ଓଡ଼ିଆ ବାଣୀ ଭଣ୍ଡାରରେ ନାରୀ



ଓଡ଼ିଆ ଝିଅ ବୋହୂ ଯିଏ ହେଉନା କାହିଁକି ସେଅବଳା ନୁହେଁ କି ଦୁରବଳା। ଘରର ଚାରିପଟେ କାନ୍ଥ ଭିତରେ ସେ ଲୁଚି ରହିନାହିଁ। ସେ ଜାୟା ଜନନୀ ଭଗିନୀ ରୂପେ ରହିବା ସହିତ ସ୍ନେହ ଦାୟିନୀ ଯନ୍ତ୍ରଣା ପ୍ରଦାୟିନୀର ଦାୟିତ୍ଵ ମଧ୍ୟ ତୁଲାଇଛି। ଝିଅ ଜନ୍ମ ପର ଘରକୁ କହନ୍ତି ସଭିଏଁ। ଗାଁ ର ପାଣି ପବନ ଏରୁଣ୍ଡିବନଧ ଡେଇଁ ଶାଶୁଘର କୁ ଗଲେବି’ନବବଧୁ ବେଶରେ ତା ଭିତରେ ଥିବା ପ୍ରତିଭା ଟିକକ ମ ଉଳି ନ ଥାଏ। ଶାଶୁଘର ଗଲାବେଳେ ସେ ନିଜେ ଭିଜି ସମସ୍ତଙ୍କୁ ଭିଜାଇ ଚାଲିଯାଏ ସିନା ସୃଷ୍ଟି କରି ନୂତନ ଦିଗଦର୍ଶନ ଓ ସାହିତ୍ୟ ସମ୍ଭାର ସମସ୍ତଙ୍କୁ ଭିଜାଏ ପୁନର୍ବାର। ସେ ସାହିତ୍ୟ ସାଧନାରେ ଥାଏ ବ୍ରତୀ। ସମସ୍ତଙ୍କୁ ସ୍ନେହ ବାଣ୍ଟିବା ପରେ ତାର କଲମ ମୁନ ଗତି କରେ ଆଗକୁ ଆଗକୁ। କରିଚାଲେ ସାହିତ୍ୟ ସାଧନା।
କେଉଁ କାଳରୁ ଓଡ଼ିଆ ଭାଷା ସାହିତ୍ୟର ସୃଷ୍ଟି କାବ୍ୟ କବିତା ର ଆରମ୍ଭ ତାହା ତ ଇତିହାସ କହୁଛି।
ଆଜି ବହୁ ସଂଗ୍ରାମ କରି ଓଡ଼ିଆ ଭାଷା ଶାସ୍ତ୍ରୀୟ ଭାଷା ମାନ୍ୟତା ପାଇଛି। ତାହା କେବଳ ପୁରୁଷ କବି ସାହିତ୍ୟିକ ଙ୍କର ଅବଦାନ ନୁହେଁ
। ସେଥିରେ ନାରୀ ଙ୍କର ମଧ୍ୟ ଦାନ ରହିଅଛି।
ମା ହେଲେ ପାଠୋଇ ଦେଶ ଯିବ ଆଗେଇ ” ଧ୍ଵନୀ ଏବେ ମୂଳ ମନ୍ତ୍ର ହୋଇଛି।
ପ୍ରକୃତରେ ନାରୀ ଆଜି ବିଶବନଦଯା ହେଗପାରିଛି। ଗଳ୍ପ କବିତା ଗୀତିକବିତା ଉପନ୍ୟାସ ରମ୍ୟ ରଚନା କ୍ଷେତ୍ରରେ ଅଗ୍ରଗତି କରୁଛି। ରୀତି ଯୁଗ ରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ତା’ର ଦୂର ଦିଗବଳୟ
ପରିବ୍ୟାପ୍ତ ହୋଇପାରିଛି
ଆସନ୍ତୁ ସେମାନଙ୍କ ମଧ୍ୟରୁ କେତେକ ବରେଣ୍ଯା ନାରୀଙ୍କୁ ଚିହ୍ନିବା। ସୃଷ୍ଟି କୁ ରୋମନଥନ କରିବା। ତାଙ୍କର ସୃଷ୍ଟି କୁ ଗ୍ରାମ୍ୟ ପାଠାଗାର ରେ ସାଇତି ରଖି ଆମର ଭବିଷ୍ୟତ ପିଢ଼ିକୁ ଖୋରାକ ଯୋଗାଇ ବାରେ ପଥ ପ୍ରଦର୍ଶକ ହେବା।ତେବେ ଯାଇ ଭାଷା ବଞ୍ଚିବ ଓ ନୂତନ ସ୍ରଷ୍ଟା ଙ୍କୁ ପ୍ରେରଣା ଯୋଗାଇବ।
ତେବେ ନିମ୍ନରେ ସେମାନଙ୍କ ର
କୃତି କୁ ସ୍ଥାନ ଦିଆଯାଇଛି।

କବିତା କ୍ଷେତ୍ରରେ
ବିଦ୍ୟୁତ ପ୍ରଭା ଦେବୀ(କୃତି ମରିଚୀକା ବିହାୟସୀ କାଳୀ ମାଟି ପାଣି ପବନ

କୁନ୍ତଳା କୁମାରୀ ସାବତ-ଅଞ୍ଜଳୀ ଉଛବାସ ସଫୁଲିଙ୍ଗ ଅର୍ଚ୍ଚନା ଆହ୍ୱାନ ନ ଅତୁଣ୍ଡି କାଳୀବୋହୂ ରଘୁ ଅରକ୍ଷିତ ଇତ୍ୟାଦି
ଅପର୍ଣ୍ଣା ମହାନ୍ତିଙ୍କ-ଝିଅ ପାଇଁ ଝରକା ଟିଏ
ପ୍ରବାସିନୀ ମହାକୁଡ଼ ତିଓଵାରୀ-ଧାଡିଏ ଶିମିଳିଫୁଲ
ସୁଚେତା ମିଶ୍ର-ଅଜନମା
ସେହିପରି ମନୋରମା ବିଶ୍ଵାଳ ମହାପାତ୍ର
ବରହମୋତରୀ ମହାନ୍ତି ସେ ଉଦାମିନୀ ନନ୍ଦ ପ୍ରତିଭା ଶତପଥୀ
ସୀମା ମିଶ୍ର
ମନୋରମା ମହାପାତ୍ର
ମମତା ଦାଶ ଗିରିବାଳା ମହାନ୍ତି ନିର୍ମଳା ମହାନ୍ତି
ଅନ୍ନପୂର୍ଣ୍ଣା ମହାନ୍ତି ଅନ୍ୟତମ ସାନିଟାରୀ ଭାଷାକୁ ରୁଦ୍ଧିମନ୍ତ କରିଛନ୍ତି

ଗଳ୍ପ ରେ

ବିଣାପାଣି ମହାନ୍ତି – ପାଟଦେଇ ଅପହଞ୍ଚ ଆକାଶ ମୁଖ୍ୟ
ନନ୍ଦିନୀ ଶତପଥୀ ଙ୍କର ଓଡ଼ିଆ ଅନୁବାଦ ସାହିତ୍ୟ ରେ-ରେଭିନଯୁ ଟିକେଟ
ହିରଣ୍ମୟୀ ମିଶ୍ର
ଯଶୋଧାରା ମିଶ୍ର ଙ୍କର-ଜହନ ରାତି ସୁନ୍ଦର ସୃଷ୍ଟି
ସୁସ୍ମିତା ବାଗଚିଙ୍କର-ଆକାଶ ଯେଉଁ ଠି କଥା କହେ ସୁନ୍ଦର ସୃଷ୍ଟି
ସେହିପରି ବନଜା ଦେବୀଙ୍କର କାଠ ପୁଅ ସୁନ୍ଦର ହେଇଛି

ଜୟନ୍ତୀ ରଥଙ୍କରଶବ୍ଦଖେଳ
ଗାୟତ୍ରୀ ସରାଫ ଙ୍କର-ଇଟାଭାଟିର ଶିଳ୍ପୀ

ଚିରଶରୀ ଇନ୍ଦ୍ରଜିତ ଙ୍କର – ବେଙ୍ଗବତୀ କଥା ଅନନ୍ୟ ଅଟେ

ଉପନ୍ୟାସ କ୍ଷେତ୍ରରେ
ପ୍ରତିଭା ରାୟ ହେଉଛନ୍ତି ସବୁଠୁ ଅଗ୍ରଣୀ ।ତାଙ୍କର ଯାଜ୍ଞସେନୀ ଅମ୍ଳାନ କୃତି।

ମମତାମୟି ଚ ଉଧୁରୀଙ୍କର ବୈଶରବଣୀ ସୁନ୍ଦର ସୃଷ୍ଟି।
ସେହିପରି ରଶ୍ମି ରାଉଳ ବିଜୟିନୀ ଦାସ ସୁନୀତି ମୂଣ୍ଡ ଶକୁନ୍ତଳା ପଣ୍ଡା ସୁପ୍ରଭା ପଣ୍ଡା ଅର୍ଚ୍ଚନା ନାୟକ
ବସନ୍ତ କୁମାରୀ ଦେବୀ ପୂଣଯପ୍ରଭା ଦେବୀ ମାନସୀ ଦାସ ଗୀତା ଦାସ
ଅନ୍ୟତମ ଓଡ଼ିଆ ଭାଷାରେ ସୁଦକ୍ଷ ବିନ୍ଧାଣି।
ଇନ୍ଦୁ ମିଶ୍ର ପ୍ରଭାତି ରଥ ମଧ୍ୟ ଲେଖିଛନ୍ତି

ଯଦି ପଞ୍ଚସଖା ଯୁଗକୁ ଯିବା
ଦେଖିବା ସେ ସମୟରେ ମଧ୍ୟ ନାରୀମାନେ ଲେଖନୀ ଚାଳନା କରିଥିଲେ।
ମାଧବୀ ଦାସ ଚାନ୍ଦ ଦାସ୍

ବୃନ୍ଦାବତୀ ଦାସୀ
ଆପନା ପରିଛା
ସୁଲୋଚନା ଦେଇ
ନିର୍ମଳା ଦେବୀ
ଗୀତା ଦେବୀ ଖାଡଙ୍ଗା
ଦେବହୂତି ଦେବୀ
ଓ ଟାଡିସରୁବାଈ ହେଉଛନ୍ତି ଅନ୍ୟତମ ସାନିଟାରୀ
ସେମାନଙ୍କ ର ଲେଖା ଓଡ଼ିଆ ଭାଷାକୁ ରୁଦ୍ଧିମନ୍ତ କରିଛି।

ଗୀତିକବୟଗତରୀ ଭାବରେ
ସେନହଲତା ମହାନ୍ତି
ବିନୋଦିନୀ ଦେବୀ
ପ୍ରେମଲତା ସାମଲ
ଅନ୍ନପୂର୍ଣ୍ଣା ନନ୍ଦ ମାଳତୀ ପଣ୍ଡାଙ୍କ ର କୃତି ଚମତ୍କାର ସୃଷ୍ଟି।

ଏହାଛଡା ଆଉ ଅନେକ ଅଛନ୍ତି
ସେମାନେ ହେଲେ
ସରୋଜିନୀ ସାହୁ ଭାନୁମତୀ ଦେବୀ
ଲକ୍ଷ୍ମୀ ପ୍ରିୟା ଆଚାର୍ଯ୍ୟ
ବିଜୟିନୀ ଦାସ୍ ଇତ୍ୟାଦି
ମୋଟାମୋଟି କହିବାକୁ ଗଲେ
ଓଡ଼ିଆ ବାଣୀ ଭଣ୍ଡାରକୁ ନାରୀ ଙ୍କର ଅବଦାନ ଅବିସ୍ମରଣୀୟ ଅଟେ
ସେମାନଙ୍କ ର କଲମ ମୁନ କୁ ଟାଣ କରିବାକୁ ସମାଜର ଗୋଷ୍ଠୀର ଓ ସରକାରଙ୍କ ର ଦୃଢ଼ ସମର୍ଥନ ରହିବା ଆବଶ୍ୟକ



ମୋ ଭାଷା ଓଡ଼ିଆ ଭାରି ବଢିଆ
ବନ୍ଦେ ଉତ୍କଳ ଜନନୀ

ମୁଁ ପ୍ରଫୁଲ୍ଲ କୁମାର ହୋତା

କାଦୁଅପଡା ପାଟଣା
ଖୋର୍ଦ୍ଧା ଜିଲ୍ଲା

Leave a Reply

Your email address will not be published. Required fields are marked *