September 22, 2023
11 11 11 AM
*ବୁଢାଶଙ୍ଖାରି ଏକ ଦୁଃଖଦ କାହାଣୀ- ଜୟଶ୍ରୀ ଖଟୁଆ*
*ବୁଢ଼ାଶଙ୍ଖାରି ଏକ ଅଦେଖା ପ୍ରେମର ଉଛ୍ୱାସ–ଲକ୍ଷ୍ମୀପ୍ରିୟା ବେହେରା*
*”ବୁଢ଼ାଶଙ୍ଖାରି” ,ଅନାବିଳ ବାତ୍ସଲ୍ୟ ପ୍ରେମର ଅନନ୍ୟ ଉଦାହରଣ- ଲିଜାରାଣୀ ପ୍ରଧାନ*
*କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ “ବୁଢ଼ା ଶଙ୍ଖାରି” ରେ ସମ୍ପର୍କ ର ମୂଲ୍ୟବୋଧ-ଦୀପାଳି ମେହେର*
*”ବୁଢ଼ା ଶଙ୍ଖାରି” ଏକ ଆଲୋଚନା –ସବିତା ପଟ୍ଟନାୟକ*
ସୂର୍ଯ୍ୟୋଦୟ ଯୁବ ସାରସ୍ଵତ ସମାବେଶ ଆୟୋଜିତ
Allusion Of Amble – Manoj Kumar Panda
Allusions Of Finitely Infinite – Manoj Kumar Panda 
ALLUSIONS OF THE MESSAGES – Manoj Kumar Panda 
Allusions Of My Last Day – Manoj Kumar Panda 
ALLUSIONS OF BLOWN LIFE – Manoj Kumar Panda 
ALLUSIONS OF THE SOUL – Manoj Kumar Panda 
ALLUSIONS OF SILENCE KISSES- Manoj Kumar Panda 
Allusions of Volatility – Manoj Kumar Panda 
Allusions of hedonism – Manoj Kumar Panda
*ବୁଢ଼ା ଶଙ୍ଖାରି ଗଳ୍ପର ମାର୍ମିକ ଦୃଷ୍ଟିଭଙ୍ଗୀ–ଲକ୍ଷ୍ମୀପ୍ରିୟା ସେଠୀ*
*ବୁଢାଶଙ୍ଖାରି ଗଳ୍ପରେ ଗ୍ରାମଭୂମିର ଝଲକ–ରୁଦ୍ର ନାରାୟଣ ଦାଶ*
*କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ବୁଢ଼ା ଶଙ୍ଖାରି ଏକ ଭାବପ୍ରବଣତାର ଏକ ଶାଶ୍ଵତ ନିଦର୍ଶନ- ଶିବ ସେଠୀ**
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ବୁଢ଼ା ଶଙ୍ଖାରି ଏକ ଗଦ୍ୟାନୁପ୍ରାସ- ଜୀବନ ପ୍ରଦୀପ ପ୍ରଧାନ
ଗୁରୁ ଏବଂ ଶିକ୍ଷକ ମଧ୍ୟରେ ଅନେକ ଫରକ୍
Latest Post
*ବୁଢାଶଙ୍ଖାରି ଏକ ଦୁଃଖଦ କାହାଣୀ- ଜୟଶ୍ରୀ ଖଟୁଆ* *ବୁଢ଼ାଶଙ୍ଖାରି ଏକ ଅଦେଖା ପ୍ରେମର ଉଛ୍ୱାସ–ଲକ୍ଷ୍ମୀପ୍ରିୟା ବେହେରା* *”ବୁଢ଼ାଶଙ୍ଖାରି” ,ଅନାବିଳ ବାତ୍ସଲ୍ୟ ପ୍ରେମର ଅନନ୍ୟ ଉଦାହରଣ- ଲିଜାରାଣୀ ପ୍ରଧାନ* *କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ “ବୁଢ଼ା ଶଙ୍ଖାରି” ରେ ସମ୍ପର୍କ ର ମୂଲ୍ୟବୋଧ-ଦୀପାଳି ମେହେର* *”ବୁଢ଼ା ଶଙ୍ଖାରି” ଏକ ଆଲୋଚନା –ସବିତା ପଟ୍ଟନାୟକ* ସୂର୍ଯ୍ୟୋଦୟ ଯୁବ ସାରସ୍ଵତ ସମାବେଶ ଆୟୋଜିତ Allusion Of Amble – Manoj Kumar Panda Allusions Of Finitely Infinite – Manoj Kumar Panda  ALLUSIONS OF THE MESSAGES – Manoj Kumar Panda  Allusions Of My Last Day – Manoj Kumar Panda  ALLUSIONS OF BLOWN LIFE – Manoj Kumar Panda  ALLUSIONS OF THE SOUL – Manoj Kumar Panda  ALLUSIONS OF SILENCE KISSES- Manoj Kumar Panda  Allusions of Volatility – Manoj Kumar Panda  Allusions of hedonism – Manoj Kumar Panda *ବୁଢ଼ା ଶଙ୍ଖାରି ଗଳ୍ପର ମାର୍ମିକ ଦୃଷ୍ଟିଭଙ୍ଗୀ–ଲକ୍ଷ୍ମୀପ୍ରିୟା ସେଠୀ* *ବୁଢାଶଙ୍ଖାରି ଗଳ୍ପରେ ଗ୍ରାମଭୂମିର ଝଲକ–ରୁଦ୍ର ନାରାୟଣ ଦାଶ* *କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ବୁଢ଼ା ଶଙ୍ଖାରି ଏକ ଭାବପ୍ରବଣତାର ଏକ ଶାଶ୍ଵତ ନିଦର୍ଶନ- ଶିବ ସେଠୀ** କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ବୁଢ଼ା ଶଙ୍ଖାରି ଏକ ଗଦ୍ୟାନୁପ୍ରାସ- ଜୀବନ ପ୍ରଦୀପ ପ୍ରଧାନ ଗୁରୁ ଏବଂ ଶିକ୍ଷକ ମଧ୍ୟରେ ଅନେକ ଫରକ୍

ପଢନ୍ତୁ ପ୍ରିୟମ୍ବଦା ରାଉତଙ୍କ ପ୍ରବନ୍ଧ ଓଡ଼ିଆ ବାଣୀ ଭଣ୍ଡାରକୁ ପ୍ରଚୀନ ଓ ନୂତନ ନାରୀ କବିମାନଙ୍କ ଅବଦାନ

ଓଡ଼ିଆ ବାଣୀ ଭଣ୍ଡାରକୁ ପ୍ରଚୀନ ଓ ନୂତନ ନାରୀ କବିମାନଙ୍କ ଅବଦାନ



ଓଡ଼ିଆ ଭାଷା ସାହିତ୍ୟ ବହୁତ ସମୃଦ୍ଧ ଓ ପ୍ରାଚୀନ l ଓଡ଼ିଆ ଭାଷା ସାହିତ୍ୟରେ ବିଭିନ୍ନ ଵିଭାଗ ମଧ୍ୟରେ ରହିଛି ଗଳ୍ପ, ପ୍ରବନ୍ଧ, ଉପନ୍ୟାସ ଓ କାବ୍ୟ କବିତା l ଏଗୁଡିକ ମଧ୍ୟରେ କାବ୍ୟ କବିତା ଅନ୍ୟତମ ଵିଭାଗ l
ସାରଳା ଦାସ, ବଳରାମ ଦାସ, ଜଗନ୍ନାଥ ଦାସ, ଅଚ୍ୟୁତାନନ୍ଦ ଦାସ, ଅନନ୍ତ ଓ ଯଶୋବନ୍ତ ଦାସ, ଉପେନ୍ଦ୍ରଭଞ୍ଜ, ଅଭିମନ୍ୟୁ ସାମନ୍ତସିଂହାର, ଗୋପାଳ କୃଷ୍ଣ ପଟ୍ଟନାୟକ, ଫକୀର ମୋହନ ସେନାପତି, ରାଧାନାଥ ରାୟ, ଗଙ୍ଗାଧର ମେହର, ନନ୍ଦକିଶୋର ବଳ, ମାୟାଧର ମାନସିଂହ, ଗୋପବନ୍ଧୁ, ମଧୁସୂଦନ ରାଓ, ମଧୁସୂଦନ ଦାସ ଭଳି ଖ୍ୟାତନାମା କବିଙ୍କ ଭଳି ଓଡ଼ିଆ ସାହିତ୍ୟକl ଶରେ ଯେଉଁ କେତେକ ମହିଳା ଉଦିତ ହୋଇ ସାହିତ୍ୟାକାଶକୁ ସମ୍ମୁଜ୍ଜଳ କରି ଛନ୍ତି ସେମାନଙ୍କ ମଧ୍ୟରେ ନାରୀ କବି କୁନ୍ତଳା କୁମାରୀ ସାବତ, ବିଦ୍ୟୁତପ୍ରଭା ଦେବୀ, ଅପର୍ଣ୍ଣା ମହାନ୍ତି, ଶକୁନ୍ତଳା ପଣ୍ଡା, କଳ୍ପନା କୁମାରୀ ଦେବୀ, ପ୍ରତିଭା ଶତପଥୀ, ଯଶୋଧାରା ମିଶ୍ର, ହିରଣ୍ୟମୟୀ ମିଶ୍ର, ସରୋଜିନୀ ସାହୁ, ଗାୟତ୍ରୀବାଳା ପଣ୍ଡା, ଇନ୍ଦ୍ରିୟା ଦାସ, ଶୈଳଜା କୁମାରୀ ଅପରାଜିତା ମହାନ୍ତି ଆଦି ଅନ୍ୟତମ l ଆମ ଦେଶ ତଥା ରାଜ୍ୟର ସାହିତ୍ୟ ତଥା ଅନ୍ୟ କ୍ଷେତ୍ରରେ ପୁରୁଷମାନଙ୍କ ଭଳି ଏମାନଙ୍କର ବି ଭୂମିକା ଗୁରୁତ୍ୱ ପୂର୍ଣ୍ଣ l ସମୟର ପରିବର୍ତ୍ତନ ଯୋଗୁ ଦୃଷ୍ଟି ଭଙ୍ଗୀରେ ମଧ୍ୟ ପରିବର୍ତ୍ତନ ଘଟି ଥାଏ l ପ୍ରତିଭା, ଆଦର୍ଶ, ପ୍ରଜ୍ଞା ଓ ବୁଦ୍ଧି ବଳରେ ନାରୀ ଆଜି ସମତାଳ ଦେଇ ପୁରୁଷମାନଙ୍କ ସହ ପ୍ରତି କ୍ଷେତ୍ରରେ ଆଗେଇ ଚାଲିଛି l ସାହିତ୍ୟ କ୍ଷେତ୍ରରେ ସେମାନଙ୍କର ଦାନ ମଧ୍ୟ୍ ଅତୁଳନୀୟ l
ମାର୍ଚ୍ଚ 21କୁ କବିତା ଦିବସ ରୂପେ ପାଳନ କରାଯାଏ l ପ୍ରଥମ ନାରୀ କବି ସୁଲକ୍ଷଣା ଦେବୀ ବୋଲି କୁହାଯାଏ l
ପ୍ରାଚୀନ ନାରୀ କବି ମାନଙ୍କ ନାମ –
1)ଚାଂଦବାଇ -15-16ଶ -ଦୁଇଟି ଭକ୍ତି କବିତା
2)ମାଧବୀ ଦାସୀ -16ଶ -ଜଣାଣ ଓ ଚଉପଦୀ l
3)ବୃନ୍ଦାବତୀ -17ଶ -ପୂର୍ଣତମଚନ୍ଦ୍ରଦୟ
4)ନିଶଙ୍କ ରାଣୀ ରାଓ -18-18ଶ ପଦ୍ମାବତୀ ଅଭିଳାଷ l
5)ରାଧିକା ମଣି -19-ଶ ଚଉପଦୀ ବସନ୍ତ କାଳରେ ସଖୀ ରାଧାଙ୍କ ପ୍ରତି
6)ରତ୍ନ ମାଳି ଜେମା -18sh-ମଙ୍ଗଳ ଗୀତ
7)ମର୍ଦ୍ଦରାଜ ଜେମା -18ଶ -ମଙ୍ଗଳ ଗୀତ
8)ମରକତ ମଣି ଜେମା -18ଶ ମଙ୍ଗଳ ଗୀତ
9)ସୂର୍ଯ୍ୟମଣି ଜେମା -19ଶ ଚଉପଦୀ (ନିମାଇଁ ଚରଣ ହରିଚନ୍ଦନ ଏହାଙ୍କ ଗୀତ ଗାଇଛନ୍ତି )
9)କମଳା ଦେଇ -ବୈରାଗ୍ୟ ଓ ଭକ୍ତିମୂଳକ ଗୀତ
10)ମଥୁରା ଦାସୀ -ଚଉପଦୀ, ବ୍ରଜବୋଲି
11)ଶକୁନ୍ତଳା ଦେବୀ, ପଦ୍ମାବତୀ ଯେମl ଦେଇ, କୃଷ୍ଣଚନ୍ଦ୍ର ଜେମାମଣୀ, ପ୍ରତିମା, ଦେଇ, ପଦ୍ମମାଳି, ରାଜସିଂହ ଦୁଲାଳୀ, ନୀଳମଣି ଜେମl ଦେଇ, ରାଜମଣି ଜେମl ଦେଇ ଆଦି ମଙ୍ଗଳ ଗୀତ ଲେଖିଛନ୍ତି l ବିବାହ, ବ୍ରତ, ଓଷା ପୂଜା ଆଦିରେ ମଙ୍ଗଳ ଗୀତ ବୋଲା ଯାଏ l
ନୂତନ କବିଙ୍କ ନାମ ଓ ରଚନାବଳି -କୁନ୍ତଳା କୁମାରୀ ସାବତ –ଜନ୍ମ -(08-02-1901ଜଗଦଳପୁର, ଛତିଶଗଡ, ମୃତ୍ୟୁ -23-08-1938)କୁନ୍ତଳା କୁମାରୀ ସାବତ ଜଣେ ନାରୀ କବି ଭାବେ ବେଶୀ ଜଣାଶୁଣା l ସେ ଏକାଧାରାରେ କବି, ଲେଖିକା, ଡାକ୍ତର, ଜାତୀୟ ଆନ୍ଦୋଳନର ପୁରୋଧl ଓ ସମାଜ ସେଵୀ ଥିଲେ l ସେ ଓଡିଶାର ପ୍ରଥମନାରୀ ଡାକ୍ତର,
ଔପନାସିକା ଓ ସମ୍ପାଦିକା ଥିଲେ l1925ମସିହାରେ ପୁରୀର ମହିଳା ବନ୍ଧୁ ସମିତି ଦ୍ୱାରା “ଉତ୍କଳ ଭାରତୀ “
ଉପାଧିରେ ସମ୍ମାନିତ କରାଯାଇଥିଲା l ଅଲ ଇଣ୍ଡିଆ ଆର୍ଯ୍ୟନ ୟୁଥ ଲିଗର ସଭାପତି ହୋଇଥିଲେ l
ରଚନା ବଳୀ -ପୁସ୍ତକ…. ଅଞ୍ଜଳି, ଅର୍ଚନା, ଆହ୍ୱାନ, ପ୍ରେମ ଚିନ୍ତାମଣି, ଓଡ଼ିଆ କାନ୍ଦଣା, ଗଡ଼ଜାତ କୃଷକ, ସ୍ଫୁଲିଙ୍ଗ ଆଦି ପ୍ରଧାନ l ଶେଫାଳି ପ୍ରତି, ତାରା ପ୍ରତି, (ପ୍ରଥମ କବିତା )ପୂଜା, ଅଭିଶପ୍ତ ଅଭିମାନ, ମଣିକାଞ୍ଚନ, କୋଟି କୋଟି କଣ୍ଠେ ଆଜି କବିତା ସର୍ବଦା ଆଦୃତ ହୋଇ ଆସୁଅଛି l
ଉପନ୍ୟାସ -ନଅତୁଣ୍ଡୀ, କାଳୀବୋହୂ, ପରଶମଣି, ରଘୁ ଅରକ୍ଷୀତ, ଭ୍ରାନ୍ତି ଆଦି ପ୍ରଧାନ l ମଣିଷ ଜୀବନର ସାମାଜିକ ଚଳଣି ଓ ଜାତି ପ୍ରଥା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରି ଥିଲେ l ଵିଭୂଙ୍କ ସତ୍ତା ତାଙ୍କ ଲେଖାରେ ଅନୁଭବ କରିହୁଏ l
ବିଦ୍ୟୁତପ୍ରଭା ଦେବୀ —(ଜନ୍ମ 12-07-1926ମୃତ୍ୟୁ -28-01-1977)ସେ କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇ ନିକଟବର୍ତ୍ତୀ ନାଟରl ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ l ସେ ସମସାମୟିକ ସମାଜର ଚିତ୍ର, ପଲ୍ଲୀ ଜୀବନ, ଚାଲିଚଳନ ଓ ସମସ୍ୟା ଉପରେ ଲେଖନୀ ଚାଳନା କରିଥିଲେ l ବିଭୁ ପ୍ରେମ ତାଙ୍କ କବିତାର ଅନ୍ୟ ଏକ ମହନୀୟତା l
ରଚନା -ମରୀଚିକା, ବଚନିକା, ସ୍ବର୍ଣ୍ଣ ଦୀପ, ଯାହାକୁ ଯିଏ ଆଦି ପ୍ରଧାନ l ଯାହାକୁ ଯିଏ ଲେଖା ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ l ଖାଦ୍ୟୋତିକା, ମାଟିର ମଣିଷ, ପଲ୍ଲୀ ମୟା ଓ ନବ ପ୍ରକାଶ ଆଦି ପାଠ୍ୟ ପୁସ୍ତକରେ ବିଭିନ୍ନ ଶ୍ରେଣୀରେ ପଢ଼ାଯାଉଛି l
ଶକୁନ୍ତଳା ପଣ୍ଡା——(-ଜନ୍ମ -10-11-1939ମୃତ୍ୟୁ —14-02-2017)
ତାଙ୍କର ରଚନା ଅନେକ ଦିନ ପରେ ତାଙ୍କୁ ବିଶେଷ ଭାବରେ ଖ୍ୟାତି ଆଣି ନ୍ଦେଇଛି l ସେ ଉତ୍କଳ ଭାରତୀ ପୁରସ୍କାର ଓ କୁମାରୀ ପୁରସ୍କାର ପାଇଛନ୍ତି l
କଳ୍ପନା କୁମାରୀ ଦେବୀ -(ଜନ୍ମ1936 ମୃତ୍ୟୁ 28-08-2017)
2011ମସିହାରେ ସେ ତାଙ୍କର ଲେଖା ଅଚିହ୍ନା ବl ସଭୂମି ପାଇଁ ଓଡିଶା ସାହିତ୍ୟ ଏକାଡେମି ପୁରସ୍କାର ପାଇଥିଲେ l ସେ ସମୟର ଅର୍ଥନୈତିକ ଅବସ୍ଥା, ସାମାଜିକ ଅବସ୍ଥା ଓ ଚାଲିଚଳନ ଉପରେ ପର୍ଯ୍ୟ ବେଶିତ l
ପ୍ରତିଭା ରାୟ —(21-01-1943ବାଲିକୁଦା, ଜଗତସିଂହପୁର )———ମୂର୍ତ୍ତି ଦେବୀ, ଜ୍ଞାନ ପୀଠ ପୁରସ୍କାର ବିଜେତା ପ୍ରତିଭା ରାୟ ସର୍ବ ଭାରତୀୟ ଖ୍ୟାତି ସମ୍ପନ୍ନ ପ୍ରତିଭା ଲ ପାରିବାରିକ ସମସ୍ୟା, ସମାଜର ସମସ୍ୟାକୁ ନେଇ ଅନେକ ସୃଷ୍ଟି କରିଛନ୍ତି l ଅପରାଜିତା, ପୁଣ୍ୟତୋୟା, ମହା ମୋହ, ମଗ୍ନ ମାଟି, ସ୍ବପ୍ନ ମାଟି, ଶିଳ୍ପାପଦ ଆଦି ତାଙ୍କର ଓଡ଼ିଆ ସାହିତ୍ୟ ଭଣ୍ଡାରକୁ ଅନବଦ୍ୟ ଦାନ l
ପ୍ରତିଭା ଶତପଥୀ —-(ଜନ୍ମ –27-11-1945)ସେ ଦୀର୍ଘ 40ବର୍ଷ ଧରି ସାହିତ୍ୟ କ୍ଷେତ୍ରରେ ଲେଖନୀ ଚାଳନା କରି ଆସୁଛନ୍ତି l ବହୁତ ଓଡ଼ିଆ ବହି ହିନ୍ଦୀରେ ଅନୁବାଦ କରିଛନ୍ତି l
ପୁସ୍ତକ —–ଆମ କବିତା, ସାହାଡ଼ା ସୁନ୍ଦରୀ, ଗ୍ରସ୍ତ ସମୟ, ନିୟତ ବସୁଧା, ତନ୍ମୟ ଧୂଳି, ଅଧା ଅଧା ନକ୍ଷତ୍ର, କହି ନ ହେଲେ, ସଵାରୀ ଆଦି ପ୍ରଧାନ l “ଗ୍ରସ୍ତ ସମୟ “ପାଇଁ ସାହିତ୍ୟ ଏକାଡେମୀ ପୁରସ୍କାର ପାଇଛନ୍ତି l
ଅପର୍ଣ୍ଣା ମହାନ୍ତି ——1952ମସିହାରେ ସେ ଜନ୍ମ ଗ୍ରହଣ କରିଥିଲେ l “ଉଇଣ୍ଡ ଅଫ ଦି ଡଟର “ପାଇଁ ସେ ସାହିତ୍ୟ ଏକାଡେମି ପୁରସ୍କାର ପାଇଥିଲେ l ଅବ୍ୟକ୍ତ, ଅତ୍ମୀୟତା, ଅସିତ, ଆଜିର ମଣିଷ ପୂର୍ଣ୍ଣତମା ଆଦି ତାଙ୍କ ରଚନା ମଧ୍ୟରେ ଅନ୍ୟ ତମ l ଯୋଗିନୀ ଗୀତରେ “ନାରୀର ତନ୍ଦ୍ରା “ଧାରାବାହିକ ଭାବେ ଲେଖୁଛନ୍ତି l ତାଙ୍କ ଲେଖା ଜୀବନର ଅନ୍ତର୍ମୁଖୀ ଜଗତର ସୂକ୍ଷ୍ମ ଭାବନାକୁ ପରିପ୍ରକାଶ କରେ l
ଯଶୋଧାରା ମିଶ୍ର —(ଜନ୍ମ -(06-01-1951, ସମ୍ବଲପୁର)
ସେ ବହୁ ଗଳ୍ପ, ଉପନ୍ୟାସ, କବିତା ଲେଖି ଛନ୍ତି l
ଇନ୍ଦ୍ରିୟା ଦାସ —-ଶିକ୍ଷିତ ମଧ୍ୟବିତ୍ତ ପରିବାରର ସମସ୍ୟାକୁ ନେଇ ସେ ରଚନା କରିଛନ୍ତି କିଛି ସତ, ନବ ଗୁଞ୍ଜର, ମନଦର୍ପଣ l ଏଥିରେ ଭାବାଦର୍ଶ ସହ ମଣିଷର ମଣିଷ ପଣିଆକୁ ଗୁରୁତ୍ୱ ଦେଇଛନ୍ତି l
ସରୋଜିନୀ ସାହୁ —–ପୁରୁଷ ପ୍ରାଧାନ୍ୟ ସମାଜରେ ନାରୀର ଅଧିକାରକୁ ନେଇ ମୁକ୍ତି ଭାବନା, ଚୌକି,, ଦେଶାନ୍ତରୀ, ଆଦି ରଚନା କରି ଓଡ଼ିଆ ସାହିତ୍ୟର କଳେବର ବୃଦ୍ଧି କରି ଛନ୍ତିl ସେ ମଧ୍ୟ ସାହିତ୍ୟ ଏକାଡେମୀ ପୁରସ୍କାର ପାଇଛନ୍ତି l
ଶୈଳଜା କୁମାରୀ ଅପରାଜିତା ମହାନ୍ତି —–ଜଣେ ନାରୀ କବି ହିସାବରେ ମଣିଷର ସାମାଜିକ ଜୀବନର ହସ କାନ୍ଦ, ପ୍ରେମକୁ ନେଇ ଅସୀମା, ସାମ୍ରାଜ୍ୟର ଆତ୍ମକଥା ନିରବ ଝଡ଼ ପ୍ରଭୃତି ରଚନା କରି ଓଡ଼ିଆ ବାଣୀ ଭଣ୍ଡାରକୁ ସମୃଦ୍ଧ କରିଛନ୍ତି l
ଓଡିଶାର ନାରୀ ଆଜି ସବୁ କ୍ଷେତ୍ରରେ ଆଗୁଆl ସେମାନଙ୍କର ଲେଖନୀ ଚାଳନା କରି ଦେଶ ତଥା ରାଜ୍ୟରେ ବୈପ୍ଲବିକ ପରିବର୍ତ୍ତନ ଆଣିବାକୁ ଚେଷ୍ଟା କରୁଛି l ବଧୂ ନିର୍ଯାତନା, ଯୌତୁକ ନିର୍ଯାତନା, ନାରୀ ସଶକ୍ତିକରଣ, ନାରୀର ଅଧିକାର, ଶିଶୁ ଅଧିକାର, ବରିଷ୍ଟ ନାଗରିକମାନଙ୍କ ଅଧିକାର, ନାରୀଶିକ୍ଷl, ମାନବିକତା,ସ୍ୱାଧୀନତା ସୃଜନଶୀଳ, ମୂଲ୍ୟବୋଧ ପ୍ରଭୃତି ଉପରେ ଆଧାରିତ l ନାରୀ ଆଜି ସ୍ୱାଧୀନ ଭାବରେ ଲେଖନୀ ମାଧ୍ୟମରେ ତାର ଭାବ ପ୍ରକାଶ କରି ସମାଜରେ ସଂସ୍କାର ଆଣିବାକୁ ଅଗ୍ରସରl ଓଡିଶାର ସଂସ୍କୃତି ଐତିହ୍ୟ, ଶିକ୍ଷା ଓ ପରମ୍ପରାକୁ ସେ ଏହା ବିଶ୍ୱ ଦରବାରରେ ପହଁଚାଇ ପାରୁଛି l
###



ପ୍ରିୟମ୍ବଦା ରାଉତ, କୁଡ଼ୁମୁଲୁଗୁମ୍ମା ମାଲକାନଗିରି l

Loading

7 thoughts on “ପଢନ୍ତୁ ପ୍ରିୟମ୍ବଦା ରାଉତଙ୍କ ପ୍ରବନ୍ଧ ଓଡ଼ିଆ ବାଣୀ ଭଣ୍ଡାରକୁ ପ୍ରଚୀନ ଓ ନୂତନ ନାରୀ କବିମାନଙ୍କ ଅବଦାନ

  1. Greetings! Really useful assistance With this individual publish! It’s the minimal improvements that is likely to make An important variations. Many thanks for sharing!

  2. Howdy! This blog put up couldn’t be prepared any much better! Investigating this article jogs my memory of my prior roommate! He regularly kept referring to this. I’m intending to forward this post to him. Reasonably specified he’s likely to have a fantastic study. Lots of many thanks for sharing!

  3. Hi there just wanted to give you a quick heads up. The textual content inside your report appear to be working from the screen in Opera. I’m unsure if it is a structure situation or a thing to perform with internet browser compatibility but I assumed I’d publish to Allow you are aware of. The look and elegance glimpse excellent while! Hope you get the issue fastened before long. Thanks

  4. Hey there just needed to provide you with A fast heads up. The text inside your written content seem to be functioning off the display screen in Opera. I’m unsure if it is a structure challenge or anything to try and do with browser compatibility but I figured I’d write-up to Permit you recognize. The format look terrific even though! Hope you will get the challenge set before long. Thanks

  5. ସହୃଦୟ ଧନ୍ୟବାଦ ଏତେଗୁଡାଏ ମୂଲ୍ୟବାନ ତଥ୍ୟ ଏକା ସାଙ୍ଗରେ ଉପସ୍ଥାପନା କରିଥିବାରୁ, ପ୍ରତିଭା ରାୟ ଙ୍କ ନାଁ ବୋଧେ ମିସ କରିଛନ୍ତି ❤✍️

Leave a Reply

Your email address will not be published. Required fields are marked *