September 24, 2023
11 11 11 AM
ଧୈର୍ଯ୍ୟ ତଥା ଦୃଢ଼ ମନୋବଳ ସବୁ ସଫଳତାର ମୁଖ୍ୟ କାରଣ ହୋଇଥାଏ ବୋଲି ଭଉଣୀ ନିକଟକୁ ପତ୍ର – ରୁଦ୍ର ନାରାୟଣ ଦାଶ
*ବୁଢାଶଙ୍ଖାରି ଏକ ଦୁଃଖଦ କାହାଣୀ- ଜୟଶ୍ରୀ ଖଟୁଆ*
*ବୁଢ଼ାଶଙ୍ଖାରି ଏକ ଅଦେଖା ପ୍ରେମର ଉଛ୍ୱାସ–ଲକ୍ଷ୍ମୀପ୍ରିୟା ବେହେରା*
*”ବୁଢ଼ାଶଙ୍ଖାରି” ,ଅନାବିଳ ବାତ୍ସଲ୍ୟ ପ୍ରେମର ଅନନ୍ୟ ଉଦାହରଣ- ଲିଜାରାଣୀ ପ୍ରଧାନ*
*କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ “ବୁଢ଼ା ଶଙ୍ଖାରି” ରେ ସମ୍ପର୍କ ର ମୂଲ୍ୟବୋଧ-ଦୀପାଳି ମେହେର*
*”ବୁଢ଼ା ଶଙ୍ଖାରି” ଏକ ଆଲୋଚନା –ସବିତା ପଟ୍ଟନାୟକ*
ସୂର୍ଯ୍ୟୋଦୟ ଯୁବ ସାରସ୍ଵତ ସମାବେଶ ଆୟୋଜିତ
Allusion Of Amble – Manoj Kumar Panda
Allusions Of Finitely Infinite – Manoj Kumar Panda 
ALLUSIONS OF THE MESSAGES – Manoj Kumar Panda 
Allusions Of My Last Day – Manoj Kumar Panda 
ALLUSIONS OF BLOWN LIFE – Manoj Kumar Panda 
ALLUSIONS OF THE SOUL – Manoj Kumar Panda 
ALLUSIONS OF SILENCE KISSES- Manoj Kumar Panda 
Allusions of Volatility – Manoj Kumar Panda 
Allusions of hedonism – Manoj Kumar Panda
*ବୁଢ଼ା ଶଙ୍ଖାରି ଗଳ୍ପର ମାର୍ମିକ ଦୃଷ୍ଟିଭଙ୍ଗୀ–ଲକ୍ଷ୍ମୀପ୍ରିୟା ସେଠୀ*
*ବୁଢାଶଙ୍ଖାରି ଗଳ୍ପରେ ଗ୍ରାମଭୂମିର ଝଲକ–ରୁଦ୍ର ନାରାୟଣ ଦାଶ*
*କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ବୁଢ଼ା ଶଙ୍ଖାରି ଏକ ଭାବପ୍ରବଣତାର ଏକ ଶାଶ୍ଵତ ନିଦର୍ଶନ- ଶିବ ସେଠୀ**
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ବୁଢ଼ା ଶଙ୍ଖାରି ଏକ ଗଦ୍ୟାନୁପ୍ରାସ- ଜୀବନ ପ୍ରଦୀପ ପ୍ରଧାନ
Latest Post
ଧୈର୍ଯ୍ୟ ତଥା ଦୃଢ଼ ମନୋବଳ ସବୁ ସଫଳତାର ମୁଖ୍ୟ କାରଣ ହୋଇଥାଏ ବୋଲି ଭଉଣୀ ନିକଟକୁ ପତ୍ର – ରୁଦ୍ର ନାରାୟଣ ଦାଶ *ବୁଢାଶଙ୍ଖାରି ଏକ ଦୁଃଖଦ କାହାଣୀ- ଜୟଶ୍ରୀ ଖଟୁଆ* *ବୁଢ଼ାଶଙ୍ଖାରି ଏକ ଅଦେଖା ପ୍ରେମର ଉଛ୍ୱାସ–ଲକ୍ଷ୍ମୀପ୍ରିୟା ବେହେରା* *”ବୁଢ଼ାଶଙ୍ଖାରି” ,ଅନାବିଳ ବାତ୍ସଲ୍ୟ ପ୍ରେମର ଅନନ୍ୟ ଉଦାହରଣ- ଲିଜାରାଣୀ ପ୍ରଧାନ* *କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ “ବୁଢ଼ା ଶଙ୍ଖାରି” ରେ ସମ୍ପର୍କ ର ମୂଲ୍ୟବୋଧ-ଦୀପାଳି ମେହେର* *”ବୁଢ଼ା ଶଙ୍ଖାରି” ଏକ ଆଲୋଚନା –ସବିତା ପଟ୍ଟନାୟକ* ସୂର୍ଯ୍ୟୋଦୟ ଯୁବ ସାରସ୍ଵତ ସମାବେଶ ଆୟୋଜିତ Allusion Of Amble – Manoj Kumar Panda Allusions Of Finitely Infinite – Manoj Kumar Panda  ALLUSIONS OF THE MESSAGES – Manoj Kumar Panda  Allusions Of My Last Day – Manoj Kumar Panda  ALLUSIONS OF BLOWN LIFE – Manoj Kumar Panda  ALLUSIONS OF THE SOUL – Manoj Kumar Panda  ALLUSIONS OF SILENCE KISSES- Manoj Kumar Panda  Allusions of Volatility – Manoj Kumar Panda  Allusions of hedonism – Manoj Kumar Panda *ବୁଢ଼ା ଶଙ୍ଖାରି ଗଳ୍ପର ମାର୍ମିକ ଦୃଷ୍ଟିଭଙ୍ଗୀ–ଲକ୍ଷ୍ମୀପ୍ରିୟା ସେଠୀ* *ବୁଢାଶଙ୍ଖାରି ଗଳ୍ପରେ ଗ୍ରାମଭୂମିର ଝଲକ–ରୁଦ୍ର ନାରାୟଣ ଦାଶ* *କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ବୁଢ଼ା ଶଙ୍ଖାରି ଏକ ଭାବପ୍ରବଣତାର ଏକ ଶାଶ୍ଵତ ନିଦର୍ଶନ- ଶିବ ସେଠୀ** କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ବୁଢ଼ା ଶଙ୍ଖାରି ଏକ ଗଦ୍ୟାନୁପ୍ରାସ- ଜୀବନ ପ୍ରଦୀପ ପ୍ରଧାନ

ପଢନ୍ତୁ ଡମ୍ବରୁଧର ବେହେରା ଙ୍କ ପ୍ରବନ୍ଧ ଓଡ଼ିଆ ଭାଷା ସାହିତ୍ୟର କାବ୍ୟକବିତାରେ ନାରୀ କବି

ଓଡ଼ିଆ ଭାଷା ସାହିତ୍ୟର କାବ୍ୟକବିତାରେ ନାରୀ କବି



ପୃଥିବୀର ବିଭିନ୍ନ ଭାଷାରେ ବିଭିନ୍ନ ସାହିତ୍ୟ ସୃଷ୍ଟି ଲାଭ କରିଥିବା କାହାକୁ ଅଜଣା ନୁହଁ।ପ୍ରାଚ୍ୟ ଭୂମି ଭାରତର ବିଭିନ୍ନ ପ୍ରଦେଶରେ ଓ ଆଞ୍ଚଳିକ ଭାଷାରେ ଲୋକ ସାହିତ୍ୟ ଓ ବିଦଗ୍ଧ ସାହିତ୍ୟ ସୃଷ୍ଟି ଲାଭ କରିବା ଦୃଷ୍ଟିଗୋଚର ହୁଏ।ଓଡ଼ିଆରେ ଯେଉଁ ସବୁ ସାହିତ୍ୟ ସୃଷ୍ଟି ଲାଭ କରି ବିକାଶ ପଥରେ ଅଗ୍ରସର ହୋଇ ଜନମାନସରେ ଜନମନ ହରଣ କରିବାରେ ସକ୍ଷମ ହୋଇପାରିଛି କହିଲେ ଭୁଲ ହେବ ନାହିଁ।
ଯେକୌଣସି ସାହିତ୍ୟରେ ଦ୍ଵିବିଧ ରୂପ ଦେଖିବାକୁ ମିଳେ।ତାହା ଯଥା ପଦ୍ୟ ଓ ଗଦ୍ୟ।ଆମ ଆଲୋଚନାର ପ୍ରସଙ୍ଗ “ଓଡ଼ିଆ ବାଣୀ ଭଣ୍ଡାରକୁ ନାରୀ କବି ମାନଙ୍କ ଅବଦାନ” ହୋଇଥିବାରୁ ନିମ୍ନରେ କବିତା ସମ୍ପର୍କରେ ସଂକ୍ଷେପରେ ଆଲୋଚନା କରିବାକୁ ଉଚିତ ମନେ ହୁଏ।
ଆମ ଭାରତ ସାହିତ୍ୟକୁ ଦୃଷ୍ଟି ନିକ୍ଷେପ କଲେ ଜଣା – ଯାଏ ଯେ ଆଦି କବି ବାଲ୍ମିକୀ ହେଉଛନ୍ତି ସାହିତ୍ୟ(କବିତାର)ର ପ୍ରଥମ ସ୍ରଷ୍ଟା। ବାଲ୍ମିକୀ ଯେତେବେଳେ ଶରବିଦ୍ଧ କ୍ରୌଞ୍ଚ ଯୁଗଳକୁ ଦେଖିବାକୁ ପାଇଲେ।ସେତେବେଳେ ତାଙ୍କ ଶୋକାଭିଭୂତ ଦରଦୀ ହୃଦୟରୁ ସ୍ଵତଃ ସ୍ୱର୍ତ୍ତ ଭାବେ ଉଛୁଳି ପଡ଼ିଥିଲା –
” ମାଆ ନିଷାଦ ପ୍ରତିଷ୍ଠା ତ୍ଵମାଗମ ଶାଶ୍ଵତ ସମାଃ
ଯତ୍ କ୍ରୌଞ୍ଚ ମିଥୁନା ଦେକମବଧି କମ ମୋହିତମ୍ ।”
ଆଲୋଚ୍ୟ ଶ୍ଲୋକଟିକୁ କବିତା ସୃଷ୍ଟିର ଆଦ୍ୟ ଓଁ କାର ରୂପେ ଗ୍ରହଣ କରାଯିବା ଅସମୀଚୀନ ନୁହେଁ।
ସେ ଯାହାହେଉ ଏହି କବିତା ରଚନା କ୍ଷେତ୍ରରେ ଓଡ଼ିଆ ଭାଷା ସାହିତ୍ୟର ବାଣୀ ଭଣ୍ଡାରକୁ ସମୃଦ୍ଧି କରିବାରେ ନାରୀ କବି ମାନଙ୍କର ଯେ ଯଥେଷ୍ଟ ଅବଦାନ ରହିଛି ଏହାକୁ ବିନା ଦ୍ବିଧାରେ କହିବାକୁ ହେବ।ସେମାନଙ୍କ ମଧ୍ୟରୁ ଯେଉଁ କେତେ ଜଣ କବୟିତ୍ରୀ ନିଜର ସୃଷ୍ଟି ପ୍ରତିଭା ଦ୍ଵାରା ଓଡ଼ିଆ ସାହିତ୍ୟ ଭଣ୍ଡାରକୁ ସମୃଦ୍ଧିଶାଳୀ କରି ଆସିଛନ୍ତି ନିମ୍ନରେ ସେହି ସ୍ରଷ୍ଟା ଓ ସୃଷ୍ଟି ବିଷୟରେ ଆଲୋକପାତ ବିଚାର୍ଯ୍ୟର ବିଷୟ ।
୦୧)ମାଧବୀ ଦାସ – ଓଡ଼ିଆ ଭାଷା ସାହିତ୍ୟର ବାଣୀ ଭଣ୍ଡାର ପ୍ରଥମ ନାରୀ କବି ହେଉଛନ୍ତି ମାଧବୀ ଦାସ।ବୈଷ୍ଣବ ଧର୍ମରେ ଦୀକ୍ଷିତ ହୋଇ ସେ ‘ ପୁରୁଷୋତ୍ତମ ‘ ନାଟକ ରଚନା କରିଥିଲେ।ପ୍ରାଥମିକ କାଳରେ ସେ ଥିଲେ ଜଣେ ସୁଲେଖିକା ଜଗନ୍ନାଥଙ୍କ ମାଦାଳ ପାଞ୍ଜି ଲେଖିକା ଭାବରେ ସେ ଥିଲେ ବେଶ୍ ଜଣାଶୁଣା।ମାଧବୀ ଦେବୀଙ୍କର ସୁନ୍ଦର ହସ୍ତାକ୍ଷର ପ୍ରତାପରୁଦ୍ର ଦେବଙ୍କୁ ଏତେ ମୁଗ୍ଧ କରିଥିଲା ଯେ; ରାଜା ତାଙ୍କୁ ଜଗନ୍ନାଥ ମନ୍ଦିରର ମାଦାଳ ପାଞ୍ଜି ରଚୟିତା ରୂପେ ତାଙ୍କୁ ମନୋନୀତ କରିଥିଲେ।୦୨)ମାଧବୀ ଦାସଙ୍କ ପରେ ବୃନ୍ଦାବତୀ ଦାସୀ ବୈଷ୍ଣବ ଧର୍ମରେ ଦୀକ୍ଷିତା ଜଣେ ନାରୀ କବି।ସପ୍ତଦଶ ଶତାବ୍ଦୀରେ ‘ ପୂର୍ଣାତମ ଚନ୍ଦ୍ରୋଦୟ ‘ ନାମକ ବୈଷ୍ଣବ ଭକ୍ତି କାବ୍ୟ ରଚନା କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।ଏହି କାବ୍ୟଟି କୋଡ଼ିଏଟି ଅଧ୍ୟାୟରେ ସମାପ୍ତ।ଆଲୋଚ୍ୟ ଗ୍ରନ୍ଥରେ କୃଷ୍ଣ ସ୍ତୁତି ଉପରେ ବିଶେଷ ଗୁରୁତ୍ବ ଆରୋପ କରିଥିବା ପରିଦୃଷ୍ଟ। ଗ୍ରନ୍ଥଟି ଭାଗବତ ବାଣୀ ଓ ନବାକ୍ଷରୀ ଛନ୍ଦରେ ରଚିତ। ପ୍ରତି ଅଧ୍ୟାୟ ଶେଷରେ ଭାଗବତ ଭଳି ” ଈତି ଶ୍ରୀ ପୂର୍ଣତମ ଚନ୍ଦ୍ରୋଦୟ “…
ବୋଲି ଉଲ୍ଲେଖ କରାଯାଇ ଅଧ୍ୟାୟ ସମାପ୍ତି ସୂଚିତ ହୋଇଛି।

୦୩) ରୀତି ଯୁଗର ଅନ୍ୟଜଣେ ସୁନାମଧନ୍ୟ କବୟିତ୍ରୀ ଥିଲେ ଜରଡ଼ା ରାଜଜେମା ନିଶଙ୍କ ରାୟ ରାଣୀ ଓଡ଼ିଆ ଭାଷା ସାହିତ୍ୟର ବାଣୀ ଭଣ୍ଡାରକୁ ତାଙ୍କ ଦାନ ଯଥେଷ୍ଟ ।” ପଦ୍ମାବତୀ ଅଭିଳାଷ”
ଏହାଙ୍କ ରଚିତ ଏକ ଅମଳିନ ଗ୍ରନ୍ଥ।ଏହା ପୌରାଣିକ କଥା ସମ୍ବନ୍ଧିତ।ଏହି ପରି ସମକାଳୀନ ନାରୀ କବି ମାନଙ୍କ ମଧ୍ୟରୁ ନରେନ୍ଦ୍ର ନାରୀ ଅନ୍ୟତମ।’ ଶଶିସେଣା’ ତାଙ୍କର ଏକ ସୁନ୍ଦର କାବ୍ୟ।

୦୪) ଦୁର୍ଗା ପଟ୍ଟନାୟକ ଗଞ୍ଜାମ ଜିଲ୍ଲାର ବଡଗଡ଼ ଗ୍ରାମର ଅଭିମନ୍ୟୁ ପଟ୍ଟନାୟକ ଓ ଶ୍ରୀୟା ଦେବୀଙ୍କ କନ୍ୟା।ତାଙ୍କର ବିଶେଷ ଶିକ୍ଷା ଗତ ଯୋଗ୍ୟତା ନ ଥିଲା।କିନ୍ତୁ ସେ ଥିଲେ ଅସାଧାରଣ କବିପ୍ରତିଭାର ଅଧିକାରିଣୀ।” ସରଗ ଫଳ ” ତାଙ୍କର ଏକମାତ୍ର ପ୍ରକା ଶିତ କବିତା ଗ୍ରନ୍ଥ,ଯେଉଁଥିରେ ସାତୋଟି କବିତା ସଂକଳିତ।

୦୫)ଓଡ଼ିଆ ଭାଷା ସାହିତ୍ୟର ବାଣୀ ଭଣ୍ଡାରରେ ନାରୀ କବି କୁନ୍ତଳା କୁମାରୀ ସାବତଙ୍କ ଅବଦାନ ଅତୁଳନୀୟ।’ ଉଚ୍ଛ୍ୱାସ ‘ (୧୯୨୪)ସ୍ଫୁଲିଙ୍ଗ (୧୯୨୯)
ଆହ୍ୱାନ (୧୯୩୦), ଅଞ୍ଜଳି , ଅର୍ଚ୍ଚନା(୧୯୨୯),ପ୍ରେମ ଚିନ୍ତାମଣି,(୧୯୩୧),ଓଡ଼ିଆ କାନ୍ଦଣା (୧୯୩୬),କବିତା – ପୁସ୍ତକଗୁଡ଼ିକର ଅନ୍ତରର୍ଭୁକ୍ତ।
ତାଙ୍କର କାବ୍ୟକବିତା ଗଭୀର ଜୀ, ବିଭୁପ୍ରୀତି ଓ ଦେଶାତ୍ମବୋଧରେ ପରିପ୍ଲୁତ।

୦୬)ମନମୋହିନୀ ଦେବୀ (୧୯୦୮-୧୯୮୮) ‘ ଝରଣା ‘ ‘ ‘ଅଶୋକବନରେ ବୈଦେହୀ ସୀତା ‘ ‘ ଆଶ୍ୱିନ କୁମାରୀ ଗୀତିକା ‘, ‘ ଗିତାଳି , ପୂଷ୍ପାଳି , “ଅର୍କାବଳୀ ” ଓ “କୁମାରୀ ଶାରଦୀୟ ସଙ୍ଗୀତ ” ଏହି ସାତଟି କବିତା ପୁସ୍ତକ ଦ୍ଵାରା ଓଡ଼ିଆ ସାରସ୍ଵତ ଭଣ୍ଡାରକୁ ସମୃଦ୍ଧ କରୁଛନ୍ତି।ନିଜର ପରତିଭା ପାଇଁ ସେ ୧୯୭୨ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ଵାରା ଅଭିନନ୍ଦିତା ହୋଇଥିଲେ।

୦୭)ଅନ୍ନ ପୂର୍ଣ୍ଣା ଦାସ (୧୯୨୨)ଙ୍କ ‘ ତ୍ରିଧାରା ‘ କବିତାସଙ୍କଳନ ପାଞ୍ଚଶହ – ଏକ କବିତାର ସମସ୍ତ ଦୀର୍ଘ କଳେବର ଧାରଣ କରି ପ୍ରକାଶ ପାଇଛି।କୋମଳ ସମ୍ବେଦନଶୀଳତା ତଥା ସରଳ ଭାଷାର ପ୍ରୟୋଗ ପାଠକ ମାନଙ୍କ ନିମନ୍ତେ ମଧୁର ଆଲୋଡନ ସୃଷ୍ଟି କରେ।

୦୮)ବିଦ୍ୟୁତପ୍ରଭା ଦେବୀ(୧୯୨୬-୭୭) ରାଶି ରାଶି କବିତା ଲେଖି ଓଡ଼ିଆ ଭାଷା ସାହିତ୍ୟର ବାଣୀ ଭଣ୍ଡାରକୁ ପରିପୁଷ୍ଟ କରିଛନ୍ତି।ତାଙ୍କର ଉଲ୍ଲେଖଯୋଗ୍ୟ ସୃଷ୍ଟି ଗୁଡ଼ିକ ମଧ୍ୟରେ ଯଥା – ‘ ସବିତା ‘ , ‘ ଉତ୍କଳ ସାରସ୍ଵତ ପ୍ରତିଭା ‘ ,’ କନକାଞ୍ଜଳି ‘ ,’ ମରୀଚିକା ‘ , ‘ ବିହାୟସୀ ‘ , ‘ ବନ୍ଦନିକା ‘ , ‘ ସ୍ୱପ୍ନ ଦ୍ଵୀପ ‘ , ‘ ଖରା ଶିଉଳି ‘ , ‘ ଯାହାକୁ ଯିଏ ‘ ଏବଂ ‘ ସଂଚୟନ ‘ । ‘ ସଞ୍ଚୟ ନ ‘ କବିତା ଗୁଚ୍ଛ ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ଵାରା ପୁରସ୍କୃତା।

୦୯) ରମାଦେବୀ (୧୯୨୮) ପଣ୍ଡିତ ନୀଳକଣ୍ଠ ଦାସଙ୍କ କନ୍ୟା।ସେ ଜଣେ ସମାଜ ସେବିକା ଓ କବି। ‘ସକଳ ତୀର୍ଥ ତୋ ଚରଣେ ‘ ,’ “ବଦ୍ରିକା ଯିବି କି କାରଣେ” ,”ଜୀବନ ପାଲି”, “ସେ ଦିନ ଜ୍ୟେଷ୍ଠ ଶେଷ” , “ଆଉ କେବେ ଫେରି ନି ବସନ୍ତ”,”ସୁଦୂର ସଙ୍ଗୀତ”,”ଅତୀତର ଅନ୍ତରାଳେ”,”ଯୁଗରୁ କଳ୍ପ” ଇତ୍ୟାଦି ତାଙ୍କର ପ୍ରକାଶିତ କବିତା ସଙ୍କଳନ।

୧୦) ନାରୀ କବି ନନ୍ଦିନୀ ଶତପଥୀ ଏକାଧାରରେ ଗାଳ୍ପିକା ଓ ଅନୁବାଦିକା ମଧ୍ୟ।’ ଉତ୍ତର ପୁରୁଷ ‘ ତାଙ୍କର ଏକ ମାତ୍ର କବିତା ସଂକଳନ।ଦୁଃଖି,ନିରନ୍ନ ଜନତାଙ୍କ ଦୁର୍ଦ୍ଦଶା ତାଙ୍କ ଆଖିକୁ ଭିଜାଇ ଦେଇଥିଲା।ଏସବୁ ହେଲା ଟଙ୍କା କବିତାର ପୃଷ୍ଠ ଭୂମି।ଏଣୁ ତାଙ୍କ କବି କର୍ମ ଯେତିକି ମାନବାଦୀ ସେତିକି ବାସ୍ତବ ।
୧୧)ଛନ୍ଦ ନିପୁଣା କବି ମନୋରମା ମହାପାତ୍ରଙ୍କ ଅବଦାନ


ଅବିସ୍ମରଣୀୟ।ଛନ୍ଦ ପ୍ରୟୋଗ ଦୃଷ୍ଟିରୁ ତାଙ୍କ କବିତା ଅତୁଳନୀୟ।,”ଜୁଆର ଯେଉଁଠି ଉଠେ” ,”ଅର୍ଦ୍ଧ ନାରିଶ୍ୱର” , “ବୈଦେହୀ ବିସର୍ଜିତ”, “ଆମେ ସବୁ ନୀରବ ଦର୍ଶକ” ଆଦି ତାଙ୍କର କେତୋଟି ପ୍ରକାଶିତ କବିତା ଗ୍ରନ୍ଥ।
ସେହିଭଳି ଶୈଳବାଳା ମହାନ୍ତିଙ୍କ କବିତା “ଅମଉଳା ଫୁଲ”,”କ୍ଷୁଦ୍ର କାବ୍ୟ” ଏବଂ “ସତୀ ସୌରଭ” ଓ “ଲୁହର ଯମୁନା” ଆଦି କବିତା ଛନ୍ଧୋବଧ ଓ ରୋମାଣ୍ଟିକ ଭବଧାରରେ ରଚିତ।
ଉପରୋକ୍ତ କବୟିତ୍ରୀ ବ୍ୟତୀତ ଓଡ଼ିଆ କବିତା କ୍ଷେତ୍ରରେ ଅଶୀଦଶକ ବେଳକୁ ପୁରୁଷ ମାନଙ୍କ ସମକକ୍ଷ ହୋଇ କବିତା ଲେଖିବାରେ ନାରୀମାନେ ଯେଉଁ ତତ୍ପର ହୋଇ ଉଠିଛନ୍ତି ତାହା ସେମାନଙ୍କ ଗ୍ରନ୍ଥ ରାଜିକୁ ଦେଖିଲେ ବିସ୍ମିତ ହେବାକୁ ପଡ଼େ।ସମ୍ପ୍ରତି ନିବନ୍ଧରେ ଆଲୋଚନା ଦୃଷ୍ଟିରୁ ଯେଉଁ କେତେଜଣ ପ୍ରତିଭାବାନ କବାୟତ୍ରୀଗଣଙ୍କ
ରଚନାକୁ ଗ୍ରହଣ କରାଯାଇଛି ସେଗୁଡିକ ମଧ୍ୟରେ ଆହତ ପ୍ରତିଶୃତି(ଗାୟତ୍ରୀବାଳା ପଣ୍ଡା),ହୃଦୟ ଗଙ୍ଗା(ଅମୀୟବା ଳା ପଟ୍ଟନାୟକ),ମୋତେ ଆକାଶ କଥା ପଚାରନା(ଗିରିବାଳା ମହାନ୍ତି),ଦୃଶ୍ୟ ଦୃଶ୍ୟାନ୍ତର, ପତ୍ର ଝରା ଋତୁ ,ଯେ ଗୀତ ଗାଏ ପକ୍ଷୀ(ରଞ୍ଜିତା ନାୟକ), କିଛି ପ୍ରୀତି କିଛି ସ୍ମୃତି (ଅନ୍ନପୂର୍ଣ୍ଣା ନନ୍ଦା), ଋତୁ ମଗ୍ନା (ସଞ୍ଜୁ ନାୟକ), ମାଁ(ସୁଜାତା ଚୌଧୁରୀ),ତିନି ଦଶକର କବିତା(ବିଜୟିନୀ ଦାସ),ମୁଁ ତାରାଟେ ହେବାକୁ ଚାହେଁ(ସସ୍ମିତା ସାହୁ),ନିରୋଳା ମୁହୂର୍ତ୍ତ (ଭାରତୀ ମହାନ୍ତି),ଶବ୍ଦ ପ୍ରତିମା (ପ୍ରଭାତ ନନ୍ଦନୀ ମହାପାତ୍ର),ଖେଳ(ପ୍ରିତିଧାରା ସାମଲ) ଆଦି ଅନ୍ୟତମ ନାରୀ କବିଙ୍କର ଅବଦାନ କହିଲେ ଅତ୍ୟୁକ୍ତି ହେବ ନାହିଁ।
ସ୍ବାଧିନତା ପରବର୍ତ୍ତୀ କାଳରେ ଜଣେ ପ୍ରତିଭାଧର ନାରୀ କବି ମମତା ଦାଶଙ୍କ “ନୈମୀଷ୍ୟାରଣ୍ୟ”,”ଏକତ୍ର ଚନ୍ଦ୍ରସୂର୍ଯ୍ୟ”,”ଅବାକ୍ ସ୍ବର୍ଗ”,”ଉଜ୍ଜ୍ୱଳ ଉପବନ” ଓ ” ନୀଳ ନିର୍ବାପନ” କବିତାଗୁଡ଼ିକର ରଚୟତ୍ରୀ।
ସମକାଳୀନ ଯୁଗର କବିତା ପ୍ରତିହାରୀ ଛାତ୍ରୀ ଜୀବନରୁ
କବିତା ଲେଖିଥିଲେ ହେଁ ତାଙ୍କ ପ୍ରଥମ କବିତା ସଂକଳନ ” ତମ ପହଞ୍ଚିବା ବେଳ ‘ ବହୁ ବିଳମ୍ବରେ ପ୍ରକାଶିତ।ଏହି ସମୟର ନାରୀ କବି ମାନଙ୍କ ମଧ୍ୟରେ ବିଦ୍ୟୁତ ପ୍ରଭା ଗନ୍ତାୟତଙ୍କ(ଇନ୍ଦ୍ରାବତୀରେ ତୀରେ),ମଞ୍ଜୁବାଳା ଦାସଙ୍କ(ବାଲିଘର),ମମତା ବେବର୍ତ୍ତଙ୍କ (ତୁମେ),ସୁଚେତା ମିଶ୍ରଙ୍କ(ଶିଳାଲିପି),ମାଧୁରୀ ପଣ୍ଡାଙ୍କ(କେତେଦୂରେ କେତେ ପାଖେ ଓ ମୁଖର ହେବାର ବେଳ)ସୁନୀତା ମୁଣ୍ଡଙ୍କ(ପର୍ଦ୍ଦା ପଛରେ ଚର୍ଯ୍ୟାପଦ,ଶବ୍ଦ ଖେଳ,ଯେତେ ସବୁ ସକାଳ ଓ ବେପଥୁ ବେହାଗ କବିତା ଗ୍ରନ୍ଥ ଚାରୋଟି ତାଙ୍କର ପ୍ରକାଶିତ।
ସର୍ବୋପରି ସାମ୍ପ୍ରତିକ କାବ୍ୟକବିତା ତଥା ଓଡ଼ିଆ ଭାଷା ସାହିତ୍ୟର ବାଣୀ ଭଣ୍ଡାର ଜଣାଶୁଣା ପୁର୍ବାଲୋଚିତ ନାରୀ ସ୍ରଷ୍ଟା ମାନଙ୍କ ବ୍ୟତୀତ କେତେକ ନୂତନ କବୟିତ୍ରୀଙ୍କ ସୃଷ୍ଟିରେ ରୁଦ୍ଧିମନ୍ତ।ସେମାନଙ୍କ ମଧ୍ୟରୁ କେତେଜଣ ହେଲେ – ଅଞ୍ଜଳି ଦାଶ,ଅର୍ଚ୍ଚନା ରଥ, ଆଲ୍ ପନା ରାୟ, ଇପ୍ ସିତା ସଡଙ୍ଗି,ଉଷାରାଣୀ ଦାସ,ଗାୟତ୍ରୀ ତ୍ରିପାଠୀ,ଗୌରୀ ଶତପଥୀ,ତୃପ୍ତି ପଣ୍ଡା, ନିହାରୀକା ରାୟ, ରୁନୁ ମହାନ୍ତି,ସୁନନ୍ଦା ତ୍ରିପାଠୀ, ସୌରୀନ୍ଦ୍ରି ସାହୁ, ସ୍ଵୟମ୍ବରା ପଟ୍ଟନାୟକ ପ୍ରଭୃତି ପୂର୍ବ ପିଢ଼ି ଓ ଆଧୁନିକ ପିଢ଼ିର ଏହି ନାରୀ କବିଗଣ ପଶ୍ଚ୍ୟାତ ରେ ବିପୁଳ ସମ୍ଭାବନା ବହନ କରି ଉଭା ହୋଇଥିବା ବହୁ ନୂର୍ତନ ପଥିବରଙ୍କ ସୃଷ୍ଟିରେ ସାମ୍ପ୍ରତିକ ଓଡ଼ିଆ କବିତା ବିକାଶ ପଥରେ ଦୃତ ଧାବାମାନ ଏବଂ ଅନ୍ୟ ପ୍ରାନ୍ତୀୟ ଭାଷାର କବିତା ତୁଳନାରେ ଓଡ଼ିଆ ଭାଷା ସାହିତ୍ୟର ବାଣୀ ଭଣ୍ଡର କିଛି କମ୍ ସମୃଦ୍ଧ ନୁହେଁ କହିଲେ ମୋ ମତରେ ଅତ୍ୟୁକ୍ତି ହେବ ନାହିଁ ।।” (ସମାପ୍ତ)



@ଶ୍ରୀ. ଡମ୍ବରୁଧର ବେହେରା(ଓଡ଼ିଆ ଶିକ୍ଷକ)
ପାରଳାଖେମୁଣ୍ଡି(ଗଜପତି)
ସମ୍ପର୍କ – ୯୪୩୭୭୮୮୪୬୪

Loading

Leave a Reply

Your email address will not be published. Required fields are marked *