, ଅନୁଭୂତି ରେ ଜଗନ୍ନାଥ
ସେ ନୀଳାମୟ ଜଗନ୍ନାଥ ଙ୍କ ପାଦତଳେ ଭକ୍ତିପୂତ ପୁଷ୍ପାଞ୍ଜଳି ଦେଇ ତାଙ୍କୁ ଅନୁଭୂତି ରେ ପାଇଥିବା କିଛି ମୁହୁର୍ତ୍ତ କୁ ଆପଣ ମାନଙ୍କ ପାଖରେ ବର୍ଣ୍ଣନା କରୁଛି।
ସେଦିନ ଥାଏ ମୋ ଜୀବନ ପାଇଁ ଥାଏ ନୂଆ ଇତିହାସ । କୁହାଯାଏ ଅତୀତ ସମ୍ପର୍କିତ ବିଦ୍ୟା ହେଉଛି “ଇତିହାସ”. ଯେଉଁ ଇତିହାସ ଅତୀତ ହୋଇ ବର୍ତ୍ତମାନ ର ଜୀବନ ଧାରା ସହ ଯୋଡ଼ିତ । ଅତୀତ ତ ଆମେ ଦେଖିନେ କିନ୍ତୁ ଅନ୍ୟ ପାଖରୁ ଶୁଣିଛେ । ମୁଁ କେବେ ସ୍ବପ୍ନରେ ଭାବିନଥିଲି କିଏ ମୁଁ କୈାଣସି ବୃତ୍ତି ଭିତ୍ତିକ ଶିକ୍ଷା ବା ପ୍ରଯୁକ୍ତିଭିତ୍ତିକ ଶିକ୍ଷା ରେ ନିଜର ସ୍ଵପ୍ନ ର ବାଲିଘର ତିଆରି କରିବି। ମୋର ବ୍ୟକ୍ତିଗତ ଆଶା କି ଆକାଂକ୍ଷା ନଥିଲା ଏ ପାଠ ପଢିବା ପାଇଁ। ମୋର ବାବା ଙ୍କର ବହୁତ ଇଚ୍ଛା ଥିଲା ଯେ ବଡ଼ ଭାଇ ବିଟେକ୍ ପଢିଲା ତୁ ପିଜି ଏଜୁକେସନ୍ ରେ ନ ପଢି ଏମ୍ଭିଏ ପଢ଼ ଭଲ ହେବ। ଏମ୍ଭିଏ ପାଇଁ ହଁ ନା ରେ ଥିଲି। ମୋ ହାତରେ ଶେଷ ସମୟ ଥିଲା। ମ୍ୟାଟ୍ ପାଇଁ ଆବେଦନ କଲି। ଏହାର ପ୍ରବେଶିକା ପରୀକ୍ଷା ଥିଲା ମେ ୫, କିନ୍ତୁ ଫନି ପାଇଁ ମୁଁ ସେ ତାରିଖ ରେ ପରିକ୍ଷା ବାତିଲ୍ ହେଲା । ପରେ ହେବ ବୋଲି ପରୀକ୍ଷା କେନ୍ଦ୍ର ର ମୁଖ୍ୟ ଅଧିକାରୀ କହିଲେ । ସେଦିନ ଥିଲା ମୋ ପାଇଁ ଅର୍ଥ ହାନି ଶରୀର ପୀଡ଼ା ପରି । ସୋସିଆଲ ମିଡ଼ିଆ ଫନୀ ପାଇଁ କାର୍ଯ୍ୟରତ ନଥିଲା, ଠିକ୍ ସାତ ଦିନ ପରେ ବାବା ମତେ କୁହନ୍ତି କି କେବେ ପରୀକ୍ଷା ହେବ କିଛି ଖବର ପାଇଲାଣୁ? ମୁଁ କହିଲି ନା ବାବା….. ଠିକ୍ ଏତିକି ବେଳେ ଯେଉଁ କଲେଜରେ ପଢ଼ିବା ପାଇଁ ସାର୍ ଙ୍କ ସହ କଥା ହୋଇଥିଲି ସେ ମତେ ପରିକ୍ଷା ର ୧ ଘଣ୍ଟା ପୂର୍ବରୁ କହିଲେ । ମୋ ମୁଣ୍ଡ ଭିତରଟା କ’ଣ ହୋଇଗଲା , ମୁଁ କଣ କରିବି ଏବେ ! ମୋ ହାତରେ ଅଛି ୧ ଘଣ୍ଟା ର ସମୟ। ଏ ପରିକ୍ଷା ନ ଦିଏ ମତେ ପୁଣି ଏକ ବର୍ଷ ଅପେକ୍ଷା କରିବାକୁ ପଡ଼ିବ ଆଉ ମୋ ଅର୍ଥ ବ୍ୟର୍ଥରେ ଯିବ। ସେ ସମୟରେ ମହାପ୍ରଭୁ କି ଯାଦୁ କଲେ ସେ ସାର୍ ଙ୍କ କଣ୍ଠରେ ବିଜେ କରି ମତେ ଏ ଵିପଦରୁ ଉଦ୍ଧାର କଲେ । ପରିକ୍ଷା କେନ୍ଦ୍ର ଠାରୁ ମୋ ଘର ୩୦ କିଲୋମିଟର ମୁଁ କାନ୍ଧୁଣୁ ମାନ୍ଧୁଣୁ ହୋଇ ଯାଇ ଥାଏ। ଗଲା ବେଳେ ଏତିକି ମହାପ୍ରଭୁ ଙ୍କୁ କହିଲି ପ୍ରଭୁ ତୁମକୁ ମାୟାଧର ବୋଲି କୁହନ୍ତି ,ମୋ ପ୍ରତି କିଛି ଆଶିର୍ବାଦ ଥାଏ ଦୟାକରି କୃପା କର, କିଛି ଏମିତି ମାୟା କର ମୁଁ ଭଲରେ ଯାଇ ପରିକ୍ଷା ଦେଇ ଆସେ। ମହା ପ୍ରଭୁ ଙ୍କର ଏମିତି ମାୟା କଲେ ମୁଁ ପରିକ୍ଷା କେନ୍ଦ୍ର ରେ ଠିକ୍ ଦଶ ମିନିଟ୍ ପୂର୍ବରୁ ପହଞ୍ଚିଲି। ପରିକ୍ଷା କେନ୍ଦ୍ର ରେ ପହଞ୍ଚିବା ପରେ ସେମାନେ ମତେ ଭେରିଫାଏ କଲାଵେଳକୁ ମୋ ହାତରେ ମୋ ହାତରେ ଆଧାର କାର୍ଡ ନଥାଏ, କିନ୍ତୁ ମୁଁ ଆଣିଥିଲି ମୋ ହାତରୁ କିପରି ଭାବରେ ହଜିଗଲା ମୁଁ ନିଜେ ମଧ୍ୟ ଜାଣେନା। ପରିକ୍ଷା ହଲ୍ କୁ ସମସ୍ତେ ଗଲେ ହେରି ମୁଁ ଥାଏ ପରିକ୍ଷା ହଲ୍ ର ବାହାରେ ।ଟିକେ ଭାବନ୍ତୁ ସେ ସମୟରେ ମନର ପରିସ୍ଥିତି କିପରି ଥିବା। ଆଧାର କାର୍ଡ ନ ହେଲେ ମୁଁ ହଲ୍ ଭିତରକୁ ଯାଇ ପାରିବିନି । ଆଖିରୁ ଧାରା ଶ୍ରାବଣ ଵୋହିଚାଲିଲା।ଏ ଭଗବାନ ରକ୍ଷା କର … ରକ୍ଷା କର….. ସେ ଦେଵଦୂତ ହୋଇ ସେ କଲେଜ ର ଭାଇ ମତେ ମୋର ହଜିଯାଇଥିବା ଆଧାର କାର୍ଡ କୁ ପାଇ କି ଦେଲେ .. ଭଗବାନ ଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଦେଇ ଓ ସେ ଭାଇ ଙ୍କୁ ପ୍ରଣାମ କରି ପରିକ୍ଷା କେନ୍ଦ୍ର କୁ ଗଲି। ସେତେବେଳେ କୁ ପରିକ୍ଷାର ଦଶ ମିନିଟ୍ ଗଲାଣି ହେରି ମୁଁ ଗଲା ବେଳକୁ ସମସ୍ତେ ଲେଖୁଛନ୍ତି। ଭଗବାନ ଙ୍କ ଆଶୀର୍ବାଦ ରୁ ଭଲରେ ଭଲରେ ପରିକ୍ଷା ଦେଇ ଆସିଲି। ପରିକ୍ଷା ପରେ ସେ ଭାଇ ଙ୍କୁ ଯେତେ ଖୋଜେ ଆଉ ପାଏନି। ଠିକ୍ ମାସେ ପରେ ଫଳାଫଳ ବାହାରେ ମୁଁ ସେ ପରିକ୍ଷାରେ ଭଲ ସ୍ଥାନରେ ଉତ୍ତୀର୍ଣ୍ଣ ହେଲି ଭଗବାନ ଙ୍କର ପାଦ ତଳେ ମୁଣ୍ଡିଆ ମାରି ତାଙ୍କ ପାଖରେ ଭୋଗ କଲି।
ଆଉ ଦିନେ ଚାକିରୀ ଆବେଦନ ପାଇଁ ମୋର ସମସ୍ତ ଓରିଜିନାଲ୍ ସାର୍ଟିଫିକେଟ ଓ ମୋର ପ୍ରମାଣ ପତ୍ର କୁ ନେଇ ଆବେଦନ କରିବାକୁ ଯାଏ ।ସବୁ ସାର୍ଟିଫିକେଟ କୁ ଜେରକ୍ସ କରି ଆବେଦନ କରି ଘର କୁ ଆସେ । ଠିକ୍ ତା ମାସେ ପରେ ଇଣ୍ଟରଭିଉ ପାଇଁ ସକାଳୁ ବାହାରେ ମୋ ପାଖରେ +୨ ମାର୍କ ସିଟ୍ ନ ଥାଏ। କ’ଣ କରିବି ଭଗବାନ ।ମୋର କୋଉଠି ରହିଲା ଘର ର ସବୁ ଆଡ଼େ ଖୋଜେ ନ ପାଏ।ଘର ଲୋକ ବ୍ୟସ୍ତ ହୋଇ ମୋ ଉପରେ ରାଗି କି ନିଆଁ। ଭଗବାନ ମୋତେ ରକ୍ଷା କର ଦିନବନ୍ଧୁ 🙏
ମୁଁ ଇଣ୍ଟରଭିଉ ଦେଇପାରିଲିନି । ସେ ଦିନ ମୁଁ ମୋ କଲେଜ ସାର୍ ଙ୍କୁ ପଚାରେ ଭାବିଲି କଲେଜରେ ରହିଯାଇଥିବ।ସେ ମନା କଲେ , ସେଠୁ ନିରାଶ ପରେ ମୋ ସାଙ୍ଗ କୁ ପଚାରେ ସେ ବି ନା କଲା। ମୋ ଭାଇ କି ପଚାରେ ସେ ବି ନା କଲା । ଘରେ ସବୁ ଆଡ଼େ ଖୋଜେ ପାଏନି। ପରେ ମୁଁ ନକଲି ବାହାର କରିବା ପାଇଁ ମନସ୍ଥ କରେ ।ରାତି ଯାକ ଭଗବାନ କୁ ମନେ ମନେ ପ୍ରାର୍ଥନା କରେ ପ୍ରଭୁ କ’ଣ କରିଵି।ରାତି ଯାକ ଏମିତି ଗୁଣୁଗୁଣୁ ହେଉଥିଲି । ତା ପର ଦିନ ମୁଁ ବଜାରକୁ ଯାଇ ଥାଏ କିଛି କାମରେ। ସବୁ କାମ ସାରି ଆସିବା ବେଳକୁ ମୋ ସାଇକେଲ ଖରାପ ହୋଇଗଲା ସେ ଦୋକାନ ପାଖରେ। ହଠାତ୍ କ’ଣ ପାଇଁ ଏମିତି ହେଲା। ସେ ଭାଇ ଙ୍କୁ ସାହାଯ୍ୟ ମାଗି ବାକୁ ଯାଇ ଥାଏ ।ମୋ କଣ୍ଠ ରେ ପ୍ରଭୁ ଜଗନ୍ନାଥ ବସିଲେ , ମୁଁ ଭାଇ ଙ୍କୁ ପଚାରେ ଭାଇ ମୁଁ ଥରେ ତୁମ ପାଖରେ ଆବେଦନ ପାଇଁ ମୋ ସାଠିଭିକେଟ୍ ତୁମ ପାଖରେ ଅଛି କି? ଭାଈ କହିଲେ ହଁ!!!! ମୋ ଆଖି ରୁ ଆସିଗଲା ଲୁହ । ମହାପ୍ରଭୁ ତୁମକୁ ଅଶେଷ ଧନ୍ୟବାଦ। ପରେ ମତେ ମେଲ୍ ଆସିଲା ଯେ ତୁମେ ପକେଇ ଥିବା ଚାକିରି ସେ ଦିନ କୈାଣସି କାରଣରୁ ହୋଇପାରିନଥିଲା।
ଏହି ପରି ଅନେକ ସମୟରେ ମହାପ୍ରଭୁ ମତେ ସାହାଯ୍ୟ କରିଛନ୍ତି। ମୁଁ କେବେ ବି ତାଙ୍କୁ ଭୁଲି ପାରିବିନି। ଏତିକି ଭଗବାନ ଙ୍କ ପାଖରେ ପ୍ରାର୍ଥନା ସେ ସମସ୍ଥ ଙ୍କୁ ସାହା ହୁଅନ୍ତୁ
ଜୟ ଜଗନ୍ନାଥ 🙏🙏
ନାମ- ରବିନାରାୟଣ ପାତ୍ର
ସ୍ଥାନ- ନିମାପଡ଼ା
671 total views, 1 views today
Jay Jagannath