ଶୀର୍ଷକ -ଗୁରୁ କୃପା ହିଁ କେବଳମ୍ **********************
ସମସ୍ତଙ୍କର କିଛି ନା କିଛି ତିକ୍ତ ଓ ମଧୁର ଅନୁଭୂତି ଥାଏ l ସେଥି ମଧ୍ୟରୁ ମନୁଷ୍ୟର ପିଲାଦିନର ଅନୁଭୂତି ଅନ୍ୟତମ l ଯାହା ତାହାର ମନ ଫରୁଆରେ ଜଉମୁଦ ଦିଆହୋଇ ରହିଥାଏ ସ୍ମୃତି ରୂପରେ l ତାହା ଯେତେବେଳେ ଲେଖକର କଲମ ମୁନରେ ପରିପ୍ରକାଶ ହୁଏ, ସେତେବେଳେ ହୋଇଯାଏ ଗଳ୍ପ l ତା ମନ ଆକାଶରେ ନାଚି ଉଠେ ଅତୀତର ସେହି ଅପାସୋରା ଦିନ ଗୁଡିକ l ସେ ହୋଇଉଠେ ରୋମାଂଚିତ, ଉତ୍ଫୁଲିତ l ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ, ଗୁରୁ ଦେବ ମହେଶ୍ୱର,
ଗୁରୁ ସାକ୍ଷାତ ପରମ ବ୍ରହ୍ମ,ତସମେଇ
ଶ୍ରୀ ଗୁରୁବେ ନମଃ l
ଗୁରୁ କୃପା ହିଁ କେବଳମ୍ l
ଗୁରୁ ଶବ୍ଦର ଅର୍ଥ ଭାରି l ଗୁରୁ ଶବ୍ଦର ଅର୍ଥ ଶ୍ରେଷ୍ଠ l ଗୁରୁ ଯେ ଅନ୍ଧକାରରୁ ଆମକୁ ଆଲୋକକୁ ଆଣିଥାନ୍ତି l କେତେବେଳେ ବି ତାଙ୍କର ଗାଳି ଆମ ପାଇଁ ଆଶୀର୍ବାଦ ହୋଇଯାଇ ଥାଏ l ପାଞ୍ଚ ଗୁରୁ ହେଲେ, ମାତା, ପିତା, ଶିକ୍ଷା, ଦୀକ୍ଷା ଓ କର୍ମ ଗୁରୁ l ସେମାନଙ୍କ ମଧ୍ୟରେ ଶିକ୍ଷl ଗୁରୁ ଅନ୍ୟ ତମ l ଯିଏ କି ଶୈଶବର ଠିକ ପର ସମୟରେ ଆମକୁ ଶିକ୍ଷା ଦେଇଥାନ୍ତି କେଉଁଟା ଠିକ ଆଉ କେଉଁଟା ଭୁଲ l
ମୁଁ ପଞ୍ଚମ ଶ୍ରେଣୀ ରେ ପଢୁଥାଏ l ଭଲ ପାଠ ମଧ୍ୟ ହେଉଥାଏ l ସମସ୍ତଙ୍କର ଆଜ୍ଞାବହ ବି ଥିଲି l ସାରଙ୍କ ମନରେ ମୋ ଉପରେ ଅଗାଧ ବିଶ୍ୱାସ ଥାଏ ମୁଁ କେବେ ଭୁଲ କରିବି ନାହିଁ l ତେଣୁ ସେ ଉତ୍ତର ଖାତା ନ ଦେଖି ଠିକ ମାରି ଦିଅନ୍ତି l ମୋର ବା କେତେ ଜ୍ଞାନ l ମୁଁ ବି କିଛି ଜାଣି ପାରେ ନାହିଁ l ଥରେ ମୋ ବାପା ଗଣିତ ପ୍ରଶ୍ନୋତ୍ତର ଖାତା ଦେଖିଲେ l ଭୁଲ ବାହାର କଲେ l ଅନ୍ୟ ଜଣଙ୍କୁ ନେଇ ସାରଙ୍କୁ ଏ କଥା ପଚାରିଲେ l ସାର ତାଙ୍କର ଭୁଲ ସ୍ୱୀକାର କଲେ l କିନ୍ତୁ କହିଲେ ଭୁଲ ସ୍ଥାନରେ ମୁଁ ଦୁଇଟା ନାଲି ଗାର ଦେଇଛି l ସେ ଠିକ କରିବା କଥା l ମୋତେ କିନ୍ତୁ.ଏ କଥା କେବେ ସୂଚାଇ ବି ଥିଲେ l ବାପା ଫେରିବା ପରେ ମୁଁ ସାରଙ୍କ ଆକ୍ରୋଶର ଶିକାର ହୋଇଥିଲି l ମନେ ମନେ ଡରି ମଧ୍ୟ ଯାଇ ଥିଲି l ସେଇ ଦିନର ତିକ୍ତ ଅନୁଭୂତି ମୋର ଭୁଲର ସୁଧାର ଆଣିଦେଇଥିଲା l ମୁଁ ତାପରେ ଗଣିତରେ ଏତେ ମଜ୍ଜି ଯାଇଥିଲି ଯେ, ଗୋଟିଏ ଗଣିତର ସମାଧାନ ନ ହେବାଯାଏ, ମୁଁ କେବେ ଅନ୍ୟ କାମ କରୁ ନ ଥିଲି l ତାର ଜ୍ୱଳନ୍ତ ଉଦାହରଣ ହେଉଛି ମାଟ୍ରିକ ପରୀକ୍ଷl l ସେଇ ପରୀକ୍ଷାରେ ପାଞ୍ଚ ନମ୍ବର ପ୍ରଶ୍ନର ଉତ୍ତର ପାଇଁ ମୋତେ ଅଧ ଘଣ୍ଟା ସମୟ ଯାଇଥିଲା l ମୁଁ ପରୀକ୍ଷା ଦେଉଛି ବୋଲି ମୋର ମନେ ନ ଥାଏ l ଏବେ ବି ମୋର ମନେ ଅଛି ତାର ଉତ୍ତର ଥିଲା 2%କ୍ଷତି l ତଥାପି ଗଣିତ ରେ ଆଣିଥିଲି 85ନମ୍ବର ।
ସେହି ଗୁରୁଙ୍କ ଆଶୀର୍ବାଦରୁ ମୁଁ ଜଣେ ଶିକ୍ଷିକା l ତେଣୁ ମନୁଷ୍ୟ ଜୀବନ ର ଗୋଟିଏ ଗୋଟିଏ ଘଟଣା ତା ଜୀବନର ଗତିପଥକୁ ବଦଳାଇ ଦେଇ ପାରେ l ସେଇ ଗୁରୁ ଙ୍କ ପାଦ ତଳେ ମୋର କୋଟି କୋଟି ଦଣ୍ଡବତ l
********************
ପ୍ରିୟମ୍ବଦା ରାଉତ, କୁ.ଗୁମ୍ମା, ମାଲକାନଗିରି l