ତା -20/06/20
*ଅନୁଭୂତିରେ ମୋ ବିଦ୍ୟାଳୟ….
—————————————-
ଭାରି ମନେ ପଡେ ସ୍କୁଲ ଟା. ମନେ ପଡିବ କଣ ସେତ ମୋ ଶିରାରେ ରକ୍ତ ହେଇ ବୋହୁଛି ସବୁବେଳେ. ମା କୋଳ ଛାଡିବା ପରେ ସିଏ ତ ଆଦରି ନେଇ ଥିଲା ମତେ, ତା କୋଳରେ କେତେ ଉପଭୋଗ କରିଛି ଜୀବନକୁ ସବୁ ହସ ଖୁସି ଜୀବନ ଜିଇଁବା ର ମନ୍ତ୍ର ସିଏ ତ ଶିଖେଇଛି. ଏବେବି ସବୁ ମନେ ପଡେ ଆଉ ମନେ ପଡନ୍ତି ଯେତେ ସବୁ ଯୋଗ୍ୟ କାରିଗର ଯାହାଙ୍କ ନିହାଣ ମାଡ ରେ ଆମେ ପାଇଛୁ ଜୀବନ ଜିଇ ବା ର ତରିକା ସବୁ. ଆଉ ସବୁ ଭିତରେ ମନେ ପଡେ ସେଇ ଡେଙ୍ଗୀ ଗୋରୀ ପାତିଳି ଝିଅଟି ଯାହାକୁ କାଗଜରେ ଲେଖିକି ଦେଇ ଥିଲି ହୃଦୟର କଥା ଆଉ ସେ କହିଦେଇ ଥିଲା ସାର ଙ୍କ ପାଖରେ ଆଉ ମୁଁ ମାଡ ଖାଇ ଥିଲି ସାର ଙ୍କ ପାଖରୁ. ଆଉ ଦିନେ ବେଟବଲ ଖେଳ ପାଇଁ ଆନନ୍ଦ ରେ ଦୌଡୁ ଥିବା ବେଳେ ପିଟି ହୋଇ ଯାଇଥିଲି ରମେଶ ସାର ଙ୍କ ଦେହରେ ଆଉ ବସିଥିଲା ପିଠିରେ ବେତ ଦାଗ… ଆଜି ଏସବୁ କାହଁକି ମନେ ପଡୁଛି ଓଃ କାଲି ପ୍ରଫେସର ଥିବା ଲୋକଟା ଆଜି ରିଟାଡ଼ ପ୍ରଫେସର ସାଜି ଯାଇଛି. ଏହି ରିଟାଡ଼ ଶବ୍ଦ ଟା ତ ପିଲାଦିନ ର ସ୍ମୃତି କୁ ଟାଣି ଆଣୁଚି ପାଖକୁ କାରଣ ଏହିତ ମୋ ଜୀଵନ ର ନିଶ୍ୱାସ ସବୁ….. ll
ବିଚିତ୍ରାନନ୍ଦ ଜେନା
ସେଣ୍ଡତୀରା, ଭଦ୍ରକ
558 total views, 1 views today