ଶୈଶବ ର ଅନୁଭୂତି ବିଦ୍ୟାଳୟ
##################
ସୋରଡ଼ା ବ୍ଳକ ଅନ୍ତର୍ଗତ ମୋ’ର ଜନ୍ମ ସ୍ଥାନ ବାଗିଡି ଗ୍ରାମ ରେ । ସେଠାରୁ ମୋବିଦ୍ଯଳୟ କିଲୋମିଟର ଦୂର ହେବ ,ବି, କୋଟିବାଡି ଗ୍ରାମ ରେ ଏମ୍,ଇ ବିଦ୍ୟାଳୟ ରେ୧୯୭୫ ମସିହାରେ ଚତୁର୍ଥ ଶ୍ରେଣୀ ରେ ନାମ ଲେଖାଯାଇ ଥିଲା ।
ପିଲା ଦିନ ବିଦ୍ୟାଳୟ କଥା ଗୁଡ଼ାକ ମନେ ପଡ଼େ ବହୁତ ଆନନ୍ଦ ଅନୁଭବ ହୁଏ ମନକୁ ଆନ୍ଦୋଳିତ କରେ । ମୁଁ କେବ ବିଦ୍ୟାଳୟ ଯିବା ବନ୍ଦ କରିନାହିଁ କି ଡେରି କରିନାହିଁ, କାହିଁକି ନା ବିଦ୍ୟାଳୟ ମୋ’ର ଅତି ପ୍ରିୟ । ପ୍ରଥମ ଧାଡି ରେ ବସେ ଗୁରୁଜୀ ପଢ଼ାଇବା ବେଳେ ମନଦେଇସୁଣେ । ଆମର ପ୍ରଧାନ ଶିକ୍ଷକ ପିତାମ୍ବର ରଥ ଥିଲେ ।ସବୁ ପିଲା ଙ୍କୁ ଭଲ ପାଉଥିଲେ । ଛଅ ଜଣ ଶିକ୍ଷକ ରହିଥିଲେ,ପ୍ରଧାନ ଶିକ୍ଷକ ଙ୍କୁ ମୋତେ ଵେସି ଭଲ ଲାଗେ,ଏବେ ମଧ୍ୟ ତାଙ୍କ ରି ଦର୍ଶନ ମୁଁ ଚାହୁଁଛି ପାଇ ପାରୁନି । କାହିଁକି ନା ତାଙ୍କର ପଢ଼ାଇବା ଶୈଳୀ ଏତେ ଉକ୍ତୃଷ୍ଟ ଓ ବ୍ୟବସ୍ଥିତ ରୋଚକ ଥିଲା
ବେତରେ ହାତକୁ ମାଡ଼ ଦେଲେ ଭଲ ଲାଗେ କାହିଁକି ନା ସେ ମାଡ ଗୁଡାକ ରେ ବହୁ ତ ପ୍ରେରଣା ଥିଲା ।ସେହି ଶିକ୍ଷା ଆଜି ଭଲ ରାସ୍ତା ରେ ପହଞ୍ଚେ ଇଛି । ମୁଁ ସାହିତ୍ୟ କୁ ବେଶି ଭଲ ପାଉଥିଲି କାରଣ ସାହିତ୍ୟ ର ପଦ୍ଯ ଗୁଡାକ ମୋତେ ଭାରି ଭଲ ଲାଗେ ମୁଁ ଗାଇ ଗାଇ ମୁଖସ୍ଥ କରିଦେଇ ଥାଏ ଗଣୀତ ଓ ଇଂରାଜୀ ଭଲ ଲାଗିଲେ ମଧ୍ୟ ମୋତେ କେହି ବୁଝାଇ ବାକୁ ନଥିଲେ । ପ୍ରତିଦିନର ଘର ଲେଖା କରିଦେଇଥିଲି ଗୋଟିଏ ଭୂଲକୁ ପଞ୍ଚ ଥର ମାଡ଼ ପାଞ୍ଚ ଥର ଲେଖା ହେଉ ଥିଲା ଯାହାରି ଫଳରେ ଲେଖା ପଢା ନର୍ଭୁଲହୋଇପାରିଲା ।
ଖେଳ , ସଙ୍ଗୀତ, ନାଟକ,ଭାଷଣ, ବଡ଼ ଲୋକଙ୍କ ଜୀବନୀ ପ୍ରତ୍ୟେକ କାର୍ଯ୍ୟକ୍ରମ ରେ ଭାଗ ନେଇଥିଲୁ । ମୁଁ ଗୀତ ଗାଇ ପ୍ରଥମ ପୁରସ୍କାର ପାଇଥିଲି ସବୁଥିରେ ପ୍ରାୟପ୍ରାଇଜପାଉଥିଲି ।ମୋସାଙ୍ଗ ମାନଙ୍କୁ ବେଶି ଭଲ ପାଉଥିଲି। ଶ୍ରୀପଞ୍ଚମୀ ରେ ସରସ୍ବତୀ ବିଦ୍ଯିଦାତ୍ରୀଓ ଗଣେଶବୁଦ୍ଧୀଦାତା ତାଙ୍କର ପର୍ବ ପାଳନ କରାଯାଏ ବହୁତ ଆନନ୍ଦ ଅନୁଭବ ହୁଏ । ଗୁରୁ ଶିଷ୍ୟର ଏପରି ସମ୍ପର୍କରେ ଏପରି ନିବିଡତା ଥିଲା ଭକ୍ତ ଭଗବାନଙ୍କ ପରି ସମ୍ପର୍କ। ଆଜି ତିହା ଦେଖିବାକୁ ବିରଳ ନା ଅଛି ଗୁରୁ ଙ୍କ ଅନୁଶାସନ,ନା, ଅଛି ଶିଷ୍ୟ ର ଶାସିତ ହେବା ଲୋପ ପାଇଛି ସେହିପରି ପଠ ପଢା ମାନ୍ୟତା ପ୍ରକୃତ ସତରେ ମୋଗୁରୁ ପୀତାମ୍ବର ରଥ ଙ୍କୁ ମନେ ମନେ ଖୋଜୁଛି ତାଙ୍କ ରି ଚରଣ କମଳରେ କୋଟି କୋଟି ପ୍ରଣାମ । ଏବେବି ମୋ ବିଦ୍ୟାଳୟ କୁ ଭଲପାଏ,ଏବେ ମଧ୍ୟ ବିଦ୍ୟାଳୟ କୁ ମୁଁ ଯାଏ ।।

ପଦେ–
ଜୀବନ୍ତ ପ୍ରତିମା ବିଦ୍ୟାର ମନ୍ଦିର
ଗୁରୁ ଶିଷ୍ୟଙ୍କ ସମ୍ପର୍କ
ଅନୁ ଭୂତି ଗାଥା ଶୈଶବର କଥା
ଗଳ୍ପରେ କରିଲି ପୂର୍ଣ୍ଣ ।।

ଶକ୍ତିଦା ବିଷୋଇ

Leave a Reply

Your email address will not be published. Required fields are marked *