ଆମା ଆଡକୁ ଅନାଇ କହିବା ସହିତ ତା କଅଁଳ ହାତ ମୋ ଆଡକୁ ଦୁଇଥର ହଲାଇ ସେ ଘରକୁ ଫେରିଲା ।

ସେଦିନ ଘରକୁ ଫେରିଲାପରେ ଖାତା ବହି ପତ୍ର ସବୁ ସଜାଇ ରଖିଲି । ସବୁ ଖାତା ବହିର ମଲାଟ ଉପରେ ସତେ ଯେମିତି କାହାର ଏକ ପ୍ରତିଛବି ଭାସି ଉଠୁଥିଲା ସେହିପରି ମୁଁ ଅନୁଭବ କଲି । ଦେହ ମନ ପ୍ରାଣ ସବୁଥିରେ ଏକ ଅଫୁରନ୍ତ ଆନନ୍ଦର ଶିହରଣ ଖେଳିଯାଉଥିଲା ।
ରାତିରେ ଖାଇସାରି ବିଛଣାକୁ ଗଲି , ହେଲେ ଆଖିକୁ ନିଦ ଆସିଲା ନାହିଁ । ଯେତେ ଥର ଆଖି ବନ୍ଦ କରି ମୁହଁକୁ ଘୋଡାଇ ଶୋଇଲି , ମୋ ଆଖିମେଲି ହୋଇଥିଲା ପରି ଲାଗିଲା । ଏକ ଅପ୍ରୀତିକର ପରିସ୍ଥିତିକୁ ସମ୍ମୁଖୀନ ହେଲା ପରି ଭାରି ଅଣନିଶ୍ବାସୀ ଲାଗିଲା ।

ରାତ୍ରି ପ୍ରାୟ ପାଇବାକୁ କିଛି ସମୟ ବାକିଥାଏ । ଫୁଲ ତୋଳିବାକୁ ମୋ ସାଙ୍ଗ ଆସି ଡାକିଲା । ବିଦ୍ୟାଳୟପାଖ ଗଣି ନନାଙ୍କ ବଗିଚାକୁ ଗଲୁ । ସେଠାରେ ମୀରା ଓ ତା ସାନ ଭଉଣୀ ମଧ୍ଯ ଫୁଲ ତୋଳିବାକୁ ଆସି ଥିଲା । ମୋତେ ଦେଖି ସେ ଖୁବ୍ ଆନନ୍ଦିତ ହେଲା ପରି ଜଣା ପଡୁଥାଏ । ପରସ୍ପର ମିଶି ଦୁଇ ଚାଙ୍ଗୁଡ଼ା ଫୁଲ ତୋଳିଲୁ । ପାଖ ନଳକୂପରେ ହାତ ଗୋଡ ଧୋଇବା ସମୟରେ ମୁଁ ନଳକୂପର ପାଣି ମାଡିଲି ଓ ସେ ହାତ ଧୋଇଲା l କିନ୍ତୁ ତା ହାତରେ ଲାଗି ଥିବା କିଛି ଫୁଲର ଅଠା ବୋଳି ହୋଇ ଥିବାରୁ ଛାଡିଲା ନାହିଁ । ମୀରାର ଆଖି ମୋ ଉପରେ ପଡିଲା, କହିଲା ମୋ ହାତରେ ଲାଗି ଥିବା ଅଠା ଟିକେ ଛଡେଇ ଦିଅ । ମୁଁ ପାଣି ଲଗାଇ ତା କଅଁଳ ହାତକୁ ମୋ ହାତରେ ଘଷିଲି । ତା ନରମ ହାତରେ ମୋ ହାତ ଛୁଇଁବା ପରେ ମୋତେ କେମିତି ଏକ ଚମକର ସ୍ଫୁରଣ ଲାଗିଲା । ହାତରେ ପଡୁଥିବା ପାଣି ଛିଟାର ପ୍ରତିଟି ବୁନ୍ଦାରେ ତା ମୁହଁର ପ୍ରତିବିମ୍ବ ଦିଶୁଥାଏ । ମୁଁ ତା ଗୋଲାପ ପାଖୁଡା ପରି ହାତକୁ ଚାହିଁ ଥିଲା ବେଳେ ସେ ମୋ ମୁହଁକୁ ଅପଲକ ନେତ୍ରରେ ଚାହିଁରହିଥାଏ । ହଠାତ୍ ତା ସାନ ଭଉଣୀ ଡାକରେ ସେ ହାତରୁ ହାତ ଖସାଇ ଏକ ରଙ୍ଗଛିଟା ପ୍ରଜାପତି ପରି ଫୁଡ୍ କରି ଉଡି ପଳାଇଲା ।

ସକାଳବେଳା ଅଳ୍ପ କେତେକ ପିଲାଙ୍କୁ ନେଇ ସରସ୍ବତୀ ପୂଜାରେ ସାଜସଜ୍ଜା ଆରମ୍ଭ ହେଉଥିଲା । ମୁଁ ସେଠାରେ ପହଞ୍ଚିଲି ।
କିଛି ସମୟ ପରେ ମୀରା ମଧ୍ଯ ପହଞ୍ଚି ରଙ୍ଗିନ କାଗଜର ପତାକା ଓ ଫୁଲ ଝାଲେରି ମାରିବାରେ ମୋତେ ସାହାଯ୍ଯ କଲା । ସେ ଅଠା ଲଗାଇ ମୋ ହାତକୁ ବଢ଼ାଇ ଦେଉଥାଏ ଓ ମୁଁ ଠାକୁରଙ୍କ ଆସ୍ଥାନ ଚାରିପଟେ ଲଗାଉଥାଏ। ସେ ଚତୁରତାର ସହିତ ଝାଲେରି ହାତକୁ ବଢ଼େଇ ଦେବା ବାହାନାରେ ମୋ ଗାଲରେ ମଇଦା ଅଠା ଲଗାଇ ଦେଇଥିଲା । ଆଉ ମୋତେ ଚିଡାଇବା ପାଇଁ କହିଲା, ଗାଲଟା ମଇଦା ପରି ନରମ ଓ ଚିକ୍କଣ ହୋଇଛି ।

ମୁଁ ଥଣ୍ଡା ମିଶା ଗଳାରେ କହିଲି, ଅଠା ଲାଗିଲେ ଛାଡିବ ନାହିଁ । ମୀରା କହିଲା ଏହି ଅଠା ନ ଛାଡିବା ପାଇଁ ଲଗାଇଲି । ଆଉ ଟିକିଏ ଲଗାଇ ଦିଏ, ଏହା କହି ପୁଣି ଥରେ ଦୁଇ ହାତରେ ଦୁଇ ଗାଲରେ ଖୁବ୍ ଜୋର କରି ଲଗାଇ ଦେଲା । ତା କଅଁଳ ହାତ ମୋ ଗାଲରେ ଚୁମ୍ବକପରି ଅଠାରେ ଲାଗି ହୋଇରହିଲା । କାଳେ କିଏ ଦେଖି ନେବ ସେଥିପ୍ରତି ଧ୍ୟାନ ରଖି ଅପ୍ରସ୍ତୁତ ହୋଇପଡିଲା ସେ । ସଙ୍ଗେ ସଙ୍ଗେ ପାଣି ଆଣି ଗାଲରେ ମଇଦା ଅଠାସବୁ ସଫାକଲା ।

ସମସ୍ତେ ବିଦ୍ୟାଳୟରେ ସାଜସଜ୍ଜା ସାରି ଘରୁ ଗାଧୁଆପାଦୁଆ ଶେଷକରି ସଜବାଜ ହୋଇ ଫୁଲ, ନଡ଼ିଆ -କଦଳୀ, ଧୂପ, ବହି ଧରି ସରସ୍ବତୀ ପୂଜା ପାଇଁ ଆସିଲୁ । ଗଣିନନା ପୂଜା କରୁଥାନ୍ତି, ସମସ୍ତଙ୍କୁ ହାତଯୋଡି ସରସ୍ବତୀ ମାଙ୍କୁ ଧ୍ୟାନ କରିବାକୁ କହିଲେ । ସମସ୍ତେ ନିରବ ହୋଇ ବସିଥାନ୍ତି ହେଲେ ମୀରାର ଆଖି ଦୁଇଟି ମୋ ଆଡକୁ ରହିଥାଏ । ପୂଜା ସରିଲା, ପୁଳାଏ ହଳଦୀଗୁଣ୍ଡ ମୀରା ଆଣି ମୋ ମୁଣ୍ଡରେ ପକାଇଦେଲା ହେଲେ ମୋ ହାତରେ ହଳଦୀଗୁଣ୍ଡ ଥିଲେ ମଧ୍ଯ ମୁଁ ତା ମୁଣ୍ଡରେ ପକାଇ ପାରି ନଥିଲି, କାରଣ ସେଦିନ ପାଣି ପଡି ତା ଫ୍ରକ୍ ଭିଜିଯାଇଥିବା ଦୃଶ୍ଯ ମନେପଡିଗଲା । ସେଦିନ ସିନା ସିଏ ଏକୁଟିଆ ଥିଲା କିଛି କହିଲାନି ହେଲେ ଆଜି ସମସ୍ତଙ୍କ ସମ୍ମୁଖରେ ଏମିତି କରିବା ଠିକ୍ ହେବନି ।

ସେଦିନର ପୂଜା ସିନା ସରିଗଲା , ମାଙ୍କୁ ପୁଷ୍ପାଞ୍ଜଳି ଅର୍ପଣ କରି ପ୍ରସାଦ ସେବନ କରି ଘରକୁ ଫେରିଲୁ । କିନ୍ତୁ ଦୁଇଜଣଙ୍କ ହୃଦୟ ମଧ୍ୟରେ ପରସ୍ପରକୁ ଭଲପାଇବା ଓ ପ୍ରେମ କରିବା ଆରମ୍ଭ ହୋଇଥିଲା ସତ ହେଲେ ସମାଜର ନୀତି ନିୟମ ଓ ଚଳଣି ପରମ୍ପରାକୁ ଦୃଢ଼କରି ପରସ୍ପର ବିବାହ ବନ୍ଧନରେ ଆବଦ୍ଧ ହୋଇପାରିନଥିଲୁ ।

X X X X X

ଦୀର୍ଘ ତିରିଶ ବର୍ଷ ପରେ ମୀରା ଆମ ଗାଁ ବିଦ୍ୟାଳୟରେ ଯେଉଁଠି ମୁଁ ପ୍ରଧାନ ଶିକ୍ଷକ ଥିଲି , ସେହି ବିଦ୍ୟାଳୟକୁ ସେ ସହକାରୀ ଶିକ୍ଷୟିତ୍ରୀ ଭାବେ ବଦଳି ହୋଇ ଆସି ଥାଏ । ତାର ପୁଅ ଗୌରବ ଓ ମୋ ଝିଅ ପୂର୍ବୀ ଦୁହେଁ ମିଶି ସରସ୍ବତୀ ପୂଜା ପାଇଁ କିପରି ମନଦେଇ ସାଜସଜ୍ଜା କରୁଥାନ୍ତି, ତାହା କେବଳ ଦେଖୁଥାଉ । ହଠାତ୍ ମୀରାର ପୁଅ ଗୌରବ ଆସି ତା ମା’କୁ କହିଲା -ମମି ଦେଖ ପୂର୍ବୀ କିପରି ମୋ ସାର୍ଟରେ ଷ୍ଟିକର୍ ଲଗାଉଛି… । କିଛି ଉତ୍ତର ଦେବା ପୂର୍ବରୁ ମୀରା ମୋ ଆଡକୁ ଅନାଇ ମନଖୋଲା ହସଟିଏ ହସିଦେଇ କହିଲା ବେଳକୁ ତା ପୁଅ ଗୌରବ ସେଠାରେ ଆଉ ନଥିଲା ….।
ଦୀର୍ଘଦିନ ପରେ ଏକ ଅପ୍ରୀତିକର ପରିସ୍ଥିତିକୁ ସମ୍ମୁଖୀନ ହେଲା ପରି ମୋ ହୃଦୟରେ ଗୋଲାପ କଣ୍ଟାର ଆଘାତ ଅନୁଭବ କଲି ।
……………..xxxxx. ………….
ସହଦେବ ବେହେରା,
କ୍ଷେତ୍ର ସଂଯୋଜକ, କେନ୍ଦୁଝର
ସୂର୍ଯ୍ୟୋଦୟ ଭାଷାପ୍ରତିଷ୍ଠାନ,

Loading

2 thoughts on “ପଢନ୍ତୁ ସହଦେବ ବେହେରା, ଙ୍କ ଗଳ୍ପ ଗୋଲାପ କଣ୍ଟାର ଆଘାତ

Leave a Reply

Your email address will not be published. Required fields are marked *