🙏ଜେଜେମା ସହିତ ଜଗନ୍ନାଥ ଙ୍କ ଦର୍ଶନ 🙏
ପିଲା ବେଳେ ମା କୋଳରେ ଶୋଇକି କେତେ ଗପ ଶୁଣୁ କିଛି ପୁରାଣ ଆଉ ଅନ୍ୟାନ ଗପ । ମା ଜଗନ୍ନାଥ ଙ୍କ ଗପ ବହୁତ ଶୁଣେଇଛି ଛୋଟ ବେଳେ ବହୁ ଖୁସିରେ ଗପ ଶୁଣି ଶୁଣି ଶୋଉ ପୁରୀ ଜଗନ୍ନାଥ ଙ୍କ କଥା ଦିନେ ମା କହୁ ଥିଲା.. ଇନ୍ଦ୍ରଦୁମ୍ନ ରାଜା ଘୋଡା ଚଢିକି ଯାଇଥିଲେ ଦାରୁ ସମୁଦ୍ର ରେ ଭାସିକି ଆସିକି ଲାଗିଥିଲା ରାଜା ଙ୍କ ଘୋଡା ର ଗୋଡ଼ରେ ବାଜିଲା ରାଜା ଦାରୁ ନେଇକି ରଖିଲେ ସେଥିରେ ଠାକୁର କରିବେ ବୋଲି କହିଲେ ହେଲେ ଯେତେ କାରି ଗର ଆଣିଲେ କେହି ପାରିଲେନି |
ଦିନେ ଗୋଟେ ବୃଦ୍ଧl ବ୍ରାହ୍ମଣ ଆସିକି କହିଲେ ମୁ କରିଦେବି ହେଲେ ୨୧ ଦିନ ମୋତେ ଗୋଟେ ଘରେ ବନ୍ଦ ହୋଇକି କରିବି ରାଣୀ କହିଲେ କେମିତି ବିନା ଖାଇକି ପାଣି ପିଇ କି ରହିବେ ସେ କହିଲେ ନହେଲେ ଗଢି ପାରିବିନି ତାଙ୍କୁ ଗୋଟେ ଘରେ ବନ୍ଦ କରା ଗଲା ୧୫ ଦିନ ହେଲା କୁ ରାଣୀ ବେସ୍ତ ହେଲେ ରାଜା ଙ୍କୁ କହିଲେ ଘର ଖୋଲ ବୁଢ଼ା ଲୋକ ଟେ ଅଛି କି କଣ ହେଲାଣି କବାଟ ଖୋଲି ଦେବା ରାଜା ଯେତେ ବୁଝେଇଲେ ସେ ଆଉ ବୁଝିଲେନି l କବାଟ ଖୋଲା ହେଲା ଦେଖିଲା କୁ ବୃଦ୍ଧ ବ୍ରାହ୍ମଣ ନ ଥିଲେ ଉଭାନ ହେଇଗଲେ ଠାକୁର ଅଧା ଗଢ଼ା ହେଇ ଥିଲା ରାଣୀ କାନ୍ଦିଲେ ଠାକୁର ଙ୍କୁ ଡାକିଲେ ମୋ ପାଇଁ ଏମିତି ହେଲା କହିଲେ ଦିନେ ରାତିରେ ଠାକୁର ସପନେଇଲେ ୟେ ଯୁଗ ରେ ମୁ ଏମିତି ହିଁ ପୂଜା ପାଇବି କହିଲେ ରାଜା ମନ୍ଦିର ତୋଳିକି ରତ୍ନ ବେଦି ରେ ଜଗନ୍ନାଥ ବିଜେ କଲେ ରାଣୀ କାନ୍ଦିଲେ ଜଗନ୍ନାଥ କହିଲେ ବର୍ଷ ରେ ଥରେ ଆମେ ଆସିବୁ ୯ଦିନ ବୁଲିବାକୁ ଆଉ ମୋତେ ପୋଡ଼ ପିଠା ଦବ ଖାଇବାକୁ l ପିଲା ମନ ତ ରତ୍ନ ରେ ସିଂହାସନ ହେଇଛି ଜଗନ୍ନାଥ ବସିଛନ୍ତି ଭାବି ଦେଇଥିଲି ଗପରୁ |
ବାପା ବୋଉ ଦେଇ ଚିନୁ ନନା ଓ ମୁ ପୁରୀ ଗଲୁ ପ୍ରଥମ ଥର ଯାଇଥିଲି ଜଗନ୍ନାଥ ଦର୍ଶନ କଲି ହେଲେ ବହୁତ ଭିଡ ଥିଲା ରତ୍ନ ସିଂହାସନ ପାଖକୁ ଯାଇପାରିଲିନି ସେତେ ବେଳେ ବହୁତ ଛୋଟ ଥିଲି ତ ବେଶୀ କିଛି ଜାଣି ପାରିଲିନି ବୁଲା ବୁଲି କଲୁ ଅଭଡ଼ା ଖାଇକି ଘର କୁ ଫେରିଲୁ |
ଆଉ ଥରେ ମୁ ଅଷ୍ଟମ ଶ୍ରେଣୀ ରେ ପଢୁ ଥିବା ସମୟରେ ମା ବାହାରିଲା ପୁରୀ ମୋ ଦେଇ ଜିଦି କଲା ସେ ବି ଯିବ ବୋଲି ଦେଇ ଯିବ ମୁ ଯିବିନି ଏମିତି ତ ହବନି କେବେ ମୋତେ ନ ନେଲେ କାନ୍ଦିବି ମା ଆମ ଦି ଜଣ କୁ ନେଇକି ବାହାରିଲା ପୁରୀ ରେ ପହଁଚିଲା ବେଳକୁ ୫ ଟା ବାଜି ଯାଇଥିଲା ଗାଁ ର ଜେଜେ ଜଣେ ସେଠି ପୋଲିସ ଅଛନ୍ତି ତାଙ୍କ ଘରେ ରହିଲୁ ଆଉ ତାଙ୍କ ଝିଅ ବି ପୋଲିସ ମନ୍ଦିର ରେ ଡିଉଟି କରନ୍ତି ରାତିରେ ଗଲୁ ମନ୍ଦିର ଦର୍ଶନ କଲୁ ମା ମନ୍ଦିର ଭିତରେ ସବୁ ଜାଗା ବୁଲେଇ କିଏ କଣ ସବୁ ବୁଝେଇକି କହିଲା ଅଭଡ଼ା ଖାଇଲୁ ମା କହିଲା ଏଠି ବସିକି ରହିବା ରାତି ୧୧ଟା ରେ ସାହାଣମେଲା ପୁରା ରତ୍ନ ସିଂହାସନ ପାଖକୁ ଯାଇକି ଦର୍ଶନ କରିବା |ବସି ରହିଲୁ ସମୟ ହେଲା ରୁ ଗଲୁ ଦର୍ଶନ କରିବା ପାଇଁ ଅଳ୍ପ ଲୋକ ଥିଲେ ପୁରା ରତ୍ନ ମଣ୍ଡପ ପାଖକୁ ଯାଇ ଦର୍ଶନ କଲୁ ମଣ୍ଡପ ଚାରି ପାଖରେ ବୁଲି କି ନମସ୍କାର କଲୁ ମା ଯାହା କରୁ ଥାଏ ଦେଇ ଆଉ ମୁ ସେମିତି କରୁ ଥାଉ ସେଠି ମା ଶୁଣେଇ ଥିବା ଛୋଟ ବେଳର ଗପ ମନେ ପଡିଲା ରତ୍ନ ରେ ତ ନୁହେଁ ପଥର ରେ ହେଇଛି ମନରେ ମନରେ ରହିଲି ଯେମିତି ଫେରିଲୁ ମା କୁ ପଚାରିଲି ତୁ ମିଛ କହି ଥିଲୁ ଜଗନ୍ନାଥ ବସି ଥିବା ମଣ୍ଡପ ତ ପଥର ର ତୁ କହି ଥିଲୁ ରତ୍ନ ର ବୋଲି ମା ଟିକେ ହସିକି କହିଲା ମହା ପ୍ରଭୁ ଜଗନ୍ନାଥ ଯେଉଁଠି ବାସନ୍ତୀ ସେ ପଥର ହିଁ ରତ୍ନ ସେ ପରା ବଡ଼ ଠାକୁର ତାଙ୍କ ର ସବୁ ବଡ଼ ବଡ଼ ଦାଣ୍ଡ ବଡ ଭୋଗ ତା ପରେ ସେଇ ଦିନରୁ ମନରେ ଜଗନ୍ନାଥ ରହି ଯାଇଛନ୍ତି । ଜେଜେ ମା ବର୍ଷେ ହେଲା ଛାଡି ଚାଲି ଗଲେଣି ଗପ ଆଉ କେହି କହୁନାହାନ୍ତି । ଜଗନ୍ନାଥ ଙ୍କ ମହିମା ବୁଝିଲା ବେଳକୁ ଜେଜେ ମା ବି ଆଉ ନାହିଁ । ପ୍ରଭୁ ମୋ ମା ଯୋଉଠି ଅଛି ଭଲରେ ରଖନ୍ତୁ । ସମସ୍ତିଙ୍କ ଦୁଃଖ ଦୂର କରନ୍ତୁ ମୋର ଏତିକି ଜଗନ୍ନାଥ ଙ୍କ ପାଖରେ ଏତିକି ପ୍ରାଥନା ।
ଜୟ ଜଗନ୍ନାଥ
ପଦ୍ମାଳୟା ସାମଲ
ବଡ଼ପଡ଼ା, କେନ୍ଦ୍ରାପଡ଼ା
900 total views, 1 views today
ବହୁତ ବହୁତ ଧନ୍ୟବାଦ ସୂର୍ଯ୍ୟଉଦୟ ପରିବାର ମୋର ଲେଖା ଟିକୁ ସ୍ଥାନ ଦେଇ ଥିବାରୁ ମୁ କୃତଜ୍ଞ..
ସାଧନା ଅବ୍ୟାହତ ଜାରି ରହୁ