ଅନୁଭୁତିରେ ମୋ ବିଦ୍ୟାଳୟ ଓ ପିଲାଦିନ
*************************
ସମୟ ଥିଲା ପ୍ରାୟ ଦିନ ୯.୦୦ ଟା । ସ୍କୁଲ୍ କୁ ବାହାରିବାକୁ ତର ତର ଥିଲି । ଘରର ଢ଼ିଙ୍କିଆ କଳରେ ଗାଧୋଇବା ବେଳେ
ହଟାତ୍ ମାନେ ପଡ଼ିଗଲା ବିନ୍ଧିଥିବ ପ୍ୟାଣ୍ଟ୍ ପକେଟରେ ଗୋଟେ କାଗଜ ଟୁକୁଡା ଅଛି। ସେହିକ୍ଷଣି ମୁଣ୍ଡରେ କିଛି ପସିଲାନି ଯେ ସେ କାଗଜଟା କଣ ବୋଲି । କାଗଜ ଖୋଲିବା ସମୟରେ ବୋଉକୁ ଡାକୁଥାଏ ସେ କାଗଜ ଟୁକୁଡାକୁ ସୁଖେଇଦେବା ପାଇଁ । ଦେଖୁ ଦେଖୁ କାଗଜରେ ପ୍ରଥମ ଧାଡି ଲେଖାଥିଲା” କାହାକୁ କହିବୁନି”। କିଛିକ୍ଷଣ ମଧ୍ୟରେ ଜାଣିପାରିଲି ଯେ ସେଇଟା କଣ ଥିଲା । ବୋଉ ଆସି ପଚାରିବାରୁ ତାକୁ କହିଲି .……
: ନା… ଲୋ.. ବୋଉ କିଛି ଦରକାର ନାହିଁ ସେଇଟା
:ଭଲରେ ଦେଖିଲୁ ତ କାଳେ କିଛି ଦରକାର ଥିବ ।
: ନା…ନା…କରି ବାରମ୍ବାର ସେ ବିଷୟକୁ ଲୁଚେଇବାକୁ ଚେଷ୍ଟା କଲି ଆଉ ସେ କାଗଜ ଟିକୁ ଟିକେ ଦୂରକୁ ଦି ଖଣ୍ଡ କରି ଫୋପାଡି ଦେଲି।କିଛି ସମୟ ପରେ ଖାଇସାରି ସ୍କୁଲକୁ ଯାଇ ଫେରିଲା ବେଳକୁ ଦେଖେତ ସମସ୍ତେ କାନ୍ଦୁଛନ୍ତି । ହଁ.. ହଁ… କହିବାକୁ ଭୁଲିଯାଇଥିଲି ଏଠି ସମସ୍ତେ କହିଲେ ମୋତେ ଛାଡ଼ି; ବାବା,ବୋଉ ଆଉ ମୋ ଦୁଇ ବଡ଼ ଭଉଣୀ । ମୁଁ ଜନ୍ମରୁ ବହୁତ ଗେଲବସରରରେ ବଢ଼ିଛି । ସ୍କୁଲରୁ ଆସି କାହିଁ କାନ୍ଦୁଛ ବୋଲି ପଚାରିବାରୁ କେହି କିଛି ଉତ୍ତର ଦେଲେନାହିଁ । ବଡ଼ ଭଉଣୀ ସଙ୍ଗୀତା ମୋତେ ଡାକି ତା କୋଳରେ ବସେଇ କହିଲା “ତୁ ଖାଲି ଶୁଣି ମାନି (ସାନ ଭଉଣୀ )କଣ ପଢ଼ୁଛି “। ସାନ ଭଉଣୀ କାନ୍ଦି କାନ୍ଦି ଦୁଇଫାଳ ଚିଠିକୁ ଯୋଡ଼ି ପଢିବାରେ ଲାଗିଲା ।ମୁଁ ଜାଣି ପାରିଲି ଯେ ସେ ଚିଠି ଥିଲା ମୁଁ ଗାଧେଇବା ବେଳେ ପକେଇଥିବ କାଗଜ ଟୁକୁଡା। ସେ ଥିଲା ମୋ ଜୀବନର ପ୍ରଥମ ଆଉ ଶେଷ ପ୍ରେମପତ୍ର । ଲେଖାଥିଲା” ଏ ଚିଠିକୁ କାହାକୁ ଦେଖେଇବନି । ମୁଁ ତୁମ ପାଖେ ସବୁବେଳେ ଅଛି, ରହିଛି ଆଉ ରହିଥିବି । ମୁଁ ତୁମକୁ ଛାଡ଼ି ବଞ୍ଚିପରିବି ନାହିଁ । ତୁମେ ମୋ ପ୍ରାଣ, ହୃଦୟର ସ୍ପନ୍ଦନ , ଅମାବାସ୍ୟାର ଚାନ୍ଦ, କିନ୍ତୁ ଏତିକି କରିବ ମୋତେ ଛାଡ଼ି ତୁମେ କୁଆଡେ ଯିବନି । ତୁମେ ଛାଡ଼ି ଚାଲିଗଲେ ମୁଁ ମରିଯିବି ” ଏପରି ଅନେକ କିଛି ପରିଭାଷା । ଆମ ଘରେ କିନ୍ତୁ ଏତିକି ଛୋଟ ବୟସରେ ଏପରି କରିବା ମୋ ପାଇଁ ଠିକ୍ ନୁହେଁ ବୋଲି ଜାଣିପାରିଥିଲେ । ବୋଉ ସେଦିନ ମୋତେ ତା ମୁଣ୍ଡ ଛୁଆଁ ଇ ଶପଥ କରେଇଥିଲେ ଏ ମାର୍ଗକୁ କେବେ ନ ଯିବା ପାଇଁ । ବାସ୍ ସେତିକି । ମୋ ଜୀବନରେ ଏକ ବିରାଟ ପରିବର୍ତ୍ତନର ସ୍ୱର ଉଠିଥିଲା ସେ ଦିନ ଠାରୁ ଏ ମାର୍ଗକୁ ନ ଯିବା ପାଇଁ ।ସତରେ “ଭଗବାନ ଯାହା ଚ କରନ୍ତି ପ୍ରାଣୀଙ୍କ ମଙ୍ଗଳ ପାଇଁ” । ଗୋଟେ ଚିଠି ଯଦି ସମସ୍ତଙ୍କୁ କନ୍ଦେଇଦେଇପରେ ମୋ କର୍ତ୍ତବ୍ୟବୋଧର ଅବହେଳା କଣ ନ କରିବ ସେମାନଙ୍କ ଅଵସ୍ଥା ! ମୋ ଜୀବନ ର ଏକ ମସ୍ତବଡ ଭୂଲ୍ ଥିଲା ସେଇଟା ସତ ;କିନ୍ତୁ ମୁଁ ଜାଣି ପାରିଥିଲି ଯେ ମୋ ଘର ଲୋକମାନେ ମୋ ପାଇଁ ଜୀବନ କଣ ଆଉ କେତେ ଜନ୍ମ ବି ନେଇପାରନ୍ତି ।
©®ନୃସିଂହ ପାଣିଗ୍ରାହୀ
ଶିକ୍ଷକ,ପୁରୀ
418 total views, 1 views today