April 02, 2023
11 11 11 AM
ରାମ ନାମେ କି ରସ ଅଛି! — ସୀମାଞ୍ଚଳ ପଣ୍ଡା
ମନରେ ଆସୁ ମୋ ଶୁଦ୍ଧ ଭାବନା — ସୀମାଞ୍ଚଳ ପଣ୍ଡା
ସମୟ ମାଗୁଛି ସମ୍ମାନ ଟିକେ — ସୀମାଞ୍ଚଳ ପଣ୍ଡା
ଏ ସନ ଫଗୁଣ ନ ହେଉ କାଳ — ସୀମାଞ୍ଚଳ ପଣ୍ଡା                       
ପାନ ବଟୁଆ — ସୀମାଞ୍ଚଳ ପଣ୍ଡା               
ଅପେକ୍ଷାର ଫଳ ମିଠା — ସୀମାଞ୍ଚଳ ପଣ୍ଡା
ପଖାଳ — ସୀମାଞ୍ଚଳ ପଣ୍ଡା
ପ୍ରମାଦ — ସୀମାଞ୍ଚଳ ପଣ୍ଡା
ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ
ନିଵେଦନ – ଅଶୋକ କୁମାର ପତି
ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ
ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ
ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା
ମୋ ଜୀବନ – ହେମନ୍ତ କୁମାର ସାହୁ ‌
ଶୀତ – ଶ୍ରୀମତୀ କୃଷ୍ଣା ଦାସ
ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ
ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ
ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ
ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ
କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ
Latest Post
ରାମ ନାମେ କି ରସ ଅଛି! — ସୀମାଞ୍ଚଳ ପଣ୍ଡା ମନରେ ଆସୁ ମୋ ଶୁଦ୍ଧ ଭାବନା — ସୀମାଞ୍ଚଳ ପଣ୍ଡା ସମୟ ମାଗୁଛି ସମ୍ମାନ ଟିକେ — ସୀମାଞ୍ଚଳ ପଣ୍ଡା ଏ ସନ ଫଗୁଣ ନ ହେଉ କାଳ — ସୀମାଞ୍ଚଳ ପଣ୍ଡା                        ପାନ ବଟୁଆ — ସୀମାଞ୍ଚଳ ପଣ୍ଡା                ଅପେକ୍ଷାର ଫଳ ମିଠା — ସୀମାଞ୍ଚଳ ପଣ୍ଡା ପଖାଳ — ସୀମାଞ୍ଚଳ ପଣ୍ଡା ପ୍ରମାଦ — ସୀମାଞ୍ଚଳ ପଣ୍ଡା ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ ନିଵେଦନ – ଅଶୋକ କୁମାର ପତି ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା ମୋ ଜୀବନ – ହେମନ୍ତ କୁମାର ସାହୁ ‌ ଶୀତ – ଶ୍ରୀମତୀ କୃଷ୍ଣା ଦାସ ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ

ପଢନ୍ତୁ ବାସନ୍ତୀ ଲତା ଜେନା ଙ୍କ ଗଳ୍ପ ଅନୁଭୁତିରେ ଶ୍ରୀ ଜଗନ୍ନାଥ

ଅନୁଭୁତିରେ ଶ୍ରୀ ଜଗନ୍ନାଥ

ବହୁ ଦିନ ତଳର କଥା , ପ୍ରାୟ ଦଶ ବର୍ଷ ହୋଇଯିବ  ମୁଁ, ମୋର ବଡ଼ ପୁଅ ସନ୍ଦୀପ, ମୋର ସାନ ମଝିଆ ଭଉଣୀ, ତାର ସ୍ୱାମୀ ଏବଂ ତାର ପୁଅ ଗୁଗୁଲ , ଆମେ ସମସ୍ତେ ପୁରୀ ଧାମରେ ସକଳ ସାଢେ ୭ଟା ବେଳେ ପହଂଚିଲୁ । ଆଜି କାଲି ପରି ସେତେ ବେଳେ ବେରିକେଟ ନ ଥିଲା ।ଭୋଗ ନେଇ ବଡ଼ଦେଉଳରେ ପ୍ରବେଶ କଲୁ । ମନରେ ବହୁତ ଉତ୍କଣ୍ଠା ଥାଏ ଚତୁର୍ଦ୍ଧା ମୂର୍ତ୍ତି ଙ୍କୁ ଦେଖିବୁ । ସବୁ ଥର ପରି ସେଥର ଆମେ ସାଧାରଣ ଦ୍ୱାର ଦେଇ ପ୍ରବେଶ କରି ନ ଥିଲୁ । ଜଣଙ୍କା ୨୫ /- ଦେଇ ଟିକଟ କାଟି ପ୍ରବେଶ କରି ଥିଲୁ । ମୁଁ ମନେ ମନେ ଭାବୁ ଥିଲି ହେ ପ୍ରଭୁ ବଡ଼ ଠାକୁର, ଜଗତର ନାଥ ସବୁ ଥର ତୋତେ ଦୂରରୁ ଦେଖି ଫେରୁଛି । କେବେ କଣ ମୁଁ ତୋତେ ପାଖରୁ ଦେଖି ପାରିବିନି, ତୋ ରତ୍ନ ସିଂହାସନ ଛୁଇଁ ଟିକିଏ ପ୍ରଣାମ କରି ପାରିବିନି । ଏ ଭାଗ୍ୟ ସତରେ କଣ ମୋ ଭାଗ୍ୟରେ କେବେ ଆସିବନି ?
ଏହି ସମୟରେ ଜଗନ୍ନାଥଙ୍କ ପାଖରେ ଭୋଗ ଲାଗି ଥିବା ଅଭଡ଼ା ଡାଲି କୁଡୁଆ କେତୋଟିକୁ ଗୋଟିଏ ଟୋକେଇରେ ଭର୍ତ୍ତି କରି ଜଣେ ସୁଅlର ଜଗନ୍ନାଥଙ୍କ ଠାରୁ ବାହାରକୁ ବାହାରୁ ଥିଲା । ହଠାତ ଗୋଟିଏ ଗରମ ଡାଲି କଡୁଆ ତଳେ ଖସି ପଡି ଭାଙ୍ଗି ଗଲା । ବେତ ଧରି ଥିବା ପଣ୍ଡା ନନା ସମସ୍ତଙ୍କୁ ସାଇଡ କରଇ ଦେଉ ଥିଲେ ।ମୁଁ ସେହି ଦୁଆର ପାଖରେ କାନ୍ଥକୁ ଧରି ଚୁପ ଚାପ ଠିଆ ହୋଇଥିଲି । ଏକ ଲୟରେ ଚାହିଁଥିଲି ଶ୍ରୀ ଜଗନ୍ନାଥଙ୍କୁ । ମୋ ଉପରେ ମଧ୍ୟ ବେତ ମାଡ଼ ପଡିଥିଲା । ହଠାତ ସେହି ବେତ ବାଡ଼ି ଧରି ଥିବା ନନା ଯାଉନୁ କହି ଏତେ ଜୋରରେ ଧକ୍କା ଦେଲେ ଯେ ମୁଁ ସିଧା ହାବୁସେଇ ହୋଇ ଯାଇ ରତ୍ନ ସିଂହାସନ ପାଖରେ ବସି ପଡିଲି । ଦେଖିଲି ୧୦୮ ଶାଳ ଗ୍ରାମରେ ନିର୍ମିତ କଳା ମୁଗୁନି ପଥରରେ ପଦ୍ମାସନାନକୁ ମୁଁ ଦୁଇ ହାତରେ ଧରିଛି ।ମହା ପ୍ରଭୁଙ୍କୁ ଆଉ ଚାହିଁ ପାରିଲି ନାହିଁ । ମୋ ଆଖିରୁ ଲୁହ ଧାର ଧାର ହୋଇ ଗଡିବାକୁ ଲାଗିଲା । ମୁଁ ଆଣ୍ଠୋଇ ଖାଲି ହତ ଯୋଡି ଥାଏଁ । ଏହା ଭିତରେ କେତେ ସମୟ ବିତି ଯାଇଛି ମୋତେ ଜଣା ନାହିଁ । ତାପରେ ହାତରେ ବେତ ଧରି ଥିବା ପଣ୍ଡା ନନା ଆସି ମୋତେ କହିଲେ, ଏବେ ଯାଅ । ମୁଁ ବାହାରକୁ ଆସିଲି । ମୋ ସାନ ଭଉଣୀ ମୋତେ ପଚାରିଲା କିଲୋ ଅପା, ତୁ କାନ୍ଦୁଛୁ ? ମୁଁ କହିଲି ନାହିଁ, କିଛି ନାହିଁ ।ସେତେ ବେଳେ ମୋର କିଛି କହିବାର ଶକ୍ତି ନ ଥିଲା । ବହୁତ ସମୟ ଆମେ ସମସ୍ତେ ବଡ଼ ଦେଉଳରେ ବସିଲୁ ।ତାପରେ ଆବଡ଼ା ଭୁଞ୍ଜି ସମୁଦ୍ର କୂଳକୁ ବୁଲି ଗଲୁ । ସେ ଦିନର ଏ ଅଭୁଲା ସ୍ମୃତି ମୋତେ ଲାଗେ ସତେ ଯେମିତି ଆଜିର ଏ ଘଟଣା ,ଭାଵ ବିନୋଦିଆ ଦିନ ବନ୍ଧୁ ସେ । ଯିଏ ଯାହା ଚାହେଁ, ତାଙ୍କ କଥା ପୂରଣ କରେ । ଖାଲି ଟିକିଏ ଭଵ ଥିଲେ ହେଲା । ସେଥିପାଇଁ ସେ ଜଗତର ନାଥ । କରୁଣା ସରିତ ।
ଜଗନ୍ନାଥ ସ୍ୱମୀ
ନୟନ ପଥ ଗାମୀ
ଭଵ ତୁମେ 

ବାସନ୍ତୀ ଲତା ଜେନା

ନବରଙ୍ଗପୁର

 571 total views,  1 views today

Leave a Reply

Your email address will not be published. Required fields are marked *