🌹🌹🌹🔘🔱🔘🌹🌹🌹
🕉️ଅନୁଭୁତିରେ ପ୍ରଭୁ ଶ୍ରୀ ଜଗନ୍ନାଥ🕉️
🌷🙏🌷🙏🌷🙏🌷🙏🌷
ଦୁଇହଜାର ଉଣିଶି ମସିହା ଡିସେମ୍ବର ମାସ ଅଠର ତାରିଖ।ସେହିଦିନ ଆମ ବିଦ୍ୟାଳୟରେ ଗାରିମା ପରୀକ୍ଷା ହେଉଥାଏ।ଏହି ପରୀକ୍ଷା ପରିଚାଳନା ନିମନ୍ତେ ଗୁରୁ ଛାତ୍ର ମାନେ ଆସିଥାଆନ୍ତି।ସୁନ୍ଦର ଭାବର ପରୀକ୍ଷା ପରିଚାଳନାକରି ସମାପ୍ତି ଘୋଷଣା କଲେ।
ପରୀକ୍ଷା ସମାପ୍ତି ପରେ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ବିତରଣ କରାଗଲା।ପିଲାଙ୍କ ଖାଇବା ସରିବା ପରେ ସମସ୍ତ ଶିକ୍ଷକ ତଥା ଅତିଥି ବୃନ୍ଦ ମଧ୍ୟାନ ଭୋଜନ ନିମନ୍ତେ ଆସିନ ହଲୁ।ତାପରେ ବ୍ୟଞ୍ଜନ ପରିବେଷଣ କରାଗଲା।ଟମାଟ ଖଟାର ଅଙ୍ଗୁର ଗୁଡିକ ଶିମ୍ବ ଭଳି ଦେଖାଯାଉଥିଲା।ତାହାଦେଖି ଆମେ ଅତ୍ୟନ୍ତ ଖୁସୀଥିଲୁ।କାରଣ ଶିମ୍ବ ମଞ୍ଜି ମିଳିବ।ବ୍ୟଞ୍ଜନ ପରିବେଷଣ ପରେ ସମର୍ପଣ କଲା ବେଳେ ଜାଣି ପାରିଲି ତାହା ଶିମ୍ବ ନୁହେ ଅଙ୍ଗୁର। ମନରେ ଦୁଃଖଭାବ ଘେନି ଭୋଜନରେ ରତ।
ତିନିଗ୍ରାସ ପରେ ଆମ ଟମାଟ ଖଟାରୁ ଶିମ୍ବ ମଞ୍ଜିଟ ପ୍ରାପ୍ତ।ଆନନ୍ଦର ମନ ନାଚି ଉଠିଲା।ହେଲେ ସହକର୍ମୀଙ୍କ ତାତ୍ସଲ୍ୟ।ସେଟା କାଳେ ମାଛର ଆଖିଟାଏ।କିନ୍ତୁ ସୁପକାର ମା’ମାନେ ରାଜିହୋଇନଥିଲେ।ସମସ୍ତେ ପ୍ରତିବାଦ କରିଥିଲେ ତାହା ଶିମ୍ବ ମଞ୍ଜିବୋଲି।ସେହି ଅବସରରେ ମଞ୍ଜିଟିକୁ ଚାପିଦେଲି। ସେ ଦୁଇଫାଳ ହୋଇଗଲା।ସଭିଙ୍କ ମନରେ ବିଭିନ୍ନ ଭାବ ଉଙ୍କିଆସିଲା।ସର୍ବେ ସ୍ବୀକାର କରିଥିଲେକି ବୁଢାରଭାଗ୍ୟବଡ଼।
ବାସ୍ତବିକ ଜୀବନ କ୍ଷେତ୍ରରେ ଏମିତି ଅନେକ ଅନୁଭୁତି ପାଇଛି।ତେଣୁ ତା ପାଖରେ ସବୁ ସମର୍ପି ଦେଇ ନାମକୁମାତ୍ର ରହିଛି।
ସେପରା ଆମବାପା ଆଉ ଆମେତା ପୁଅ।ଆମ ଜୀବନର ପ୍ରତିଟି ଅ ସମାହିତ ପ୍ରଶ୍ନର ସମାଧାନକରୀ ସ୍ବୟଂ ଶ୍ରୀ ଜଗନ୍ନାଥ।ତାହା ପାଇବା ଲାଗି ଏକମାତ୍ର ରାସ୍ତା।ଏକାନ୍ତ ଚିତ୍ତରେ ଚିନ୍ତାକଲେ ଉତ୍ତର ଆପେଆପେ ଆସିଯାଏ।ସେଲାଗି ଆଜିର ଜୀବନ।ସେହିପାଦେ କରିଛି ସମର୍ପଣ।
ସେପରା ମୋ କାଳିଆ,ଗଳାମାଳିଆ।।
🌷🙏🌷🙏🌷🙏🌷🙏🌷
ଭାସ୍କର ରାଉତ,ଦେବମାୟା ଭବନ,ଶେରଗଡ଼,ଗଞ୍ଜାମ।)
#୯୭୭୬୪୮୬୬୨୮#
*************************
647 total views, 1 views today