*ଅନୁଭୂତିରେ ମାେ ବିଦ୍ଯାଳୟ ଏବଂ ପିଲାଦିନ*
ମନୁଷ୍ଯ ଜୀବନରେ ବିଭିନ୍ନ ସମୟରେ ବିଭିନ୍ନ ଅନୁଭୂତି ଆଗତ ହଏ । ସେହି ଅନୁଭୂତିଗୁଡିକ ମଧ୍ଯରୁ ଶୈଶବ କାଳ ବା ଅଣହେଜ ଅବସ୍ଥାର ଅନୁଭୂତି ଅନ୍ଯତମ।
ଗଞ୍ଜାମ ଜିଲ୍ଲା ଘୁମୁସର ଅଞ୍ଚଳର ଭଞ୍ଜନଗର ନିକଟବର୍ତ୍ତୀ ବଡକୋଦଣ୍ଡା ଗ୍ରାମ । ଆଜକୁ ପ୍ରାୟ ୩୬ ବର୍ଷ ତଳର କଥା । ଗାଁରେ ଚାଟଶାଳୀ ଥିଲା । ସେହି ଚାଟଶାଳୀର ଛାତ୍ରୀ ମୁଁ ।
ମୋ ସହିତ ମୋ ପରି ଅନେକ ପିଲା ସେଠାରେ ଥିଲେ ଅଧ୍ଯୟନ ରତ ।
ପ୍ରାୟ୦୪ ବର୍ଷ୦୪ମାସ ବୟସେ ସେଠାରେ ପାଠ ପଢିବା ନିମନ୍ତେ ହେଉଥିଲା ନାମଲେଖା । ଏହିପରି ଅନ୍ଯ କେତେ ଗ୍ରାମରେ ଥିଲା ଚାଟଶାଳୀ ବ୍ଯବସ୍ଥା ।
ସେହି ସମୟରେ ଗାଁ ଚାଟଶାଳୀରେ ଜଣେ ଶିକ୍ଷକଙ୍କୁ ନିଯୁକ୍ତି ଦେବାର ବ୍ଯବସ୍ଥା ଥିଲା।
ତାହାପରେ ମୁଁ ଗ୍ରାମ ମଧ୍ଯରେ
ସବୁଜ ବନାନୀ ପରିବେଷ୍ଟିତ ଥିବା ପ୍ରାଥମିକ ବିଦ୍ଯାଳୟରେ କଲି ଅଧ୍ଯୟନ ।ବିଦ୍ଯାଳୟର ହତା ମଧ୍ଯରେ ଆମ୍ବ,ପଣସ,ନଡିଆ,ପିଜୁଳି ,ଲଙ୍କାଭାଲିଆ,ବରକୋଳି ଆଦି ବୃକ୍ଷ ସାଥେ ଥିଲା ଗୋଟିଏ ଖେଳ ପଡିଅା ।ମଲ୍ଲୀ,ଜୁଇ ,ଜାଇ,ହେନା, ଟଗର, ମାଳତୀ ଆଦି ରକମର ପୁଷ୍ପବୃକ୍ଷକୁ ନେଇ
ଗୋଟିଏ ସୁନ୍ଦର ବଟିକା ଥିଲା
ମୁଁ ଚତୁର୍ଥ ଶ୍ରେଣୀରେ ଆମ ପ୍ରଧାନ ଶିକ୍ଷକ ଦିନଲିପି ଲେଖିବା ପାଇଁ କହିଥିଲେ ।
ମୁଁ କେତେ ସମୟରେ ଶୋଇଲି ଏବଂ କେତେ ସମୟରେ ଉଠିଲି କେତେ ସମୟ ମୋତେ ଶୌଚ କରିବାକୁ ଲାଗିଲା ,କେତେ ସମୟ ବ୍ରସ୍ କରିବାକୁ ଲାଗିଲା,କେତେ ସମୟ ସ୍ନାନ କରିବାକୁ ଲାଗିଲା ,କେତେ ଖାଇବାକୁ ଲାଗିଲା ଏବଂ କେତେ ସମୟ ପାଠ ପଢାରେ ଅତିବାହିତ କଲି ।
ଏ ସବୁ ବିଷୟକୁ ବର୍ଣ୍ଣନା କରି ଲେଖିଥିଲି । ସେତେ ବେଳେ ପ୍ରଧାନ ଶିକ୍ଷକ ମୋତେ କହିଥିଲେ ତୁମେ ଆ ଉ ଗୋଟିଏ ବିଷୟ ଛାଡି ଦେଲ
ମୁଁ ଶିକ୍ଷକଙ୍କୁ କହିଲି- କଣ ରହିଗଲା ଆଜ୍ଞା ? ସେତେବେଳେ ମୋତେ ଶିକ୍ଷକ କହିଲେ- ତୁମେ କେତେ ସମୟ ରୋଷେଇରେ ମାଆଙ୍କୁ ସାହାଯ୍ଯ କରିଲ ଏବଂକଣ ରୋଷଇ କରିଲ ?
କିନ୍ତୁ ମୁଁ ତ କିଛି ସାହାଯ୍ଯ କରିନି ତେଣୁ ଲେଖିନାହିଁ ।
ମୋ କଥା ଶୁଣି ଶିକ୍ଷକ କହିଲେ-ଏହିପରି ଲେଖିବ ନାହିଁ ।ତୁମେ କେତେ ସମୟ ପାଠ ପଢିଲ ସେହି ସମୟଟି ଲେଖିବ ।ତା’ପର ଦିନ ଶିକ୍ଷକ କହିବା ଅନୁଯାୟୀ ଲେଖି ନେଲି ।ସେ ସମୟର
ପାଠ ପଢା କଥା ମନେ ପଡିଲେ ମୋ ମନରେ ଆନନ୍ଦର ସୀମା କହିଲେ ନ ସରେ ।ତାହାପରେ ଗ୍ରାମର ଅନ୍ଯ ଏକ ପାର୍ଶ୍ବରେ ସ୍ଥିତ ସବୁଜ ବନାନୀ ପରିବେଷ୍ଟିତ
ତୋଟା ମଧ୍ଯରେ ଥିବା ମଧ୍ଯଇଂରାଜୀ ବିଦ୍ଯାଳୟ ଏବଂ ଜବାହାର ଉଚ୍ଚ ବିଦ୍ଯାଳୟରେ ଅଧ୍ଯୟନ କଲି
ସେହି ସମୟରେ ମୋ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଗୋଦାବରୀଶ ମହାପାତ୍ର ଇଂରାଜୀ ପଢାଉଥିଲେ । ସେ ଛାତ୍ର ବସ୍ଛଳ ଥିଲେ ।ତାଙ୍କ ପାଠନ ଶୈଳୀ ଥିଲା ନିଆରା
ସେ ପାଠ ସମୟରେ ଜଣେ ବୃଦ୍ଧ ମଳ କରିବାକୁ ବଙ୍କୁଲି ବାଡି ଆଉ ଶୌଚ ସକାଶେ ଲୋଟାରେ ପାଣି ଲୋଟାଏ ଅାଣିଥିଲେ । ସାର୍ କହିଲେ- ଏହାକୁ ଦେଖି ଇଂରାଜୀରେ ଅନୁବାଦ କର । ଆଜି ମୋର ମନେ ପଡୁଛି ଯେପରିକି ଏହି ଗ୍ରୁପ୍ କଥା ଛବି ଦେଖି କବିତାଟିଏ ଲେଖ। ସତରେ କହିବାକୁ ଗଲେ ଏଇ ଅନୁଭୂତି କେତେ ନିଆରା ଆଉ ଚିତ୍ତାକର୍ଷକ । ଏହି ସମୟରେ ୧୧ ଜଣ ଆଦର୍ଶ ଶିକ୍ଷକଙ୍କ ମଧ୍ଯରେ ସମୟାନୁବର୍ତ୍ତୀ,ନୈତିକ ଏବଂ ଆଦର୍ଶ ସଂସ୍କୃତ ଶିକ୍ଷକ ।ତାଙ୍କର ଆଦର୍ଶରେ ମୁଁ ଅନୁପ୍ରାଣିତ । ତତ୍ ସହିତ ମୋ ସାହିତ୍ଯ ପାଠନ ଶୈଳୀରେ ଅନୁପ୍ରାଣିତ ହୋଇ ସାହିତ୍ଯ ସାଧନାରେ ବ୍ରତୀ ହୋଇ ନିଜକୁ ଧନ୍ଯ ମନେ କରୁଛି।
ଗାୟତ୍ରୀ ସାହୁ
ଗଞ୍ଜାମ
911 total views, 1 views today
Muchas gracias. ?Como puedo iniciar sesion?
электронные сигареты в щербинке эйкьюди как отличить оригинал
——
электронная сигарета в яхроме как отличить оригинальный эйкьюди