April 24, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

ପଢନ୍ତୁ ପ୍ରତାପ କିଶୋର ରାଉତ ଙ୍କ ଗଳ୍ପ -ଅନୁଭୁତିରେ ମୋ ବିଦ୍ୟାଳୟ ଓ ପିଲାଦିନ

ତା-୨୦/୦୬/୨୦୨୦
ଗଳ୍ପ ଶୀର୍ଷକ

*ଅନୁଭୁତିରେ ମୋ ବିଦ୍ୟାଳୟ
ଓ ପିଲାଦିନ*
———■◆●◆■————
ମଣିଷ ର ଘଟଣା ବହୁଳ ଜୀବନ ଅନେକ ସ୍ମୃତି କୁ ପାଥେୟ କରି ଆଗକୁ ଆଗକୁ ଗତିଶୀଳ।ସେଥି ମଧ୍ୟରୁ ପିଲାଦିନର ସ୍ମୃତି ଟିକେ ନିଆରା।ଆଜି ଆମେ ସମୟ ସହିତ ତାଳ ଦେଇ ନିଜର କର୍ମ ସଂସ୍ଥାନ ହେଉ ବା ଉଚ୍ଚ ଶିକ୍ଷା ନିମିତ୍ତ ହେଉ ଗାଁ ମାଟିକୁ ଛାଡି
ତାଠୁଁ ବହୁତ ଦୂରରେ ।ଏବେବି ସେଇ ପିଲା ଦିନର ଅନେକ ସ୍ମୃତି ଚିତ୍ରପଟ୍ଟ ପରି ଗୋଟିକ ପରେ ଗୋଟିଏ ନାଚିଯାଏ। ଗୋଟିଏ ଗୋଟିଏ ଘଟଣା ମଣିଷ ର ଅସ୍ଥି ମଜ୍ଜା କୁ ଭେଦ କରି
କୋଉ ମନ ତଳର ସୁପ୍ତ ଇଲାକାରେ ଶୀହରଣ ସୃଷ୍ଟି କରେ। ଆଜି ସେହି ପିଲା ଦିନରସ୍ମୃତି କାହିଁକି କେଜାଣି ମନ ଗହନ ର କୋଉ ଅଜଣା ଇଲାକା ରେ ପ୍ରବେଶ କରି ମୋତେ
ଭାବୁକ କରି ଦେଉଛି ଭାବିଲେ ଆଶ୍ଚର୍ଯ୍ୟ ଲାଗେ ।ମୋତେ ଆଜି ସେଇ ପଇଁତିରିଶ ବର୍ଷ ତଳକୁ ଫେରି ଯିବାକୁ ଇଛା ହେଉଛି ।
ଅନେକ ତିକ୍ତ ମଧୁର ଅନୁଭୂତି କୁ ଆଜି ପାଖରେ ତୋଳି ଧରିବାର ପ୍ରବଳ ଇଛା ମନ ଭିତରେ ଜାଗି ଉଠିଛି।ଘଟଣା ବହୁଳ
ବିଦ୍ୟାଳୟ ଜୀବନ ର କେତୋଟି ଦୃଶ୍ୟ ମୋତେ ତାଙ୍କ ଭିତରେ ହଜି ଯିବାକୁ ବାଧ୍ୟ କରୁଛନ୍ତି ।
କେନ୍ଦୁଝର ଜିଲ୍ଲା ର ବଉଳା ପାହାଡ଼ ର ପାଦଦେଶରେ ଏକ
ଛୋଟିଆ ପଲ୍ଲୀ ଗାଁ ରେ ଏକ ଚାଷୀ ପରିବାର
ରେ ମୋର ଜନ୍ମ । ଭାଇ ଭଉଣୀ ପାଞ୍ଚ ଜଣ
ଙ୍କ ମଧ୍ୟରୁ ମୁ ଥିଲି ଦ୍ୱିତୀୟ ସନ୍ତାନ। ବଡ ଭଉଣୀମୋଠାରୁ ଦୁଇ ବର୍ଷ ବଡ଼।
କିନ୍ତୁ ବଡ ଅଜବ କଥା ଦୁଇ ଜଣ ହିଁ ଗୋଟିଏ
କ୍ଲାସ ରେ ସାଙ୍ଗହୋଇପଢୁଥିଲୁ।ଗାଁ ସ୍କୁଲ କୁ ତା’ ସହିତବୁଲି ଯାଉ ଯାଉ ତାର ସହପାଠୀ ହୋଇଗଲି ।ସେ ସ୍କୁଲ କୁ ଗଲାଣି ମୁଁ ଯିବା ନିହାତି ଦରକାର। ଏହା ଥିଲା ଜିଦି ର ଫଳ ।ବାପା ସାର ଙ୍କୁ କହି ସେହିଶ୍ରେଣୀ ରେ ମୋର ନାମ ଲେଖାଇ ଦେଲେ। ସେ ଯାହା କରିବମୁଁ ତାହା କରିବି ଏହି ନ୍ୟାୟରେ ଗୋଟିଏ ସେଟ ବହିରେ ଦୁଇ ଜଣଙ୍କ ପଢା ହୁଏ । ସେତେବେଳେ ପୁଅ ଝିଅ ଅଲଗାବସିବା ନୀତି ଥିଲେବି ସେଥିରେ ମୋର ଭଉଣୀପାଖରେ ବସି ପଢିବାର କୌଣସି ଅସୁବିଧା ନଥିଲା। ଏପରିକି ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଦୁଇ ଜଣଙ୍କ ପାଠ ପଢା ଏପରି ଚାଲିଲା। ତାପରେ ଅଷ୍ଟମ ଶ୍ରେଣୀ ରେ ନାମ ଲେଖାଗଲାଗାଁ ଠାରୁ ପାଞ୍ଚ କିଲୋମିଟର
ଦୂର ହାଟଡ଼ିହି  ହାଇସ୍କୁଲ ରେ ।ସେହି ଦିନ ଠାରୁ ମୋ ଦେଇ(ମୋ ଭଉଣୀ)ମୋଠାରୁ ଟିକେ ଅଲଗା ହୋଇଗଲା।
ପ୍ରାଥମିକ ଶିକ୍ଷା ସମୟ ରେ ମୁ ଗୀତ ଭଲ ଗାଉ ଥିଲି। ସେଥି ପାଇଁ ସ୍କୁଲ ରେ ଭାରି ନାଁ ଥିଲା। ଶ୍ରୀଯୁକ୍ତ ଜୟଦେବ ଜେନା ଯିଏ କି ଅଧୁନା ଓଡିଶା ରାଜନୀତି ରେ ଜଣେ ଆଗ ଧାଡ଼ିର କଂଗ୍ରେସ ନେତା ବା ଓଡିଶା ର ଶିକ୍ଷା ମନ୍ତ୍ରୀ ଭାବେ ପରିଚିତ ଥିଲେ ସେହିଁ ଆମ ସ୍କୁଲ ର ଶିକ୍ଷକ ଥିଲେ। ବଡ କଳା ର ପୂଜାରୀ ସେ। ପ୍ରତି ଦିନ ନିହାତି ଗୋଟିଏ ଗୀତ ଗାଇ ତାଙ୍କୁ ଶୁଣାଇବାକୁ ହୁଏ। ଗୁଣାକାର ଜେନା ଗଣିତ ସାର ଙ୍କ ପାଇଁ ଅନେକ ଥର କ୍ଲାସ ରେ
ଏକ କରିବାକୁ ହୁଏ ।ପ୍ର୍ରତିଦିନ ମା ତାରିଣୀ ଙ୍କୁ ନିବେଦନ କରିବାକୁ ହୁଏ ଯେ ଗଣିତ ସାର ଆଜି ନ ଆସନ୍ତେକି ।ସ୍କୁଲ ରେ କୌଣସି କ୍ରୀଡା ପ୍ରତିଯୋଗିତା ହେଲେ ମୋତେ କେହି ଅଖା ଛ ପଟରେ ପଚାରନ୍ତି ନାହିଁ ତାର କାରଣ ହେଲା ମୁଁ ଥିଲି ସବୁଠାରୁ ଛୋଟ ପିଲା। ମୋର ସେ ହକ ଯେମିତି ନାହିଁ ।ଆଉ ସାଂସ୍କୃତିକ
କାର୍ଯ୍ୟକ୍ରମରେ ମୋର ଯେ କେତେ ବହପ ସେକଥା ମୋର ସାଙ୍ଗ ମାନେ ଜାଣନ୍ତି। ଆଉ ଗୋଟିଏ କଥାରେ ସବୁବେଳେ ଏକ ଗୁପ୍ତ
ପ୍ରତିଯୋଗିତା ହୁଏ ।ସେଇଟା ହେଉଛି କୌଣସି ପର୍ବ ପର୍ବାଣୀର ପରଦିନ ଦେଇ ସାଙ୍ଗରେ ସ୍କୁଲ ନଯାଇ ଅଧା ଘଣ୍ଟା ଆଗରୁ ସ୍କୁଲ ରେ ପହଂଚି ନୂଆ ଜାମା ପ୍ୟାଣ୍ଟ ସାଙ୍ଗ ମାନଙ୍କୁ ଦେଖେଇ ଦେଇ ବହାଦୁରୀ ନେବାର ପ୍ରବଳଆକାଂକ୍ଷା ।ଅନେକ ଘଟଣା ତ ଘଟିଛି କିନ୍ତୁ ମୋ ଦେଇ ର ଭଲ ପାଇବା ସ୍ନେହ ଭିତରେ ସତେ ଯେମିତି ମୁଁ ମୋ ବୋଉ କୁ ତା ଭିତରେ ଦେଖି ପାରୁଥିଲି । ସେ ବି ଆଜି ମୋ କବିତାର ଗୋଟିଏ ଖୋରାକ ।ବାପା ସମାନ ଦାମ ର
ଦୁଇଟି କଲମ ଆଣିଲେ ପ୍ରଥମେ ବାଛିବି ମୁଁ,ଖାଇବାରେ ପ୍ରଥମ ଭାଗ ଟା ବାଛିବି ମୁଁ,ସତେ ଯେମିତି ତାର କୌଣସି ରେ ଅଧିକାର ନାହିଁ,ମୋ କଲମ ରୁ କାଳି ସରିଗଲେ ସେ ତା କଲମଟା ମୋତେ ଦେଇଦେଇ କେତେ ଥର ମାଡ଼ ଖାଇଛି ।ଖାତା ନ ନେଇ ଥିଲେ ତାର ଖାତା ଟା ମୋତେ ଦେଇଦେଇ ନିଜେ ଉଠବସ ହୋଇଛି।
ମୋତେ କେହି ଟିକେ ଆଘାତ କଲେ ତାର ପାରିଲା ପାଣିଆକୁ ଲଗେଇ ତା ଉପରକୁ ଝାମ୍ପି ପଡିଛି। ଯଦି କୌଣସି ଦିନ ସ୍କୁଲ କୁ ନଯାଇଛି,ତା ପରଦିନ ସାର ଆଗରେ ଠିଆ ହୋଇ ବୋଉ ମନା କଲା ବୋଲି ସାର ଙ୍କୁ ସଫେଇ ଦେଲା ବେଳେ  ଦେଇମୋର ସବୁ ମିଛ ଗୁଡାକୁ ସାର ଙ୍କ ଆଗରେ ସତ ବୋଲି ସଫେଇ ଦେଇ
ମୋତେ ଦଣ୍ଡ ରୁ ବଞ୍ଚାଇ ଦିଏ। ସେତେବେଳେ ବିଦ୍ୟାଳୟ ରେ ମଧ୍ୟାହ୍ନ ଭୋଜନରେ ମକା ଗୁଣ୍ଡ ଦିଆଯାଏ।ସେଥିଲାଗି ପିଲା ମାନକୁ ଫାଳିଏ କାଠ ସାଥିରେ ଗୋଟେ ତାଟିଆ ନେବାକୁ ହୁଏ।
କାଠ ଓ ତାଟିଆ ବୋହିବା ଦେଇ ର କାମ । ଯେଉଁଦିନ ସ୍କୁଲକୁ ଯାଇ ନଥାଏ ଦେଇ ର ଭାଗ ମକା ଗୁଣ୍ଡ ରୁ ମୋପାଇଁ ଟିକେ ଆଣିବାକୁ କେତେ ଅନୁରୋଧ କରି କହିଥାଏ । ସେଥିରେ ସେ କେବେ ଅବହେଳା କରେନି ।ଅଧା ଖାଇ କାଳି ରେ ବିଲିବିଲି ହୋଇଇଥିବା ସେହି ଅଧା ଖିଆ ମକା ଗୁଣ୍ଡ ଖିରି ରୁ ଟିକେ ମୋ ପାଇଁ ଆଣିଥାଏ ।ସେତକ ପାଇଁ ମୋତେ ତିନିଟା ବେଳୁ ତା ଆସିବା ବାଟ କୁ ଚାହିଁ ଥାଏ।ଆସିବା କ୍ଷଣି ତା ହାତରୁ ସେ ଟିକକ ପାଇ ଚରମ ତୃପ୍ତି ଅନୁଭବ କରେ ।
ଦିନେ ଦିନେ ସ୍କୁଲ ବ୍ୟାଗ କୁ ସେ ମଧ୍ୟ ବୋହିବାକୁ ବାଧ୍ୟ।ମୋର ସବୁ ସୁବିଧା କରିବା ପାଇଁସତେ ଯେମିତି ସେ ଠିକା ନେଇଥିଲା । ତାର ଗୁଣ କୁ
ଦୁଇଧାଡ଼ି ରେ ବଖାଣିବା ଧୃଷ୍ଟତା ମାତ୍ର।ସେଥିପାଇଁ କବି ପଣିଆର ଭାବ ନେଇ  ତା ଉଦ୍ଦେଶ୍ୟ ରେ କବିତା ରେ ଦୁଇ ଧାଡି ଲେଖିଥିଲି–
ଦେଇ ! ଆମ ଘରର ସବୁ ଭେଲ ତୋର
ଆଉ ସବୁ ଭଲ ମୋର,
ଦିନେ ବି ପ୍ରତିବାଦ କଲୁ ନି
ତୋ ଋଣ ସୁଝିବାକୁ ଯାଇ
ତୋ ବାହା ବେଦୀରେ ଖଈ ମୁଠେ ଦେଇ
ତୋ ଋଣ ସବୁ ସୁଝି ଦେଲି “

ଶନିବାର ର ଘଟଣାଟିଏ।ସକାଳିଆ ସ୍କୁଲ।ସେଦିନ ଭାଇ ଭଉଣୀ ସ୍କୁଲ କୁ ନ ଆସିବା ଯୋଜନା କରି ବୋଉ କୁ ଭୂତେଇ ଦେଲୁ।
ସମୟ ନ’ ଟା ପାଖା ପାଖି। ବାପା ବିଲରୁ ଆସି ଆମକୁ ଦେଖି ରକ୍ତ ଚାଉଳ ଚୋବାଇଲେ।ଆମକୁ କଡା ନିର୍ଦେଶ ହେଲା ଦୁଇ ମିନିଟ ମଧ୍ୟରେ ସ୍କୁଲ ବାହାରିବା ପାଇଁ। ଦଣ୍ଡ ସ୍ୱରୂପ ବସ୍ତାନୀ ମୁଣ୍ଡେଇ ସ୍କୁଲ କୁ ଗଲୁ । ପଛରେ ବାପା ଚାଲିଲେ। ଦୁଇ କିଲୋମିଟର ବାଟ ଏମିତି ଚାଲି ଚାଲି ସ୍କୁଲରେ ପହଂଚିଲୁ।
ଆମରଏହି ବସ୍ତାନୀ ମୁଣ୍ଡାଚାଲି କୁ ଉପଭୋଗ କରୁଥିଲେ ଦୁଇ କିଲୋମିଟର ବ୍ୟାପି ରାସ୍ତାର ଯାଉଥିବା କିଛି କିଛି ଲୋକ ମାନେ ।ହାସ୍ୟ ରୋଳ ବି ସୃଷ୍ଟି ହେଉ ଥିଲା ।ସାର ମାନେ ଆମକୁ ଦେଖି ହସିଲେ। ସାରକହି ଥିଲେ -” କଣ ଭାଇ ଭଉଣୀ ଦୁହେଁ ସ୍କୁଲ ଛୁଟି ହେଲା ବେଳକୁ ଆସିଗଲ ” ।ସେହି ଦିନ ଠାରୁ ପ୍ରାୟ କୌଣସି ଦିନ ସ୍କୁଲ ନଯିବାର ଦୁଃସାହସ  କରି ନାହୁଁ ।ସେଦିନଭୁଲିହେବାର ନୁହେଁ । ଆମ ପରିବାର ର ଅନୁଶାସନ ଟିକେ ନିଆରା। କୌଣସି ଭୁଲ କାମ କରି ଘର କୁ ଆସିଲେ ଦଣ୍ଡ ନିଶ୍ଚିତ। ଅନ୍ୟ ପିଲାଙ୍କ ପାଖରୁ ମାଡ ଖାଇ କାନ୍ଦି ଘରକୁଆସିବା ମନା ।ତେଣୁ ବେଳେ ବେଳେ ଦୁଷ୍ଟ ପିଲାଙ୍କ ଠାରୁ ମାଡ ଖାଇ ବାହାରେ ଲୁହକୁ ରଖି ସୁନା ପିଲାଙ୍କ ପରି ଘରକୁ ଯିବାକୁ ହୁଏ।
ଦିନେ ବାପା ଙ୍କ ପକେଟ ରୁ ଚାରଣୀ ଟିଏ ନେଇ ରାତିସାରା ଶୋଇନାହିଁ ।କେବଳ ପାଞ୍ଚ ପଇସା ଟିଏ  ନେବାର ହକ ଅଛି। ଏତେବଡ଼ ପଇସା ଟିଏ ନେଇ ବାପାଙ୍କ ପାଖରେ ଧରା ପଡିଗଲେ ଅବସ୍ଥା ଖରାପ ହେବାର ଆଶଙ୍କା ।ସେତେବେଳ ପ୍ରାର୍ଥନା କ୍ଲାସ ରେ ନଖ,ଚୁଟି ଓ ପୋଷାକ ର ପରିଷ୍କାର ପରିଚ୍ଛନ୍ନତା କଡାକଡି। ସେଦିନ ସାର୍ଟ ଟା ମଇଳା ଥିବାରୁ ସ୍କୁଲ ପଛ ପଟକୁ ଯାଇ ଓଲଟାଇ ପିନ୍ଧି ଦେଇଥିଲି। ପର ମୁହୂର୍ତ୍ତ ରେ ସେଥିପାଇଁ
କ୍ଲାସ ରେ ଏକ ହାସ୍ୟ ରୋଳ ସୃଷ୍ଟି ହୋଇ ଥିଲା।ଅନେକ ଥର ବର୍ଷା ଦିନେ ରାସ୍ତାରେ ପଡି କାଦୁଅ ସର ସର ହୋଇ ଘରକୁ ଫେଇବାକୁ ପଡୁଥିଲା । ଏମିତି ଅନେକ ସ୍ମୃତି ଆଜି ଜୀବନର
ବେଳ ଭୂମିରେ ମଥା ପିଟନ୍ତି। ହାଇସ୍କୁଲ ଆସିଵା ପରେ ସବୁ କେମିତି କେମିତି ଟିକେ ବଦଳି ଯାଇଥିଲା।  ଶ୍ରେଣୀର ଗୋଟିଏ
ରବିବାର ଦିନ  ର ଟାସ୍କ  ଭାବରେ ଶହେ ଟି ଟ୍ରାନ୍ସଲେସନ କରି ସମସ୍ତେ ମାଡ ଖାଉଥିବା ବେଳେ କ୍ଲାସ ରେ ବସି ସେମାନଙ୍କରମଜା ଉଠଉ ଥିଲି ।ଆଜିବି ଡ୍ରଇଂ ରେ ମୋ ଛବି
ଗୁଡିକ ସ୍କୁଲ ର  ଲାଇବ୍ରେରୀ ଘର ମଣ୍ଡନ କରୁଛି ।ହାଇସ୍କୁଲ ରେ ଆମର ଦରମା ଦେବାରପ୍ରଥା ଥିଲା।ଠିକ ସମୟରେ ଦରମା ନଦେଲେନାମ କଟି ଯାଉଥିଲା ତେଣୁ ରୋଲ ନଂ ରକିଛି ଠିକଣା ନଥିଲା। ପୋର ବଏଜ ଫଣ୍ଡ ରୁଏକ ଟଙ୍କା ମିଳେ। କ୍ଲର୍କ ସାର ଯେଉଁଦିନ ଟଙ୍କାଟିଏ ହାତକୁ ଦେଇ ଦିଅନ୍ତି ସେଦିନ ଲାଗୁଥିଲା
ସତେ ଯେମିତି ଚାନ୍ଦ ଟା ଆକାଶରୁ ଖସି ପଡିଲା କି ! ଏମିଟି କେତେବେଳ ସେଇ ସୁମଧୁର ସ୍ମୃତିର ଦିନ ଗୁଡିକ ଚାଲିଗଲା
ଜଣା ପଡିଲାନି ।ଆଜି ସେ ସବୁ କେଉଁ ଏକ ସ୍ମୃତି ର ଅତଳ ଗର୍ଭରେ ଲୀନ ହୋଇ ଯାଇଛି ।ଆଜିର ସ୍କୁଲ ନିୟମ ରେ ଦଣ୍ଡ ର
ପ୍ରଶ୍ନ ଉଠୁନାହିଁ।କିନ୍ତୁ ସେ ସମୟ ରେ ଦଣ୍ଡ କଡାକଡି ପାଳନ ହୁଏ। ଭୁଲ କରୁଛ ମାନେ ଦଣ୍ଡ ପାଇବ । ଖିଅର ହୋଇ ନଥିବାରୁ ଚୁଟି ଟିକେ ବଢି ଯାଇ ଥିଲା । ପ୍ରଧାନ ଶିକ୍ଷକ ଙ୍କ ହାବୁଡ଼ରେ ପଡି ଯାଇଥିଲି ।ସାର ପାଖକୁ ଆସି କଣ ପାଇଁ ଚୁଟି କାଟି ନାହିଁ ବୋଲି ପ୍ରଶ୍ନ କଲେ ଏବଂ କାନ ମୂଳ କଲି ଚୁଟି ରୁ ପୁଳାଏ ଉପାଡି ଦେଲେ ।ବାସ ସେତିକି ରେ ଆଉ ଜୀବନ ରେ କେବେ ଚୁଟି ବଢ଼ାଇବା ର ସାହସ କରି ନାହିଁ । ବୀଜ ଗଣିତ ଓ ଜ୍ୟାମିତି ର ସୂତ୍ର ଗୁଡିକୁ ମନେ ରଖିବା,ସଂସ୍କୃତ ରେ ଶବ୍ଦ ରୂପ ଧାତୁ ରୂପଘୋଷିବା କୁ ଟିକେ ହାଲକା ଭାବରେଗ୍ରହଣ କରି ବେଳେ ବେଳେ ସାର ଙ୍କ ପାଖରେଧରା ପଡି ଗଲେ କରବୀର ଛାଟ ର ପ୍ରୟୋଗ ଫଳରେ ଭୁଲ ଟା ଆଉ ପରବର୍ତ୍ତୀ କାଳରେ
ପ୍ରାୟ ହୁଏ ନାହିଁ। ଏହିପରି ଅନେକ ଦୃଷ୍ଟାନ୍ତ ଜୀବନରେ ବହନ କରି ଅତୀତ ଆଜି ହାତରୁ ଚାଲି ଯାଇଛି । ଗାଈଗୋଠ ପଡିଆ ର ବାଗୁଡି,ବହୁଚୋରି, କାଗଜ ଡ଼ଙ୍ଗା, ତାଳ ପତ୍ର ପେଁକାଳି,
ସବୁ ଆଜି ସେହି ଝାପ୍ସା ହଜିଲା ଅତୀତ ର ଗୋଟିଏ ଗୋଟିଏ ସ୍ମୃତି । ସେହି ହଜିଲା ଅତୀତ ଆଜି ବି ପ୍ରତି ପଦେ ପଦେ ଆମକୁ ନୂତନ ପ୍ରେରଣା ଯୋଗାଇ ଆସିଛି ଏହା ନିସନ୍ଦେହରେ କୁହା ଯାଇପାରେ ।

■◆●◆◆■
ପ୍ରତାପ କିଶୋର ରାଉତ
ଶିକ୍ଷକ,ଚମ୍ପକେଶ୍ୱର ହାଇସ୍କୁଲ
ପୋଇପାଣି, କେନ୍ଦୁଝର
ମୋ-8327725033

Loading

Leave a Reply

Your email address will not be published. Required fields are marked *