September 22, 2023
11 11 11 AM
*ବୁଢାଶଙ୍ଖାରି ଏକ ଦୁଃଖଦ କାହାଣୀ- ଜୟଶ୍ରୀ ଖଟୁଆ*
*ବୁଢ଼ାଶଙ୍ଖାରି ଏକ ଅଦେଖା ପ୍ରେମର ଉଛ୍ୱାସ–ଲକ୍ଷ୍ମୀପ୍ରିୟା ବେହେରା*
*”ବୁଢ଼ାଶଙ୍ଖାରି” ,ଅନାବିଳ ବାତ୍ସଲ୍ୟ ପ୍ରେମର ଅନନ୍ୟ ଉଦାହରଣ- ଲିଜାରାଣୀ ପ୍ରଧାନ*
*କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ “ବୁଢ଼ା ଶଙ୍ଖାରି” ରେ ସମ୍ପର୍କ ର ମୂଲ୍ୟବୋଧ-ଦୀପାଳି ମେହେର*
*”ବୁଢ଼ା ଶଙ୍ଖାରି” ଏକ ଆଲୋଚନା –ସବିତା ପଟ୍ଟନାୟକ*
ସୂର୍ଯ୍ୟୋଦୟ ଯୁବ ସାରସ୍ଵତ ସମାବେଶ ଆୟୋଜିତ
Allusion Of Amble – Manoj Kumar Panda
Allusions Of Finitely Infinite – Manoj Kumar Panda 
ALLUSIONS OF THE MESSAGES – Manoj Kumar Panda 
Allusions Of My Last Day – Manoj Kumar Panda 
ALLUSIONS OF BLOWN LIFE – Manoj Kumar Panda 
ALLUSIONS OF THE SOUL – Manoj Kumar Panda 
ALLUSIONS OF SILENCE KISSES- Manoj Kumar Panda 
Allusions of Volatility – Manoj Kumar Panda 
Allusions of hedonism – Manoj Kumar Panda
*ବୁଢ଼ା ଶଙ୍ଖାରି ଗଳ୍ପର ମାର୍ମିକ ଦୃଷ୍ଟିଭଙ୍ଗୀ–ଲକ୍ଷ୍ମୀପ୍ରିୟା ସେଠୀ*
*ବୁଢାଶଙ୍ଖାରି ଗଳ୍ପରେ ଗ୍ରାମଭୂମିର ଝଲକ–ରୁଦ୍ର ନାରାୟଣ ଦାଶ*
*କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ବୁଢ଼ା ଶଙ୍ଖାରି ଏକ ଭାବପ୍ରବଣତାର ଏକ ଶାଶ୍ଵତ ନିଦର୍ଶନ- ଶିବ ସେଠୀ**
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ବୁଢ଼ା ଶଙ୍ଖାରି ଏକ ଗଦ୍ୟାନୁପ୍ରାସ- ଜୀବନ ପ୍ରଦୀପ ପ୍ରଧାନ
ଗୁରୁ ଏବଂ ଶିକ୍ଷକ ମଧ୍ୟରେ ଅନେକ ଫରକ୍
Latest Post
*ବୁଢାଶଙ୍ଖାରି ଏକ ଦୁଃଖଦ କାହାଣୀ- ଜୟଶ୍ରୀ ଖଟୁଆ* *ବୁଢ଼ାଶଙ୍ଖାରି ଏକ ଅଦେଖା ପ୍ରେମର ଉଛ୍ୱାସ–ଲକ୍ଷ୍ମୀପ୍ରିୟା ବେହେରା* *”ବୁଢ଼ାଶଙ୍ଖାରି” ,ଅନାବିଳ ବାତ୍ସଲ୍ୟ ପ୍ରେମର ଅନନ୍ୟ ଉଦାହରଣ- ଲିଜାରାଣୀ ପ୍ରଧାନ* *କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ “ବୁଢ଼ା ଶଙ୍ଖାରି” ରେ ସମ୍ପର୍କ ର ମୂଲ୍ୟବୋଧ-ଦୀପାଳି ମେହେର* *”ବୁଢ଼ା ଶଙ୍ଖାରି” ଏକ ଆଲୋଚନା –ସବିତା ପଟ୍ଟନାୟକ* ସୂର୍ଯ୍ୟୋଦୟ ଯୁବ ସାରସ୍ଵତ ସମାବେଶ ଆୟୋଜିତ Allusion Of Amble – Manoj Kumar Panda Allusions Of Finitely Infinite – Manoj Kumar Panda  ALLUSIONS OF THE MESSAGES – Manoj Kumar Panda  Allusions Of My Last Day – Manoj Kumar Panda  ALLUSIONS OF BLOWN LIFE – Manoj Kumar Panda  ALLUSIONS OF THE SOUL – Manoj Kumar Panda  ALLUSIONS OF SILENCE KISSES- Manoj Kumar Panda  Allusions of Volatility – Manoj Kumar Panda  Allusions of hedonism – Manoj Kumar Panda *ବୁଢ଼ା ଶଙ୍ଖାରି ଗଳ୍ପର ମାର୍ମିକ ଦୃଷ୍ଟିଭଙ୍ଗୀ–ଲକ୍ଷ୍ମୀପ୍ରିୟା ସେଠୀ* *ବୁଢାଶଙ୍ଖାରି ଗଳ୍ପରେ ଗ୍ରାମଭୂମିର ଝଲକ–ରୁଦ୍ର ନାରାୟଣ ଦାଶ* *କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ବୁଢ଼ା ଶଙ୍ଖାରି ଏକ ଭାବପ୍ରବଣତାର ଏକ ଶାଶ୍ଵତ ନିଦର୍ଶନ- ଶିବ ସେଠୀ** କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ବୁଢ଼ା ଶଙ୍ଖାରି ଏକ ଗଦ୍ୟାନୁପ୍ରାସ- ଜୀବନ ପ୍ରଦୀପ ପ୍ରଧାନ ଗୁରୁ ଏବଂ ଶିକ୍ଷକ ମଧ୍ୟରେ ଅନେକ ଫରକ୍

ପଢନ୍ତୁ ମିନାକ୍ଷୀ ବ୍ରହ୍ମ ଙ୍କ ଗଳ୍ପ — ଅନୁଭୂତିରେ ଜଗନ୍ନାଥ

ଅନୁଭୂତିରେ ଜଗନ୍ନାଥ

           ଯାହାର ନାମରୁ ମନ କରେ ଆନନ୍ଦାମୃତର ଆସ୍ବାଦନ ସେ ବିଶ୍ବସୃକ । ଜୀବ ଅଭିଭାବକ, ଭକତ ମୁନିବ, ନିଳାଞ୍ଚଳ ବାସୀ, ଜୟ ଜଗନ୍ନାଥଙ୍କ ବାରେ ମୁଁ ମୋ ଅନୁଭୂତିରେ କିଛି ଲେଖିବାକୁ ଚେଷ୍ଟା କରିଛି ।
              ପ୍ରଭୁଙ୍କୁ ମୁଁ ବହୁ ବିଳମ୍ବରେ ଅନୁଭବ କଲି । ଜଗନ୍ନାଥ ନା ଜଗନ୍ନାଥ, ମହିମା ନଥିଲି ଅବଗତ, ମୁଁ ଛୋଟ ଥିଲି, ଆଠ କି ନଅ ବର୍ଷ ହେବ ବୋଧେ । ମୋ ପିୟୁସୀ ଜଗନ୍ନାଥଙ୍କର ଭକ୍ତ ଥିଲେ । ସମସ୍ତେ ତ ଭକ୍ତ, ହେଲେ ସିଏ ଅଲଗା ।ସିଏ ଜଗନ୍ନାଥଙ୍କର କାଷ୍ଠ ନିର୍ମିତ ତିନି ଭାଇ ଭଉଣୀଙ୍କୁ ସାଙ୍ଗରେ ଧରିଥାନ୍ତି । କୋଥଳୀ ଜାଣିଥିବେ, ସେହି କୋଥଳୀ ଭିତରେ ତାଙ୍କୁ ରଖି ଯୁଆଡେ ଯିବେ ସାଙ୍ଗରେ ନେବେ ।ଦିନେ ଆମ ଘରକୁ ଆସିଥିଲେ । ମୁଁ ଦେଖିଛି, ସକାଳ ହେଲାରୁ ଗାଧୁଆ ନିତ୍ୟ କର୍ମ ସାରି ତୁଳସୀରେ ପାଣି ଦେଇ, ତୁଳସୀ ତୋଳି ଆଣି ଆସିଲେ । ସେ କୋଥଳୀକୁ କାଢି ବସିଲେ । ସେ କୋଥଳୀରୁ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରାଙ୍କୁ ବାହାର କରି ପିଢା ଉପରେ ସଜେଇକି ଥୋଇଲେ । ସେ ତିନି ମୂର୍ତ୍ତୀକୁ ଘାଗରା ଆଉ ମାଳି ମୁକୁଟ ପିନ୍ଧେଇ ଦେଲେ । ଫୁଲ, ତିଳକ, ଚନ୍ଦନ ଲଗେଇଦେଲେ । ତାପରେ ବସିକି କାନ୍ଦିଲେ, ହାତ ଯୋଡିକି ବସିଥାନ୍ତି ଆଉ କାନ୍ଦୁଥାନ୍ତି । ଆଖିରୁ ତାଙ୍କର ଧାର ଧାର ଲୁହ ବୋହି ଯାଉଥାଏ । ଲୁହ ପୋଛି ଭୋଗ କୋଥଳୀରୁ କାଢିଲେ । ମିଶ୍ରି ଗୁଣ୍ଡ ଥିଲା ସେ ଭୋଗ । ତାକୁ ତୁଳସୀ ପକେଇ ଭୋଗ ଲଗେଇ, ସେ ଭୋଗକୁ ପିମ୍ପୁଡିମାନଙ୍କୁ ଦେଲେ । ମୁଁ ତାଙ୍କ ପାଖରେ ବସି ସେ ମୂର୍ତ୍ତୀମାନଙ୍କୁ ଦେଖୁଥାଏ । ମତେ ସେ ମୂର୍ତ୍ତୀ ଭାରି ଭଲ ଲାଗୁଥାନ୍ତି । ତାପରେ ପିୟୁସୀ ତିଳକ ସେବା ସାରି ତିନି ଠାକୁରଙ୍କୁ କୋଥଳୀ ଭିତରେ ରଖି କାନ୍ଥରେ ଟାଙ୍ଗି ଦେଲେ । ଚା, ଜଳଖିଆ ଖାଇ ସାହି ଆଡେ ବୁଲିବାକୁ ଗଲେ । ମୋ ମନ ତ ଲାଗିଛି । ମୁଁ ଚେୟାର ପକେଇ ଚଢିଗଲି ଆଉ କୋଥଳୀକୁ କାନ୍ଥରୁ କାଢି ଆଣିଲି । ଜଗନ୍ନାଥ, ବଳଦେବଙ୍କର ଆଗକୁ ହାତ ବାହାରିଛି । କାଠ କଣ୍ଢେଇ ତ ଦି’ କାଖରେ କାଖେଇକି ଖେଳୁଛି । ଏହି ସମୟରେ ମୋ ବାପା ଘର ଭିତରକୁ ପଶି ଆସିଲେ । କହିଲେ ଏ କ’ଣ, ପିୟୁସୀ ଦେଖିଲେ ମାରିବେ ଯେ, ତା’ କୋଥଳୀରୁ ଠାକୁରଙ୍କୁ କାଢି ଏମିତି କଣ୍ଢେଇ ଭଳି ଖେଳୁଛୁ । ତାଙ୍କୁ କଣ୍ଢେଇ ଭାବିଲୁ ନା’ କ’ଣ ? ରଖ ନେଇକି, ହେଇ ତୋ ପିୟୁସୀ ଆସିଲେ ।
              ମୁଁ ଡରିକି ପୁଣି କୋଥଳୀ ଭିତରେ ପୁରେଇ ଥୋଇ ଦେଲି ହେଲେ ବାପାଙ୍କୁ ଛାଡିଲିନି । ସେ ଯୋଉ କହିଲେ କଣ୍ଢେଇ ଭାବିଲୁ ନା’ କ’ଣ ? ସେ ପ୍ରଶ୍ନ ମତେ ବିଚଳିତ କଲା, ମୋ ବାପା ମଧ୍ୟ ଜଗନ୍ନାଥଙ୍କ ଭକ୍ତ, ଈଶ୍ବର ବିଶ୍ବାସି । ମୁଁ କହିଲି, ବାପା ଏ ମୂର୍ତ୍ତୀ କଣ୍ଢେଇ ନୁହଁ ତ ଆଉ କ’ଣ, ଏ କ’ଣ କଥା କହୁଛନ୍ତି, ୟା’ଙ୍କର ଜୀବନ ଅଛି ? ପିୟୁସୀ ମା’ ୟା’ଙ୍କ ଆଗରେ କାନ୍ଦୁଛନ୍ତି । ବାପା କହିଲେ ଏକଲବ୍ୟଙ୍କ କଥା ତତେ କହୁଛି ଶୁଣୁ ସେଥିରୁ ବୁଝିଯିବୁ ମୂର୍ତ୍ତୀରେ ପ୍ରାଣ ନଥାଇବି କେମିତି ଜ୍ଞାନ ଶକ୍ତିକୁ ଜୀବିତ କରେ । ଆରମ୍ଭ କଲେ; କହିଲେ ଗୁରୁ ଦ୍ରୋଣ ଏକଲବ୍ୟକୁ ଶିକ୍ଷା ଶ୍ରମରୁ ବାହାର କରି ଦେଲେ । ଗୁରୁଭକ୍ତ ଏକଲବ୍ୟ ବାହାରି ଆସି ସିଧାସଳଖ କିଛି ଦୂରରେ କୁଡିଆ କରି ତା’ ମଧ୍ୟରେ ଗୁରୁଙ୍କର ମାଟିର ପ୍ରତିମୂର୍ତ୍ତୀ ସ୍ଥାପନ କଲେ । ସେହି ମାଟି ମୂର୍ତ୍ତୀକୁ ଗୁରୁ ମନେ କରି ଭକ୍ତିରେ ସମ୍ମାନ ଦେଇ ବିଦ୍ୟା ଶିକ୍ଷା କଲେ । ସେ ମୂର୍ତ୍ତୀ ହିଁ ତାଙ୍କ ଆତ୍ମବଳକୁ ଦ୍ବିଗୁଣିତ କରିଥିଲା । ଆଉ ସେ ଅସାଧ୍ୟକୁ ସାଧ୍ୟ କରିପାରିଥିଲେ । ମୂର୍ତ୍ତୀରେ ପ୍ରାଣ ନଥିଲେ କଣ ହେଲା ମନରେ ଶକ୍ତି, ଭକ୍ତି, ଏକାଗ୍ରତା ଭରୁଥିଲା । ଇଏ ସେମିତି ଭାବର ଠାକୁର, ତାଙ୍କୁ ଭାବ ଦ୍ବାରା ବାନ୍ଧିପାରେ ଭକ୍ତ । ସବୁଠୁ ବଡକଥା ସର୍ବଦା ସତକଥା କହିବି, ସମସ୍ତଙ୍କ ପ୍ରତି ଦୟାଭାବ ରଖିବା, କାହାର ଅନିଷ୍ଠ ଚିନ୍ତା କରିବନି, ଅହଂକାରକୁ ମନରୁ ଦୂରେ ରଖିବ । ତେବେ ତୁମେ ତାଙ୍କ ସତ୍ତା ଅନୁଭବ କରିପାରିବ ।
           ମୋର ଚପଳମତ୍ତା ବୟସ । ଏ କଥାର ଗୁଢ ତଥ୍ୟକୁ ମୁଁ ଧରି ପାରୁନଥାଏ । ହେଲେ ମୋ ମନରେ ସବୁବେଳେ ଏହି କଥା ଉବୁଟୁବୁ ହେଉଥାଏ । ମତେ ପନ୍ଦର ବର୍ଷ ବୟସ ହେଇଥିବ ବୋଧେ । ଆମ ଗାଁରେ ଉଠା ଚଳଚ୍ଚିତ୍ର ପଡିଥାଏ । ମୁଁ ଦେଖିବାକୁ ଯାଇଥାଏ । ଚଳଚ୍ଚିତ୍ରର ନାମ ଥିଲା, ‘ଭକ୍ତ ସାଲବେଗ’ । ମୁଁ ଆରମ୍ଭରୁ ଶେଷ ଯାଏଁ ଦେଖିଲି । ସେଇଠୁ ମୋ ମନ ଜଗନ୍ନାଥ ପ୍ରେମରେ ଢଳିଗଲା । ବାପାଙ୍କ କହିଥିବା କଥା ମୋ ମନକୁ ଆହୁରି ଶକ୍ତି ଯୋଗାଇ ଦେଲା । ମୁଁ ସେବେଠୁ ଜଗନ୍ନାଥଙ୍କୁ ମୋ ମନ ମଧ୍ୟରେ ଆବୋରି ବସିଲି । ଯାହାକୁ ସେ ହେବେ ସଦୟ, ତା’ ହୃଦୁ ଜ୍ଞାନର ହୋଇବ ଉଦୟ । ମୁଁ ବୋଧେ ତାଙ୍କ କୃପା ଲବ୍ଧ ହେଲି । ମୋ ମନ ଭିତରେ ପ୍ରଘାଡ ଭଲପାଇବା ଜାଗ୍ରତ ହେଲା । ଠିକ୍ ଏତିକି ବେଳକୁ ମୋର ସେହି ପିଉସୀ ତିଳକ ସେବା କଲା ବେଳେ ପ୍ରଭୁଙ୍କୁ ପ୍ରଣାମ କରୁ କରୁ ସବୁ ଦିନ ପାଇଁ ଟଳି ପଡିଲେ । ତାଙ୍କୁ ରୋଗ ବେମାର କିଛି ନଥିଲା । ସମସ୍ତ କହିଲେ ସେ ପୂଣ୍ୟବତୀ ଓ ଠାକୁରଙ୍କ ଭକ୍ତ ଥିଲା । ବିନା ଯନ୍ତ୍ରଣାରେ ଚାଲିଗଲା । ମୋ ମନ ଆହୁରି ଦୃଢ ହୋଇଗଲା । ମୁଁ ଜଗନ୍ନାଥଙ୍କୁ ଆହୁରି ଆପଣେଇ ନେଲି । ମୁଁ ମଧ୍ୟ ଜଗନ୍ନାଥଙ୍କ ପାଖରେ ମୋର ସବୁ ଦୁଃଖକୁ ଲୁହ କରି ବୁହାଇଦେଲି । ମୁଁ ପ୍ରତିମୂହୁର୍ତ୍ତରେ ଜଗିର ସତ୍ତାକୁ ଅନୁଭବ କରିଚାଲିଲି । ଜଗନ୍ନାଥଙ୍କ ଫଟୋକୁ ମୋ ପାଖେ ପାଖେ ରଖି ଦୁଃଖ ସୁଖରେ ଭାଗି କଲି । ମନ, ଶରୀରରେ କଷ୍ଟ ହେଲେ ମତେ କିଛି ଜଣା ପଡେନି । କାରଣ ମୋ ପ୍ରଭୁ ମୋର ସବୁ ମୂହୁର୍ତ୍ତରେ ସହାୟକ ।
ତାଙ୍କ କୃପାରୁ ମୁଁ ଆଜି ଲେଖନୀ ଚଳାଇ କାବ୍ୟ କବିତା ସୃଷ୍ଟି କରି ପାରୁଛି । ଲେଖୁ ଲେଖୁ ଅଟକି ଗଲେ ” ଜୟ ଜଗନ୍ନାଥ ସ୍ବାମୀ ” କହି ମୁଣ୍ଡରେ ଲେଖନୀଟି ଛୁଇଁ ଦେଲେ କୁଆଡୁ ପଦ ଆସି ଯୋଡି ହୋଇଯାଏ । ଏହି ମହାମନ୍ତ୍ରଟି “ସାଲବେଗ” ଚଳଚ୍ଚିତ୍ରରୁ ମୁଁ ପାଇଥିଲି । ପ୍ରତ୍ୟେହ ମୂହୁର୍ତ୍ତରେ ମୋ ହୃଦୟର ଭଜନମାଳା ଏହି ମହାମନ୍ତ୍ରଟି । ଏ ମୋର ହୃଦୟର ଅନୁଭୂତି ।

ମିନାକ୍ଷୀ ବ୍ରହ୍ମ
ଖଙ୍କିରା, ଗନ୍ଦିଆ, ଢେଙ୍କାନାଳ
ଫୋନ୍ ନମ୍ବର- ୬୩୭୧୯୫୬୦୦୯

Loading

Leave a Reply

Your email address will not be published. Required fields are marked *