March 21, 2023
11 11 11 AM
ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ
ନିଵେଦନ – ଅଶୋକ କୁମାର ପତି
ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ
ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ
ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା
ମୋ ଜୀବନ – ହେମନ୍ତ କୁମାର ସାହୁ ‌
ଶୀତ – ଶ୍ରୀମତୀ କୃଷ୍ଣା ଦାସ
ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ
ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ
ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ
ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ
କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ
ଦୁହିତା – ସୀମାଞ୍ଚଳ ପଣ୍ଡା
ହେ ଈଶ୍ବର – ଡଃ ପ୍ରିୟମ୍ବଦା ସାମଲ
ବିଶ୍ବ ମହିଳା ଦିବସ – ଭାସ୍କର ରାଉତ
ଆସ ପାଳିବା ମହିଳା ଦିବସ – ଡଃ ପ୍ରିୟମ୍ବଦା ସାମଲ
କିଏ ଶୁଣିବ-ଜୀବନ ପ୍ରଦୀପ ପ୍ରଧାନ
ଅତ୍ୟାଚାରୀ ମଣିଷ-ପଦ୍ମାବତୀ ସ୍ୱାଇଁ
ନର ରାକ୍ଷାସ-ମମତା ବାରିକ୍
ମରୀଚିକା – ମଧୁସ୍ମିତା ରାଉତ
Latest Post
ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ ନିଵେଦନ – ଅଶୋକ କୁମାର ପତି ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା ମୋ ଜୀବନ – ହେମନ୍ତ କୁମାର ସାହୁ ‌ ଶୀତ – ଶ୍ରୀମତୀ କୃଷ୍ଣା ଦାସ ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ ଦୁହିତା – ସୀମାଞ୍ଚଳ ପଣ୍ଡା ହେ ଈଶ୍ବର – ଡଃ ପ୍ରିୟମ୍ବଦା ସାମଲ ବିଶ୍ବ ମହିଳା ଦିବସ – ଭାସ୍କର ରାଉତ ଆସ ପାଳିବା ମହିଳା ଦିବସ – ଡଃ ପ୍ରିୟମ୍ବଦା ସାମଲ କିଏ ଶୁଣିବ-ଜୀବନ ପ୍ରଦୀପ ପ୍ରଧାନ ଅତ୍ୟାଚାରୀ ମଣିଷ-ପଦ୍ମାବତୀ ସ୍ୱାଇଁ ନର ରାକ୍ଷାସ-ମମତା ବାରିକ୍ ମରୀଚିକା – ମଧୁସ୍ମିତା ରାଉତ

ପଢନ୍ତୁ ମାନସ ରଞ୍ଜନ ଯେନା ଙ୍କ ଗଳ୍ପ “ମୋ ଅନୁଭବରେ ଜଗନ୍ନାଥଙ୍କ ଉପସ୍ଥିତି”

ମୋ ଅନୁଭବରେ ଜଗନ୍ନାଥଙ୍କ ଉପସ୍ଥିତି”

ଶ୍ରାବଣ ମାସ ସରିସରି ଆସୁଥାଏ ତା ସଙ୍ଗେ ସଙ୍ଗେ ଶୀତଋତୁର ହାଡ଼ଭଙ୍ଗା ଶୀତର ପ୍ରକୋପ ବି କମିଆସୁଥାଏ । ଆମ ପରିବାରର ସମସ୍ତ ସଦସ୍ୟ ହଠାତ ନିଷ୍ପତି ନେଲୁ ପୁରୀ ଯିବୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବାକୁ । ମାତ୍ର ଆଶ୍ଚର୍ଯ୍ୟର କଥା ପୁରୀଯିବାକୁ ଆବଶ୍ୟକ ହେଉଥିବା ଅର୍ଥ କାହା ପାଖରେ ନାହିଁ l ମାତ୍ର ବାପା ହଠାତ କହିଦେଇ ଚାଲିଗଲେ ଯେ ଲୀଳାମୟ କାଳିଆ ଡୋରା ଲାଗିଲେ ଅସମ୍ଭବବି ସମ୍ଭବ ହୋଇଯିବ । ବାପା ଏହି ଦୁଇପଦ କଥା ଯେମିତି କାଳିଆ କାନରେ ପଡ଼ିଗଲା । ଠିକ ସନ୍ଧ୍ୟାବେଳକୁ ବାପାଙ୍କଠୁ ଜଣେ ଗାଁ ଲୋକ ଧାର ନେଇଥିବା ଦଶ ହଜାର ଟଙ୍କା ଫେରେଇବାକୁ ଆସିଲା । ଏହାପରେ ଆମ୍ଭେମାନଙ୍କ ଉତ୍ସାହ ଦ୍ୱିଗୁଣିତ ହେବାକୁ ଲାଗିଲା । ଆମ୍ଭେ ସେଇ ସମ୍ବଳକୁ ନେଇ ଆମ ପରିବାରବର୍ଗ ବାହାରିଲୁ ପୁରୀ ।

ଆମ୍ଭେ ଜଗନ୍ନାଥ ଦର୍ଶନ ପାଈଁ “ଜଗନ୍ନାଥ”ଟ୍ରେନରେ ଯାତ୍ରା କଲୁ l ଆପଣମାନେ ଏକ କଥା ଜାଣିଲେ ନକରେ ଲୁଗାଗୁଂଜି ହସିବେ l ଟ୍ରେନରେ ଯିବା ରାସ୍ତାରେ ଦିଦି ମଝିରେ ମଝିରେ ବାନ୍ତି କରୁଥାଏ । ଏହା ହସକଥା ନୁହେଁ ତ ଆଉ କଣ ? ଟ୍ରେନରେ କେହି କଣ ବାନ୍ତି କରେ ? ସେ ଯାହା ହେଉ ଜଗତପତିଙ୍କୁ ଦର୍ଶନ କରିବାର ମନବଳହିଁ ଦିଦିଙ୍କୁ ନେଇ ପୁରୀ ପହଞ୍ଚେଇ ଦେଲା । ସେଠାରେ ପହଂଚିବା ପରେ ଲଜରେ ରହିଲୁ, ଦିଦି ବି ଟିକେ ସୁସ୍ଥ ଜଣାପଡୁଥିଲେ । ତେଣୁ ବାପା କହିଲେ ଯେ ସମସ୍ତେ ଦର୍ଶନ ପାଈଁ ବାହାରିବା ମାତ୍ର ଦିଦି ରାଜି ହେଲେନି କହିଲେ ହାଲିଆ ଲାଗୁଛି, ତମେ ଯାଅ ମୋତେ ଭଲ ଲାଗିଲେ ମୁଁ ପରେ ଯିବି । ଶେଷରେ ବାପା ଦିଦିଙ୍କୁ ଔଷଧଦେଇ ମୋ ସାନଭଉଣୀକୁ ନେଇ ଦର୍ଶନ ପାଈଁ ବାହାରିଲେ, ଆଉ ମୋତେ ଦିଦିଙ୍କ ଦେଖାଶୁଣା ପାଈଁ ଛାଡ଼ିଗଲେ । ଦିଦି କହୁଥାନ୍ତି ମୁଁ କାଳିଆମୁହଁ ଦର୍ଶନ କରିନପାରେ ତାହା କାଳିଆସାଆନ୍ତେ ଚାହୁଁଛିନା କଣ ? ସତରେ ମୁଁ କେଢେ ପାପୀଟିଏ ? ମୁଁ କହୁଥାଏ ନା ଭଗବାନଙ୍କୁ ଡାକେ ଶୀଘ୍ର ସୁସ୍ଥ କରିଦେବେ । ଦେଲେ ଦର୍ଶନ କରିବା ଆଉ ଘରକୁ ଫେରିବା ।

ଅଳ୍ପ ସମୟ ପରେ ଦିଦିଙ୍କ ଆରଂଭ ହେଲେ ପ୍ରବଳ ବାନ୍ତି । ସେ ଅଣନିଶ୍ୱାସୀ ହୋଇପଡ଼ୁଥାନ୍ତି । କଣ କରିବି ମୁଁ ? ମୋ ମୁଣ୍ଡ କଣ ହେଇଯାଉଥାଏ । ଦିଦି ଏପଟେ ରଡିକରୁଥାଏ ଅଜସ୍ର ବାନ୍ତିରେ ଜଳିୟ ଅଂଶ କମିଗଲାଣି । ମୁଁ ବିଲଡିଂ ର ଛାତ ଉପରକୁ ଯାଇ ଲକ୍ଷ୍ୟ କରୁଥାଏ । ବାପା ଆସୁଛନ୍ତିକି ନଇଁ ଏବଂ ଶ୍ରୀମନ୍ଦିର ଆଡକୁ ଚାହିଁ ଅଭିଯୋଗ କରୁଥାଏ କାଳିଆ ପାଖରେ  କି ରେ ଭାବବିନନ୍ଦିଆ କାହିଁକି ଏତେ କଷ୍ଟ ଦେଉଛୁ ତୋର ଏ ନିବିଡ ଭକ୍ତକୁ ? କଷ୍ଟ ତାର ନିବାରଣ କର ! ତୁ ପରା କଷ୍ଟ ନିବାରକ ? ବିଚାରି ତୋ ଦରଶନ ପାଈଁ ଏତେ ଦୂର ଧାଇଁ ଆସିଛି  ଏତିକି ବେଳେ ବାପା ଆସିଲେ ଆସି ଦେଖିଲେ ଦିଦିର ସ୍ୱାସ୍ଥ୍ୟ ଆହୁରି ବିଗିଡି ଯାଇଛି ବାପା କହୁଥାନ୍ତି ଡାକ୍ତରଙ୍କୁ ଡାକିବାକୁ ଯିବେ l କହୁ କହୁ ଦିଦିଙ୍କ ପାଟିରେ କାଳିଆ ପାଖରୁ ଆସିଥିବା ତୁଳସୀଟିଏ ଦେଲେ ଦିଦି ନିଶ୍ଚିନ୍ତାରେ ସୁଇଗଲା l ବାପା ଯାଇଥାନ୍ତି ଡାକ୍ତରଙ୍କୁ ଡାକିବାକୁ କିଛିସମୟ ପରେ ଦିଦି ଉଠିଲା ବାଥରୁମ ଗଲା ଏବଂ ଆସିଲା ଆଉ କହିଲା କି ଏବେ ସେ ପୁରା ସୁସ୍ଥ l ମୁଁ ତ କାବା ହୋଇଗଲି,ଜଗନ୍ନାଥଙ୍କ ତୁଳସୀରେ ଏତେ ଶକ୍ତି ଥାଏ ମୁଁ ଆଜି ପ୍ରଥମେ ଜାଣିଲି l ମୁଁ ଲାଗୁଥିଲା ଯେମିତି ଛଳିଆ ମୋ ଅଭିଯୋଗକୁ ଗ୍ରହଣ କରିଛି ପୁଣି ଦିଦି କଷ୍ଟ ନିବାରଣ ପାଇଁ ଏ ତୁଳସୀ ରୂପେ ସେ ସ୍ୱୟଂ ଆସିଛି l ତୁଳସୀ ଆସିବା ପରଠୁ ମୋତେ କେମିତି ଏକ ନୂଆ ଅନୁଭବ ହେଉଥିଲ l ଯେମିତିକି ଆମ ଚତୁର୍ପାଶ୍ୱରେ ଜଗନ୍ନାଥ ଉପସ୍ଥିତ l ଦାରୁବ୍ରଙ୍କ ଶ୍ରୀ ଅଙ୍ଗରୁ ନିଃଶୃତ ଚନ୍ଦନ, ଆଗୁରୁ ର ବାସ୍ନା ମୋତେ ଆଚମ୍ବିତ କରୁଥାଏ l ବାପାଙ୍କୁ ଫୋନ କଲି ଏବଂ କହିଲି ଯେ ଦିଦି ଏବେ ସୁସ୍ଥ l ଡାକ୍ତରଙ୍କୁ ଆଣିବା କିଛି ଆବଶ୍ୟକ ନାହିଁ l ବାପା ଆସି ମଧ୍ୟ ଦେଖିଲେ ଦିଦି ସତରେ ପୁରା ସୁସ୍ଥ l ଏବଂ ସେ କହୁଥାନ୍ତି, ପ୍ରକୃତରେ
ନ ଚ ଦୈବାତ ପରମ ବଳ

ମାନସ ରଞ୍ଜନ ଯେନା
ନିମା, ବାଲେଶ୍ବର
ଫୋନ – =6370518900

 507 total views,  1 views today

Leave a Reply

Your email address will not be published. Required fields are marked *