April 02, 2023
11 11 11 AM
ରାମ ନାମେ କି ରସ ଅଛି! — ସୀମାଞ୍ଚଳ ପଣ୍ଡା
ମନରେ ଆସୁ ମୋ ଶୁଦ୍ଧ ଭାବନା — ସୀମାଞ୍ଚଳ ପଣ୍ଡା
ସମୟ ମାଗୁଛି ସମ୍ମାନ ଟିକେ — ସୀମାଞ୍ଚଳ ପଣ୍ଡା
ଏ ସନ ଫଗୁଣ ନ ହେଉ କାଳ — ସୀମାଞ୍ଚଳ ପଣ୍ଡା                       
ପାନ ବଟୁଆ — ସୀମାଞ୍ଚଳ ପଣ୍ଡା               
ଅପେକ୍ଷାର ଫଳ ମିଠା — ସୀମାଞ୍ଚଳ ପଣ୍ଡା
ପଖାଳ — ସୀମାଞ୍ଚଳ ପଣ୍ଡା
ପ୍ରମାଦ — ସୀମାଞ୍ଚଳ ପଣ୍ଡା
ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ
ନିଵେଦନ – ଅଶୋକ କୁମାର ପତି
ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ
ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ
ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା
ମୋ ଜୀବନ – ହେମନ୍ତ କୁମାର ସାହୁ ‌
ଶୀତ – ଶ୍ରୀମତୀ କୃଷ୍ଣା ଦାସ
ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ
ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ
ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ
ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ
କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ
Latest Post
ରାମ ନାମେ କି ରସ ଅଛି! — ସୀମାଞ୍ଚଳ ପଣ୍ଡା ମନରେ ଆସୁ ମୋ ଶୁଦ୍ଧ ଭାବନା — ସୀମାଞ୍ଚଳ ପଣ୍ଡା ସମୟ ମାଗୁଛି ସମ୍ମାନ ଟିକେ — ସୀମାଞ୍ଚଳ ପଣ୍ଡା ଏ ସନ ଫଗୁଣ ନ ହେଉ କାଳ — ସୀମାଞ୍ଚଳ ପଣ୍ଡା                        ପାନ ବଟୁଆ — ସୀମାଞ୍ଚଳ ପଣ୍ଡା                ଅପେକ୍ଷାର ଫଳ ମିଠା — ସୀମାଞ୍ଚଳ ପଣ୍ଡା ପଖାଳ — ସୀମାଞ୍ଚଳ ପଣ୍ଡା ପ୍ରମାଦ — ସୀମାଞ୍ଚଳ ପଣ୍ଡା ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ ନିଵେଦନ – ଅଶୋକ କୁମାର ପତି ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା ମୋ ଜୀବନ – ହେମନ୍ତ କୁମାର ସାହୁ ‌ ଶୀତ – ଶ୍ରୀମତୀ କୃଷ୍ଣା ଦାସ ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ

ପଢନ୍ତୁ ରୀତା ଅପରାଜିତା ମହାନ୍ତି ଙ୍କ ଗଳ୍ପ ଅନୁଭୂତି ରେ ଜଗାକାଳିଆ

*ଅନୁଭୂତି ରେ ଜଗା କାଳିଆ*- 

*ଓଁ ନମଃ ବ୍ରହ୍ମଣ୍ୟ ଦେବାୟ*
*ଗୋ ବ୍ରହ୍ମନ୍ୟ ହିତାଚ*
*ଜଗନ୍ନାଥାୟ କୃଷ୍ଣାୟ*
*ଗୋବିନ୍ଦାୟ ନମଃ ନମଃ।*

ବହୁତ ଛୋଟ ବେଳୁ ମୁଁ ଜଗନ୍ନାଥଙ୍କୁ ବହୁତ ଭକ୍ତି କରେ ।ଜଣେ ଦେବତା ବୋଲି ନୁହେଁ ଜଣେ ଅତି ନିଜର ବନ୍ଧୁ ପରି ଲାଗନ୍ତି ମତେ ପ୍ରଭୁ ଜାଣେନି କଣ ପାଇଁ …?
ତାଙ୍କ ହସ ତାଙ୍କ ବେଶଭୂଷl
କଳା ମୁଖରେ ଚକା ଚକା ଆଖି ମତେ ବହୁତ ଆକର୍ଷିତ କରେ। ମୁଁ ଏମିତି ତ ଅନେକଥର ଯାଇଛି। ବଡ଼ ଦେଉଳ କୁ ହେଲେ ଯେତେଥର ଯାଏ ଭିନ୍ନ ଭାବ ରେ ବାନ୍ଧିଯାଏ ତାଙ୍କ ଦୟା କରୁଣା ସ୍ନେହ ଡୋରରେ। ତାଙ୍କ ପ୍ରତି ଟି ଭଜନ ମୋର ପ୍ରିୟ।
*ମନ ପlରାରେ ଶ୍ରୀକ୍ଷେତ୍ର ରେ* *ଯିବୁ ଉଡି ଉଡି ଏଠି* *ଘୁମୁରିଲେ କି ଲାଭ* *ପାଇବୁ ଗଲାଣି ତୋ* *ପର ଝଡି*
*ମୁଁ ତ ବଡ଼ ଦେଉଳର ପାରl*
*ନୀଳ ଚକ୍ର ମୋର ଆସରl*,
*କାଳିଆରେ ମନ ବୋଲି* *ତୋର କିଛି ନାହିଁ*,
**ନାହଁlନ୍ତି ଲୋ ସଖୀ* *ନାହଁlନ୍ତି ମୋ କାଳିଆ ପରି* *କେ ନାହଁlନ୍ତି*
*ହାତରେ ମୋ ମୁଠା ଶରଧl* *ବାଲି*
*କାଳିଆରେ କାଳିଆ ଏ ଜନ୍ମ*
*ପରେ ଆର ଜନମ*
*କରିବ ମତେ ତୁମ ଜମି* *ହାଲିଆ*
*ଥକା ମନ ଚାଲ ଯିବା ଚକା* *ନୟନ ଦେଖିବା*
ଏହି ପରି ତାଙ୍କ ଅନେକ ଭଜନ ମୋର ଅତି ପ୍ରିୟ।ତାଙ୍କ ବିଷୟରେ ପଦେ ଲେଖିବାକୁ ହେଲେ ମୁଁ ଭାବରେ ବିଭୋର ହେଇଯାଏ।
ମୋର ଅନୁଭୂତି ଆଡ଼କୁ ଯିବା ।ମୋ ବାହାଘର ହେଇଥାଏ। ଆମ ଘର ଓ ଶାଶୁଘର ନବ ଦମ୍ପତି କୁ ଜଗା କାଳିଆ ଆଶୀର୍ବାଦ ପୁରୀ ଯିବା ପାଇଁ ଯେତେବେଳେ ନିଷ୍ପତ୍ତି ନେଲେ। ମୁଁ ତ ଖୁସି ରେ ଅଧିର ଥିଲି ମୋ ପାଦ ତଳେ ଲାଗୁନଥାଏ। କଥା ରେ ଅଛି
*ଏ ମନ ଚାହେଁ ଯାହା କାଳେ* **ପ୍ରାପ୍ତ ହୁଏ ତାହା*
ଆମେ ସମସ୍ତେ କାର ରେ ଜଗା ଅଭିମୁଖେ ଯାତ୍ରା କଲୁ।ଅଧା ରାସ୍ତା ରେ
ସମସ୍ତେ ପଇଡପାଣି ପିଇଲେ
ମୋର ଇଚ୍ଛା ହେଲାନି।
ମୋ ମନ ସେଇ ଜଗା ପାଖରେ ଥିଲା। ଯାହା ହେଉ ଆମେ ଠିକ ସମୟରେ ଜଗା ପାଖରେ ପହଁଞ୍ଚିଲୁ।ସେଦିନ କଣ ଗୋଟେ ପର୍ବ ଥିଲା ପ୍ରବଳ ଭିଡ ଥିଲା ମନ୍ଦିର ବାହାରେ। କେତେ ଲୋକ ତ ଫେରିଯାଉଥିଲେ। ମୁଁ ଭଗବାନ ଙ୍କୁ ପ୍ରାର୍ଥନା କରୁଥିଲି। ହେ ପ୍ରଭୁ ତୁମ କରୁଣା ଆମ ଉପରେ ରଖ ଆଜି ତୁମକୁ ଦେଖି ଆଖି ପବିତ୍ର ହେଉ। ସେତେବେଳେ କିଏ ଜଣେ କଳା ହେଇ ବ୍ରାହ୍ମଣ ଆସିଲେ ଆପଣମାନେ ମୋ ସହ ଆସନ୍ତୁ ମୁଁ ଭଲଭାବେ ଦର୍ଶନ କରାଇ ଦେବି। ସତରେ ଆମେ ବହୁତ ଭଲ ଭାବେ ପାଖରୁ ତିନି ଠାକୁରଙ୍କୁ ଦର୍ଶନ କଲୁ। ମୋ ଆଖି ଲୁହରେ ଢଳଢଳ ବିଶ୍ୱାସ ହେଉ ନଥିଲା ପ୍ରଭୁଙ୍କ ମାୟା। ମୁଁ କଳ୍ପବୃକ୍ଷ ରେ ମାନସିକ ସୂତା ବି ବାନ୍ଧିଲି। ଆମେ ଦୁଇ ପରିବାର ଭଲ ଭାବେ ଅଭଡ଼ା ଖାଇଲୁ। ସବୁ ସେଇ କାଳିଆ ନନା ଜଣକ ତତ୍ତ୍ୱାବଧାନରେ ହେଲା। ଯାହେଉ ଆମେ ସେ ନନାଙ୍କୁ ଦକ୍ଷିଣl ଦେଇ ମନ୍ଦିର ରୁ ଆସି ପୁରୀ ବେଳlଭୂମିରେ ବୁଲିଲୁ। ତା ପରେ ଆମେ ଅନେକଥର ପୁରୀ ଯାଇଛୁ। ହେଲେ ସେଇ କାଳିଆ ନନାଙ୍କ ସହ ଆଉ କେବେ ଭେଟ ହେଇନି। ଏଇ ମୋର ଛୋଟ ଅନୁଭୂତି ପ୍ରଭୁଙ୍କୁ ନେଇ। ଏମିତି ତ ମୋ ଜୀବନର ପ୍ରତି ପଦକ୍ଷେପ ରେ ମୁଁ ତାଙ୍କୁ ଉପସ୍ଥିତି ଅନୁଭବ କରେ। ଯାହା ବି ଲେଖିଲି ତାଙ୍କ କରୁଣା ରୁ। ଜୟ ଜଗନ୍ନାଥ।

 

ରୀତା ଅପରାଜିତା ମହାନ୍ତି

ଭୁବନେଶ୍ୱର

 658 total views,  1 views today

One thought on “ପଢନ୍ତୁ ରୀତା ଅପରାଜିତା ମହାନ୍ତି ଙ୍କ ଗଳ୍ପ ଅନୁଭୂତି ରେ ଜଗାକାଳିଆ

  1. Many many thanks all your efforts suryadaya Family and my special thanks editor Mr Manoj panda doing great work.

Leave a Reply

Your email address will not be published. Required fields are marked *