*ଅନୁଭୂତିରେ ଶ୍ରୀ ଜଗନ୍ନାଥ*
ଜଗତର ନାଥ ଶ୍ରୀ ଜଗନ୍ନାଥ ।ତାଙ୍କ ମହିମା କି ଅବା ଲେଖିବି । ତଥାପି କିଛି ପଦ ଲେଖିବା ପାଇଁ ମନରେ ଉତ୍କଣ୍ଠା ଜାଗ୍ରତ ହେଉଛି । ସେଥି ସକାଶେ କିଛି ଲେଖିବାକୁ ଇଚ୍ଛୁକ ।
ଏକଦା ମୋତେ ଯେତେବେଳେ ପାଞ୍ଚ ବର୍ଷ ବୟସ ହୋଇଥିଲା । ସେହି ସମୟରେ ଥରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା ଦେଖିବାକୁ ଯାଇଥିଲି । ତା’ପର ଠାରୁ ମୁଁ ଆଉ ରଥଯାତ୍ରା ଦେଖିବାକୁ ଯାଇନାହିଁ।କାରଣ ରଥଯାତ୍ରା ସମୟରେ ବହୁ ଜନ ସମାବେଶ ହୋଇଥାଏ । ପ୍ରତିବର୍ଷ ଦୂରଦର୍ଶନ ମାଧ୍ଯମରେ ଠାକୁର ଦର୍ଶନ କରେ ।ମୁଁ ବହୁବାର ପରିବାର ସହିତ ପୁରୀ ଯାଇଛି । ଯେତେବେଳେ ଯାଏ ଘୁମୁସର ଆଶ୍ରମରେ ରହେ । ସେଠାରେ ରହି ମନ୍ଦିରକୁ ଠାକୁରଙ୍କ ଦର୍ଶନ କରିବାକୁ ପ୍ରାୟ ଦିନକୁ ତିନି ଥର ଯାଏ ।ଅବଢା ଖାଇବା ପାଇଁ ଆଗ୍ରହୀ ସପରିବାର ।ଟଙ୍କ ତୋରାଣୀ ପାନ କରିବାକୁ ମଧ୍ଯ ଇଚ୍ଛୁକ ।ମୁଁ ଯେତେବେଳେ୨୦୦୯-୨୦୧୦ ମସିହାରେ ସାହିତ୍ଯ ଆଚାର୍ଯ୍ଯ
ପରୀକ୍ଷା ଦେବାକୁ ଯାଇ ସଦାଶିବ କେନ୍ଦ୍ରୀୟ ବିଶ୍ବ ବିଦ୍ଯାଳୟରେ ରହିଥିଲି ।
ସେହି ସମୟରେ ବୈଶାଖ ମାସର ଚନ୍ଦନ ଯାତ୍ରା ଚାଲିଥାଏ ।ପ୍ରତ୍ଯହ ଠାକୁର ଦର୍ଶନ ସାଥେ ଅବଢା ଅନ୍ନ ଭୁଞ୍ଜିବାକୁ ଯାଏ ଆନନ୍ଦ ବଜାରକୁ ।
ଏକଦା ମୋର ସାତ ଜଣ ବାନ୍ଧବୀ ମାେତେ କହିଲେ ଆଜି ଅବଢା ଆଣି ଖାଇବା । ମୁଁ କହିଲି ଠିକ୍ଅଛି ଆଣି ଖାଇବା ।ସେମାନେ ପ୍ରତିଦିନ ହୋଟଲରେ ଖାଉଥିଲେ ।
ମୁଁ ଆଉ ମାେର ଜଣେ ବାନ୍ଧବୀ ଦୁହେଁମିଶି ଅବଢା ଆଣିବାକୁ ଯାଇଥିଲୁ ।ଜୋତା ଷ୍ଟାଣ୍ଡ୍ ରେ ଜୋତା ରଖି ଟୋକେନ୍ ଧରି ମନ୍ଦିରରେ ପ୍ରବେଶ କଲି । ବହୁଜନ ସମାବେଶ ସ୍ଥଳେ ମୁଁକେମିତି ମନ୍ଦିର ଭିତରେ ପ୍ରବେଶକଲି ଜାଣି ପାରିଲି ନାହିଁ ।ମୋର ଟୋକେନ ହଜିଗଲା କିନ୍ତୁ ପାଞ୍ଚଶତ ଟଙ୍କା ହାତରେ ଥିଲା । ଉଭୟେ ବିଚ୍ଛିନ୍ନ ହେଲୁ । ମୁଁ ଠାକୁରଙ୍କୁ ଦର୍ଶନ କରିବାକୁ ଗଲି ଗରୁଡ ସ୍ତମ୍ଭ ନିକଟରେ ଦୁଇ ଘଣ୍ଟା ଅପେକ୍ଷା କଲି ।ସେଦିନ ଅବଢା ବାହାରିବା ଏକ ଘଣ୍ଟା ବିଳମ୍ବ ହେଲା ।ଅବଢା ନେଇ ବାହାରିଲି ।ଜୋତା ଷ୍ଟାଣ୍ଡ୍ ନିକଟରେ ତାଙ୍କୁ ଭେଟିଲି । ଦୁହେଁ ମିଶି ବସାକୁ ଆସିଲୁ ।ସମସ୍ତେ ମିଶି ଅବଢା ଖାଇଲୁ । ବଳକା ଥିଲା ମୁଁ ଦୁଇ ଦିନ ଖାଇଲି । ସମସ୍ତେ ମୋତେ କହିଲେ ତୁମେ ସେଗୁଡିକ ଖାଅ ନାହିଁ ।ଦେହ ଅସୁସ୍ଥ ହେଲେ ପରୀକ୍ଷା ଦେଇପାରିବ ନାହିଁ ।କିନ୍ତୁ ମୋର ବିଶ୍ବାସ ଥିଲା କୌଣସି ଅସୁବିଧା ହେବନାହିଁ ।ପ୍ରକୃତରେ ଶରୀର ଅସୁସ୍ଥ ହେଲାନାହିଁ । ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲି । ଏଥିରୁ ମୁଁ ବୁଝିଲି ଯେ-
ବିଶ୍ବାସ ବିନା ଫଳ ଯେତେ
ଫଳ ନ ଫଳେ କଦାଚିତେ ।
ଡା ଗାୟତ୍ରୀ ସାହୁ,ଗଞ୍ଜାମ
୯୯୩୭୬୦୮୭୭୨
1,327 total views, 1 views today