March 21, 2023
11 11 11 AM
ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ
ନିଵେଦନ – ଅଶୋକ କୁମାର ପତି
ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ
ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ
ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା
ମୋ ଜୀବନ – ହେମନ୍ତ କୁମାର ସାହୁ ‌
ଶୀତ – ଶ୍ରୀମତୀ କୃଷ୍ଣା ଦାସ
ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ
ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ
ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ
ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ
କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ
ଦୁହିତା – ସୀମାଞ୍ଚଳ ପଣ୍ଡା
ହେ ଈଶ୍ବର – ଡଃ ପ୍ରିୟମ୍ବଦା ସାମଲ
ବିଶ୍ବ ମହିଳା ଦିବସ – ଭାସ୍କର ରାଉତ
ଆସ ପାଳିବା ମହିଳା ଦିବସ – ଡଃ ପ୍ରିୟମ୍ବଦା ସାମଲ
କିଏ ଶୁଣିବ-ଜୀବନ ପ୍ରଦୀପ ପ୍ରଧାନ
ଅତ୍ୟାଚାରୀ ମଣିଷ-ପଦ୍ମାବତୀ ସ୍ୱାଇଁ
ନର ରାକ୍ଷାସ-ମମତା ବାରିକ୍
ମରୀଚିକା – ମଧୁସ୍ମିତା ରାଉତ
Latest Post
ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ ନିଵେଦନ – ଅଶୋକ କୁମାର ପତି ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା ମୋ ଜୀବନ – ହେମନ୍ତ କୁମାର ସାହୁ ‌ ଶୀତ – ଶ୍ରୀମତୀ କୃଷ୍ଣା ଦାସ ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ ଦୁହିତା – ସୀମାଞ୍ଚଳ ପଣ୍ଡା ହେ ଈଶ୍ବର – ଡଃ ପ୍ରିୟମ୍ବଦା ସାମଲ ବିଶ୍ବ ମହିଳା ଦିବସ – ଭାସ୍କର ରାଉତ ଆସ ପାଳିବା ମହିଳା ଦିବସ – ଡଃ ପ୍ରିୟମ୍ବଦା ସାମଲ କିଏ ଶୁଣିବ-ଜୀବନ ପ୍ରଦୀପ ପ୍ରଧାନ ଅତ୍ୟାଚାରୀ ମଣିଷ-ପଦ୍ମାବତୀ ସ୍ୱାଇଁ ନର ରାକ୍ଷାସ-ମମତା ବାରିକ୍ ମରୀଚିକା – ମଧୁସ୍ମିତା ରାଉତ

ପଢନ୍ତୁ ବୈଦ୍ୟନାଥ ମହାନ୍ତି ଙ୍କ ଗଳ୍ପ ଅନୁଭୂତି ରେ ପ୍ରଭୁ ଶ୍ରୀ ଜଗନ୍ନାଥ

ଅନୁଭୂତି ରେ ପ୍ରଭୁ ଶ୍ରୀ ଜଗନ୍ନା

ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ଅପୂର୍ବ ମହିମା ବିଷୟ ରେ ସ୍ଵୟଂ ଅନୁଭୂତି ବିଷୟ ରେ କିଛି ଲେଖିବା ପାଇଁ ସୁଯୋଗ ଦେଇ ଥିବାରୁ ପ୍ରଥମେ ସଂଯୋଜକ ଏବଂ ସାଥୀ ମାନଙ୍କୁ ମୋର ହାର୍ଦ୍ଦିକ କୃତଜ୍ଞତା ଜଣାଇବା ସହିତ ମୋ ଅଙ୍ଗେ ନିଭା ମହିମା ବର୍ଣ୍ଣନା କରିବାକୁ ଯାଉଛି।
ଆମ ଘର କେନ୍ଦ୍ରାପଡ଼ା ଜିଲ୍ଲାର ଆଳୀ ବ୍ଲକ ଅନ୍ତର୍ଗତ ଏଣ୍ଡୋଲ ଗ୍ରାମ ସହେ ତିରିଶ କିଲୋ ମିଟର ଦୂର। ମୋର ପିଲା ଦିନ ରୁ ଇଚ୍ଛା ଥିଲା ପୁରୀ ଯାଇ ଜଗନ୍ନାଥ ଙ୍କ ଅପୂର୍ବ ଦର୍ଶନ କରିବା ପାଇଁ ହେଲେ କେବେ ସୁଯୋଗ ମିଳି ନ ଥିଲା। ତା ଡୋରି ଲାଗି ନ ଥାଏ, ସାଲେପୁର କଲେଜରେ ବି କମ୍ ପାସ୍ ପରେ ସାଙ୍ଗ ମାନଙ୍କ ସହିତ ଯିବାର ପ୍ଲାନ୍ କଲି ହେଲେ ଯାଇ ପାରିଲି ନାହିଁ। ଘରକୁ ଯାଇ ଯେବେ ବି ଯୋଜନା କରେ ଏକା ତ ଯାଇ ହେବ ନାହିଁ ସାଥି ହୋଇ ପ୍ରତ୍ୟେକ ଥର ଅକୃତକାର୍ଯ୍ୟ ହେଲି। ଦିଲ୍ଲୀ ରେ ଗୋଟିଏ କମ୍ପାନୀ ରେ ଭଲ ଆକାଉଣ୍ଟାଣ୍ଟ ଚାକିରି କଲି, ବାହାଘର , ପିଲାଛୁଆ ଘର ସଂସାର, ଘରବାଡ଼ି , ଦିଲ୍ଲୀ ରେ ଘର କଲି ରହି ବାରେ ଲାଗିଲି ହେଲେ ଯେତେ ଥର ପୁରୀ ଯିବା କଥା ପଡେ କିଛି ନା କିଛି ବାଧା ଉପୁଜେ, ଏମିତି ରେ ୧୯୮୬ ରୁ ସନ୍ ୨୦୦୫ ପର୍ଯ୍ୟନ୍ତ ଚେଷ୍ଟା କେବଳ ଚେଷ୍ଟା ରେ ହିଁ ରହି ଗଲା। ମୋ ବଡ଼ ଝିଅ ର ହାଇସ୍କୁଲ ପରୀକ୍ଷା ସାରିଥାଏ, ମୁଁ ଆମ କମ୍ପାନୀ ରୁ ଛୁଟି ନେଇ ଝିଅ କୁ ଆଣିବାକୁ ଏବଂ ଦିଲ୍ଲୀ ବୁଲାଇ ବାକୁ ଘର କୁ ବାହାରିଲି, ମାଲିକ ମୋତେ କହିଲେ ବୈଦ୍ୟନାଥ ମୁଁ ଶୁଣିଛି ପୁରୀ ର ଅଭଡ଼ା ଭୋଗ ବହୁତ୍ ଭାଗ୍ୟ ରେ ଥିଲେ ମିଳେ ତୁମେ ମୋ ପାଇଁ ଏଥର ଆସିଲା ବେଳକୁ ନିଶ୍ଚୟ ଆଣିବ, ମୋର ବି ଇଚ୍ଛା ଥାଏ ତେଣୁ ଘର କୁ ଯିବା ବେଳେ କାହିଁକି କେଜାଣି ମୁଁ ସଂକଳ୍ପ କଲି ଘରକୁ ଯାଇ ପୁଣି ପୁରୀ ଆସିବି କାହିଁକି, ସିଧା ଭୁବନେଶ୍ୱର ରେ ରହି ଝିଅ କୁ ଡକାଇ ଦେବି, ପୁରୁଷୋତ୍ତମ ଏକ୍ସପ୍ରେସ ରେ ପୁରୀ ରୁ ଦିଲ୍ଲୀ ଟିକେଟ ନେଇଗଲି , ମୁଁ ଭାବିଲି ଜଗନ୍ନାଥ ଙ୍କ ଦର୍ଶନ ହେଉ ବା ନ ହେଉ କମ୍ ସେ କମ୍ ପୁରୀ ବଡ଼ଦାଣ୍ଡ ର ମାଟି ତ ମଥାରେ ବୋଳି ପାରିବି,
ସେହି ଅନୁଯାୟୀ ଝିଅ ଭୁବନେଶ୍ୱର ରେ ଆସି ପହଞ୍ଚିଲା ଆମେ ବାପା ଝିଅ ଦୁହେଁ ପୁରୀ ଶ୍ରୀକ୍ଷେତ୍ର ଅଭିମୁଖେ ଯାତ୍ରା କଲୁ। ଦିଅଁ ଦର୍ଶନ ର ଅନୁଭୂତି ମୋ ପାଇଁ ଆପୂର୍ବ ଥିଲା, ମନ ଆନନ୍ଦ ରେ ଗଦ୍ ଗଦ ହୋଇ ଯାଇଥାଏ। ଆନନ୍ଦ ରେ ଆନନ୍ଦ ବଜାର ରେ ପ୍ରସାଦ ପାଇଲୁ, ମନେ ପଡ଼ିଲା ମାଲିକ ଙ୍କ କଥା ଅଭଡ଼ା ନେଇ ଯିବି ନୋନ ଏସି ରେ ପ୍ରସାଦ ଖରାପ୍ ହୋଇ ଯିବ ଗରମ୍ ଦିନ ମନରେ ବହୁତ୍ ଆଶଙ୍କା ଉପୂଜୁ ଥାଏ,
ରାତି ଦଶଟା ତିରିଶ ମିନିଟ୍ ରେ ଗାଡ଼ି ଥାଏ, ଚାଟ୍ ଲାଗି ସାରି ଥାଏ। ମୁଁ ଚାଟ୍ ରେ ମୋ ନାଁ ଖୋଜି ବାହାର କରିବା ପାଇଁ ଲାଗି ଗଲି ହେଲେ ଦୁଃଖ ରେ ଭାଙ୍ଗି ପଡ଼ିଲି ଯେତେ ବେଳେ ଦେଖିଲି କି ମୋ ନାଁ ଲିଷ୍ଟ ରେ ନାହିଁ, ଝିଅ ବି ବଡ଼ ହେଲାଣି କେମିତି ଯିବି ଟିକେଟ ବେକାର ହୋଇ ଯିବ।
ହଠାତ୍ ଟି ଟି ଆଇ କୁ ମୋ ଟିକେଟ ଦେଖାଇ ମୋ ସିଟ୍ ବିଷୟ ରେ ଜାଣି ବାକୁ ଚାହିଁଲି।
ସେଇଥିରୁ ମୋତେ ଜଣା ପଡିଲା
ହଟିଆ ଠାକୁର ଙ୍କ ଲୀଳା।
ଟିଟି ଆଇ କହିଲେ ଆଜି ଦିନରେ ଅଧିକ ରେଜେର୍ବ ହୋଇ ଥିବାରୁ ତୁମ ମାନଙ୍କ ପାଇଁ ଏସି କୋଚ୍ ରେ ସ୍ଥାନାନ୍ତରିତ କରାଯାଇଛି। କି ଲୀଳା ପ୍ରଭୁ ତୁମ ପ୍ରସାଦ ଅଭଡ଼ା ଖରାପ୍ ନ ହେଉ ତୋ ଭକ୍ତ ପାଖେ ଠିକ୍ ଠିକ୍ ପହଞ୍ଚି ଯାଉ ସେ ପାଇଁ ତୁ କଣ ନ କରୁ ପ୍ରଭୁ ତୋର ଲୀଳା କଣ ବା ବର୍ଣ୍ଣନା କରିବି।
ଏସି କୋଚ୍ ରେ ଆନନ୍ଦ ରେ ବସି ତୋ ଭଜନ ଗାଇବା ସହ ଭଜନ ଲେଖିବା ଆରମ୍ଭ କଲି।
ସେଥିରୁ ଗୋଟିଏ ଭଜନ ଉଲ୍ଲେଖ କରୁଛି🙏🙏🙏

ସିଂହ ଦୁଆର କୁ ଦେଖି,
ସତରେ ମୋ ଆଖି
ରହିଲା ଲାଖି ,
ହେ ଜଗ ମୋହନ
ବାହା ବାହା ତୋ ଚକା ନୟନ
ହେ ଜଗ ମୋହନ (୧).

ଛାଡିଲି ଜଗ ଜଞ୍ଜାଳ,
ତୋତେ ଭେଟିବାକୁ
ମନ ବ୍ୟାକୁଳ ,
ହେ ଜଗମୋହନ।
ମନେ ଯେତେ ଥିଲା ଅଭିମାନ
ହେ ଜଗ ମୋହନ(୨).

ଗରୁଡ଼ ପାଖରେ ରହି,
ଦେଖିଲି କାଳିଆ ରହିଛି ଚାହିଁ
ହେ ଜଗ ମୋହନ
ଅ ପ୍ରକାଶ୍ୟ ମଧୁର ମିଳନ
ହେ ଜଗ ମୋହନ(୩).

ସମୟ ଆସିଲେ ହରି,
ହରି ନେବେ ଦୁଃଖ ଲଗାଇ
ଡୋରି ,
ହେ ଜଗମୋହନ
ଚିନ୍ତା ନ କର ତୁ ନିଶ ଦିନ
ହେ ବାଇଆ ମନ(୪).

ବୈଦ୍ୟନାଥ ମହାନ୍ତି
କେନ୍ଦ୍ରାପଡ଼ା
8920249605

 643 total views,  1 views today

Leave a Reply

Your email address will not be published. Required fields are marked *