October 02, 2023
11 11 11 AM
ଧୈର୍ଯ୍ୟ ତଥା ଦୃଢ଼ ମନୋବଳ ସବୁ ସଫଳତାର ମୁଖ୍ୟ କାରଣ ହୋଇଥାଏ ବୋଲି ଭଉଣୀ ନିକଟକୁ ପତ୍ର – ରୁଦ୍ର ନାରାୟଣ ଦାଶ
*ବୁଢାଶଙ୍ଖାରି ଏକ ଦୁଃଖଦ କାହାଣୀ- ଜୟଶ୍ରୀ ଖଟୁଆ*
*ବୁଢ଼ାଶଙ୍ଖାରି ଏକ ଅଦେଖା ପ୍ରେମର ଉଛ୍ୱାସ–ଲକ୍ଷ୍ମୀପ୍ରିୟା ବେହେରା*
*”ବୁଢ଼ାଶଙ୍ଖାରି” ,ଅନାବିଳ ବାତ୍ସଲ୍ୟ ପ୍ରେମର ଅନନ୍ୟ ଉଦାହରଣ- ଲିଜାରାଣୀ ପ୍ରଧାନ*
*କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ “ବୁଢ଼ା ଶଙ୍ଖାରି” ରେ ସମ୍ପର୍କ ର ମୂଲ୍ୟବୋଧ-ଦୀପାଳି ମେହେର*
*”ବୁଢ଼ା ଶଙ୍ଖାରି” ଏକ ଆଲୋଚନା –ସବିତା ପଟ୍ଟନାୟକ*
ସୂର୍ଯ୍ୟୋଦୟ ଯୁବ ସାରସ୍ଵତ ସମାବେଶ ଆୟୋଜିତ
Allusion Of Amble – Manoj Kumar Panda
Allusions Of Finitely Infinite – Manoj Kumar Panda 
ALLUSIONS OF THE MESSAGES – Manoj Kumar Panda 
Allusions Of My Last Day – Manoj Kumar Panda 
ALLUSIONS OF BLOWN LIFE – Manoj Kumar Panda 
ALLUSIONS OF THE SOUL – Manoj Kumar Panda 
ALLUSIONS OF SILENCE KISSES- Manoj Kumar Panda 
Allusions of Volatility – Manoj Kumar Panda 
Allusions of hedonism – Manoj Kumar Panda
*ବୁଢ଼ା ଶଙ୍ଖାରି ଗଳ୍ପର ମାର୍ମିକ ଦୃଷ୍ଟିଭଙ୍ଗୀ–ଲକ୍ଷ୍ମୀପ୍ରିୟା ସେଠୀ*
*ବୁଢାଶଙ୍ଖାରି ଗଳ୍ପରେ ଗ୍ରାମଭୂମିର ଝଲକ–ରୁଦ୍ର ନାରାୟଣ ଦାଶ*
*କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ବୁଢ଼ା ଶଙ୍ଖାରି ଏକ ଭାବପ୍ରବଣତାର ଏକ ଶାଶ୍ଵତ ନିଦର୍ଶନ- ଶିବ ସେଠୀ**
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ବୁଢ଼ା ଶଙ୍ଖାରି ଏକ ଗଦ୍ୟାନୁପ୍ରାସ- ଜୀବନ ପ୍ରଦୀପ ପ୍ରଧାନ
Latest Post
ଧୈର୍ଯ୍ୟ ତଥା ଦୃଢ଼ ମନୋବଳ ସବୁ ସଫଳତାର ମୁଖ୍ୟ କାରଣ ହୋଇଥାଏ ବୋଲି ଭଉଣୀ ନିକଟକୁ ପତ୍ର – ରୁଦ୍ର ନାରାୟଣ ଦାଶ *ବୁଢାଶଙ୍ଖାରି ଏକ ଦୁଃଖଦ କାହାଣୀ- ଜୟଶ୍ରୀ ଖଟୁଆ* *ବୁଢ଼ାଶଙ୍ଖାରି ଏକ ଅଦେଖା ପ୍ରେମର ଉଛ୍ୱାସ–ଲକ୍ଷ୍ମୀପ୍ରିୟା ବେହେରା* *”ବୁଢ଼ାଶଙ୍ଖାରି” ,ଅନାବିଳ ବାତ୍ସଲ୍ୟ ପ୍ରେମର ଅନନ୍ୟ ଉଦାହରଣ- ଲିଜାରାଣୀ ପ୍ରଧାନ* *କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ “ବୁଢ଼ା ଶଙ୍ଖାରି” ରେ ସମ୍ପର୍କ ର ମୂଲ୍ୟବୋଧ-ଦୀପାଳି ମେହେର* *”ବୁଢ଼ା ଶଙ୍ଖାରି” ଏକ ଆଲୋଚନା –ସବିତା ପଟ୍ଟନାୟକ* ସୂର୍ଯ୍ୟୋଦୟ ଯୁବ ସାରସ୍ଵତ ସମାବେଶ ଆୟୋଜିତ Allusion Of Amble – Manoj Kumar Panda Allusions Of Finitely Infinite – Manoj Kumar Panda  ALLUSIONS OF THE MESSAGES – Manoj Kumar Panda  Allusions Of My Last Day – Manoj Kumar Panda  ALLUSIONS OF BLOWN LIFE – Manoj Kumar Panda  ALLUSIONS OF THE SOUL – Manoj Kumar Panda  ALLUSIONS OF SILENCE KISSES- Manoj Kumar Panda  Allusions of Volatility – Manoj Kumar Panda  Allusions of hedonism – Manoj Kumar Panda *ବୁଢ଼ା ଶଙ୍ଖାରି ଗଳ୍ପର ମାର୍ମିକ ଦୃଷ୍ଟିଭଙ୍ଗୀ–ଲକ୍ଷ୍ମୀପ୍ରିୟା ସେଠୀ* *ବୁଢାଶଙ୍ଖାରି ଗଳ୍ପରେ ଗ୍ରାମଭୂମିର ଝଲକ–ରୁଦ୍ର ନାରାୟଣ ଦାଶ* *କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ବୁଢ଼ା ଶଙ୍ଖାରି ଏକ ଭାବପ୍ରବଣତାର ଏକ ଶାଶ୍ଵତ ନିଦର୍ଶନ- ଶିବ ସେଠୀ** କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ବୁଢ଼ା ଶଙ୍ଖାରି ଏକ ଗଦ୍ୟାନୁପ୍ରାସ- ଜୀବନ ପ୍ରଦୀପ ପ୍ରଧାନ

ପଢନ୍ତୁ ନୃସିଂହ ପାଣିଗ୍ରାହୀ ଙ୍କ ଗଳ୍ପ ଅନୁଭୂତି ରେ ଜଗନ୍ନାଥ

ଅନୁଭୂତି ରେ ଶ୍ରୀ ଜଗନ୍ନାଥ
************************
ମୋ ଭଣଜା ମୁକୁଲ୍ କୁ ଟିଭି ଦେଖି ଦେଖି ଖାଇବାକୁ ଭଲ ଲାଗେ । ବୟସ 3-4 ବର୍ଷ ହେବ । ନିଷ୍ପାପ ହୃଦୟ ତା’ର, ସେ ଦୁନିଆ ବିଷୟରେ କ’ଣ ବା ଜାଣିଚି…. । ବାପା ବିଶ୍ଵନାଥ , ମା ମାନିନୀ ଙ୍କ ସେ ଥିଲା ଏକଇର ବଳା ବିଶିକେଷନ । ଛୋଟ ପିଲ। । ନୂଆ ନୁଆ କଥା ଜାଣିବା ସମସ୍ତଙ୍କର ଇଚ୍ଛା । ଥରେ ଓଟିଭି ରେ ଚାଲିଥାଏ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ସ୍ନାନ ଯାତରା । ଏଡ଼େ ବଡ଼ ବଡ଼ ଆଖି ଛଡ଼ା ଆଉ କିଛି ଦେଖାଯାଉନ।ହିଁ । ସେ ବସିଛନ୍ତି, ଗଧେଉଛନ୍ତି , ଅନେଇ ରହିଛନ୍ତି । ହସିବା କଥା କିନ୍ତୁ କାନ୍ଦୁଛନ୍ତି !! ମୁଁ ଏତେ ଛୋଟ ହେଇ କ।ନ୍ଦୁନି !! ଏମିତି କିଛି ତା କୁନି ପାଟିରେ ଖନେଇ ଖନେଇ କହିଚାଲିଥାଏ ମୁକୁଲ୍ ତା ମାଆ କୁ ।
ଏଣେ ମୁକୁଲ ମା ମାନିନୀ ଟିଭି କୁ ଦେଖୁ ଦେଖୁ ହଠାତ୍ ନଜର ପଡ଼ିଲା ମହାପ୍ରଭୁଙ୍କ ଚକା ଆଖି ଉପରେ । ଆରେ ସତେ ତ ଜଳ ଦ୍ଵାରା ରଙ୍ଗ ବୋହିହେଇଯଥିବା ହେଉ ବା ଅନ୍ୟ କୌଣସି କାରଣ , ଆଜି ମୋ ଜଗା କ’ଣ କାନ୍ଦୁଛି । ମୋର ନିର୍ବୋଧତା କହିପାର ବା ଅନ୍ଧବିଶ୍ୱାସ କିନ୍ତୁ ହୃଦବୋଧ ହେଇଥିଲା ଯେ ଭବିଷ୍ୟତରେ କିଛି ନା କିଛି ଘଟିବ ଯାହା ଓଡ଼ିଆ ବାସୀଙ୍କ ସ୍ପନ୍ଦନ ଚାଲିବାକୁ ବି ମନା କରିବ ।
ଆଜି ୧୮ ଜୁନ୍ ମଧ୍ୟାହ୍ନ ସମୟ । ଏ କଣ ….?ରଥ କାନ୍ଦୁଚି । ପଥ କ। ନ୍ଦୁଛି ଆଉ କାନ୍ଦୁଛି ଏ ସାରା ଓଡ଼ିଶା । ଯେତେବେଳେ ମୋ ଜଗା କାନ୍ଦୁଥିଲା କାହାର ବି ଟିକେ ବି ନିଘା ନଥିଲା କିନ୍ତୁ ଆଜି ସମସ୍ତେ ମର୍ମାହତ । ଏବେ କିଏ କାହାକୁ ଦୋଷାରୋପ ବା କରିବ ।

ଅପର ପକ୍ଷରେ ରଥଯାତ୍ରା ବନ୍ଦ ହେବନି ବୋଲି ସମସ୍ତେ ଚିତ୍କାର କରିଚାଲିଛନ୍ତି । ସମସ୍ତଙ୍କ ପାଟିରେ ଗୋଟିଏ ମନ୍ତ୍ର ।
କିଏ ରୋକିବ ରଥଯାତ୍ରା କୁ ?…. ସୁପ୍ରିମକୋର୍ଟ ର ନିଷ୍ପତି … ନ୍ୟାୟ ପେଡ଼ି ଧରି ରଖିଥିବା ପ୍ରଶାସକ…. ନା ପ୍ରଥମ ସେବକ ଗଜପତି… ନା ଜଗତ ଗୁରୁ ଶଙ୍କରାଚାର୍ଯ୍ୟ …ନା ପୁରୀପଣ୍ଡାଗଣ… ନା ସମସ୍ତଙ୍କ ନଜର ରେ ଆସୁଥିବା ଆମ ମଣିଷ ର କର୍ତ୍ତବ୍ୟ ବୋଧତା…. ।

ମୋ ଜଗା ପରା ଅସୀମ , ଅନନ୍ତ ଆଉ ସର୍ବଶକ୍ତିମାନ । ତା ଭକତକୁ ଲୁଚି କ’ଣ ତା ସିହ୍ନସନରେ ବସି ଆଦେଶ ଦେଇପାରିବ ।
ଜଗାରେ…. ଏ …ଜଗା…. କାଇଁ ଏମିତି କରୁଛୁ କହିଲୁ । ତୋ ୬୦ ପଉଟି ଭୋଗ ନ ହେଲେ ପରା କବିତା ବନିତା ଲତା ବଞ୍ଚି ପାରନ୍ତିନି । ଯୋଉ ରଥରେ ତୁ ସାରା ଦୁନିଆକୁ ନିଜକୁ ପରାକ୍ରମ ଦେଖାଇ ଶ୍ରେଷ୍ଠ ବୋଲି ପ୍ରମାଣ କରୁ ଆଜି ରଥ ; ଚକକୁ କହିଛି ମୁଁ ବଞ୍ଚିଥିବା ଯାଏ ତୋ ସାଙ୍ଗ ଆଉ ହେବିନି । ତୋ କୋଳରେ ନ ବସିଲେ ପରା ଏ ଦୁର୍ବଳ ନିରୀହ ମଣିଷକୁ ନିଦ ହୁଏନି । କଣ କଲୁ ରେ ଆଜି ତୁ । କାହିଁକି ଏମିତି କଲୁ ।

ଯଦି କିଛି ଭୁଲ ଥିଲା ଗାଳି କରିଥାନ୍ତି । ହାତ ଉଠାଇ ମାରିଦେଇଥାଆନ୍ତୁ ମୁଁ ସହିଯାଇଥାନ୍ତି । କିନ୍ତୁ ସମସ୍ତଙ୍କ ମୁହଁରୁ ହସ ଛଡ଼ାଇ କି ସୁଖ ପାଇଲୁ ରେ ତୁ । ଏମିତି କହି କହି ବାରମ୍ବାର ଚେତାଶୂନ୍ୟ ହୋଇ ପଡୁଥାଏ ମୁକୁଲ୍ ର ମା ମାନିନୀ । ଆଜି ଦେଖ ସବୁ ସୁରୁଖୁରୁରେ ସମ୍ପନ୍ନ ହୋଇଛି ଆଉ ଏବେ ଭାବୁଛି ଏଇଟା ବି ସେଇ ଜଗାର ଗୋଟେ ଲୀଳା ଥିଲା ।

**************************
ନୃସିଂହ ପାଣିଗ୍ରାହୀ
ଶିକ୍ଷକ, ପୁରୀ

Loading

One thought on “ପଢନ୍ତୁ ନୃସିଂହ ପାଣିଗ୍ରାହୀ ଙ୍କ ଗଳ୍ପ ଅନୁଭୂତି ରେ ଜଗନ୍ନାଥ

Leave a Reply

Your email address will not be published. Required fields are marked *