**ଓଡ଼ିଆ ଲୋକ ଗୀତ ରେ *ଓଡ଼ିଆଣିର ଜୀବନ ଚରିତ*



ଓଡ଼ିଆ ର ଲୋକ ଗୀତ ରେ
      ଆମ ଜୀବନ  ଚର୍ଯା
ଲେଖିବା ଗାଇବା ଉଡାଇ
   ଆମ ଗରଵ ଧ୍ଵଜା।

ଅତୀତ ଆମପାଇଁ ଯେତିକି ଶିକ୍ଷଣୀୟ ସେତିକି ସଂସ୍କୃତି ସମ୍ପନ୍ନ। ଅତୀତ ର ସେହି ଘରେଘରେ ପରିଚିତ ଲୋକଗୀତ ଚିର ଆଦୃତ ହୋଇ ରହି ଆସିଛି, ଯାହା କୁ ଆଜି
ବିଶ୍ବ ଦରବାରେ ପରିଚିତ କରାଇବା
ଲାଗି ପ୍ରତିଯୋଗିତା ମାଧ୍ୟମରେ  ପ୍ରୟାସ ଚାଲିଛି।ଲୋକ ଗୀତ ର
ବିଭାଗୀୟ କରଣ ଦୃଷ୍ଟି ରୁ ନାରୀ ର
କଲମ ମୁନରେ କାନ୍ଦଣା ଲହରୀ 
ରଜଦୋଳି, ଜହ୍ନି ଓଷା, କୁଆଁର ପୁନେଇ ପୁଚିଖେଳ ଗୀତ ସବୁକୁ
ନେଇ ଜଡ଼ିତ ଜୀବନ ଚର୍ଯାର କେତେ ଦୂର ସଫଳ ରୂପାୟନ ହେବ ତାହା ଦେଖି ବାରକଥା।ରଜ ଆସିଲେ ଝିଅ ବୋହୂ  ମାନଙ୍କ ମନରେ ମାଦକତା ଭରିଯାଏ। ଆମ୍ବ ତୋଟା ରେ ବନ୍ଧା ଯାଏ ରଜ ଦୋଳି। ଓଡ଼ିଆ ଘରର ଝିଅ
ବୋହୂ ମାନେ ଆମ ଓଡ଼ିଆ ର ପରମ୍ପରା ରୀତି ନିୟମ କୁ ବଜାୟ ରଖିଥାନ୍ତି। ଦୋଳି ଖେଳ, ସାଙ୍ଗ କୁ ପୁଣି ଖେଳର ଗୀତ ର ମାଧୁର୍ଯ୍ୟ ପଲ୍ଲୀ ପ୍ରରିବେଶକୁ ମୁଖରିତ କରିଥାଏ। 
ରଜ ଦୋଳି କଟ ମଟ ମୋ ଭାଇ ମୁଣ୍ଡରେ ସୁନା ମୁକୁଟଲୋ ଦିଶୁଥାଏ ଝଟଝଟ।

ମେଘ ଅସରାଏ ବରଷି ଗଲା
ହାଡି ସାହି ପଡ଼ିଆରେ
ବାର ହାତ କାନି କାଦୁଅ ହେଲା
ମୋ ଠିଆ ପୁଚି ଖେଳିବାରେ।

    ଓଡ଼ିଆଣିର ଜୀବନ ଚରିତ ସହିତ ଲୋକଗୀତ ର ସଂପୃକ୍ତି ଭିତରେ ଶାଶୁ ଘରକୁ ଝିଅଟିଏ ବିଦାୟ ସମୟର ଦୃଶ୍ୟ ର କାରୁଣ୍ୟତା ଭରିଯାଏ କାନ୍ଦଣା
ଲହରୀରେ। ଝିଅଟି ବାହୁନି ବାହୁନି କାନ୍ଦି ଉଠେ।

ଶିଳତଳେ ଗଲା ବେସର ପାଣି
    ବୋଉଲୋ ମୋର
ମୋ  ସେନେହ ମମତା କାଟି ଦେଲୁଣି   ବୋଉ ଲୋ ମୋର।
ବାଡି ଗଡିଆରେ ଚେଇଁ ଗଡିଶା
     ବୋଉ ଲୋ ମୋର
ଆଉ କି ଦେଖିବି ସାଇ ପଡ଼ିଶା
   ବୋଉ ଲୋ  ମୋର।
କେଡେ ସରାଗରେ ବଢାଇ ଥିଲେ
    ବାପା ହେ ମୋର
ପରଘରେ ଏବେ ପଠାଇଦେଲ
    ବାପା ହେ ମୋର।
ଶାଶୁ ଘରକୁ ଗଲା ପରେ ଯଦି ବୁନିଆଦି ଆଭିଜାତ୍ୟର ପ୍ରାସାଦ ଭିତରେ ଦିନ କଟାଏ,ବଡିମାର ଗୀତ ଗାଏ,
ଅଗସ୍ତି ଫୁଲ କେରା କେରା
ଶଶୁର ଦାଣ୍ଡ ର ବେଉରା
ଶାଶୁ ଲୋ ଘର ଓଡ଼ିଆଣି
ନଣନ୍ଦ କଳା ହାଣ୍ଡି ରାଣୀ
ଗେରସ୍ତ ଖୋର୍ଦ୍ଧା ପାଇକ
ରଖିଛି ଓଡ଼ିଆର ଟେକ।
    ବିବା‌ହ ,ବ୍ରତ ରେ ଆମ ଓଡ଼ିଆଣୀ ପରମ୍ପରା ରେ ବିରି ମୁଗ ଚୁ୍ରିବା ଯେଉଁ ବିଧାନ ରହିଛି ସେଥିରେ ମଧ୍ୟ ଲୋକଗୀତ ମାଧ୍ୟମରେ ଜୀବନ ଚରିତ ଆଦୃତ ହୋଇଥାଏ,ଯାହାକୁ ଆମେ ପିଢୀ ପରେ ପୀଢ଼ି ଦେଇ ବଜାୟ ରଖି ଆସିଛୁ।

ଚାରି ପଟେ ଚାରି ଖୁଣ୍ଟି ପୋତି ଦେଲି

ରୁଅ ରାମଚନ୍ଦ୍ର ବିଭା ହେବେ ବିରିମୁଗ ଥୁଅ।
ବିରି ମୁଗ ଚୁରାଚୁରି ରାମ ଘରେ ବାହା
ମାତା ତାଙ୍କ କୋୖଶଲ୍ୟା ଛେଚୁଛନ୍ତି ଗୁଆ।

      ବୈବାହିକ ସମ୍ବନ୍ଧ ଭିତରେ ନୂତନ ସମ୍ପର୍କର ମଧୁରତା ଭିତରେ ଲୁଚି ରହିଥାଏ ଓଡ଼ିଆଣି କଣ୍ଠର ଲୋକଗୀତ।
 ନଈରେ କୋଚିଆ ଗାତ
କୋଚିଆ ଭାବି ମୁଁ ଧରି ପକାଇଲି
ନୂଆ ସମୁନ୍ଧିଙ୍କ ହାତ।
ଅଶିଣ ମାସର ଜହ୍ନି ଓଷା ରେ କୁଆଁରୀ ମାନଙ୍କ ସମ୍ମିଳିତ କଣ୍ଠ ‌ସ୍ଵରର ଲୋକଗୀତ ଆମ ଓଡ଼ିଆଣିର ଜୀବନ ଧାରା ଭିତରେ ପ୍ରଭାବିତ ହୋଇ ଥାଏ।।ସାରା ମାସଟିର ଉଦଯାପନୀ ଦିବସଟି ଥାଏ କୁମାର
ପୂର୍ଣ୍ଣିମୀ, ରାତ୍ରି ରେ ପୁର୍ଣିମା ଚାନ୍ଦ କୁ ଦେଖି ଗୀତ ର ସୁରରେ ହଜାଇ ଦିଅନ୍ତି ନିଜକୁ କୁଆଁରୀ ମାନେ।
   କୁଆଁ ର ପୁନେଇଁ ଜହ୍ନ କି ସଙ୍ଗାତେ

ଲିଆ ଖାଇବାକୁ ମନ କି
ସଙ୍ଗାତେ ଆଜି ଲଗାଇବ କଜ୍ଜଳ
ସିନ୍ଦୁର କାଲି କି ନେବ ଯମ କି
ସଙ୍ଗାତେ।
   ଏହି ପରି ଅସରନ୍ତି ଭାବ ଧାରା ଭିତରେ ପ୍ରବାହିତ ଆମ ଜୀବନ ଚରିତ ର ଅସଂଖ୍ୟ ଲୋକ ଗୀତ
ଯେଉଁ ସବୁ ର ଉପସ୍ଥାପନା କରିବା
ସମୟ ସାପେକ୍ଷ ।ଏଣୁ ମୋ ଲେଖାକୁ ଏଠି ଉପସଂହାର କରି ବାକୁ ଯାଉଛି ପାଠକୀୟ ସ୍ଵୀକୃତି ଅପେକ୍ଷା ରେ।

ନଳିନୀ ପ୍ରଭା ମିଶ୍ର
ମୁକୁନ୍ଦ ପୁର, ଆସ୍କା, ଗଞ୍ଜାମ
ମୋ-୯୭୭୭୮୮୭୯୪୨

Leave a Reply

Your email address will not be published. Required fields are marked *