ଅନୁଭୁତିରେ ପିଲା ଦିନ ଓ ମୋ ବିଦ୍ୟାଳୟ
*************************
ମଧ୍ୟାହ୍ନ ର ସୂର୍ଯ୍ୟ ଧୀରେ ଧୀରେ ପଶ୍ଚିମ ଆକାଶ ଆଡ଼କୁ ଢଳି ଯାଉଅଛି। ବୟସ ବଢିବା ସହିତ ମନ ବି ବଦଳି ଯାଇଛି। ବିଭିନ୍ନ ଚିନ୍ତା ରୋଗ ଦୁଃଖ ସୁଖ ସହ କାଳାତିପାତ କରୁଥିବା ମନ କେବେ ପୁଣି ଖୋଜି ବସେ ପୁରୁଣା ଦିନକୁ। ବେଳେ ବେଳେ ମନେ ପଡେ ସକାଳର କଅଁଳ ସୂର୍ଯ୍ୟ ର କଥା।
କୁନି କୁନି ପାଦ ଥାପି ଆରମ୍ଭ ଜୀବନକୁ ବେଶ୍ ଝୁରିବାକୁ ଇଛା ହୁଏ। ବିଚଳିତ ହୁଏ ହୃଦୟ, ମନ । ନେଇଯାଏ କେଉଁ ଦୂର ଦିଗିବାଳୟ କୁ। ପୁଣି ଫେରି ଆସନ୍ତା କି ସେଇ ପିଲା ଦିନ। ନିଷ୍କପଟ ହୃଦୟରେ ହସି ହସି ସମୟ ବିତି ଯା ଆ ନ୍ତା।
ପିଲା ଦିନ ଆଉ ବିଦ୍ୟାଳୟ କେତେ ଆପଣାର। ବନ୍ଧୁ ର ହୃଦୟ କେତେ ନିର୍ମଳ।
ଭାଇ ଭଉଣୀ ମିଶି ପାଞ୍ଚ ଜଣ। ସବୁଠାରୁ ସାନ ହୋଇ ଥିବାରୁ ମୋର ଆଦର ବହୁତ। ସମସ୍ତ ଙ୍କ ର ଯେମିତି ଅତି ସୁନ୍ଦର ଉପହାର ଟିଏ। ଛୋଟ ବେଳୁ ଭଲ ପାଠ ପଢି ବୃତ୍ତି ପାଉଥିବାରୁ ମୋ ବଡ଼ ଭାଇ ଭଉଣୀ ମୋତେ ବହୁତ ଭଲ ପାଉଥିଲେ। ବାପାଙ୍କର ଅତି ଗେହ୍ଲା ଝିଅ ଥିଲି। ମାେ ବଡ଼ ଭାଇ ମୋ ପାଠ ପଢା ଆରମ୍ଭ କଲା ବେଳକୁ ତାଙ୍କର ଚାକିରୀ ହୋଇ ଯାଇ ଥିଲା। ଅନ୍ୟ ଭାଇ ଭଉଣୀ ମାନଙ୍କ ଅପେକ୍ଷା ସବୁଥିରେ ମୁଁ ଆଗରେ ଥିଲି।
ବିଦ୍ୟାଳୟ ରେ ସବୁ ଶିକ୍ଷକ ଶିକ୍ଷୟିତ୍ରୀ ମଧ୍ୟ ବହୁତ୍ ସ୍ନେହ କରୁଥିଲେ। ଖୁସିର ଜୁଆର ଭିତରେ ଉବୁଟୁବୁ ହେଉଥିବା ବେଳେ ହଠାତ୍ ଜୀବନରେ ଭଟ୍ଟା ପଡି ଗଲା। ତୃତୀୟ ଶ୍ରେଣୀ ରେ ପଢୁ ଥିବା ସମୟରେ ବାପା ଛାଡି ଚାଲି ଗଲେ। ଦୁଃଖର ପାହାଡ ଉପରେ ବସି ପଡ଼ିଲି
ବଡ଼ ଭାଇ ସମସ୍ତ ପରିବାରର ଦାୟିତ୍ଵ ଗ୍ରହଣ କରି ପାଠ ପଢ଼ାଇ ସମସ୍ତଙ୍କୁ ମଣିଷ ପରି ଗଢି ତୋଳି ଥିଲେ। ତାଙ୍କରି ପରିଶ୍ରମ ଉଦ୍ୟମ ପାଇଁ ଆଜି ଆମେ ପ୍ରାୟ ସମସ୍ତେ ନିଜ ଗୋଡ଼ରେ ନିଜେ ଠିଆ ହୋଇ ନିଜର ପରିଚୟ ସୃଷ୍ଟି କରି ପାରିଛୁ।
ସମୟ ଦୌଡ଼ି ପଳେଇ ଯାଏ। କିନ୍ତୁ ଅନେକ ସ୍ମୃତି ସଦା ଜୀବିତ ଥାଏ। ସେଇ ପିଲା ଦିନ ଆଉ ବିଦ୍ୟାଳୟ ଆଉ ବିଦ୍ୟାଳୟ ଥିବା ବନ୍ଧୁ ମାନଙ୍କୁ ଭୁଲି ହୋଇନି କି ଭୁଲି ହେବନି।
ସନ୍ଧ୍ୟାରାଣୀ ଦାଶ
ଜଗତସିଂହପୁର
496 total views, 1 views today