September 28, 2023
11 11 11 AM
ଧୈର୍ଯ୍ୟ ତଥା ଦୃଢ଼ ମନୋବଳ ସବୁ ସଫଳତାର ମୁଖ୍ୟ କାରଣ ହୋଇଥାଏ ବୋଲି ଭଉଣୀ ନିକଟକୁ ପତ୍ର – ରୁଦ୍ର ନାରାୟଣ ଦାଶ
*ବୁଢାଶଙ୍ଖାରି ଏକ ଦୁଃଖଦ କାହାଣୀ- ଜୟଶ୍ରୀ ଖଟୁଆ*
*ବୁଢ଼ାଶଙ୍ଖାରି ଏକ ଅଦେଖା ପ୍ରେମର ଉଛ୍ୱାସ–ଲକ୍ଷ୍ମୀପ୍ରିୟା ବେହେରା*
*”ବୁଢ଼ାଶଙ୍ଖାରି” ,ଅନାବିଳ ବାତ୍ସଲ୍ୟ ପ୍ରେମର ଅନନ୍ୟ ଉଦାହରଣ- ଲିଜାରାଣୀ ପ୍ରଧାନ*
*କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ “ବୁଢ଼ା ଶଙ୍ଖାରି” ରେ ସମ୍ପର୍କ ର ମୂଲ୍ୟବୋଧ-ଦୀପାଳି ମେହେର*
*”ବୁଢ଼ା ଶଙ୍ଖାରି” ଏକ ଆଲୋଚନା –ସବିତା ପଟ୍ଟନାୟକ*
ସୂର୍ଯ୍ୟୋଦୟ ଯୁବ ସାରସ୍ଵତ ସମାବେଶ ଆୟୋଜିତ
Allusion Of Amble – Manoj Kumar Panda
Allusions Of Finitely Infinite – Manoj Kumar Panda 
ALLUSIONS OF THE MESSAGES – Manoj Kumar Panda 
Allusions Of My Last Day – Manoj Kumar Panda 
ALLUSIONS OF BLOWN LIFE – Manoj Kumar Panda 
ALLUSIONS OF THE SOUL – Manoj Kumar Panda 
ALLUSIONS OF SILENCE KISSES- Manoj Kumar Panda 
Allusions of Volatility – Manoj Kumar Panda 
Allusions of hedonism – Manoj Kumar Panda
*ବୁଢ଼ା ଶଙ୍ଖାରି ଗଳ୍ପର ମାର୍ମିକ ଦୃଷ୍ଟିଭଙ୍ଗୀ–ଲକ୍ଷ୍ମୀପ୍ରିୟା ସେଠୀ*
*ବୁଢାଶଙ୍ଖାରି ଗଳ୍ପରେ ଗ୍ରାମଭୂମିର ଝଲକ–ରୁଦ୍ର ନାରାୟଣ ଦାଶ*
*କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ବୁଢ଼ା ଶଙ୍ଖାରି ଏକ ଭାବପ୍ରବଣତାର ଏକ ଶାଶ୍ଵତ ନିଦର୍ଶନ- ଶିବ ସେଠୀ**
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ବୁଢ଼ା ଶଙ୍ଖାରି ଏକ ଗଦ୍ୟାନୁପ୍ରାସ- ଜୀବନ ପ୍ରଦୀପ ପ୍ରଧାନ
Latest Post
ଧୈର୍ଯ୍ୟ ତଥା ଦୃଢ଼ ମନୋବଳ ସବୁ ସଫଳତାର ମୁଖ୍ୟ କାରଣ ହୋଇଥାଏ ବୋଲି ଭଉଣୀ ନିକଟକୁ ପତ୍ର – ରୁଦ୍ର ନାରାୟଣ ଦାଶ *ବୁଢାଶଙ୍ଖାରି ଏକ ଦୁଃଖଦ କାହାଣୀ- ଜୟଶ୍ରୀ ଖଟୁଆ* *ବୁଢ଼ାଶଙ୍ଖାରି ଏକ ଅଦେଖା ପ୍ରେମର ଉଛ୍ୱାସ–ଲକ୍ଷ୍ମୀପ୍ରିୟା ବେହେରା* *”ବୁଢ଼ାଶଙ୍ଖାରି” ,ଅନାବିଳ ବାତ୍ସଲ୍ୟ ପ୍ରେମର ଅନନ୍ୟ ଉଦାହରଣ- ଲିଜାରାଣୀ ପ୍ରଧାନ* *କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ “ବୁଢ଼ା ଶଙ୍ଖାରି” ରେ ସମ୍ପର୍କ ର ମୂଲ୍ୟବୋଧ-ଦୀପାଳି ମେହେର* *”ବୁଢ଼ା ଶଙ୍ଖାରି” ଏକ ଆଲୋଚନା –ସବିତା ପଟ୍ଟନାୟକ* ସୂର୍ଯ୍ୟୋଦୟ ଯୁବ ସାରସ୍ଵତ ସମାବେଶ ଆୟୋଜିତ Allusion Of Amble – Manoj Kumar Panda Allusions Of Finitely Infinite – Manoj Kumar Panda  ALLUSIONS OF THE MESSAGES – Manoj Kumar Panda  Allusions Of My Last Day – Manoj Kumar Panda  ALLUSIONS OF BLOWN LIFE – Manoj Kumar Panda  ALLUSIONS OF THE SOUL – Manoj Kumar Panda  ALLUSIONS OF SILENCE KISSES- Manoj Kumar Panda  Allusions of Volatility – Manoj Kumar Panda  Allusions of hedonism – Manoj Kumar Panda *ବୁଢ଼ା ଶଙ୍ଖାରି ଗଳ୍ପର ମାର୍ମିକ ଦୃଷ୍ଟିଭଙ୍ଗୀ–ଲକ୍ଷ୍ମୀପ୍ରିୟା ସେଠୀ* *ବୁଢାଶଙ୍ଖାରି ଗଳ୍ପରେ ଗ୍ରାମଭୂମିର ଝଲକ–ରୁଦ୍ର ନାରାୟଣ ଦାଶ* *କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ବୁଢ଼ା ଶଙ୍ଖାରି ଏକ ଭାବପ୍ରବଣତାର ଏକ ଶାଶ୍ଵତ ନିଦର୍ଶନ- ଶିବ ସେଠୀ** କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ବୁଢ଼ା ଶଙ୍ଖାରି ଏକ ଗଦ୍ୟାନୁପ୍ରାସ- ଜୀବନ ପ୍ରଦୀପ ପ୍ରଧାନ

ପଢନ୍ତୁ ମମତା ରାଣୀ ଦାଶ ଙ୍କ ଗଳ୍ପ ଅଭୁଲା ସ୍ମୃତି

ଅନୁଭୂତି ରେ ମୋ ବିଦ୍ୟାଳୟ ଏବଂ ପିଲାଦିନ

ଅଭୁଲା ସ୍ମୃତି

ବିଦ୍ୟାଳୟ ଜୀବନ ବାସ୍ତବରେ ଖୁବ ଆନନ୍ଦ ଦାୟକ। ପିଲାଦିନେ ସାଙ୍ଗ ସାଥି ମେଳ, ଜାତି ଜାତିକା ଖେଳ,ସାଙ୍ଗ ହୋଇ ସ୍କୁଲ ଯିବାର ଅନୁଭୂତି ସତରେ ନିଆରା। ସେଦିନର କଥା ମନେ ପଡିଗଲେ କେତେବେଳେ ଓଠରେ ହସ ଫୁଟି ଯାଏ ତ କେତେବେଳେ ଆଖିରେ ଲୁହ ଆସିଯାଏ। ସେ ସବୁ ସ୍ମୃତିକୁ ଲେଖି ବସିଲେ ଯେ ଉପନ୍ୟାସ ମଧ୍ୟ ଛୋଟ ପଡିଯିବ ଏଥିରେ ଦିମତ ନାହିଁ। ସେଦିନର ଛବି ଆଜିବି ଜୀବନ୍ତ ପରି ଆଖି ରେ ନାଚି ଯାଉଛି।ପିଲା ଦିନର ମୋର ପ୍ରିୟ ସାଙ୍ଗ ଥିଲା ଜ୍ୟୋତି।ସାଙ୍ଗ ହୋଇ ଖେଳୁ ସ୍କୁଲ ଯାଉ।ମୁଁ ସ୍କୁଲ ଯିବାକୁ ଭଲ ପାଉଥିଲି।ଘର ଠାରୁ ପ୍ରାୟ ୨କି.ମି. ଥିଲା ସ୍କୁଲ,ଚାଲି ଚାଲି ଯାଉଥିଲୁ।ସ୍କୁଲ ପାଖକୁ ଲାଗି ଗୋଟିଏ ବଡ ପୋଖରୀ ଥିଲା। ପ୍ରାୟ ସବୁଦିନ ମଧ୍ୟାହ୍ନ ଛୁଟିରେ ମୁଁ ତା ପାଖକୁ ଯାଏ, ମୋତେ ଭଲ ଲାଗେ ପଥରଟିଏ ଫିଙ୍ଗି ପାଣିର ଭଉଁରୀ ଦେଖିବାକୁ।ମାଆ କିନ୍ତୁ ସବୁବେଳେ ସେ ପୋଖରୀ ପାଖକୁ ଯିବା ପାଇଁ ମନା କରେ।ବର୍ଷା ହେଲେ ଛତା କେବେ ନେଉ ନଥିଲି।ଫେରିବା ସମୟରେ ବର୍ଷା ହେଲେ ନନା(ବଡ଼ ଭାଇ)ଯାଇ ନେଇ ଆସୁଥିଲା।ବର୍ଷା ସମୟରେ ନନା ପିଠିରେ ଲାଉ ହେଇ ଘରକୁ ଫେରିବାର ମଜା ଥିଲା ସବୁଠାରୁ ନିଆରା।ଆମ ଘରେ ସେତେବେଳେ ଟିଭି ନଥିଲା ତେଣୁ ଯାହାର ଟିଭି ଥିଲା ଆସିଲା ବେଳେ ଟିକେ ଦେଖିକରି ଆସୁଥିଲୁ।ମାଆ ପାଖରୁ ଗାଳି ମଧ୍ୟ ଶୁଣୁଥିଲି ଏଥିପାଇଁ।ସବୁ ଖୁସି ଭିତରେ ଗୋଟିଏ ଦୁଃଖ ଥିଲା ଇଛା ଥାଇ ବି ମୁଁ କେତୋଟି ଖେଳ ଖେଳିପାରୁନଥିଲି,ମୋଟା ଅଧିକ ଥିବାରୁ ଦଉଡି ପାରୁନଥିଲି।ଯଦି କେହି ସାଙ୍ଗରେ ଖେଳିବାକୁ ମନା କରୁଥିଲା ବହୁତ କାନ୍ଦୁଥିଲି।

ଏସବୁ ଭିତରେ ମାନେପଡୁଛି ସେଦିନ ବର୍ଷା ଋତୁ ସରି ଯାଇଥିଲେ ବି ଝିପି ଝିପି ବର୍ଷା ହେଉଥାଏ।ମୁଁ ସେତେବେଳେ ୪ର୍ଥ ଶ୍ରେଣୀରେ ପଢୁଥାଏ। ଜ୍ୟୋତି ସେଦିନ ମନାକଲା ସ୍କୁଲ ଯିବନାହିଁ, ମୋତେ ବି କହିଲା ମାମା ତୁ ବି ଆଜି ଯାଆନି,ନନା ନାନୀ ଆସିବେ ଆଜି ସାଙ୍ଗ ହୋଇ ଖେଳିବା।ସେଦିନ ଥାଏ ତା ଜେଜେବାପାଙ୍କର ଶ୍ରାଦ୍ଧ ।ଘରକୁ ଆସିବେ ସହରରେ ରହୁଥିବା ତା ବଡବାପା ବଡ଼ମା ଓ ତାଙ୍କ ପୁଅ ଝିଅ।ମୁଁ ଆସି ଘରେ ମାଆ କୁ ମନା କଲି ଆଜି ସ୍କୁଲ ଯିବିନି।ମାଆ ବୁଝେଇଲା ସେମାନେ ଏଯାଏ ଆସିନାହାନ୍ତି,ତୁ ସ୍କୁଲ ଯା ଆସିଲେ ସେମାନଙ୍କ ସହିତ ଖେଳିବୁ।ମୁଁ କିନ୍ତୁ ଜିଦ୍ଧି ଧରିଲି ଯିବିନି ବୋଲି।ମାଆ ରାଗିଯାଇ ଗୋଟିଏ ତେନ୍ତୁଳି ଗଛର ଡାଳ ଭାଙ୍ଗି ଆଣି ବାଡେଇଲା।ତା ପରେ ଟାଣି ଟାଣି ଆଣି ସବୁଦିନ ପରି ସଜ କରି ୩ଟଙ୍କା ଦେଇ ପଠେଇଲା।ଝିପି ଝିପି ବର୍ଷା ହେଉଥାଏ ଛତା ନ ନେଇ କାନ୍ଦି କାନ୍ଦି ସ୍କୁଲ ଚାଲିଗଲି।

ସ୍କୁଲ ଯିବାକୁ ମୁଁ ବହୁତ ଭଲ ପାଏ ତେଣୁ ସେଦିନ ସ୍କୁଲରେ ପହଁଚିବା ପରେ ସବୁ ଭୁଲି ଖୁସି ହୋଇଯାଇଥିଲି।ଚିତ୍ର ଅଙ୍କନ ପ୍ରତିଯୋଗିତାରେ ଭାଗ ନେଇ ମୟୁର ଚିତ୍ରଟିଏ ଆଙ୍କିଥିଲି।ଦିଦି ଆମ ସମସ୍ତଙ୍କୁ ଚକଲେଟ ଦେଇଥିଲେ।ଏସବୁ ଭିତରେ ମୋ ଦେହର ତାତି ଟିକେ ଟିକେ ବଢିବାକୁ ଲାଗିଥାଏ।ସ୍କୁଲ ଛୁଟି ହେବା ସମୟକୁ ବର୍ଷା ପ୍ରବଳ ମାତ୍ରା ରେ ହେଉଥାଏ।ବାହାରକୁ ଦେଖେତ ନନା ଛତା ନେଇ ଯାଇଥାଏ ମୋତେ ଆଣିବାକୁ।

ଘରେ ପହଁଚିବା ପରେ ମୋତେ ଦେଖି ମାଆ ପୁରା ବ୍ୟସ୍ତ ହୋଇଯାଇଥିଲା।ସକାଳର ମାଡ଼ ଚିହ୍ନ ଗୁଡିକ ନାଲି ହୋଇଯାଇଥିଲା।ଦେହରେ ତାତି ବଢି ଯାଇଥିଲା ସେତେବେଳକୁ।ନନା କହୁଥାଏ ଆହୁରି ମେଘରେ ଓଦା ହବୁ ଜର ତୋତେ ହବନି କଣ ଗାଁର ଲୋକଙ୍କୁ ହେବ।ମାଆ କିନ୍ତୁ ଜାଣି ପାରିଥିଲା ମୋର ସେ ଜ୍ୱର ବର୍ଷାରେ ଓଦା ପାଇଁ ନୁହଁ ସକାଳର ମାଡ଼ ପାଇଁ ହୋଇଛି।କାହିଁକି ନା ମୁଁ କେବେ ବି ମାଡ଼ ଖାଇ ନଥିଲି ।ସଂଗେ ସଂଗେ ମାଆ ଖାଇବାକୁ ଦେଇ ଘରେ ଥିବା ଔଷଧ ଦେଇଥିଲା।ରାତି ପର୍ଯ୍ୟନ୍ତ ଜ୍ୱର କମି ନଥିଲା।ଘରେ ସମସ୍ତେ ବହୁତ ଵ୍ୟସ୍ତ ହୋଇପଡିଥିଲେ ।ଜେଜେମାଆ ସେମିତି ମୋ ପାଖରେ ବସି ମୁଣ୍ଡ ଆଉଁସି ଦେଉଥାଏ ଆଉ ମାଆ ଉପରେ ଭାରି ରାଗୁଥାଏ।ପରଦିନ ସକାଳକୁ ଧୀରେ ଧୀରେ ଠିକ ହୋଇଯାଇଥିଲି ଅବଶ୍ୟ।

ଘରେ ସମସ୍ତଙ୍କର ବହୁତ ଗେଲ୍ହା ଥିଲି,କେହି ବି କେବେ ରାଗୁ ନଥିଲେ।ସେଦିନର ସେହି ମାଡ଼ ମୋର ପ୍ରଥମ ଥିଲା କି ନାହିଁ ମନେ ନାହିଁ କିନ୍ତୁ ଶେଷ ମାଡ଼ ନିଶ୍ଚୟ ଥିଲା।ସେହି ଦିନ ଠାରୁ କାହା ଠାରୁ କେବେ ମାଡ଼ ଖାଇନାହିଁ।ଜିଦ୍ଧି କରିବାର ଗୁଣ ବୋଧେ ସେଇଦିନ ଠାରୁ ଶେଷ ହୋଇଯାଇଛି।ଏହା ନିହାତି ସତ ଯେ ଗୁରୁଜନ ମାନଙ୍କ ମାଡ଼,ଶାସନ ଆମର ସୁନ୍ଦର ଭବିଷ୍ୟତ ଟିଏ ଗଢିବା ପାଇଁ ନିହାତି ଦରକାରୀ ହୋଇଥାଏ।

ମମତା ରାଣୀ ଦାଶ
ତିହିଡି,ଭଦ୍ରକ

Loading

Leave a Reply

Your email address will not be published. Required fields are marked *