ବିଷୟ–ଅନୁଭୂତି ରେ ମୋ ବିଦ୍ୟାଳୟ ଏବଂ ପିଲାଦିନ
###############

ମନୁଷ୍ୟ ଜୀବନ ରବିଭିନ୍ନଅନୁଭୂତି ମଧ୍ୟରୁ ପିଲାଦିନ ର ଅନୁଭୂତି ଅନନ୍ୟ । ନିଷ୍ପାପ ମନରେ ସରଳ ଗଣିତ ର କଷିଥିବା ଅଙ୍କସବୁ ନିର୍ଭୁଲ ନଥିଲେ ବି ବେଶ୍ ଆନନ୍ଦ ଭରି ଦେଇଥାଏ ପ୍ରତ୍ୟେକ ମୂହୁର୍ତ । କିଛି ନୂଆ ରୋମାଞ୍ଚ,କିଛି କୌତୁହଳ ନେଇ ପ୍ରାୟ ସମସ୍ତଙ୍କର ଅନେକ ଅନୁଭୂତି ରହିଥାଏ । ଖୁବ୍ ଅପାଶୋରା ସେହି ସୁନାଝରା,ମୋତି ଭରା ଦିନ ସବୁ. । ଆକାଶ କୁ ଉଡିଯିବାର,,,ପବନ ସାଥେ ଚକାଭଉଁରୀ ଖେଳିବାର,,ପାଣିର ଗଭୀରତାକୁ ମୃଦୁ ସ୍ପର୍ଶ ଦେବାର ଅଦମ୍ୟ ଇଛାକୁ,ବଳବତ୍ତର କରିବା ପାଇଁସତତ ପ୍ରୟାସିତ ସୁନ୍ଦର ମନଟିଏ,,,ଆଃ,,ଫେରିଆସନ୍ତା କି,,,ସେଦିନ ସବୁ,,,ପୁଣି ଥରେ,,। ନା ଆଉ ଫେରିବନି ସେ ସମୟ,,,ଧାବମାନ ସିଏ,,,ବେଗଗାମୀ ଅଶ୍ବପୃଷ୍ଠେ ସବାର୍. ହୋଇ,,,,ତାକୁ ଅଟକାଇବା ତସାଧ୍ୟ ବାହାରେ,,।
କେବେ କେବେ ରୋମନ୍ଥିତ ସ୍ମୃତିସବୁ ତାଜା ହୋଇଯାଏ ,,ମନ ଆଇନା ରେ, ମୁଁ ପାଠ ପଢୁଥିବା ବିଦ୍ୟାଳୟକୁୁମୁଁ
ନିଶ୍ଚୟ କହିବି ଏକ ଆଦର୍ଶ ବିଦ୍ୟାଳୟ । କାରଣ ଏବେ “ସମଗ୍ର ଶିକ୍ଷା”ବ୍ୟବସ୍ଥା ଯାହା ସବୁ ଛାତ୍ର ଛାତ୍ରୀପାଇଁ କରୁଅଛି,ମୁଁ ମୋ ବିଦ୍ୟାଳୟ ରେ ସେହି ସବୁ ବ୍ୟବସ୍ଥା ବା ସୁବିଧା ର ଉପଲବ୍ ଧି ଅନୁଭବ କରିଅଛି । ପିଲାମାନଙ୍କ ର ସର୍ବାଙ୍ଗୀନ ଉନ୍ନତି ପାଇଁ,,,ସମସ୍ତପ୍ରକାରପଦକ୍ଷେପ ସେହି ସମୟ ରେ ମୁଁ ଅନୁଭବ କରିଅଛି । ପାଠପଢା ସହ,ସହଶୈକ୍ଷିକ ,ସାମାଜିକ ଗୁଣାବଳୀ ର ବିକାଶ ଦିଗରେ ବି ଉନ୍ନତି ସାଧନ ,,ମୋ ବିଦ୍ୟାଳୟ ରେ ହିଁ ମୁଁ ଗଭୀର ଭାବେ ଅନୁଭବ କରିଛି । ଛୋଟ ସହର ମଝିରେ ସୁନ୍ଦର ପ୍ରାକୃତିକ ପରିବେଶ ଘେରା ମୋ ବିଦ୍ୟାଳୟ,,,।ବିଭିନ୍ନ ଜାତୀୟ ପର୍ବ,ଧାର୍ମିକପର୍ବ ଖୁବ୍ ଜାକ ଜମକ ରେ ପାଳନକରାଯାଇଥାଏ । ବାର୍ଷିକ ଉତ୍ସବ ରେ ବିଭିନ୍ନକୃତୀ ପ୍ରତିଯୋଗୀ ଙ୍କୁ ପୁରସ୍କାର ବଣ୍ଟନ କରାଯାଏ । ଜ୍ଞାନ ବର୍ଦ୍ଧ ନ ପାଇଁ ଲାଇବ୍ରେରୀ ଅନେକ ସହଜଓଶିକ୍ଷଣ ଲବ୍ଧବହି,,,,
ଶିଶୁ ରମୂଳ ଦୁଆ ପଡିଥାଏ,,,ବିଦ୍ୟାଳୟ ରେ।”ବସୁଧୈବ କୁଟୁମ୍ବ କଂ” ଭାବ ରମହନୀୟ ତା ବି ବିଦ୍ୟାଳୟ ହିଁ ଶିକ୍ଷା ଦେଇଥିଲା । ମୋର ଜଣେ ଗଣିତ ସାର୍ ଥିଲେ ଭାରୀ ରାଗି, ।ଟିକେ ଭୁଲ୍ କଲେଭୀଷଣ ମାଡ ଦିଅନ୍ତି । ମାଡ ଭୟ ରେ ମୋର ଆସୁଥିବାଗଣିତ ବି ମୁଁଭୁଲ କରି ପକାଏ ,କାରଣ ମୁଁ କେବେ ଘରେ ମାଡ ଖାଏନି ତ । ପିଲାବେଳେ ଗଣିତ କୁ ଭାରି ଡରୁ ଥିଲି । କିନ୍ତୁସାହିତ୍ୟ ମୋରପ୍ରିୟ ବିଷୟ ଥିଲା,,ସତ କହିବାକୁ ଗଲେ,,ଏହା ସାହିତ୍ୟ ପଢାଉ ଥିବା ଗୁରୁଜୀ ଙ୍କ ଅବଦାନ,,,ଥିଲା ଭାରି ସ୍ନେହ ରେ ପଢାନ୍ତି,,,,ଗୀତସବୁ ମୁଖସ୍ତକରିବାକୁ କହି ଶିଖାଇ ବି ଦିଅନ୍ତି,,। ବିଭିନ୍ନ୍ ପ୍ରତିଯୋଗିତା ରେ ଭାଗ ନେବାକୁ ପ୍ରେରଣା ଦିଅନ୍ତି ।
ଥରେ ଗୋଟାଏ କୁକୁର ମୋ ପଛେ ଗୋଡାଇଲା,,ମୁଁ ଭୟ ରେ ଦୌଡିଲି,ଯେତେ ଜୋରରେ ମୁଁ ଦୌଡୁଥାଏ,,କୁକୁର ବି ସେତିକି ଜୋର୍ ଲଗାଇ ମୋ ପଛରେପଡିଥାଏ ,,,,
ମୋର କାନ୍ଦୁଣୁ ମାନ୍ଦୁଣୁ ଅବସ୍ଥା,,,
ହଠାତ୍ ପାଟି କରି କିଏ କହିଲା,,,”ଠିଆ ହୋଇ ରହ” ମୋଟେ ଦୌଡନା,,,ଠିଆ ହୋଇବୁଲି ଦେଖିଲି,କୁକୁରଟି ଫେରି କି ଚାଲିଯାଉଛି,,,,,ଆଉ ଠିକ୍ ମୋ କଡରେ ମୋ ସାହିତ୍ୟ ପଢାଉ ଥିବାମିଶ୍ର ଗୁରୁଜୀ. । କହିଲେ,,ବିପଦ ଆସିଲେ ସାହାସ ରସହଲଢିବୁ. ,,,ଡରିବୁନି କେବେ,,,,ହାରିବୁନି,,,,
କଅଁଳ ମନରେ ସେ କଥାର ଅର୍ଥ ସିନା ବୁଝିପାରିଲିନି,,,କିନ୍ତୁମରେ କେମିତି ଏକ ଅଦମ୍ୟ ଉତ୍ସାହଭରିଗଲା,,,ପଦିଏ. କଥାରେ,,କିଏ ଯେମିତି ଅନ୍ଧକାର ରେ ଜାଳି ଦେଇଗଲା ସ୍ତୀମିତ ଆଲୋକ ଟି ଏ,,,,ଜ୍ଞାନାଲୋକ. ,,,ଅବା,,,,ସାଙ୍ଗ,ସାଥିମେଳ ରେ ହସି,ଖେଳିକୁଦି,ପାଠପଢି, ସେହି ଅଭୁଲା ଦିନ ସବୁ ଡେଣା ଝାଡି ଉଡିଗଲା,,,କାହିଁ,,କେତେ ଦୂରେ,,
ନିରୋଳା ରେ,,,କେବେ,,ନିଃସଙ୍ଗ
ବେଳା ରେ ଖୁବ୍ ଝୁରେ ମନ,,, ସେଇ ପିଲାଦିନ,,,
ସେଇ,,ମୋପ୍ରିୟ ,,,ବିଦ୍ୟାଳୟ ଯିଏ ମତେ ଶିଖାଇ ଥିଲା,,ମୋ ପରିଚୟ,,ମୁଁ ଓଡିଆ,,ମୋ ଭାଷା ଓଡିଆ,,,,,
କୋଟି ପ୍ରଣତି ସେଇ ଶ୍ରେଷ୍ଠ ଗୁରୁଜୀ ମାନଙ୍କ ପଦ ପଙ୍କଜ ରେ,,ଯିଏ ଜ୍ଞାନ ଆଶାବାଡି ସଦୃଶ
ସଂସାରପଥ ରେ ଚାଲିବାର କୌଶଳ କୁ ହାତ ଧରି ଅନାୟାସରେ ଶିକ୍ଷା ଦେଇଥିଲେ
,,,,,।
ରଂଜିତା ପତି
ଗଂଜାମ
୯୯୩୮୧୩୧୫୧୭

Leave a Reply

Your email address will not be published. Required fields are marked *