May 29, 2023
11 11 11 AM
ALLUSION OF EVOLUTION – Manoj Kumar Panda 
ALLUSION OF MASOCHISM – Manoj Kumar Panda 
ତିନି ରୂପେ ଏକ କାୟା ଜନନୀ ଭଗିନୀ ଜାୟା – ବିଜୟ କୁମାର ସ୍ବାଇଁ
ମା’ତୁମେ ମମତାର ସାଗର – ଭାସ୍କର ରାଉତ
ହସିବ ପ୍ରକୃତି ରାଣୀ – ତରୁଣ କୁମାର ମିଶ୍ର
ମହାପ୍ରଭୁ ତୁମେ – ବିଜୟ କୁମାର ସ୍ବାଇଁ
ସମୟ ବଡ଼ ବଳବାନ – ଭାସ୍କର ରାଉତ
ଶାନ୍ତି ମିଳୁ ଜୀବନେ – ଶ୍ରୀଯୁକ୍ତ ଅଜିତ କୁମାର ରାଉତ
କର୍ମ ଭୂଇଁ ଏହୁ – ଅଜିତ କୁମାର ରାଉତ
ସୁନ୍ଦରେ କି ଅଛି ଲାଭ – ଅଜିତ କୁମାର ରାଉତ
ବିଚ୍ଛିନ୍ନାଞ୍ଚଳ ଓଡ଼ିଆ – ଶ୍ରୀଯୁକ୍ତ ଅଜିତ କୁମାର ରାଉତ 
ଦେଖି ଲାଗେ ଖୁସି – ଶ୍ରୀଯୁକ୍ତ ଅଜିତ କୁମାର ରାଉତ
ନାହଁ ମାତୃଭାଷା ଶିକ୍ଷା – ଅଜିତ କୁମାର ରାଉତ
ଜୀବନ – ନଳିନୀ ପ୍ରଭା ମିଶ୍ର
କାହାକୁ ଚିହ୍ନିବା କେମିତି – ନଳିନୀ ପ୍ରଭା ମିଶ୍ର
ସାଧୁ ସାବଧାନ – ସୌଦାଗର ବିଶ୍ବାଳ
ପ୍ରତୀକ୍ଷାର ତୀରେ – ସୁଜାତା ଦାସ
ପ୍ରଭାତରେ ମୋ ଆଧ୍ୟାତ୍ମିକ କର୍ତ୍ତବ୍ୟ – ଶ୍ରୀ ବଂଶୀଧର ବେହେରା
ମନ ରହିଯାଏ ଲାଖି – ବ୍ରଜେଶ୍ବରୀ ସିଂହ
ପୋକରା ଡାଳ – ନିତ୍ୟାନନ୍ଦ ମହାନ୍ତି
Latest Post
ALLUSION OF EVOLUTION – Manoj Kumar Panda  ALLUSION OF MASOCHISM – Manoj Kumar Panda  ତିନି ରୂପେ ଏକ କାୟା ଜନନୀ ଭଗିନୀ ଜାୟା – ବିଜୟ କୁମାର ସ୍ବାଇଁ ମା’ତୁମେ ମମତାର ସାଗର – ଭାସ୍କର ରାଉତ ହସିବ ପ୍ରକୃତି ରାଣୀ – ତରୁଣ କୁମାର ମିଶ୍ର ମହାପ୍ରଭୁ ତୁମେ – ବିଜୟ କୁମାର ସ୍ବାଇଁ ସମୟ ବଡ଼ ବଳବାନ – ଭାସ୍କର ରାଉତ ଶାନ୍ତି ମିଳୁ ଜୀବନେ – ଶ୍ରୀଯୁକ୍ତ ଅଜିତ କୁମାର ରାଉତ କର୍ମ ଭୂଇଁ ଏହୁ – ଅଜିତ କୁମାର ରାଉତ ସୁନ୍ଦରେ କି ଅଛି ଲାଭ – ଅଜିତ କୁମାର ରାଉତ ବିଚ୍ଛିନ୍ନାଞ୍ଚଳ ଓଡ଼ିଆ – ଶ୍ରୀଯୁକ୍ତ ଅଜିତ କୁମାର ରାଉତ  ଦେଖି ଲାଗେ ଖୁସି – ଶ୍ରୀଯୁକ୍ତ ଅଜିତ କୁମାର ରାଉତ ନାହଁ ମାତୃଭାଷା ଶିକ୍ଷା – ଅଜିତ କୁମାର ରାଉତ ଜୀବନ – ନଳିନୀ ପ୍ରଭା ମିଶ୍ର କାହାକୁ ଚିହ୍ନିବା କେମିତି – ନଳିନୀ ପ୍ରଭା ମିଶ୍ର ସାଧୁ ସାବଧାନ – ସୌଦାଗର ବିଶ୍ବାଳ ପ୍ରତୀକ୍ଷାର ତୀରେ – ସୁଜାତା ଦାସ ପ୍ରଭାତରେ ମୋ ଆଧ୍ୟାତ୍ମିକ କର୍ତ୍ତବ୍ୟ – ଶ୍ରୀ ବଂଶୀଧର ବେହେରା ମନ ରହିଯାଏ ଲାଖି – ବ୍ରଜେଶ୍ବରୀ ସିଂହ ପୋକରା ଡାଳ – ନିତ୍ୟାନନ୍ଦ ମହାନ୍ତି

ପଢନ୍ତୁ ନରୋତ୍ତମ ପରିଡ଼ା ଙ୍କ ପ୍ରବନ୍ଧ ଭାଷା ସାହିତ୍ୟରେ ନାରୀ କବିଙ୍କ ଅବଦାନ.

ବିଷୟ ଭାଷା ସାହିତ୍ୟରେ ନାରୀ କବିଙ୍କ ଅବଦାନ.-:

ଓଡ଼ିଆ ଭାଷାରେ ମହିୟସୀ ମହିଳା ସାହିତ୍ୟିକା, ଗାଳ୍ପିକା, କବିୟତ୍ରୀ ମାନଙ୍କର ଇତିହାସ ପ୍ରାୟ ସଠିକ ଭାବରେ ଜଣା ପଡିନାହିଁ. ଓଡ଼ିଆ ଭାଷା ବହୁ ପ୍ରାଚୀନ, କିଛି ଲେଖାରୁ ସଂଗୃହିତ ହିସାବରେ 1073 ମସିହାରେ ରାଜା ଚୋଳଗଙ୍ଗ ଦେବ ପ୍ରଥମେ
ଓଡ଼ିଆ ଭାଷାକୁ ସଂସ୍କୃତ ଏବଂ ତାମିଲ ଭଷା ସହ ମାନ୍ୟତା ଦେଇଥିଲେ. ସେହିପରି ପ୍ରାୟ 10 ଥର
ଓଡ଼ିଆ ଭଷା ପାଇଁ ଆନ୍ଦୋଳନ କରା ଯାଇଛି. ଶେଷରେ 1866 ମସିହାରେ ବ୍ରିଟିଶ ସରକାରଙ୍କ ସମୟରେ ଏହା ଜୋର ଧରି 1936 ରେ ଓଡିଶା ପ୍ରଥମ ଭଷାଭିତ୍ତିକ ରାଜ୍ୟ ରୂପେ ସ୍ଥାନ ପାଇଥିଲା ,ଏବଂ 1945 ମସିହାରେ ଓଡ଼ିଆ ରାଜଭାଷା ଆଇନ
ରେ ପରିଣତ ହୋଇ ଥିଲା. ହେଲେ ତାର ବହୁତ ପୂର୍ବରୁ
ଓଡ଼ିଆ ଭାଷାରେ ବର୍ଣିତ ଅନେକ ସାହିତ୍ୟ, ଗୀତିସାହିତ୍ୟ
କାବ୍ୟ, ଛାନ୍ଦ ଓ ଶିଶୁ ସାହିତ୍ୟର ରଚନା ହୋଇ ସାରିଥିଲା.
ପନ୍ଦର ସହ ଶତାବ୍ଦୀ ର ଆରମ୍ଭରେ ଅନେକ ନାରୀ କବି ଯଥା ଚାନ୍ଦବାଇ, ମାଧବୀ ଦାସୀ ଏବଂବୃନ୍ଦାବତୀ ଦାସୀ ଏମାନଙ୍କ ଦ୍ୱାରା ଲିଖିତ ସ୍ୱଳ୍ପ ଭକ୍ତିକବିତା ଜଣାଣ ଓ ଚଉପଦୀ ସେ ସମୟରେ ବେଶ ପରିଚିତ. ପରବର୍ତ୍ତୀ ସମୟରେ ରାଣୀ ନିସଙ୍କ ରାୟ, ରାଧିକା ମଣି, ଏବଂ ରତ୍ନମାଳି ଜେମାଦେଇ ସେମାନଙ୍କ
ଦ୍ୱାରା ରଚିତ ମଧୁମାଳତୀ ଚରିତ, ରାଧା ଚଉପଦୀ ଏବଂ
ମଙ୍ଗଳ ଗୀତ. ଏହି ବିରଳ ନାରୀକବି ମାନଙ୍କ ଦ୍ୱାରା ରଚିତ ଅନେକ ସଂକଳନ ରଚନା ଗୁଡିକ ବିଭିନ୍ନ କାରଣରୁ ପ୍ରକାଶିତ ହୋଇ ପାରିନଥିଲା. ଓଡ଼ିଆ ସାହିତ୍ୟ ଇତିହାସକୁ ଚାରିଯୁଗ ରେ ବୁଝାଯାଏ ଯଥା ସାରଳା ଯୁଗ, ରୀତି ଯୁଗ, ସତ୍ୟବାଦୀ ଯୁଗ ଏବଂ ସବୁଜ ଯୁଗ. ସେ ସମୟରେ ଅନେକ ଯୁଗାନ୍ତକାରୀ ରଚନା ଗୁଡିକର ସୃଷ୍ଟି ଯଥା ଉପନ୍ୟାସ, କ୍ଷୁଦ୍ରଗଳ୍ପ ପ୍ରବନ୍ଧ, ଚଉତିଶା, ଛାନ୍ଦ, ଚମ୍ପୁ, ଗୀତିକବିତା,ନାଟକ,ହାସ୍ୟରସ ଏବଂ କଳ୍ପିତ କାହାଣୀର ଜନ୍ମ. ତନ୍ମଧ୍ୟରୁ ଅଠର ସହ ଶତାବ୍ଦୀର ରତ୍ନମାଳି ମର୍ଦ୍ଧରାଜ ଓ ମରକତ ମଣି ଜେମଦେଇଙ୍କ ରଚିତ ମଙ୍ଗଳ ଗୀତ ବହୁ ଚର୍ଚ୍ଚିତ. ପରବର୍ତ୍ତୀ ସମୟରେ ଜେମାଦେଇ ବଂଶର ପଦ୍ମମାଳି ଜେମାଦେଇ ଓ ନୀଳମଣି ଜେମାଦେଇ ଚର୍ଚ୍ଚିତ।. ସେହିପରି ଓଡିଶାର ଅନେକ ଆଦିମ ଜନଜାତି ମାନଙ୍କର ଭାଷା
ଉପରେ ପ୍ରଥମେ ଓଡ଼ିଆ ଲେଖିକା ଦମୟନ୍ତୀ ବେଶ୍ରା ସେ ଜଣେ ସାନ୍ତାଳୀ ଭାଷା ଲେଖିକା ତାଙ୍କ ରଚିତ ଜୀୱଇ ଝର୍ଣା ଓ କଦମ ଦାର. ତାଙ୍କ ରଚିତ ଲେଖା ସାୟ ସାହେଦ ପାଇ 2020ରେ ପଦ୍ମଶ୍ରୀ ପୁରସ୍କାର ରେ ପୁରସ୍କୃତ କରାଯାଇଛି. ସେହିପରି
ରେବା ରାୟ ଯିଏ ଜଣେ ଅଦିତିୟା ନାରୀ ଲେଖିକା ଥିଲେ.ସେ ଥିଲେ ଭକ୍ତକବି ମଧୁସୁଦନ ରାଓ ଙ୍କ ଝିଆରୀ. 1936 ରେ ଗାଳ୍ପିକା
ବୀଣାପାଣି ମହାନ୍ତି ଅନେକ ପୁରସ୍କାର ପାଇ ଓଡ଼ିଆ ନାରୀ କବି
ମାନଙ୍କ ମଧ୍ୟରେ ଚିର ପରିଚିତ ସେ ସାହିତ୍ୟ ଏକାଡେମୀ, ସାରଳା
ଏବଂ ଜଣେ ପଦ୍ମଶ୍ରୀ ପୁରସ୍କାର ବିଜେତା.
ଓଡିଶାର ମହିୟସୀ ମହିଳା ମୁଖ୍ୟମନ୍ତ୍ରୀ ଶ୍ରୀମତୀ ନନ୍ଦିନୀ
ଶତପଥିଙ୍କୁ କିଏ ବା ନ ଜାଣେ ସେ ଏକା ଧାରରେ ଜଣେ ସମାଜ
ସେବିକା, ରାଜନୀତି ବିଶାରଦ ମହିଳା ଏବଂ ଜଣେ ସାହିତ୍ୟ ସେବିକା ମଧ୍ୟ ଥିଲେ, ତାଙ୍କ ରଚିତ ଗଳ୍ପ (ଅନାଥ. 1942).(କେତୋଟି କଥା. 1967).(ସପ୍ତଦସୀ 1988) ବହୁ ଚର୍ଚିତ
ଏବଂ ତାଙ୍କ ଦ୍ୱାରା ରଚିତ ଉପନ୍ୟାସ ( ଟିକି ସୁନା ହଜିଗଲା )
ଏକ ପ୍ରସିଦ୍ଧ ଉପନ୍ୟାସ. ତା ପରେ ସେ 1971ମସିହା ପାକିସ୍ତାନ ବିଭାଜନ ସମୟରେ ଘଟିଥିବା ଏକ ବହୁ ଚର୍ଚିତ ବର୍ବର ଘଟଣା ଉପରେ ଘଟିଥିବା ବାଂଲାଦେଶୀ ଲେଖିକା ତାସଲିମା ନସରିନଙ୍କ ଲିଖିତ ଲଜ୍ଜ୍ୟା ନାମକ ଉପନ୍ୟାସ କୁ ଅନୁବାଦ କରି ଚର୍ଚ୍ଚାକୁ ଆସିଥିଲେ. ସତ୍ୟକୁ ଉଜାଗର କରି ବାଂଲାଦେଶୀ ଲେଖିକା
ଜଣକ ଆଜିଯାଏ ବାଂଲାଦେଶରୁ ନିର୍ବାସିତା ହେଇ ଭାରତରେ
ଆଶ୍ରୟ ନେଇ ଛନ୍ତି. ସମୟରେ ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିବା ସୂ ସାହିତ୍ୟିକା ବିଦ୍ୟୁତପ୍ରଭା ଦେବୀ ମଧ୍ୟ
ବେଶ ପରିଚିତ,ତାଙ୍କ ରଚିତ କବିତା ମରୀଚିକା , କନକାଞ୍ଜଳି,
ସଂଚୟନ ଏବଂ ଝରା ଶିଉଳି.
ପରବର୍ତ୍ତୀ ସମୟ ନାରୀ କବି ମାନଙ୍କର ଏକ ସ୍ୱର୍ଣ୍ଣିମ ସମୟ
ଥିଲା. ତାଙ୍କ ରଚିତ ବହୁ ପୁସ୍ତକ ଆମ ମାନଙ୍କ ମଧ୍ୟରେ ପ୍ରାୟ ସମସ୍ତେ ପଢିଥିବେ. ଚିର ପରିଚିତ କୁନ୍ତଳା କୁମାରୀ ସାବତ, ଶୈଳବାଳା ଦେବୀ, ରମାଦେବୀ ଏବଂ ପ୍ରତିଭା ରାୟ. କୁନ୍ତଳା କୁମାରୀ ସାବତଙ୍କ ଜନ୍ମ 8 ଫ୍ରେବୁଆରି 1909.ତାଙ୍କ 37ବର୍ଷ ଜୀବନ କାଳ ଭିତରେ ସେ ଏକା ଧାରରେ ଜଣେ ଡାକ୍ତର, ଲେଖିକା ସମାଜ ସେବିକା ଏବଂ ଜାତୀୟ ଆନ୍ଦୋଳନ ର ପୁରୋଧା ଥିଲେ. ତାଙ୍କ ରଚିତ ଅଞ୍ଜଳି, ଅର୍ଚନା,ଆହ୍ୱାନ, ଆଜି ବାପା ତୋତେ କହିବି କଥାଟି, ପ୍ରେମ ଚିନ୍ତାମଣି, ଓଡ଼ିଆ କାନ୍ଦଣା, ଗଡଜାତ କୃଷକ ଏବଂ ଅଭିଶପ୍ତ ର ଅଭିମାନ. ଆଉ ତାଙ୍କ ଦ୍ୱାରା ରଚିତ ଉପନ୍ୟାସ ଭ୍ରାନ୍ତି, ନଅତୁଣ୍ଡି,, କାଳୀବୋହୁ, ରଘୁ ଅରକ୍ଷିତ
ପାରସମଣି ଓ ଚିତ୍ରପଟ ଖୁବ ଖ୍ୟାତି ଅର୍ଜନ କରିଥିଲା. ପ୍ରତିଭା ରାୟଙ୍କ ଉପନ୍ୟାସ ଆଜି ଘରେ ଘରେ ପୁର ପଲ୍ଲୀରେ ବିଖ୍ୟାତ ତାଙ୍କ ରଚିତ ଯାଜ୍ଞସେନୀ ମହାଭାରତ ରେ କର୍ଣ୍ଣ ଏକ ଅପରାଜିତ ଯୋଦ୍ଧା ତାଙ୍କ ଚରିତ୍ର ବର୍ଣନା କୁ ଭିନ୍ନ ଏକ ରୂପରେ
ଦର୍ଶାଇ କେବଳ ଓଡିଶାରେ ନୁହେଁ ସମଗ୍ର ଭାରତ ବର୍ଷରେ ସେ
ଏକ ଅଦିତିୟା ଲେଖିକା ଭାବରେ ପରିଚୟ ଦେଲେ ଏବଂ ମହାମହିମ ଭାରତର ରାଷ୍ଟ୍ରପତିଙ୍କ ଦ୍ୱାରା ପଦ୍ମଶ୍ରୀ ପୁରସ୍କାରରେ
ଅଳଙ୍କୃତ ହେଲେ. ଆଉ ମଧ୍ୟ ସେ ସାରଳା ସମ୍ମାନ, ଜ୍ଞାନପୀଠ
ପୁରସ୍କାର ପାଇଛନ୍ତି. ବର୍ତ୍ତମାନ ସମୟର ସୁନାମଧନ୍ୟା ଲେଖିକା
ଇତି ସାମନ୍ତ ମଧ୍ୟ ତାଙ୍କ ପତ୍ରିକା କାଦମ୍ବିନୀ ପାଇଁ ବେସ ପରିଚିତ.
ସେଇ ମହିୟସୀ ଲେଖିକା, କବିୟତ୍ରୀ ମାନଙ୍କ ଅବଦାନ କୁ ନେଇ
ଆମେ ତାଙ୍କ ରଚନାର କିଂଚିତ ଶିକ୍ଷା ପାଇ ଗର୍ବିତ, ସେମାନେ ଥିଲେ ଉଭାବିକା, ରଚୟିତା, ସ୍ରଷ୍ଟା ଆମେ କେବଳ ତାଙ୍କ ଶବ୍ଦ
ଗୁଡିକ ନେଇ ଏକ ଭିନ୍ନ ରୂପରେ ରୂପାନ୍ତର କରୁଛନ୍ତି.ତାଙ୍କ ଅବଦାନ ପାଇଁ ସେଇ ମହିୟସୀ ନାରୀ କବି ମାନଙ୍କ ଆଗରେ
ନତମସ୍ତକ. ମନ ମନ୍ଦିର ରେ ତାଙ୍କୁ ଗୁରୁ ମାଆ ରୂପେ ପୂଜା କରି
ପ୍ରକୁତରେ ତାଙ୍କୁ ସମ୍ମାନ ରୂପକ ଗୁରୁ ଦକ୍ଷିଣା ଦେଇ ପରିବା.
ଧନ୍ୟବାଦ.



ନରୋତ୍ତମ ପରିଡା. ପୁଣେ. ମହାରାଷ୍ଟ୍ର.
ଦୂରଭାଷ.. 7840973339.

 1,220 total views,  1 views today

One thought on “ପଢନ୍ତୁ ନରୋତ୍ତମ ପରିଡ଼ା ଙ୍କ ପ୍ରବନ୍ଧ ଭାଷା ସାହିତ୍ୟରେ ନାରୀ କବିଙ୍କ ଅବଦାନ.

Leave a Reply

Your email address will not be published. Required fields are marked *