ଓଡ଼ିଆ ଭାଷା ସାହିତ୍ୟରେ ନାରୀ କବିମାନଙ୍କ ଭୂମିକା



ନାରୀ!ସୃଷ୍ଟିର ପ୍ରଥମ ଜୀବ।ତା’ରିଠାରୁ ସୃଷ୍ଟି ତ୍ରି ଦେବ।
ସେଠାରୁ ସୃଷ୍ଟିଆରମ୍ଭ।ନାରୀ ବିନା ସୃଷ୍ଟିର ସତ୍ତା ଲୋପ। ସେହିଁ ଜନନୀ ଭଗିନୀ ଜାୟା। ତିନିରୂପେ ପ୍ରକାଶଇ କାୟା।
ଭାଷା ସାହିତ୍ୟ କ୍ଷେତ୍ରେ ସେହିଁ ଆଦ୍ୟଗୁରୁ ଅଟେ ସନ୍ତାନର।
ସନ୍ତାନ ମୁଖରୁ ନୁସୃତ ହୁଏ ଭାଷା।
ସେହି ଭାଷାସାହିତ୍ୟ ଲାଗି ନାରୀଙ୍କ ଅବଦାନ ଅବିସ୍ମରଣୀୟ।ଆମ ଭାଷା ସାହିତ୍ୟକୁ ପରିପୃଷ୍ଠ କରିଥିବା ମହୀୟସୀ ନାରୀ ମାନଙ୍କ ମଧ୍ୟରେ ସର୍ବାଗ୍ରେ ଆସନ୍ତି ବୈଷ୍ଣବି କବୀ ମଧବୀ ଦାସ ଯାହାଙ୍କ ସୃଷ୍ଟି”ପୁରୁଷୋତ୍ତମ”ନାଟକ।ଏହି ମହୀୟସୀ ମହିଳା ଥିଲେ ମାଦଳା ପାଞ୍ଜିର ଆଦ୍ୟ ଲେଖିକା।
ଆନ ଏକ ବୈଷ୍ଣମ୍ବୀୟ ନାରୀକବୀ ହେଲେ ବୃନ୍ଦାବତୀ ଦାସୀ,ଯାହାଙ୍କ ସୃଷ୍ଟିସମ୍ଭାର ହେଉଛି “ପୂର୍ଣ୍ଣତମ ଚନ୍ଦ୍ରୋଦୟ”ଯାହା ନବାକ୍ଷରୀ ବୃତେ ରଚିତ ଥିଲା।ଜଗନ୍ନାଥ ଦସଙ୍କ ଭାଗବତ ସମ୍ପୁର୍ଣ୍ଣ ସେହି ଶୈଳୀରେ ସୃଷ୍ଟି।
ନିଶଙ୍କ ରାଣୀ ରାୟଙ୍କ “ପଦ୍ମାବତୀଅଭିଳାଷ”।ଦୁର୍ଗା ପଟ୍ଟନାୟକଙ୍କ “ସରଗ ଫଳ”।
ପରବର୍ତ୍ତି କାଳରେ ସ୍ବାଧୀନତା ସଙ୍ଗ୍ରାମୀ ପ୍ରଥମ ନାରୀ କବୀ କୁନ୍ତଳା କୁମାରୀ ସାବତଙ୍କ ଆବିର୍ଭାବ। ବାଣୀ ଭଣ୍ଡାରକୁ ତାଙ୍କ ଅବଦାନ “ଉଛ୍ବାସ”,”ପ୍ରେମ ଚିନ୍ତାମଣି”,”ଓଡିଆ କାନ୍ଦଣା”,”ଅଞ୍ଜଳି”,ଇତ୍ୟାଦି।
ଆନ ଏକ ସ୍ବାଧୀନତା ସଙ୍ଗ୍ରାମୀହେଲେ ରମାଦେବୀ ଚୌଧୁରୀ।ଯହାଙ୍କ ଅବଦାନ ଅବିସ୍ମରଣୀୟ,”ସକଳ ତୀର୍ଥ ତୋ ଚରଣେ”, “ବଦ୍ରିକା ଯିବି କି କାରଣେ”,ତଥା ଆତ୍ମଜୀବନୀ “ମୋଜୀବନପଥ”ଆଜିବି ପାଠକ ମନରେ ସଂଘର୍ଷର ବହ୍ନି ପ୍ରଜ୍ବଳିତ କରେ।
ମନ ମୋହିନୀ ଦେବୀଙ୍କ ଅବଦନରେ
“ଝରଣା,”ପୁଷ୍ପାଳି”,”ଅର୍କାବଳି”,”ଅଶୋକ ବନରେ ବୈଦେହୀ ସୀତା”,ସାଙ୍ଗକୁ ବିଦ୍ୟୁତ ପ୍ରଭା ଦେବୀଙ୍କ “ସବିତା”,”ଯାହା କୁହାଯାଏ”,”ସ୍ବପ୍ନଦ୍ବୀପ”, “ଖରା ଶିଉଳି”,ଆଦି ମହାର୍ଘ ଦାନ ଆମ ଭାଷା ସାହିତ୍ୟକୁ।
ସେହିଭଳି ଆନ ଏକ ନାରୀନେତ୍ରୀ ସୁ ସିହିତ୍ୟିକା ନନ୍ଦିନୀ ଶତପଥି ଯେକି ଓଡିଶାର ପ୍ଥମ ମହିଳା ମୁଖ୍ୟମନ୍ତ୍ରୀ ଥିଲେ।ଜାହାଙ୍କ ଅବଦାନ”ଉତ୍ତର ପୁରୁଷ”ଏଥିସହିତ ଅନୁବାଦ ସାହିତ୍ୟରେ ନିଜର ପରାକାଷ୍ଠା ଲାଗି ପାଇଥଲେ*ସାହିତ୍ୟ ଭାରତୀ*ସମ୍ମାନ।ସେହିଭଳି ଅନ୍ୟ ଏକ ପ୍ରତିଭା ସରୋଜିନୀ ସାହୁ। ଯାହାଙ୍କ ଅବଦାନହେଲା”ମହାଯାତ୍ରା”, “ଗମ୍ଭୀରି ଘର”, ଆଦି ଅବିସ୍ମରଣୀୟ ଦାନ।ଅନ୍ନପୂର୍ଣ୍ଣା ଦାସଙ୍କ”ତ୍ରିଧାରା”, ମନୋରମା ମହାପାତ୍ରଙ୍କ”ଯୁଆର ଯେଉଁଠେ ଉଠେ”, “ବୈଦେହୀ ବିସର୍ଜିତ”,ସାଙ୍ଗକୁ ଶୈଳ ବାଳା ମହାନ୍ତିଙ୍କ “ଲୁହର ଯମୁନା”, “ସତୀ ସୌରଭ”ଆଦି ର ପଟାନ୍ତର ନାହିଁ।
ଆଜିର ଉତ୍ତର ପିଢିରେ ପ୍ରତିଭା ଶତପଥିଙ୍କ “ଆମ କବିତା”, “ସାହାଡା ସୁନ୍ଦରୀ”, “ଶବରୀ”, “ତନ୍ମୟ ଧୂଳି ଇତ୍ୟାଦି।ପ୍ରତିଭା ରାୟଙ୍କ “ମୋକ୍ଷ”, “ମହାରାଣୀ ପୁତ୍ର”, “ଉଲଙ୍ଘନ”, “ମହା ମୋହ”,ସାଙ୍ଗକୁ “ଯାଜ୍ଞସେନୀ”ଭଳି ଅବଦାନ ଆମ ଭାଷା ସାହିତ୍ୟ ଲାଗି ଅମୂଲ୍ୟ ଉପହାର।
ଏମାନଙ୍କ ବ୍ୟତିତ ଅଞ୍ଜଳୀ ତ୍ରିପାଠୀ,ଅନ୍ନପୂର୍ଣ୍ଣା ଦେବୀ,ଅପର୍ଣ୍ଣା ସାହୁ,ଆଶାଲତା ଦାସ,ବାସନ୍ତି ମିଶ୍ର,ବିଜୟଲକ୍ଷ୍ମୀ ମହାନ୍ତି,ବୀଣାପାଣି ସାହୁ,ଗୋଲାପ ମଞ୍ଜରୀ କର, ଇନ୍ଦିରା ପଟ୍ଟନାୟକ,ଜୟଶ୍ରୀ ଦାସ,କବିତା ମିଶ୍ର,କଳ୍ପଲତା ପାତ୍ର,କାନନବାଳା ପଟ୍ଟନାୟକ,କାନ୍ତିଲତା ଦାସ,କୁମ୍ କୁମ୍ ରାୟ,କୁସୁମ ପଟ୍ଟେଲ,ମହାପାତ୍ର ତରୁଲତା ସାମଲ,ମୀନାକ୍ଷି ରାଉତରାୟ,ମୀନାକ୍ଷି ସିଂହ,ପ୍ରବାସିନୀ ମିଶ୍ର,ପୁର୍ଣ୍ଣମାସୀ ଦେବୀ,ପ୍ରମିଳା ପତି,ପାର୍ବତୀ ମିଶ୍ର,ରତ୍ନମଞ୍ଜରୀ ନାୟକ,ସବିତା ରାଣୀ ବେହେରା,ସବିତା ଶତପଥି,ଶକ୍ତିପ୍ରଭା ମିଶ୍ର,ଶକୁନ୍ତଳା ବଳାୟାର ସିଂହ,ଶକୁନ୍ତଳା ରାଉତ ରାୟ,ସଲୀଳା ମହାନ୍ତି,ସଂଘମିତ୍ରା ମିଶ୍ର,ଶର୍ମିଷ୍ଠ ମହାପାତ୍ର,ସ୍ନେହମୟୀ ଦାସ,ସୁବାଷିନୀ ଧଳ,ସୁଚେତା ରାଉତ,ସୁଲେଖା ସାମନ୍ତରାୟ,ସୁଶ୍ରୀ ମଞ୍ଜୁଳା କର,ଉର୍ମିଳା ଆଚାର୍ଯ୍ୟ,ଈତିଶ୍ରୀ ସାମନ୍ତ,ବୀଣାପାଣି ମହାନ୍ତି ଆଦିଙ୍କ ଦାନରେ ଆମ ଭଷା ସାହିତ୍ୟ କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ଆସିପାରିଛି।ଏହିଭଳି ଧାରା ଜାରିରଖି ଆମ ଭାଷାସାହିତ୍ୟକୁ ରୁଦ୍ଧିମନ୍ତ କରି ଚାଲନ୍ତୁ।ମୋଭାଷାଜନନୀର ଜୟହେଉ।
*************************
(ଭାସ୍କର ରାଉତ,ଦେବମାୟା ଭବନ ଶେରଗଡ଼,ଗଞ୍ଜାମ।)
#୯୭୭୬୪୮୬୬୨୮#

Leave a Reply

Your email address will not be published. Required fields are marked *