May 29, 2023
11 11 11 AM
ALLUSION OF EVOLUTION – Manoj Kumar Panda 
ALLUSION OF MASOCHISM – Manoj Kumar Panda 
ତିନି ରୂପେ ଏକ କାୟା ଜନନୀ ଭଗିନୀ ଜାୟା – ବିଜୟ କୁମାର ସ୍ବାଇଁ
ମା’ତୁମେ ମମତାର ସାଗର – ଭାସ୍କର ରାଉତ
ହସିବ ପ୍ରକୃତି ରାଣୀ – ତରୁଣ କୁମାର ମିଶ୍ର
ମହାପ୍ରଭୁ ତୁମେ – ବିଜୟ କୁମାର ସ୍ବାଇଁ
ସମୟ ବଡ଼ ବଳବାନ – ଭାସ୍କର ରାଉତ
ଶାନ୍ତି ମିଳୁ ଜୀବନେ – ଶ୍ରୀଯୁକ୍ତ ଅଜିତ କୁମାର ରାଉତ
କର୍ମ ଭୂଇଁ ଏହୁ – ଅଜିତ କୁମାର ରାଉତ
ସୁନ୍ଦରେ କି ଅଛି ଲାଭ – ଅଜିତ କୁମାର ରାଉତ
ବିଚ୍ଛିନ୍ନାଞ୍ଚଳ ଓଡ଼ିଆ – ଶ୍ରୀଯୁକ୍ତ ଅଜିତ କୁମାର ରାଉତ 
ଦେଖି ଲାଗେ ଖୁସି – ଶ୍ରୀଯୁକ୍ତ ଅଜିତ କୁମାର ରାଉତ
ନାହଁ ମାତୃଭାଷା ଶିକ୍ଷା – ଅଜିତ କୁମାର ରାଉତ
ଜୀବନ – ନଳିନୀ ପ୍ରଭା ମିଶ୍ର
କାହାକୁ ଚିହ୍ନିବା କେମିତି – ନଳିନୀ ପ୍ରଭା ମିଶ୍ର
ସାଧୁ ସାବଧାନ – ସୌଦାଗର ବିଶ୍ବାଳ
ପ୍ରତୀକ୍ଷାର ତୀରେ – ସୁଜାତା ଦାସ
ପ୍ରଭାତରେ ମୋ ଆଧ୍ୟାତ୍ମିକ କର୍ତ୍ତବ୍ୟ – ଶ୍ରୀ ବଂଶୀଧର ବେହେରା
ମନ ରହିଯାଏ ଲାଖି – ବ୍ରଜେଶ୍ବରୀ ସିଂହ
ପୋକରା ଡାଳ – ନିତ୍ୟାନନ୍ଦ ମହାନ୍ତି
Latest Post
ALLUSION OF EVOLUTION – Manoj Kumar Panda  ALLUSION OF MASOCHISM – Manoj Kumar Panda  ତିନି ରୂପେ ଏକ କାୟା ଜନନୀ ଭଗିନୀ ଜାୟା – ବିଜୟ କୁମାର ସ୍ବାଇଁ ମା’ତୁମେ ମମତାର ସାଗର – ଭାସ୍କର ରାଉତ ହସିବ ପ୍ରକୃତି ରାଣୀ – ତରୁଣ କୁମାର ମିଶ୍ର ମହାପ୍ରଭୁ ତୁମେ – ବିଜୟ କୁମାର ସ୍ବାଇଁ ସମୟ ବଡ଼ ବଳବାନ – ଭାସ୍କର ରାଉତ ଶାନ୍ତି ମିଳୁ ଜୀବନେ – ଶ୍ରୀଯୁକ୍ତ ଅଜିତ କୁମାର ରାଉତ କର୍ମ ଭୂଇଁ ଏହୁ – ଅଜିତ କୁମାର ରାଉତ ସୁନ୍ଦରେ କି ଅଛି ଲାଭ – ଅଜିତ କୁମାର ରାଉତ ବିଚ୍ଛିନ୍ନାଞ୍ଚଳ ଓଡ଼ିଆ – ଶ୍ରୀଯୁକ୍ତ ଅଜିତ କୁମାର ରାଉତ  ଦେଖି ଲାଗେ ଖୁସି – ଶ୍ରୀଯୁକ୍ତ ଅଜିତ କୁମାର ରାଉତ ନାହଁ ମାତୃଭାଷା ଶିକ୍ଷା – ଅଜିତ କୁମାର ରାଉତ ଜୀବନ – ନଳିନୀ ପ୍ରଭା ମିଶ୍ର କାହାକୁ ଚିହ୍ନିବା କେମିତି – ନଳିନୀ ପ୍ରଭା ମିଶ୍ର ସାଧୁ ସାବଧାନ – ସୌଦାଗର ବିଶ୍ବାଳ ପ୍ରତୀକ୍ଷାର ତୀରେ – ସୁଜାତା ଦାସ ପ୍ରଭାତରେ ମୋ ଆଧ୍ୟାତ୍ମିକ କର୍ତ୍ତବ୍ୟ – ଶ୍ରୀ ବଂଶୀଧର ବେହେରା ମନ ରହିଯାଏ ଲାଖି – ବ୍ରଜେଶ୍ବରୀ ସିଂହ ପୋକରା ଡାଳ – ନିତ୍ୟାନନ୍ଦ ମହାନ୍ତି

ପଢନ୍ତୁ ନରୋତ୍ତମ ପରିଡା ଙ୍କ ଗଳ୍ପ ଅକୁହା କଥା

 ଅକୁହା କଥା
ନରୋତ୍ତମ ପରିଡା,ପୁନେ

ପୁନେ ସହର, କରୋନା ର ଲକଡାଉନ,କିଛି ପୁରୁଣା ସ୍ମୃତି ମନେପଡିଗଲା,ସନ୍ଧ୍ୟାରେ ମୋ ବାଲକୋନୀ ରେ ବସି ପୁର୍ଣିମାର ଚାନ୍ଦକୁ ଦେଖୁ ଦେଖୁ. ମୋ ସ୍କୁଲ ଜୀବନର ସେ ଗୋଟିଏ ଦୁର୍ବଳ ମୁହୂର୍ତ, ପ୍ରାର୍ଥନା ପଢୁ ପଢୁ ଏକ ଧ୍ୟାନରେ ମୋ ମୁହଁକୁ ଚାହିଁରହିଥିବା ତୋ ଆଖି ଦୁଇଟା, କାହିଁକି ସେଦିନ ନିଜର ନିଜର ଲାଗିଥିଲା, କାହିଁ…. ସବୁଦିନ ତ ଦେଖେ ସେଦିନ କାହିଁକି ସେମିତି ଲାଗିଥିଲା ଜାଣେନା. ଭଲପାଇବାର ବୟସ ହେଇନଥିଲେ ବି ଗୋଟିଏ ଅଜଣା ଆକର୍ଷଣ ମୋତେ ସେଦିନ ଟାଣିନେଇଥିଲା ତୋ ପାଖକୁ.
ସେଦିନ ସ୍କୁଲ ସାରି ଘରକୁ ଗଲି, କିଛି ଗୋଟାଏ ଯେମିତି ଛାଡି ଆସିଛି କୋଉଠି, କେମିତି ଗୋଟେ ଅଜଣା ଅନୁଭବ, କିଛିଗୋଟାଏ ଗୋଳମାଳ ହେଲା ପରି ଲାଗୁଥିଲା. ଲାଇଟ ନଥିଲା ଡିବିରୀ ଆଲୁଅରେ ଅକ୍ଷର ଗୁଡାକ ଜାଲୁ ଜାଲୁଆ ଦେଖା ଯାଉଥିଲା. ଆଖି ବନ୍ଦକରି କିଛିସମୟ ବସିଗଲି, ନାଚିଗଲା ଆଖିଆଗରେ ତୋର ସେ ମୁହଁଟା, ବିନା ଚପଲର ପାଦଦୁଇଟୀର ସରୁ ସରୁ ଆଙ୍ଗୁଳିଗୁଡାକ ଯେମିତି କାହିଁକି ଭଲ ଲାଗୁଥିଲା ଦେଖିବାକୁ.
ପରଦିନ ସ୍କୁଲରେ ସରସ୍ବତୀ ପୂଜାପାଇଁ ସାର ଦାୟିତ୍ୱ ଦେଇଥିଲେ ଝିଅମାନେ ନିଜ ନିଜ ଘରୁ ଫୁଲ ଆଉ ହାର ତିଆରି କରି ଆଣିବେ. ପୁଅମାନେ ପୂଜା ଆୟୋଜନ ଆଉ ଭୋଗ ତିଆରି କରିବେ. ମୋର ଦଶମ, ଆଉ ମୋ ତଳ ବ୍ୟାଚ ରେ ମୋ ଦାଦା ଝିଅ ସାନଭଉଣୀ ରନୁ, ଚଣ୍ଡୀଟାଏ ସେ ମୁହଁରେ ବାଡବତା ରହେନି, ମୋ ଉପରେ ଯେମିତି ତାର ଜନ୍ମସିଦ୍ଧ ଅଧିକାର ହେଲେ ମନଟା ବହୁତ ନିର୍ମଳ. ରନୁ ଆଉ ମୀନା ଦୁହେଁ ସାଙ୍ଗ. ମୋ ଦାଇତ୍ୱ ଭୋଗପାଇଁ ଫଳକାଟିବା, ମୋ ପାଖରୁ କିଛି ଦୂରତାରେ ତୁମେ ସେଦିନ ଫୁଲହାର ତିଆରି କରୁଥିଲ ଆଉ ମୋ ଆଡକୁ କଣେଇ କଣେଇ ଚାହୁଁଥିଲ. ତୁମକୁ ଦେଖିବାର ଅନ୍ୟମନସ୍କତାରେ ଛୁରୀଟାରେ ସାମାନ୍ୟ ଟିକେ ଆଙ୍ଗୁଳି କଟିଯାଇଥିଲା. ମୁଁ ଉଠିଯାଇ କପଡା ଖଣ୍ଡେ ଖୋଜୁଛି କିଏ ଗୋଟେ ପଚାରିଲା ରୁମାଲ କାହାପାଖରେ ଅଛି ଆଙ୍ଗୁଳିରେ ଛୁରୀଟା ବାଜିଗଲା ବୋଲି. କୋଉଠି ଥିଲା ରନୁ ଦଉଡି ଆସିଲା, କଟାଜାଗା ଟାକୁ ଚାପିଧରି ମୀନା କୁ ଡାକିଲା, ମୋ ଆଙ୍ଗୁଳିଟା ତା ହାତରେ ଧରାଇ କଟାଜାଗାଟାକୁ ଚାପି ଧରିଥା କହି ଦୌଡିଗଲା କୋଉଠୁ ଖଣ୍ଡେ କପଡା ଆଣିବାକୁ. ତା ଭିତରେ ଯାବତ କଥା କାଲିଠୁ ଦେଖୁଚି ତୋତେ, କଣ ହେଇଚି ତୋର?, ଏତେ ଅନ୍ୟମନସ୍କ କଣପାଇଁ ନାଁ ଦେହଭାଲନାହିଁ. ଦେହଭଲ ନାଇତ ଆସିବା କଣଜରୁରୀ, ସେମିତି ବଡ ବଡ ହେଇ ଚାଲିଗଲା କପଡା ଆଣିବାକୁ.
ସେଦିନ ତୁ ତୋର ଛୋଟିଆ ଧଳା ରୁମାଲଟି ଫଟକରି ଟାଣି ପକାଇଥିଲୁ ଛାତିପାଖ ଫ୍ରକତଳୁ, ରନୁ ଆସିବା ଆଗରୁ ଗୁଡ଼ାଇ ବାନ୍ଧିଦେଇଥିଲୁ. ସେଦିନ ପ୍ରଥମଥର କିଛି ଶୁଣିଥିଲି ତୋ ବାଷ୍ପରୁଦ୍ଧ କଣ୍ଠରୁ, ତାଗିଦ କଲାଭଳି. କଟାକଟି ଜାଣିନ ତ କାଟୁଥିଲ କଣପାଇଁ. ଆଉ ଏତେପିଲା ଅଛନ୍ତି ଯେ. ରୁମାଲ ଟୀ ଅଳ୍ପ ରକ୍ତରେ ଭିଜିଯାଇଥିଲା ଆଉ କିଛି ତୋ ହାତରେ ଲାଗିଯାଇଥିଲା. ଦେଖିଛି ତୋ ଆଖିରେ ଟିକେ ଲୁହ ଜକେଇ ଆସିଥିଲା. ତା ଭିତରେ ରନୁ ଵି କଉଠୁ କପଡାଖଣ୍ଡେ ଚିରି ଆଣିଥିଲା, ମୋ ଆଙ୍ଗୁଳିଟାରେ ରୁମାଲ ବନ୍ଧା ଦେଖି ଟିକେ ଆଶ୍ୱସ୍ତ ହେଇଥିଲା. ପଚାରିଥିଲା କାହା ରୁମାଲ ବୋଲି, ମୀନା ରୁମାଲ ବାନ୍ଧିଚି ଜାଣି ଯେମିତି ଖାଇଯିବା ଆଖିରେ ତାକୁ ଚାହିଁ କହିଥିଲା ମୋ ପଛରେ ବାନ୍ଧିଛୁନାଁ ପଚାରିଲି କହୁନଥିଲୁ କାହିଁକି? କହି ସେ ଆଣିଥିବା କପଡା ଖଣ୍ଡିକ ରୁମାଲ ଉପରେ ଗୁଡ଼ାଇ ଦେଇଥିଲା. ତା ଅଧିକାର ତ ସାବ୍ୟସ୍ତ କରିବ. ମୀନା କୁ ଟାଣିନେଇ କିଛି ଗୋଟାଏ କହିଥିଲା ଏକାନ୍ତରେ.
ପୂଜା ଆରମ୍ଭ ହେଲା ପ୍ରାୟ ଦୁଇଘଣ୍ଟା ଯାଏ ଚାଲିଥିଲା, ପୂଜାପରେ ପ୍ରସାଦ ପାଇ ସ୍କୁଲରେ କିଛି ସମୟ ବିତାଇ ଥିଲୁ. ମୁଁ ଲକ୍ଷ୍ୟ କରିଥିଲି ରନୁ ର ତୋର କିଛି ଗୋଟାଏ ବାକଯୁଦ୍ଧ ଚିଲିଥିଲା, ତା ପରେ ତୁମ ଦୁହିଁଙ୍କୁ ହସି ହସି ଆସିବା ଦେଖି ସମସ୍ତ ସଂଶୟ ଦୂର ହେଇ ଯାଇଥିଲା. ସମସ୍ତେ ଘରକୁ ଯିବାକୁ ବାହାରିଲେ, ଆମେ ପ୍ରାୟ ସାତ, ଆଠ ଜଣ ଆମ ଗାଁ ପୁଅ ଝିଅ ମିଶି ବାହାରିଲୁ. ଆମ ହାଇସ୍କୁଲ ସାମନ୍ତ ସିଂହାର କେଳୁଚରଣ ହାଇସ୍କୁଲ ବିଲ ମଝିରେ ଗାଁ ଠାରୁ ପ୍ରାୟ ଦୁଇ କିଲୋମିଟର ହେବ. ମୀନା ଵି ରନୁ ସହ ବାହାରିଥିଲା, ମୋ ଦେଖିବାରେ ସେ କେବେ ଆମ ଗାଁ ବାଟେ ଯାଏନି. ଗାଁ ଶେଷରେ ଆମ ଘର, ସେଇଠୁ ମୀନା ଘର ପାଞ୍ଚ ମିନିଟିର ରାସ୍ତା ହେଲେ ଏକା ଯିବାକୁ ପଡିଥାଏ. ଆମ ଘର ପାଖରେ ପହଂଚି ରୁମାଲ ଟା ଖୋଲି ତା ହାତରେ ଦେଲି ମନା କରୁଥିଲା ନେବାକୁ, ଆଙ୍ଗୁଳି କଟା ଜାଗାଟା ପୁରା ସୁଖୀଯାଇଥିଲା ଦେଖାଇଲି, ପୁଣି ଥରେ ସେ ରୁମାଲ ଟା ତୁମ ପାଖରେ ଥାଉ କହି ମୋ ହାତରେ ଧରାଇ ଦେଇ ହସିଦେଇ ଚାଲିଯାଇଥିଲା… …..
ସେଇ ଦିନରୁ ମୁଁ ଯେମିତ ଏକା ନଥିଲି.. ମନର କୋଉ କଣରେ ଭଲପାଇବାର ମଞ୍ଜିଟା ଅଙ୍କୁରିତ ହେଇସାରିଥିଲା. ନ ଦେଖିଲେ ଥରେ କେମିତି କେମିତି ଲାଗୁଥିଲା, ସମୟ ସହିତ ବଢିଚାଲିଥିଲା ମୋ ଭଲପାଇବା. ଜାଣିନଥିଲି ସେଇଟା ଭଲପାଇବା ନାଁ ଗୋଟିଏ ଆକର୍ଷଣ. ଡର ଡର ଲାଗୁଥିଲା ସତରେ କଣ ମୀନା ମୋତେ ଭଲପାଉଛି ନାଁ ମୋର ଏକତରଫା. ୟା ଭିତରେ ରନୁ ପାଖରେ ଧରା ପଡିଯାଇଥିଲି. ସତରେ ଝିଅମାନେ ପୁଅଙ୍କ ଠୁ ଶିଘ୍ର ସିଆଣୀ ହେଇଯାନ୍ତି, ସେଦିନ ସ୍କୁଲରୁ ଫେରିବା ବାଟରେ ମୋ ଚୁଟି ଟାକୁ ଘୁମାଇ ପିଠିରେ ଦୁଇଟା ଥୋଇ ମୋ ମିଠାକାଇଁ ବୋଲି ଜିଦ କରିଥିଲା, ମୀନା ସାମ୍ନାରେ ଏ ଅପ୍ରତ୍ୟାଶିତ ଆକ୍ରମଣ ମୋତେ ଆଶ୍ଚର୍ଯ୍ୟ ଲାଗିଥିଲା ଆଉ ମୀନା ଵି ମୁହଁ ତଳକୁ କରି ବୁକ ଗୁଡାକ ଛାତିରେ ଯାକି ପ୍ରାୟ ଦୌଡ଼ି ପଳାଇ ଯାଇଥିଲା. ସେଦିନ ରନୁ ପଚରିଥିଲା କିରେ ତୋର ଆଉ ମୀନା ଭିତରେ ଏ ସବୁ କେବେଠୁ ଚାଲିଛି କି?. ନାଇଁ କିଛି ତ ନାଇଁ କଣ ଚାଲିଛି, ରନୁ ଟିକେ ଗମ୍ଭୀର ହେଇ କହିଥିଲା ତୁ ସତରେ କିଛି ଜାଣିନୁ ତେଣେ କୁମ୍ଭୀର ନେଇ ମଝିନଈରେ. ତାଗିଦ ଵି କରିଥିଲା ଘରେ ଜାଣିଲେ କଣ କହିବୁ. ତୁ ଭଲ ପଢ଼ୁଛୁ ପାଠରେ ଧ୍ୟାନ ଦେ.
ମୋ ମନର ଡର ସେଦିନ ଛାଡି ଯାଇଥିଲା, ମୀନାଠାରୁ ନ ଶୁଣିଲେ ମଧ୍ୟ ସମସ୍ତ ତଥ୍ୟ ରନୁ ଠାରୁ ପାଇଥିଲି ମୀନା ମୋତେ କେତେ ଭଲପାଏ ବୋଲି.
ଆମ ଗାଁ ରେ କାଳୀପୂଜା ଧୁମଧାମ ରେ ମନାହୁଏ, ପ୍ରାୟ ଏକ ସପ୍ତାହ ଯାଏ, ଆଖପାଖ ଦଶ, ବାର ଖଣ୍ଡ ଗାଁ ରୁ ଲୋକମାନେ ଆସନ୍ତି, ଗାଁ ଡ୍ରାମା, ଠିଆପୂଜା, କୋଉ ବର୍ଷ କେମିତି ଯାତ୍ରାପାଟି ଵି ଆସନ୍ତି. ନାନା ପ୍ରକାର ର ଉଠା ଦୋକାନ ବଜ଼ାର ରେ ଭରିଯାଏ ପଡିଆ ଆଉ ଆଖ ପାଖ ରାସ୍ତା କଡ ସବୁ. କାଳୀପୂଜା ର ଦ୍ୱିତୀୟ ସନ୍ଧ୍ୟା, ହଠାତ ରନୁ ଡାକିଲା ତାଙ୍କ ଘରୁ ପୂଜା ଦେଖିବାକୁ ଯିବୁନି କି, ଜଲଦି ବାହାର. ଦଶ ମିନିଟ ଭିତରେ ବାହାରିକି ଆ, ମୁଁ ତୋ ସାଙ୍ଗରେ ଯିବି, ମୋ ସାଙ୍ଗ ଵି ଯିବ, ଆମକୁ ଟିକେ ପଡିଆ ପାଖରେ ଛାଡିଦେବୁ ସଞ୍ଜ ହେଲାଣି ଡରଲାଗୁଛି. ମୁଁ ଚିଡ଼ାଇଲା ଭଳିଆ ଡାକିଲି ଭୁତୁଣୀ କୁ କିଏ ଡ଼ରାଇବ. କିଛି ସମୟ ପରେ ଭଲ ସର୍ଟ, ପେଣ୍ଟ ଖଣ୍ଡେ ପିନ୍ଧି ଟିକେ ପରଫ୍ୟୁମ ପକାଇ ବାହାରିଲି. ରନୁ ଦୁଆର ପାଖରେ ଠିଆ ହୋଇ ଡାକିଲି ଶୀଘ୍ର ବାହାର ବୋଲି.
ଆଜିଵି ଆଖି ଆଗରେ ନାଚିଯାଉଛି ସେ ମୁହୂର୍ତ ଟୀ, ରନୁ ଗୋଲାପୀ ଶାଢୀରେ ଥିଲା, ତା ପଛରେ ତୁ ଗାଢ଼ନୀଳ ରଙ୍ଗର ଶାଢୀରେ, ସ୍ଥାଣୁ ପାଲଟି ଯାଇଥିଲି ତୋତେ ସେଦିନ ପ୍ରଥମ ଥର ଶାଢୀରେ ଦେଖି. ବେସ ପରିପୂର୍ଣ, ନିଖୁଣ, ପୁର୍ଣବୟସ୍କା କିଶୋରୀ ରୁ ଯୁବତୀ ପାଲଟି ଯାଇଥିଲୁ. ଜାଣିଥିଲୁ ମୁଁ ଆସୁଛି ହେଲେ କାହିଁକି ସହଜ ନଥିଲୁ. ମୁଁ ଵି ଚାହିଁରହିଥିଲି ଅପଲକ ନୟନରେ ତୋ ମୁହଁକୁ. ମୋ ହାତରେ ତୁମ ବାଡ଼ିର ସଦ୍ୟ ମଲ୍ଲୀଫୁଲ ଆଞ୍ଜୁଳାଏ ଅଜାଡି ଦେଇଥିଲୁ. ସ୍ୱୀକୃତି ଦେଇଥିଲୁ ପ୍ରଥମ ପ୍ରେମର. ମୋ ଜୀବନରେ କେହି ବୋଧେ ପ୍ରଥମ ନମସ୍କାର ଟିଏ ହୋଇଥିଲା ମୋତେ, ଜାଣିନଥିଲି ତୋ ପ୍ରଣାମ ର ମୂଲ୍ୟ, ତୋ ମଲ୍ଲୀ ଆଞ୍ଜୁଳିର ମହତ୍ୱ. ଏବେଵି ମନେପଡେ ବାସ୍ନା ତୋ ମଲ୍ଲୀ ଅଞ୍ଜଳି ର, ସନ୍ଧ୍ୟାର ଝାପ୍ସା ଅନ୍ଧାରରେ ମୋ ହାତରେ ତୋ ହାତର କଁଅଳ ପାପୁଲି ର ସ୍ପର୍ଶ ମୋ ପାଦରେ, ମୋ କାନ ରେ ଚୁପ ଚୁପ କହିଥିବା ସେ କଥା ପଦକ “କିଛି ବୁଝିପାରୁନ,,……
ସମୟର ଚକ ଗଡିଚାଲିଥିଲା, ତା ସହ ବଢ଼ିଚାଲିଥିଲା ଆମ ଭଲପାଇବା. ଗାଁ କଥା, ଘରର ଆକଟ, ପ୍ରେମ କରିବାର ବୟସ ହେଇନି, ତା ଉପରେ ପାଠପଢା ର ଗୁରୁଦାଇତ୍ୱ. ତା ଭିତରେ ଜଣାପଡ଼ିନି କେବେ କଲେଜ ସରିଯାଇଥିଲା. ସେଇ ଗୋଟିଏ ଦେଖା , ପଦିଏ କଥା ରେ ସବୁକିଛି ମିଳିଯାଇଥିଲା, ସେ ଭଲପାଇବା ଥିଲା ଶାଶ୍ୱତ, ନିଷ୍କପଟ, ନିଷ୍କଳଙ୍କ ମିଳନ ଦୁଇଟି ପବିତ୍ର ଆତ୍ମାର.
ଦୀର୍ଘ ଚାଳିଶି ବର୍ଷ ଲାଗିଗଲା “କିଛି ବୁଝିପାରୁନ,,, କୁ ବୁଝିବାକୁ. ଝଲକାଏ ଥଣ୍ଡା ପବନ ଛୁଈଁ ଚାଲିଗଲା, ଦେଇଗଲା ତୋ ମଲ୍ଲୀ ର ମହକ, ଚେନାଏ ମୃଦୁହସ ଖେଳିଗଲା…. ବିଦ୍ରୁପ କରି…..
ଘରର ପରିସ୍ଥିତି ମୋତେ ହଠାତ ବାଧ୍ୟକରିଥିଲା ଗାଁ ଛାଡିବାକୁ. ମୁଣ୍ଡ ଉପରେ ଗୁରୁଦାୟିତ୍ୱ ପରିବାରର. କେହିମୋତେ ନ ବୁଝିଲେ ଵି ତୁ ରନୁ ଠାରୁ ସବୁଶୁଣୀ ମୋତେ ବୁଝିଥିବୁ. ସେ ଦିନରୁ ଦୌଡୁଛି ଆଜିଯାଏ. କେହିକେବେ ପଚାରିନି ମୋର ଅବଶ୍ୟକତା . ମୋର ଭୁଲ ନ ଥାଇ ଵି ଦୋଷ ମୁଣ୍ଡାଇଛି ସବୁବେଳେ. ଜୀବନର ଦୌଡ ରେ ଚାଳିଶ ବର୍ଷ କୋଉଠି ପଛରେ ରହିଗଲାଣି. ମନଖୋଲି ଦିନେ ହସିନାହିଁ, ଯୌବନଟା କୋଉଠି ହଜିଗଲାଣୀ ଚାଳିଶି ବର୍ଷର ଭିଡରେ. ବଡପୁଅଟା ଶେଷବର୍ଷ କମ୍ପୁଟର ଇଞ୍ଜିନିଅର. ତା ତଳ ଦ୍ୱିତୀୟ ବର୍ଷ ବାଣିଜ୍ୟ. ସହଧର୍ମିଣୀ ଗୃହିଣୀ. ଭରପୁର ସଂସାର ଥାଇ ଜୀବନରେ କୋଉଠି କେମିତି ଅଧା ଅଧୁରା ରହିଗଲା ଭଳି ଲାଗୁଛି. ପରିବାର ରେ ସମସ୍ତେ ଖୁସି. ହେଲେ କିଛିକଥା ଅକୁହା ରହିଗଲା କାହାପାଇଁ. ଜୀବନର ମାନେ ଟା କଣ ଏଇ. ଜୀବନର ମୂଲ୍ୟବୋଧ ର ମିଶାଣ ଫେଡ଼ାଣ ଭିତରେ କଁଅଳ ମନଟା ଲମ୍ପପ୍ରଦାନ କରିଯାଇଥିଲା, ଯୌବନ ପିଠିରେ ପାଦଦେଇ ବାର୍ଦ୍ଧକ୍ୟ ର ଗୃହକୁ.
ଅନେକ ଗୁଡ଼ାଏ ପରିସ୍ଥିତି ବାଧ୍ୟ କରିଥିଲା ମୋତେ ତୋ ଠାରୁ ଦୁରକୁ ଯିବାକୁ. ଜାଣେ ଦୋଷୀ ମୁଁ ତୋ ପାଖରେ, ହେଲେ କିଛିକଥା ଅକୁହା ଚାଲିଯାଏ ଜୀବନ ସହିତ ଦୁନିଆରୁ. ଦେଇଯାଏ ପୀଡା, ସହି ହୁଏନି କି କହି ହୁଏନି. ଜାଣିନି ମୋ ଆଉ ତୋ ମନର ଅକୁହା କଥା ଚାଲିଛନ୍ତି କି ନାହିଁ ଜୀବନର ତାଳେ ତାଳେ. ସେଷଥର ଦେଖା ଵି ହେଲାନି. ସବୁଦିନ ମନେ ପକାଇଛି ତୋତେ, ଜୀଇଛି ଆଜି ଯାଏ ସେ ବ୍ୟଥାକୁ ଛାତିରେ ଧରି, ଜାଣିଛି କେତେ ଖୋଜିଥିବୁ ମୋତେ, ଭାସିଯାଇଥିବ ମଲ୍ଲୀ ଆଞ୍ଜୁଳାକ ତୋ ଆଖି ଲୁହରେ, ଉଡି ଯାଇଥିବ ତୋ ମଲ୍ଲୀ ର ବାସ୍ନା….. ଜାଣିଛି ଚାହିଁଥିବୁ ଚାତକ ପରି କେତେଦିନ………ଆଖିରେ ଆଖିଏ ଶଙ୍କା ଆଉ ଅନିଶ୍ଚିତତା ନେଇ.
ହଜାଇଛି ଠିକଣା ତୋ ସେ ଦିନୁ, ଜାଣେନା କେଉଁଠି ଅଛୁ, କେମିତି ଅଛୁ, ଆଜି କାହିଁକି ବହୁତ ମନେପଡୁଛୁ, କୁହୁଳୁଛି ମନଟା, ଖୋଜୁଛି କାହାକୁ. କାନପାଖେ ଯେମିତି ତୋ ଡ଼ାକ ଶୁଭୁଛି , ରଙ୍ଗ ଖେଳିବାକୁ, ମନେପଡିଯାଉଛି ମୋ ଗାଲରେ ତୋ ହାତର ପ୍ରଥମ ରଙ୍ଗର ଛାପ, ସେଦିନୁ ଲାଗିନି ଫଗୁଣର ସେ ରଙ୍ଗଆଉ କା ହାତରୁ , ଛାଡି ଦେଇଆସିଛି ତୋ ରଙ୍ଗ ସେ କାଶତଣ୍ଡୀର ଶୁଖିଲା ହସରେ. ଛୁଇଁନି ସେ ବସନ୍ତର ମଳୟ.
ରଙ୍ଗହୀନ ଏ ଧୋବ ଧୋବଳିଆ ସାହାରଟା, ବସନ୍ତର ମଳୟ ଵି ବିଷାକ୍ତ ଏଠି. ରହିଗଲା କିଛିକଥା ଅକୁହା ତୋ ପାଇଁ, ତୁମେ ରୁ ତୁ ଡାକିବାଟା ଵି ସିଖାଇ ଥିଲୁ ତୁ. ତୋ ପାଇଁ ରହିଗଲା ଅନେକ ଅସ୍ପଷ୍ଟ ଭାବନା, ତୋ ଅଲେଖା ଆଖିର ଅନୁରାଗ, ସେଦିନୁ ଅଟକି ଯାଇଛି ତୋ ପାଇଁ ମୋ ରଙ୍ଗବୋଳା ତୁଳି, ଖାଲି ପେଣ୍ଟିଙ୍ଗ ବୋଡ଼ଟା, ଅଚିତ୍ରିତ କାହାଣୀର ନାୟିକା ତୁ କେବେଠୁ ବାହାରି ଯାଇଛୁ ମନ ପରିଧିରୁ. ଜାଣିଛୁ?…. ପୁରୁଷ ଆଖିରେ ଵି ଲୁହ ଆସେ…. .ସବୁଗୁଡ଼ା ଝାପ୍ସା ଦେଖାଯାଉଛି, ବୋଧେ ଆଖିରେ ଲୁହଗୁଡ଼ା ଜକେଇ ଆସିଲାଣି, ପରାଜିତ ସୈନିକ ମୁଁ. ଭାଙ୍ଗିଦେଇ ଆସିଛି ତୋ ପ୍ରେମର ଅଧାଗଢ଼ା ମନ୍ଦିର, ଚାଲିଛି ଚାଲୁଥିବି ସେ ଦୋଷକୁ ମୁଣ୍ଡାଇ ଜୀବନର ଶେଷଯାଏ, କ୍ଷମା ଵି ଆଶାକରୁନି. ସମୟ ସହିତ ଅଟକି ଯାଇଛି ମୋ ମନଟା ଯେମିତି ସେଇଠି. କାନରେ ଶୁଭୁଛି ଆଜି ତୋ ଓଠର ଅନେକ ଅସ୍ପଷ୍ଟ ଶବ୍ଦ, ଗୋଡ଼ାଇଛି ପଛେ ପଛେ ତୋ ମଲ୍ଲୀର ବାସ୍ନା ଆଞ୍ଜୁଳିଟା .. !!!!!!!!.

ନରୋତ୍ତମ ପରିଡା. ପୁନେ.
7840973339.

 952 total views,  1 views today

One thought on “ପଢନ୍ତୁ ନରୋତ୍ତମ ପରିଡା ଙ୍କ ଗଳ୍ପ ଅକୁହା କଥା

  1. I am just writing to make you understand what a notable experience my wife’s girl had using your web site. She mastered so many pieces, which included what it is like to possess an excellent helping nature to let other people with ease learn some problematic things. You truly surpassed people’s expected results. Thank you for producing these precious, trusted, informative and in addition fun tips about this topic to Lizeth.

Leave a Reply

Your email address will not be published. Required fields are marked *