ନୀଳାଚଳ ଧାମେ ରଥ ଯାତରା °°°°°°°°°°°°°°°°°°°°°°°°°°°°°°°°°°°° ରାଜଚ୍ଚନ୍ଦ୍ରଚାରୁ କାନ୍ତିରୁଦୟ ପ୍ରଦ୍ୟୁମ୍ନ ଭୂଷାକୃତିଃ, ସୌଭଦ୍ରା ବିଳସନ୍ମତିଃ ପ୍ରବିକଶ ଚ୍ଛୁରାମନାନ୍ତୋଦଗତିଃ, ନାଗାହୋନ୍ମଥିତାଜୁନାହିତ ମତିଃ କାଦମ୍ବରୀତିର୍ଗତିଃ, ଭୂୟାନ୍ନୀଳଗିରିସ୍ଥିତି ମମ ଭଦ୍ରା ଚ ଲକ୍ଷୀପତିଃ,
ବହୁତ ପ୍ରାଚୀନ କାଳରୁ ନୀଳାଚଳ ଧାମେ ଗୋଟିଏ ମନ୍ଦିର ଅଛି ଯାହା ଦେଶ ବିଦେଶ ରେ ମଧ୍ୟ ବିଖ୍ୟାତ । ଆଉ ସେହି ନୀଳାଚଳ ଧାମରେ ବାର ବରଷରେ ତେର ଯାତରା ଦେଖିବାକୁ ମିଳେ ଆଉ ସେହି ଯାତ୍ରା ମାନଙ୍କ ଠାରୁ ଶ୍ରୀ ଗୁଣ୍ଡିଚା ଯାତ୍ରା ଅନ୍ୟତମ । ନିଜେ ମହାପ୍ରଭୁ ଭାଇ ଭଗ୍ନି ଙ୍କୁ ଧରି ଚାଲି ଆସନ୍ତି ବଡ଼ଦାଣ୍ଡ କୁ ଆଉ ଜାଇ ଥାନ୍ତି ମାଉସୀ ଘରକୁ ।
ଦିନକର କଥା ପୁରୀ ଗଜପତି ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ମହାରାଣୀ ଗୁଣ୍ଡିଚା ଙ୍କୁ ସ୍ୱପ୍ନରେ ସ୍ୱୟଂ ନାରାୟଣ କହିଲେ ମୋର କୃଷ୍ଣ ଅବତାର ସେଶ ହୋଇଛି ଆଉ ମୋର ଇଚ୍ଛା ତୁମେ ମନ୍ଦିର ତୋଲାଇ ମୋତେ ପୁଜା କର । ଏହା ପରେ ଇନ୍ଦ୍ରଦ୍ୟୁମ୍ନ ତାଙ୍କର ସୈନ୍ୟ,ସାମନ୍ତ, ବଢେଇ ଲଗେଇ ତୋଲାଇ ଦେଲେ ଦେଉଲ । ହେଲେ ମନ୍ଦିର ରେ ଠାକୁର ନାହାନ୍ତି ଠାକୁରଙ୍କୁ ସବର ରାଜା ବିଶ୍ଵାବସୁ ଗୁପ୍ତ ଭାବରେ ଭଗବାନ ଙ୍କୁ ପୁଜା କରୁଥିଲେ ଗୋଟିଏ ପାହାଡ ର ଗୁମ୍ଫା ରେ । ଏପଟେ ରାଜା ସୈନ୍ୟ ପଠାଇ ଦାରୁ ଖୋଜିବା ଆରମ୍ଭ କରି ମୂର୍ତ୍ତି ମଧ୍ୟ ଆରମ୍ଭ କରିଦେଲେ ଏବଂ ମୂର୍ତ୍ତି ତିଆରି କରିବା ପାଇଁ ନିଜେ ଆସିଥିଲେ ବଢେଇ ବିଶ୍ୱକର୍ମା ସେ କହିଥିଲେ ମୁଁ ଦେଉଲ ଭିତରେ ମୂର୍ତ୍ତି ଗଢିବି ଏକୋଇଶି ଦିନ ନହେଲେ କବାଟ ଖୋଲିବ ନାହିଁ କଥା ଥିଲା ଏକୋଇଶି ଦିନରେ କବାଟ ଖୋଲିବା କୁ ଏକୋଇଶି ଦିନ ନ ପୁରୁନୁ ଖୋଲିଦେଲେ କବାଟ ଆଉ ଅଧାଗଢ଼ା ହୋଇଗଲେ ଚତୁର୍ଦ୍ଧାମୂର୍ତ୍ତି ଜଗନ୍ନାଥ,ଭଳଭଦ୍ର, ସୁଭଦ୍ରା ଏବଂ ସୁଦର୍ଶନ ନାମରେ ନାମିତ କରି ଅନ୍ତର୍ଦ୍ଧାନ ହୋଇଗଲେ ବଢେଇ ବିଶ୍ୱକର୍ମା । ମନ୍ଦିର ପ୍ରତିଷ୍ଠା ପାଇଁ ରାଜା ଗଲେ ବ୍ରହ୍ମ ଲୋକ ବ୍ରହ୍ମା ଆସି ରାଜା,ରାଣୀ, ବିଶ୍ୱାବସୁ ମିଶି ମନ୍ଦିର ପ୍ରତିଷ୍ଠା କଲେ ଏବଂ ବିଦ୍ୟାପତି ବିଶ୍ଵାବସୁ ଙ୍କ ଠାରୁ ଭଗବାନଙ୍କ ଦିବ୍ୟ ଯୌତି ଚତୁର୍ଦ୍ଧାମୂର୍ତ୍ତି ରେ ସ୍ଥାପନ କଲେ । ଏହି ସମୟରେ ଭଗବାନ ଗୁଣ୍ଡିଚା ରାଣୀ ଙ୍କୁ ବର ମାଗିବାକୁ କହିଥିଲେ ଓ ଏହି ସମୟରେ ରାଣୀ ବର ମାଗିଥିଲେ ଆଷାଢ଼ ଶୁକ୍ଳପକ୍ଷ ଦ୍ଵିତୀୟା ତିଥିରେ ମୋର ଘରକୁ ଆସିବ ଏବଂ ଏହାକୁ ଲୋକେ ଶ୍ରୀଗୁଣ୍ଡିଚା ଯାତ୍ରା ବୋଲି କହିବେ ଆଉ ନଅ ଦିନପରେ ପୁଣି ଶ୍ରୀ ମନ୍ଦିର କୁ ଆସିବ ଏହାକୁ ବାହୁଡ଼ା ଯାତ୍ରା ବୋଲି କହିବେ ।
ଆଉ ସେହିଦିନଠାରୁ ଆଷାଢ଼ ଶୁକ୍ଳ ପକ୍ଷ ଦ୍ୱିତୀୟ ଦିନ ମହାପ୍ରଭୁ ଯାଇ ଥାଆନ୍ତି ମାଉସୀ ଘର ବା ତାଙ୍କରି ଜନ୍ମ ବେଦି କୁ ତିନି ରଥରେ ଚତୁର୍ଦ୍ଧାମୂର୍ତ୍ତି ତାଳଧ୍ଵଜ ରଥେ ଭଳଭଦ୍ର, ଦେବଦଳନ ରଥେ ମା ସୁଭଦ୍ରା ଓ ନନ୍ଦିଘୋଷ ରଥେ ମହାପ୍ରଭୁ ଜଗତର ନାଥ ଜଗନ୍ନାଥ ଓ ସୁଦର୍ଶନ ବିରାଜମାନ କରିଥାନ୍ତି । ରାଜା ଗଜପତି ଆସି ତିନି ରଥରେ ଛେରା ପହଁରା କରି ଥାଆନ୍ତି ଓ ଦଇତାପତି ପଣ୍ଡା ମାନେ ଏବଂ ଜଗନ୍ନାଥ ହଜାର ହଜାର ଭକ୍ତ ରେ ଭରି ଯାଏ ବଡ଼ଦାଣ୍ଡ । ଏବଂ ଟାଣି ନେଇଥାନ୍ତି ମାଉସୀ ଘର କୁ । ପ୍ରଥମ ଥର ତାଳଧ୍ଵଜ ରେ ବଡ଼ଭାଇ ଭଳଭଦ୍ର ଆଗେ ଆଗେ ଯାଆନ୍ତି ପଛରେ ପଛରେ ଯାଆନ୍ତି ମା ସୁଭଦ୍ରା ଦେବଦଳନ ରଥରେ ଶେଷରେ ଯାଆନ୍ତି ଭାବ ବିନୋଦିଆ ମହାପ୍ରଭୁଙ୍କ ଭକ୍ତ ଙ୍କର ସୁଖ ଦୁଃଖ ବୁଝି । ଏବଂ ନଅ ଦିନରେ ଦଶ ଅବତାର ଦେଖାଇ ଫେରି ଥାଆନ୍ତି ବାହୁଡ଼ା ଯାତ୍ରାରେ ।
ନାମ -ନୀଳାମ୍ବର ମହାନନ୍ଦ
ଗ୍ରାମ -ଆମ୍ବଗୁଡା
ଜିଲ୍ଲା -କଳାହାଣ୍ଡି
ମୋ;- ୯୩୪୪୨୦୪୫୦୯
529 total views, 1 views today