ଜଗତର ନାଥ ଜଗନ୍ନାଥ ରହସ୍ୟମୟ ଓ ଲୀଳାମୟ ଠାକୁର ରୂପେ ସାରା ଜଗତରେ ପରିଚିତ।ମୋ ମାମୁଁ ଘର ପୁରୀ ହୋଇଥିବାରୁ ବୋଉ ଜଗନ୍ନାଥ ଙ୍କ ଭକ୍ତ ଥିଲା।ପିଲାଟି ବେଳରୁ ମୁଁ ଦେଖୁଥିଲି ମୋ ବୋଉ ମାମୁଁ କିମ୍ବା ମାଉସୀ ଘରକୁ ଚିଠି ଲେଖିଵା ସମୟରେ ଉପରେ ଶ୍ରୀ ଜଗନ୍ନାଥ ଲେଖିଥାଏ। ସେବେଠାରୁ ହିଁ ମୁଁ ଜଗନ୍ନାଥ ଙ୍କ ସହ ପରିଚିତ ହୋଇଥିଲି। ପ୍ରଭୁ ଶ୍ରୀ ଜଗନ୍ନାଥ ଆମକୁ ଵହୁ ବିପଦରୁ ରକ୍ଷା କରିଛନ୍ତି । ସେଥିରୁ ଗୋଟିଏ ଅନୁଭୂତି ବିଷୟରେ ଲେଖୁଛି ।
୨୦୧୬ ମସିହାର କଥା । ଆମର ଘରଟି ଏକ ରାସ୍ତା ନିକଟରେ ଅବସ୍ଥିତ ଥିଲା। ରାସ୍ତାଟି କଂକ୍ରିଟ୍ ହୋଇଯିବାରୁ ଆମ ଘର ଟି ନୀଚ୍ଚା ହୋଇଯିବାରୁ ରାସ୍ତାର ସବୁ ପାଣି ଆମ ଘର ଭିତରେ ଆସି ଜମା ହୋଇ ରହିଲା। ତେଣୁ ପୁରୁଣା ଘର ଭାଙ୍ଗି ନୂଆ ଘର ତିଆରି କରିବା ପାଇଁ ନିଷ୍ପତ୍ତି ନେଲି। ଯେଉଁ ଦିନ ପୁରୁଣା ଘରର ରାସ୍ତା ପାଖ କାନ୍ଥ ଭଙ୍ଗା ଗଲା ଘରଟି ସମ୍ପୂର୍ଣ୍ଣ ଖୋଲା ହୋଇଗଲା।ତାକୁ ଏକ ବଡ଼ ପାଲ ଦ୍ଵାରା ଆବୃତ କରାଗଲା, କିନ୍ତୁ ଚୋରି ହେବାର ସମ୍ଭାବନା ରହିଥିଲା। ବୋଉ ଅପରାହ୍ନ ରେ ଜଗନ୍ନାଥ ଙ୍କ ଉଦ୍ଦେଶ୍ୟରେ ପ୍ରଣାମ କରି ଘରକୁ ରକ୍ଷା କରିବାକୁ ନିବେଦନ କଲା। ହଠାତ୍ ଦେଖାଗଲା ସନ୍ଧ୍ୟା ହେବା ପୂର୍ବରୁ ଏକ ବିରାଟ କଳା କୁକୁର ପାଲଟି ର ଅଳ୍ପ ଫାଙ୍କ ବାଟେ ଆସି ବଡବାପା ଙ୍କ ଛାତ ଉପରେ ଵସିରହି ବାହାର କୁ ଚାହିଁ ରହିଲା।ତାକୁ ଯେତେ ତଡ଼ିଲେ ମଧ୍ୟ ସେ ଜମା ଗଲା ନାହିଁ । ସକାଳ ହେବା ମାତ୍ରେ ସେ ଚାଲିଯାଏ। ପୁଣି ସନ୍ଧ୍ୟା ରେ ଫେରି ଆସେ। ତାକୁ ଯାହା ଖାଇବାକୁ ଦେଲେ ସେ କିଛି ଖାଏ ନାହିଁ । ତାକୁ ଦିନ ବେଳେ ସବୁଆଡେ ଖୋଜିଲେ ଵି କେଉଁଠି ପାଏ ନାହିଁ । ଏହିପରି ଭାବରେ ଘରର ନୂଆ କାନ୍ଥ ଉଠିବା ପର୍ଯ୍ୟନ୍ତ କୁକୁର ଟି ସନ୍ଧ୍ୟାରେ ଆସେ ଓ ସକାଳେ ଚାଲିଯାଏ।ନୂଆ କାନ୍ଥ ଉଠିବା ପରେ କୁକୁର ଟି କୁଆଡେ଼ ଚାଲିଗଲା ଯେ ଆଉ ଆସିନି।ଏହି ସମୟରେ ମୁଁ ତାକୁ ପାଖାପାଖି ବହୁତ ଖୋଜିଛି, କିନ୍ତୁ ଏ କେଉଁଠି ପାଇନି। ଏହିପରି ଭାବେ ଶ୍ରୀ ଜଗନ୍ନାଥ ଆମକୁ ରକ୍ଷା କରିଥିଲେ ।
*************************
ଶିବ ପ୍ରସାଦ ସାହୁ
ଗୋପିନାଥପୁର ସାହି
ଚାନ୍ଦପୁର, ନୟାଗଡ଼
ମୋ -୯୬୯୨୩୭୪୬୫୯
916 total views, 1 views today
Muchas gracias. ?Como puedo iniciar sesion?