ମୋ ଶୈଶବର ବିଦ୍ୟାଳୟ
~~~~~~~~~~~~~~~~~~~~~~~~
ଏତେ କର୍ମଜଞ୍ଜାଳର କାର୍ତ୍ତବ୍ୟର ବୁଡିରହିଥାଏ ଯେ ମୋ ନିଜ କଥା ଭାବୁବାକୁ ସମୟ ପାଏ ନାହିଁ |ଏପରିକି ଜନ୍ମକଲା ମାଆ ବାପାଙ୍କ କଥା ମନେ ପଡେନି |କାରଣ ମୁଁ ନାରୀଟିଏ,ପତ୍ନୀଟିଏ,ବୋହୁଟିଏ,ମାଆଟିଏ |ସେଇ ବ୍ୟସ୍ତତାରୁ କେବେ ଟିକିଏ ଓହରିଗଲେ ,ମନେ ପଡ଼ିଯାଏ ବାପଘର , ପିଲାଦିନ ଆଉ ବିଦ୍ୟାଳୟ କଥା |ହେଲେ ଆଜି ସେସବୁ କେବଳ ପେଡିସାଇତା ପୁରୁଣା ଶାଡୀ ଭଳି |ମୋ ଶୈଶବ କଟିଛି ଅତି ଦୁଃଖ ଆଉ କଷ୍ଟ ସହିତ |ସୁଖ ଯେମିତି ସେତେବେଳେ ମୋ ପାଇଁ ଦାଉ ସାଧିଥିଲା ଆଉ ବିଧିନିର୍ଦ୍ଧିଷ୍ଟ ଥିଲା |ଏବେ ମନେ ପଡିଲେ ଦେହ ଶିହରି ଉଠେ ,ଆଖିରେ ଲୁହ ଜମିଯାଏ |ମୋ ବାପା ଥିଲେ ଜଣେ ଆଦର୍ଶ ପ୍ରଧାନ ଶିକ୍ଷକ ଆଉ ନାମକରା ହୋମିଓପାଥିକ ଡାକ୍ତର |ଆମ ଏରିଆରେ ତାଙ୍କର ବହୁତ ନାଆଁ ଥିଲା,ଏତେ ଅମାୟିକ,ଛାତ୍ରବସ୍ଛଲ ,ନୀତିବାନ,ସମାୟାନୁବର୍ତିତା ,ଆଉ ବିନା ପଇସାରେ ରୋଗୀ ଚିକିତ୍ସା କରୁଥିଲେ |ମୁଁ ଥିଲି କ୍ଳାସରେ ଫାଷ୍ଟ ହେଉଥିଲି,ଭଲ ପାଠ ପଢ଼ୁଥିଲି |ମୁ ପିଲାଦିନୁ ବହୁତ ଚୁପଚାପ ଆଉ ଶାନ୍ତ ସରଳ ଥିଲି |ସମସ୍ତଙ୍କର ଅତି ପ୍ରିୟ ଥିଲି |ଆଜ୍ଞାଧିନା ଛାତ୍ରୀ ଥିଲି |ସେତିକିବେଳେ ମୋ ଜୀବନରେ କଳାବାଦଲ ଘୋଟି ଆସିଲା ,ମୁଁ ଯେତେବେଳେ ତୃତୀୟ ଶ୍ରେଣୀରେ ପଢ଼ୁଥିଲି ,ବାପା ଆମକୁ ଛାଡିଚାଲିଗଲେ |ବୋଉ ମୋର ଖାଲି ଅକ୍ଷର ଲେଖି ଶିଖିଥିଲା |ସେଇଠୁ ମୋର ପାଠପଢ଼ାରେ ବହୁତ ବ୍ୟାଘାତ ସୃଷ୍ଟି ହେଲା |ଆମେ ପାଞ୍ଚ ଭାଈ ଭଉଣୀ |ମୁଁ ବେଶୀ ଭାବପ୍ରବଣ ହୋଇପଡେ ଏତେ ଛୋଟ ବୟସରୁ |ଯୌଥ ପରିବାର,ତଥାପି ଆମ ବୋଉ ଆମମାନଙ୍କ ପାଇଁ ବହୁତ କଷ୍ଟ ସହି ପାଠ ପଢେଇଲା |ମୋ ସ୍କୁଲର ଶିକ୍ଷକ ମାନେ ଆଉ ମୋ ସହପାଠିମାନେ ମୋତେ ବହୁତ ଭଲ ପାଆନ୍ତି |କିନ୍ତୁ ମୋର ଆଉ ସେ ଶୈଶବର ଯେଉଁ ଅନୁଭବ ,ମୁଁ ସେସବୁ ଭୁଲିଯାଇଥିଲି |ମୋ ବୟସ ଅନୁସାରେ ଯେମିତି ମୁଁ ବହୁତ ଆଗକୁ ଚାଲି ଯାଇଥିଲି |ଦୁଃଖ କଷ୍ଟ ଅନୁଭବ ହେଉ ପଛେ ଗୋଟି ଗୋଟି ହୋଇ ମନେ ପଡେ ସେଇ ଶୈଶବ ସମୟର ବିଦ୍ୟାଳୟ କଥା |ମୋର ସବୁ ସାଙ୍ଗ ,ଶିକ୍ଷକ,ସ୍କୂଲର ପରିବେଶ ଏମିତି ଅନେକ କିଛି |ମୁଁ ହେଡମାଷ୍ଟରଙ୍କ ଝିଅ ବୋଲି ମୋତେ ସମସ୍ତେ ବହୁତ ଭଲ ପାଉଥିଲେ |ମୁଁ ଭଲ ପଢ଼ୁଥିଲି ,ସମସ୍ତଙ୍କୁ ପାଠରେ ସାହାଯ୍ୟ କରେ |ଦିନେ ସ୍କୂଲକୁ ନ ଗଲେ ,ମୋ ଶିକ୍ଷକ ଆମ ଘରକୁ ଯାଆନ୍ତି ମୋତେ ଦେଖିବା ପାଇଁ।
ସଂଯୁକ୍ତା ସାହୁ
ଜଗତସିଂହପୁର
520 total views, 1 views today