ଅନୁଭୂତିରେ ପ୍ରଭୁ ଶ୍ରୀଜଗନ୍ନାଥ
🥥🥥🥥🥥🥥🥥🥥
ଜୟ ଜଗନ୍ନାଥ , କିଛି ଦିନ ତଳର କଥା lପୁରୀରେ ଜୟ ଗୁରୁ କାର୍ଯ୍ୟକ୍ରମ
ଚାଲିଥାଏ ,ଜଣେ ସମ୍ପର୍କୀୟ ଦାଦାଙ୍କ
ସହିତ ମୁଁ ସେ କାର୍ଯ୍ୟକ୍ରମକୁ ଯାଇଥାଏ । ଆଉ ଗୋଟିଏ ଇଚ୍ଛା ମନ
ଭିତରେ ଉଙ୍କି ମାରୁଥାଏ କାଳିଆ ଦର୍ଶନ । ପ୍ରସାଦ ସେବନ ପରେ
ଦାଦାଙ୍କୁ କହିଲି ଶ୍ରୀମନ୍ଦିର ଯିବାପାଇଁ
ସେ ମୁରୁକି ହସିଲେ ଯେତିକି ତାଙ୍କ
ମୁଖକୁ ଦେଖି ଅନୁମାନ କଲି ତାଙ୍କର
କାଳିଆ ଦର୍ଶନକୁ ଆଗ୍ରହ ନାହିଁ ମନ
ମୋର ମରିଗଲା । ଆଗ୍ରହ କମି ନଥିଲା ମୁଁ ଚେଷ୍ଟା କରୁଥାଏ ଯେନତେନ ଉପାୟରେ ଦାଦାଙ୍କୁ ନେଇ ଶ୍ରୀମନ୍ଦିର ଯିବି କାଳିଆକୁ ଦର୍ଶନ କରିବୁ l ମୋ ଭାବନାରେ
ପୂର୍ଣ୍ଣଛେଦ ପଡିବା ଆଗରୁ ହଠାତ
ଜଣେ ବ୍ୟକ୍ତି ଦାଦାଙ୍କୁ ଆସି ଜୟଗୁରୁ
କହିଲେ l ପ୍ରତି ବଦଳରେ ଦାଦା ହାତଯୋଡି ଜୟଗୁରୁ କହିଲେ, ମୁଁ ମଧ୍ୟ ଜୟଗୁରୁ କହିଲି l ସହାସ୍ୟ
ବଦନରେ ଦୀକ୍ଷିତ ବ୍ୟକ୍ତିଜଣକ
ଦାଦାଙ୍କୁ କହିଲେ ଆଂଜ୍ଞା ଶ୍ରୀମନ୍ଦିର
ଯାଇଥିଲି, କାଳିଆକୁ ଦର୍ଶନ କଲି,
ଦାନପାତ୍ରରେ କିଛି ଟଙ୍କା ଦେବାର
ଥିଲା ଭୁଲିଯାଇଛି ଆପଣ ଏଇ ଟଙ୍କା ନିଅନ୍ତୁ କାଳିଆ ଦର୍ଶନରେ
ଯିବାବେଳେ ଦାନପାତ୍ରରେ ଦେଇଦେବେ ଦାଦା ମୋ ମୁଁହକୁ
ଚାଁହୁଥାନ୍ତି । ମୁଁ ନିଜକୁ କାଳିଆ ପାଖରେ ସମର୍ପଣ କରିଦେଲି ।
ଦାଦାଙ୍କୁ କହିଲି ଦେଖିଲତ କାଳିଆ
ଲୀଳା । କାଳିଆ ଦର୍ଶନକୁ ମନାକରୁଥିଲ, ସେଇଥିପାଇଁ ଭଦ୍ରବ୍ୟକ୍ତି ଜଣକ ତୁମରି ହାତରେ
ଟଙ୍କା ଦେଇଗଲେ । ଏବେ କୁହ କାଳିଆ ଦର୍ଶନରେ ଯିବା ନା ନାହିଁ ।
ଦାଦା ହସିଦେଲେ l ତତକ୍ଷଣାତ ଆମେ କାଳିଆ ଦର୍ଶନରେ ବାହାରି ପଡ଼ିଲୁ l ଜୟ ଜଗନ୍ନାଥ l
ଜଗଦୀଶ ସାହୁ, ସଂଜପଡା, ହିନ୍ଦୋଳ
ଢେଙ୍କାନାଳ, 759128
ମୋ -9078185616
3 total views, 1 views today