ଅନୁଭୂତିରେ ଜଗନ୍ନାଥ
ଜଗନ୍ନାଥ ବଡ଼ ଠାକୁର । ଭାବ ବିନୋଦିଆ ସିଏ ଜଗତର କାଳିଆ । ଭକ୍ତର ଭାବକୁ ସେ ବୁଝିପାରେ । ଚକାଆଖି ସିଏ ଦୁନିଆଁ ଦେଖୁଛି ଜଗତର ସିଏ ସାକ୍ଷୀ । ଆକୁଳରେ ଥରେ ଡାକିଦେଲେ ଦୁଃଖକୁ ଦିଏ ଦୁରେଇ । ଭକତ ଦାସିଆ ବାଉରୀର ଡାକଶୁଣୀ ନଡିଆ ନେଇଥିଲା ଘେନି । ଭକ୍ତ ବଳରାମଙ୍କ ଡାକରେ ରଥକୁ ଦେଇଥିଲା ରଖି । ସହିଭଲି ମୋର କାଳିଆ ଠାକୁର ଭକ୍ତିକୁ ମୋର ବୁଝି ଦେଇଥିଲା ତାର ଦର୍ଶନ । ସେହି ମୋର ଅନୁଭୁତିଟି ପ୍ରତ୍ୟେକ ବର୍ଷ ଆମେ ସବୁ ଭାଇ ଭଉଣୀ ମିଶି ବୁଲିବାକୁ ଯାଉଁ । ସେହିଭଳି ଗତବର୍ଷ ଆମେ ଯୋଜନା କଲୁ ଦିଲ୍ଲୀ ଯିବାକୁ । କିନ୍ତୁ କାଳିଆର ଡୋରି ଲାଗିଥିଲା ବୋଲି ଶେଷ ମୁହୂର୍ତ୍ତରେ ଆମର ଦୀଲ୍ଲୀ ଯିବାର ପରିବର୍ତ୍ତନ ହୋଇଗଲା । ବାହାରିଲୁ ପୁରୀ ଦର୍ଶନରେ । ପୁରୀରେ ପହଞ୍ଚିଲା ପରେ ମଧ୍ୟାହ୍ନ ହୋଇଯାଇଥାଏ । ଶ୍ରଦ୍ଧାଳୁଙ୍କ ବହୁତ ଭିଡ ଲାଗିଥାଏ ସେଦିନ । କେମିତି ଆମେ ଯାଇ ଭଗବାନଙ୍କୁ ଟିକେ ଦର୍ଶନ କରିବୁ ଏଇ ଚିନ୍ତାରେ ଧାଡିରେ ଛିଡା ହେଲୁ । ମୋର ଭାରି ଇଚ୍ଛା ଥାଏ କାଳିଆଙ୍କୁ ଟିକେ ଦର୍ଶନ କରି ଦୁଃଖକୁ ଦୁରେଇ ଦେବାକୁ । କିଛି ସମୟ ପରେ ସିଂହ ଦ୍ୱାରରେ ପହଞ୍ଚିବା ପରେ ପଣ୍ଡା ମାନଙ୍କ ନିର୍ଦ୍ଦେଶ ଆସିଲା ଏବେ ଭଗବାନଙ୍କ ଠାରେ ଭୋଗ ଲାଗିହେବ । ସମସ୍ତେ ଦୁଇ ଘଣ୍ଟା ପରେ ଦର୍ଶନ କରିବାକୁ ଆସିବେ । ନିରାଶରେ ସମସ୍ତେ ଫେରୁଥାନ୍ତି । ମନମୋର ବୁଝୁ ନଥାଏ ଭଗବାନଙ୍କ କରୁଣା ଟିକିଏ ମିଳନ୍ତା ଏବେ ଦର୍ଶନ କରିବି । ମୋ ମନର କଥା ଭକ୍ତ ବତ୍ସଳ ବୋଧହୁଏ ମୋ କଥା ବୁଝିଥିବେ । କିଛି ସମୟ ପରେ ନିର୍ଦ୍ଦେଶ ଆସିଲା କିଛି ଭକ୍ତ ଦର୍ଶନ କରନ୍ତୁ ବୋଲି । ଏହା ଶୁଣିଲା ପରେ ଭକ୍ତଙ୍କ ଭିଡ ଲାଗିଗଲା । ସେହି ଭିଡ ଭିତରେ କିଛି ମୁହୂର୍ତ୍ତ ଚକା ଆଖି ସହ ଆଖି ମିଲାଇ ଭାବ ରେ ଲୀନ ହୋଇଗଲି । ସେଇ ଜଗତର ନାଥ ଜଗନ୍ନାଥଙ୍କ କୃପା ଅପାର ତାଙ୍କର ନିର୍ଦ୍ଦେଶ ଯୋଗୁଁ ତାଙ୍କର ଦର୍ଶନ ନିର୍ବିଘ୍ନରେ ଶେଷହେଲା ।
ତାଙ୍କ ଦର୍ଶନ ସାରି ଆମେ ପ୍ରସାଦ ସେବବ ନକରି ଫେରି ଆସିଲୁ ।
ଜୟଶ୍ରୀ ମେହେର
ବରଗଡ଼
508 total views, 1 views today