October 01, 2023
11 11 11 AM
ଧୈର୍ଯ୍ୟ ତଥା ଦୃଢ଼ ମନୋବଳ ସବୁ ସଫଳତାର ମୁଖ୍ୟ କାରଣ ହୋଇଥାଏ ବୋଲି ଭଉଣୀ ନିକଟକୁ ପତ୍ର – ରୁଦ୍ର ନାରାୟଣ ଦାଶ
*ବୁଢାଶଙ୍ଖାରି ଏକ ଦୁଃଖଦ କାହାଣୀ- ଜୟଶ୍ରୀ ଖଟୁଆ*
*ବୁଢ଼ାଶଙ୍ଖାରି ଏକ ଅଦେଖା ପ୍ରେମର ଉଛ୍ୱାସ–ଲକ୍ଷ୍ମୀପ୍ରିୟା ବେହେରା*
*”ବୁଢ଼ାଶଙ୍ଖାରି” ,ଅନାବିଳ ବାତ୍ସଲ୍ୟ ପ୍ରେମର ଅନନ୍ୟ ଉଦାହରଣ- ଲିଜାରାଣୀ ପ୍ରଧାନ*
*କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ “ବୁଢ଼ା ଶଙ୍ଖାରି” ରେ ସମ୍ପର୍କ ର ମୂଲ୍ୟବୋଧ-ଦୀପାଳି ମେହେର*
*”ବୁଢ଼ା ଶଙ୍ଖାରି” ଏକ ଆଲୋଚନା –ସବିତା ପଟ୍ଟନାୟକ*
ସୂର୍ଯ୍ୟୋଦୟ ଯୁବ ସାରସ୍ଵତ ସମାବେଶ ଆୟୋଜିତ
Allusion Of Amble – Manoj Kumar Panda
Allusions Of Finitely Infinite – Manoj Kumar Panda 
ALLUSIONS OF THE MESSAGES – Manoj Kumar Panda 
Allusions Of My Last Day – Manoj Kumar Panda 
ALLUSIONS OF BLOWN LIFE – Manoj Kumar Panda 
ALLUSIONS OF THE SOUL – Manoj Kumar Panda 
ALLUSIONS OF SILENCE KISSES- Manoj Kumar Panda 
Allusions of Volatility – Manoj Kumar Panda 
Allusions of hedonism – Manoj Kumar Panda
*ବୁଢ଼ା ଶଙ୍ଖାରି ଗଳ୍ପର ମାର୍ମିକ ଦୃଷ୍ଟିଭଙ୍ଗୀ–ଲକ୍ଷ୍ମୀପ୍ରିୟା ସେଠୀ*
*ବୁଢାଶଙ୍ଖାରି ଗଳ୍ପରେ ଗ୍ରାମଭୂମିର ଝଲକ–ରୁଦ୍ର ନାରାୟଣ ଦାଶ*
*କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ବୁଢ଼ା ଶଙ୍ଖାରି ଏକ ଭାବପ୍ରବଣତାର ଏକ ଶାଶ୍ଵତ ନିଦର୍ଶନ- ଶିବ ସେଠୀ**
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ବୁଢ଼ା ଶଙ୍ଖାରି ଏକ ଗଦ୍ୟାନୁପ୍ରାସ- ଜୀବନ ପ୍ରଦୀପ ପ୍ରଧାନ
Latest Post
ଧୈର୍ଯ୍ୟ ତଥା ଦୃଢ଼ ମନୋବଳ ସବୁ ସଫଳତାର ମୁଖ୍ୟ କାରଣ ହୋଇଥାଏ ବୋଲି ଭଉଣୀ ନିକଟକୁ ପତ୍ର – ରୁଦ୍ର ନାରାୟଣ ଦାଶ *ବୁଢାଶଙ୍ଖାରି ଏକ ଦୁଃଖଦ କାହାଣୀ- ଜୟଶ୍ରୀ ଖଟୁଆ* *ବୁଢ଼ାଶଙ୍ଖାରି ଏକ ଅଦେଖା ପ୍ରେମର ଉଛ୍ୱାସ–ଲକ୍ଷ୍ମୀପ୍ରିୟା ବେହେରା* *”ବୁଢ଼ାଶଙ୍ଖାରି” ,ଅନାବିଳ ବାତ୍ସଲ୍ୟ ପ୍ରେମର ଅନନ୍ୟ ଉଦାହରଣ- ଲିଜାରାଣୀ ପ୍ରଧାନ* *କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ “ବୁଢ଼ା ଶଙ୍ଖାରି” ରେ ସମ୍ପର୍କ ର ମୂଲ୍ୟବୋଧ-ଦୀପାଳି ମେହେର* *”ବୁଢ଼ା ଶଙ୍ଖାରି” ଏକ ଆଲୋଚନା –ସବିତା ପଟ୍ଟନାୟକ* ସୂର୍ଯ୍ୟୋଦୟ ଯୁବ ସାରସ୍ଵତ ସମାବେଶ ଆୟୋଜିତ Allusion Of Amble – Manoj Kumar Panda Allusions Of Finitely Infinite – Manoj Kumar Panda  ALLUSIONS OF THE MESSAGES – Manoj Kumar Panda  Allusions Of My Last Day – Manoj Kumar Panda  ALLUSIONS OF BLOWN LIFE – Manoj Kumar Panda  ALLUSIONS OF THE SOUL – Manoj Kumar Panda  ALLUSIONS OF SILENCE KISSES- Manoj Kumar Panda  Allusions of Volatility – Manoj Kumar Panda  Allusions of hedonism – Manoj Kumar Panda *ବୁଢ଼ା ଶଙ୍ଖାରି ଗଳ୍ପର ମାର୍ମିକ ଦୃଷ୍ଟିଭଙ୍ଗୀ–ଲକ୍ଷ୍ମୀପ୍ରିୟା ସେଠୀ* *ବୁଢାଶଙ୍ଖାରି ଗଳ୍ପରେ ଗ୍ରାମଭୂମିର ଝଲକ–ରୁଦ୍ର ନାରାୟଣ ଦାଶ* *କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ବୁଢ଼ା ଶଙ୍ଖାରି ଏକ ଭାବପ୍ରବଣତାର ଏକ ଶାଶ୍ଵତ ନିଦର୍ଶନ- ଶିବ ସେଠୀ** କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ବୁଢ଼ା ଶଙ୍ଖାରି ଏକ ଗଦ୍ୟାନୁପ୍ରାସ- ଜୀବନ ପ୍ରଦୀପ ପ୍ରଧାନ

*ପଢନ୍ତୁ ମମତାରାଣୀ ଦାଶ ଙ୍କ ପ୍ରବନ୍ଧ ଓଡ଼ିଆ ଲୋକଗୀତ ରେ ଓଡ଼ିଆଣୀ ର ଜୀବନ ଚରିତ*

*ଓଡ଼ିଆ ଲୋକଗୀତ ରେ ଓଡ଼ିଆଣୀ ର ଜୀବନ ଚରିତ*


କୌଣସି ଦେଶ ବା ଜାତିର ଇତିହାସ ସଂପୃକ୍ତ ଦେଶ ବା ଜାତି ସମ୍ବଧ ରେ ସମ୍ୟକ ଧାରଣା ଦେଇଥାଏ। ସେହିପରି ଗୋଟିଏ ଭାଷା ବା ସାହିତ୍ୟର ଇତିହାସ ସଂପୃକ୍ତ ଭାଷା ବା ସାହିତ୍ୟର ସମୃଦ୍ଧି ବିଷୟରେ ଅନେକ ତଥ୍ୟ ଯୋଗାଇଥାଏ।ଓଡ଼ିଆ ସାହିତ୍ୟର ଇତିହାସ ଦେଖିବାକୁ ଗଲେ ଲିଖିତ ସାହିତ୍ୟ ପ୍ରାୟ ୧୪୦୦ଶତାବ୍ଦୀରୁ ଅଭିଲେଖ ସାହିତ୍ୟ ଓ ସାରଳା ସାହିତ୍ୟ ନାମରେ ଆରମ୍ଭ ହୋଇଛି।କିନ୍ତୁ ଲିଖିତ ସାହିତ୍ୟ ରଚିତ ହେବାର ବହୁ ପୂର୍ବରୁ ପ୍ରାୟ ୮ମ-୯ମ ଶତାବ୍ଦୀ ଠାରୁ ଲୋକସାହିତ୍ୟ ବଞ୍ଚି ରହିଥିଲା ଲୋକଙ୍କ ମୁଖରେ।ଲୋକ ମୁଖରୁ ମୁଖକୁ ଥିଲା ଏହାର ଗତି।ଏହାର ଜନ୍ମ ସ୍ଥାନ ଥିଲା ପଲ୍ଲୀ।ଏହି ଲୋକସାହିତ୍ୟ ଥିଲା ତ୍ରିବିଧ ଯେପରି ଲୋକଗୀତ, ଲୋକକାହାଣୀ,ଲୋକନାଟକ।

ଲୋକଗୀତ କୁ ଆଲୋଚନା ର ପରିସରକୁ ଆଣିଲେ ଦେଖିବାକୁ ମିଳେ କି ଏଥିରେ ପଲ୍ଲୀ ସମାଜର ଟିକିନିଖି ଚିତ୍ର ପ୍ରତିଫଳିତ।ଏହା ସାଧାରଣତଃ ଉଭୟ ନାରୀ ଓ ପୁରୁଷ ମୁଖରୁ ଶୁଣିବାକୁ ମିଳେ।ପୁରୁଷ ମାନଙ୍କ କ୍ଷେତ୍ରରେ ଏହା କୃଷକଗୀତ,ଲଉଡିଗୀତ,ପାଟୁଆ ଗୀତ ଆଦି ନାମରେ ନାମିତ ଥିବା ବେଳେ ନାରୀ ମାନଙ୍କ କ୍ଷେତ୍ରରେ ଏହାର ବ୍ୟବହାର ବ୍ୟାପକ ଦେଖିବାକୁ ମିଳେ।

ନାରୀ ମାନଙ୍କ ମୁଖରେ ଲୋକଗୀତ ର ପ୍ରସାର ଆଲୋଚନା ବହୁ ବ୍ୟାପକ।ଏହା ବିଭିନ୍ନ ନାମରେ ଦେଖିବାକୁ ମିଳିଥାଏ ଯେପରି ମା ଟିଏ ପିଲାକୁ ଖୁଆଇବା ପାଇଁ,ଶୁଆଇବା ପାଇଁ,ଅଝଟ ପଣ କୁ ଭୁଲେଇବା ପାଇଁ ବିଭିନ୍ନ ଗୀତ ଗାଇଥାନ୍ତି ଯାହାକି ନାନାବୟା ଗୀତ/ଶିଶୁଗୀତ ଭାବରେ ପରିଚିତ।ଗୀତ ଗୁଡିକ ଏହିପରି-
(କ)
ଧୋ ରେ ବାୟା ଧୋ
ଯୋଉ କିଆରୀରେ ଗହଳ ମାଣ୍ଡିଆ
ସେଇ କିଆରୀରେ ଶୋ।
(ଖ)
ଆ’ ଜହ୍ନ ମାମୁଁ ଶରଗ ଶଶୀ
ମୋ କାଁହୁ ହାତରେ ପଡ଼ରେ ଖସି।

କେତେ ସୁଖ ଦୁଃଖ, ହସ ଖେଳ ରେ ପରିପୂର୍ଣ୍ଣ ଏହି ସଂସାର।ଅତୀତରେ ସାମାଜିକ ବ୍ୟବସ୍ଥାରେ ପରିବାରରେ ନାରୀର ମର୍ଯ୍ୟାଦା ଆଦୌ ନଥିଲା।ଯୌତୁକ ପ୍ରଥା,ଶାଶୁ ନଣନ୍ଦ ଙ୍କ ଅତ୍ୟାଚାର ରେ ଦୁଃଖରେ ଦିନ କଟୁଥିଲା ନବ ବଧୂ।ତା ର ମୁଖରୁ ନିବୃତ୍ତ ଲୋକଗୀତ କାନ୍ଦଣା ଗୀତ ଭାବରେ ପରିଚିତ।
(କ)
ବାପା ବସିଥିଲେ ଗମ୍ଭୀରି ଘରେ,ବୋଉ କିଲୋ
ଟଙ୍କା ପହଞ୍ଚିଲା ଦିଇ ପହରେ,ବୋଉ କିଲୋ
ମୋହର ଯେମନ୍ତ ନିଶ୍ୱାସ ଥିବ,ବୋଉ କିଲୋ
ଟଙ୍କା ବାର କୋଡ଼ି ଅଙ୍ଗାର ହେବ,ବୋଉ କିଲୋ।
(ଖ)

ହୁଅନ୍ତି ମୁଁ କାକ ପକ୍ଷୀ
ଜନନୀକୁ ଥରେ ଆସନ୍ତି ଦେଖି
ସଫଳ ହୁଅନ୍ତା ଆଖି, ସଜନୀ ରେ।
ଭୁଞ୍ଜି ବସିଲେ ଆହାର,
ମନେ ପଡୁଥିବି ମୁହିଁ ତାହାର
ନେତୃ ଗଡୁଥିବ ନିର, ସଜନୀରେ।

ପଲ୍ଲୀ ଜୀବନରେ ଅବସର ବେଳରେ ସନ୍ଧ୍ୟା ସକାଳେ ପିଲାମାନେ ନାନା ପ୍ରକାର କ୍ରୀଡ଼ାରେ ରତ ରହନ୍ତି।

ପୁଚି ଖେଳ, ଦୋଳିଖେଳ ଠାରୁ ଆରମ୍ଭ କରି ନାନା ଉତ୍ସବ ବ୍ୟସନ ରେ ସମ ବୟସ ପିଲାମାନେ କୌତୁକ ପୁର୍ଣ୍ଣ ଭାବରେ ବିଭିନ୍ନ ଗୀତ ଗାନ କରୁ ଥିବାର ଶୁଣିବାକୁ ମିଳେ।ଯେପରି-
(କ)
କଳା ବାଇଗଣ ଧଳା ବାଇଗଣ କଟିଦେଲି ଗଉଣିଏ
ମୋ ସଙ୍ଗେ ଯେ ପୁଚି ଖେଳିବ ମରିଦେବି କହୁଣିଏ।
(ଖ)
ପୁଚି ଲୋ ଯା ଯା ତୁ ଘୁଞ୍ଚି ଲୋ
ବାଡ଼ି ଆଡେ ଗୋଧି
ପୁଚି ନ ଜାଣୁଚୁ ମାଇପି ଟୋକି
କିଏ ଶିଖେଇବ ବୁଦ୍ଧି।

ଲୋକଗୀତ ଲୋକ ଚରିତ୍ରର ଅସରନ୍ତି ଅନୁଭୂତିକୁ ନିପୁଣ ଭାବରେ ରୂପାୟିତ କରିଅଛି।ପ୍ରାୟ ହସ କୌତୁକ ମଧ୍ୟରେ ପାରିବାରିକ ଜୀବନ ମଧୁମୟ ହୋଇଉଠେ।ଢଗ ଜରିଆରେ ବ୍ୟଙ୍ଗ ବିଦ୍ରୁପର ଶାଣିତ ପ୍ରହାର ସହିବାକୁ ପଡେ।ଯେପରି-

“ଅଖାଇ କରିଛି ଓଷା
ଡୋଲିକ ଚାଉଳ ଓଳିକେ ଖାଇଲା
ଦାନ୍ତ ଅଛି ଦରଘଷା”

ଦେଶର ବର୍ଣାଶ୍ରମ ସମାଜରେ ବିଭିନ୍ନ ଜାତିର ଲୋକେ ନିଜ ନିଜର ବ୍ୟବହାର ପାଇଁ ଚିହ୍ନା ପଡିଯାଆନ୍ତି।କର୍ମ ଚଞ୍ଚଳତା ଓ କର୍ତ୍ତବ୍ୟ ସାଧନର ଗୌରବ ମଧ୍ୟରେ ଜୀବନ ସଂଗ୍ରାମ ର ତିକ୍ତ ମଧୁର ଅନୁଭୂତି ଗାଁ ସ୍ତ୍ରୀ ଲୋକଙ୍କ ମୁହଁରୁ ଶୁଣିବାକୁ ମିଳେ-
(କ)
କୁମ୍ଭାର ଘରର ବୋହୁ
ଝାଟିକି ନଗଲେ ମାଟିକୁ ଯାଉ।
(ଖ)
କେମ୍ପା କରଣ, ଛୋଟା ଘୋଡ଼ା
ଖନା ଓକିଲ, ହାକିମ ଟେଡା।

ହୀନ ମାନ୍ୟତା ଗ୍ଲାନି ରେ ସଢୁଥିବା ଲୋକ ମାନଙ୍କୁ ଆଟୋପ କରି ସମାଜ ରେ କେତେକ ଲୋକଗୀତ ଶୁଣିବାକୁ ମିଳେ ଯେପରି-
“ଘରେ ନ ପାଏ ତୋରାଣୀରେ ଲୁଣ,
ପର ଘରେ ଖୋଜେ ତିନି ତିଉଣ।”

ଅନେକ ସମୟରେ ଯୋଗ୍ୟ ପଦାର୍ଥ ଓ ବ୍ୟକ୍ତି ଉପଯୁକ୍ତ ଆଦର ଓ ସ୍ବୀକୃତି ପାଆନ୍ତି ନାହିଁ।ସେ କ୍ଷେତ୍ରରେ ଶୁଣା ଯାଉ ଥିବା ଲୋକଗୀତ ଗୁଡିକ ମଧ୍ୟରେ-

“ଅସତୀ ଭୁଞ୍ଜଇ ପଲଙ୍କ ସୁପାତି, କୂଳବତୀ ହୁଏ ଦାସୀ।
ସାହି ସାହି ହୋଇ ବୁଲଇ ଗୋରସ, ମଦ ବିକା ଯାଏ ବସି।”

ଲୋକ ଗୀତ ସୃଷ୍ଟି ଓଡ଼ିଆଣି ମୁଖରେ ଚିର ପ୍ରସାରିତ।ଲୋକ କବି ଭାବରେ ନାରୀ ମାନଙ୍କ ସଂଖ୍ୟା ସାଧାରଣତଃ ଅଧିକ।ଅଧିକନ୍ତୁ ଏମାନଙ୍କ କଣ୍ଠ ରେ ଏହା ସଦା ବର୍ତ୍ତମାନ।ଆଧୁନିକ ସମାଜ ରେ ଏହାର ବ୍ୟବହାର କମିଯାଇଥିଲେ ମଧ୍ୟ ଏହା ଓଡ଼ିଆ ସାହିତ୍ୟ ରେ ଆଦ୍ୟ ପୃଷ୍ଠା ରେ ଲୋକ ସାହିତ୍ୟ ନାମରେ ମଣ୍ଡନ କରିଛି।

ମମତା ରାଣୀ ଦାଶ
ତିହିଡି,ଭଦ୍ରକ

Loading

Leave a Reply

Your email address will not be published. Required fields are marked *