*ଅନୁଭୁତିରେ ମୋ ବିଦ୍ୟାଳୟ ଓ ପିଲାଦିନ
ସମୟ ଯେତେ ବଦଳୁ _ମଣିଷ ର ପିଲାଦିନର
ଅନୁଭୂତି ନିଆରା ଅବିସ୍ମରଣୀୟ।
ମୋର ପିଲାଦିନ ଛୋଟବେଳ ଏକ ରଙ୍ଗୀନ ଫୁଲର ଗାଲିଚା ପରି ଥିଲା।ପ୍ରଥମେ ପ୍ରଥମେ ସ୍କୁଲ ଗଲାବେଳେ ମୁଁ ବି କାନ୍ଦୁଥିଲି। ହେଲେ ପରେ ସ୍କୁଲ ଯିବା ମତେ ଭଲ ଲାଗିଲା। ସେଠି ସାଙ୍ଗ ଓ ମିସ ସବୁକିଛି ମତେ ଭଲ ଲାଗିଲା। ଛୋଟ ବେଳେ ମୁଁ ଅଳ୍ପ ଅଳ୍ପ ଲେଖୁଥିଲି। ମୋ ହାଇସ୍କୁଲ ରେ ପଢିବl ମୋ ଜୀବନର ଧାରା ବଦଳିଦେଲା। ମୋର ବଡ଼ ବାପା ବିପିନ ବିହାରୀ ମହାପାତ୍ର ଯିଏ ସ୍କୁଲର ହେଡ ସାର ଥିଲେ ସେ ସବୁବେଳେ ମତେ ବହୁତ ପ୍ରେରଣା ଦେଇଛନ୍ତି। କେବଳ ପାଠ ପାଇଁ ନୁହେଁ ତର୍କ ଓ କବିତା ପାଇଁ ମୋ ସ୍କୁଲ ରୁ ପ୍ରେରଣା ମିଳିଛି। ମୋ ତର୍କ ଥିଲା ସ୍ୱାଧୀନତା ପାଇ ଆମେ କଣ ପାଇଛୁ।ସ୍କୁଲର ସାଙ୍ଗ ସାଥୀ
ଗଣେଶ ପୂଜା ,ସରସ୍ୱତୀ ପୂଜାର ଅନେକ କଥା ଆଜି ବି ମନେପଡେ। ମୋର ମନେପଡେ ମୁଁ ଶ୍ରୀଚରଣ ସାରଙ୍କ ସହ ଗୋଟିଏ କବିତା ପ୍ରତିଯୋଗିତାରେ ଯାଇଥିଲି। ମୋ କାମ ମୁଁ କରିଦେଇଥିଲି। ତଥାପି ଡର ଲାଗୁଥିଲା କଣ ହେବ ମୁଁ କିଛି ହେବି ନା ନାହିଁ । ଜା ହେଉ ସେଠି ମୁଁ ମୋ ନିଜ କବିତା ପଢି ୨୫ଟା ସ୍କୁଲ ରେ ପ୍ରଥମ ହେଇଥିଲି। ସେ ଦିନ ହିଁ ମୋ ଭାଗ୍ୟ ବଦଳିଯାଇଥିଲା ସେବେଠାରୁ ମୁଁ ଲେଖିଚାଲିଛି।
ସମୟ ସହ ଅନେକ କିଛି ବଦଳିଛି। ଆଜିର ସ୍କୁଲ ଓ ଆଗର ସ୍କୁଲ ଭିତରେ। ଆଗରୁ ଆମ ଭିତରେ ସ୍କୁଲ ଗୁରୁଙ୍କ ପ୍ରତି ଭକ୍ତି ଓ ଭୟ ଉଭୟ ଥିଲା । ବର୍ତ୍ତମାନ ଦଣ୍ଡମୁକ୍ତ ବିଦ୍ୟାଳୟ ହେବା ଯୋଗୁଁ ପିଲାଙ୍କ ମନରେ ଦଣ୍ଡ ର ଭୟ ରହୁନାହିଁ। ସେହି ଭୟ ପାଇଁ ଅନେକ ଦୁଷ୍ଟ ପିଲା ବି ସୁଧରି ପାରିଥିଲେ।
ଆଜି ଆପଣଙ୍କ ସହ କିଛି ଅନୁଭବ ବାଣ୍ଟି ମତେ ବହୁତ ଭଲ ଲାଗିଲା । ଆଜି ପାଇଁ ଏତିକି ନମସ୍କାର। ଜୟ ଜଗନ୍ନାଥ।
ପ୍ଲଟ ନ -୮୩(ସି) ,ଆମ୍ରପଲ୍ଲୀ ,ଭୁବନେଶ୍ୱର -୨୧
655 total views, 1 views today
ବହୁତ ସୁନ୍ଦର ପ୍ରୟାସ