April 02, 2023
11 11 11 AM
ରାମ ନାମେ କି ରସ ଅଛି! — ସୀମାଞ୍ଚଳ ପଣ୍ଡା
ମନରେ ଆସୁ ମୋ ଶୁଦ୍ଧ ଭାବନା — ସୀମାଞ୍ଚଳ ପଣ୍ଡା
ସମୟ ମାଗୁଛି ସମ୍ମାନ ଟିକେ — ସୀମାଞ୍ଚଳ ପଣ୍ଡା
ଏ ସନ ଫଗୁଣ ନ ହେଉ କାଳ — ସୀମାଞ୍ଚଳ ପଣ୍ଡା                       
ପାନ ବଟୁଆ — ସୀମାଞ୍ଚଳ ପଣ୍ଡା               
ଅପେକ୍ଷାର ଫଳ ମିଠା — ସୀମାଞ୍ଚଳ ପଣ୍ଡା
ପଖାଳ — ସୀମାଞ୍ଚଳ ପଣ୍ଡା
ପ୍ରମାଦ — ସୀମାଞ୍ଚଳ ପଣ୍ଡା
ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ
ନିଵେଦନ – ଅଶୋକ କୁମାର ପତି
ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ
ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ
ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା
ମୋ ଜୀବନ – ହେମନ୍ତ କୁମାର ସାହୁ ‌
ଶୀତ – ଶ୍ରୀମତୀ କୃଷ୍ଣା ଦାସ
ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ
ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ
ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ
ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ
କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ
Latest Post
ରାମ ନାମେ କି ରସ ଅଛି! — ସୀମାଞ୍ଚଳ ପଣ୍ଡା ମନରେ ଆସୁ ମୋ ଶୁଦ୍ଧ ଭାବନା — ସୀମାଞ୍ଚଳ ପଣ୍ଡା ସମୟ ମାଗୁଛି ସମ୍ମାନ ଟିକେ — ସୀମାଞ୍ଚଳ ପଣ୍ଡା ଏ ସନ ଫଗୁଣ ନ ହେଉ କାଳ — ସୀମାଞ୍ଚଳ ପଣ୍ଡା                        ପାନ ବଟୁଆ — ସୀମାଞ୍ଚଳ ପଣ୍ଡା                ଅପେକ୍ଷାର ଫଳ ମିଠା — ସୀମାଞ୍ଚଳ ପଣ୍ଡା ପଖାଳ — ସୀମାଞ୍ଚଳ ପଣ୍ଡା ପ୍ରମାଦ — ସୀମାଞ୍ଚଳ ପଣ୍ଡା ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ ନିଵେଦନ – ଅଶୋକ କୁମାର ପତି ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା ମୋ ଜୀବନ – ହେମନ୍ତ କୁମାର ସାହୁ ‌ ଶୀତ – ଶ୍ରୀମତୀ କୃଷ୍ଣା ଦାସ ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ

ପଢନ୍ତୁ କ୍ଷୀରେଶ୍ୱରୀ କିଷାନ ଙ୍କ ପ୍ରବନ୍ଧ ଓଡ଼ିଆ ବାଣୀ ଭଣ୍ଡାର କୁ ନାରୀ କବିଙ୍କ ଅବଦାନ

ଓଡ଼ିଆ ବାଣୀ ଭଣ୍ଡାର କୁ ନାରୀ କବିଙ୍କ ଅବଦାନ



ଓଡ଼ିଆ ସାହିତ୍ୟର ସମୃଦ୍ଧ ଲିଖିତ ରୂପ ଆରମ୍ଭ ହୋଇଥିଲା ପୁରାଣ ସାହିତ୍ୟରୁ । ଓଡ଼ିଆ ଭାଷାରେ ପ୍ରାଚୀନ କାଳରୁ କାବ୍ୟ, କବିତା ଓ ଗଦ୍ୟ ସାହିତ୍ୟ ରଚିତ ହୋଇଅଛି । ଏଥିରେ ପୁରୁଷ ସହିତ ନାରୀ ମାନଙ୍କ ମଧ୍ୟ ଅବଦାନ ରହିଛି ।
ବିଭିନ୍ନ କ୍ଷେତ୍ରରେ ନାରୀ- ପୁରୁଷ ସହିତ ସମକକ୍ଷ ହେବା ସହ କବିତା ରଚନା କ୍ଷେତ୍ରରେ ମଧ୍ୟ ଅଗ୍ରଣୀ । ଅନେକ ନାରୀ କବି ବିଭିନ୍ନ ପ୍ରକାର କବିତା ରଚନା କରି ଓଡ଼ିଆ ବାଣୀ ଭଣ୍ଡାର କୁ ସମୃଦ୍ଧ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ନିମ୍ନ ରେ କେତେକ ନାରୀ କବି ମାନଙ୍କ ବିଷୟରେ ଆଲୋଚନା କରାଗଲା ।
ପଞ୍ଚଦଶ ଶତାବ୍ଦୀର ଓଡ଼ିଆ ସାହିତ୍ୟରେ ରଚିତ ପୁରାଣ, ଚଉତିଶା, କୋଇଲି, ଭକ୍ତି କବିତା,ଜଣାଣ ଓ ଚଉପଦୀ ରେ ମଧ୍ୟ ନାରୀ କବି ମାନଙ୍କୁ ଦେଖିବାକୁ ମିଳେ ।
ମାଧବୀ ଦାସୀ -ମାଧବୀ ଦାସୀ ସେ ସମୟରେ ଶ୍ରୀଚୈତନ୍ୟଙ୍କ ପରିଚର ଥିଲେ ।ସେ ସେହି ସମୟର ଖୁବ୍ ବିଦୂଷୀ ରମଣୀ ଥିଲେ । ତାଙ୍କ ରଚିତ”ଜଗୁ ଜୀବନ ଶ୍ରୀହରି” ରୁ କିଛି ଉଦ୍ଧାର କରାଗଲା –
ଚକା ନୟନ ହୋ !ଜଗୁ ଜୀବନ ଶ୍ରୀହରି
କାତରେ ଜଣାଣ କରୁଛି ଛାମୁରେ
ଶୁଣ ପ୍ରଭୁ ଶୃତି ଡେରି ।
କେତେ ସଂକଟୁ କାହାକୁ ରଖି ନାହିଁ
ଦୟାଳୁ ସାରଙ୍ଗ ଧାରୀ ।
ତା ବର୍ଣ୍ଣି ବସିଲେ ପୋଥିକର ପାଠ
କି ବର୍ଣ୍ଣିବ ଏ ପାମରୀ ।×××××
ବୃନ୍ଦାବତୀ ଦାସୀ- (୧୬୯୯)
ଖୋର୍ଦ୍ଧା ରାଜା ଦିବ୍ୟସିଂହ ଦେବ ଙ୍କ ରାଜତ୍ୱ କାଳରେ ବୃନ୍ଦାବତୀଙ୍କ ଆବିର୍ଭାବ ଘଟିଥିଲା ।ସେ ଖ୍ରୀ.୧୬୯୯ ରେ ତାଙ୍କର ‘ପୂଣ୍ଣତମ ଚନ୍ଦ୍ରୋଦୟ’ ଗ୍ରନ୍ଥ ରଚନା କରିଥିଲେ ।ପୂଣ୍ଣତମ ଚନ୍ଦ୍ରୋଦୟ’ରେ ନାରୀ କବି ତତ୍ତ୍ୱ ବିଚାର ପ୍ରସଙ୍ଗରେ ବହୁ ସଂସ୍କୃତ ଗ୍ରନ୍ଥ ର ନାମୋଲ୍ଲେଖ କରିଛନ୍ତି ଏବଂ ସେସବୁ ର ପ୍ରମାଣ ଉଦ୍ଧାର କରିଛନ୍ତି । ପୂର୍ଣ୍ଣତମ ଚନ୍ଦ୍ରୋଦୟ’ ଶ୍ରୀ କୃଷ୍ଣଙ୍କ ଗୋପଲୀଳା ର ଶ୍ରେଷ୍ଠତ୍ୱ ପ୍ରତିପାଦନ କରିବା ଲାଗି ରଚିତ ହୋଇଅଛି ।

ନିଶଙ୍କ ରାୟ ରାଣୀ –
ନିଶଙ୍କ ରାୟ ରାଣୀ ଥିଲେ ଜରଡା ରାଜ୍ୟ ର ରାଜା ବାସୁଦେବ ଙ୍କ କନ୍ୟା ।ଖ୍ରୀ.୧୭୮୮ ରେ ବୁଢାରସି୍ଙ୍ଗ ର ରାଜାଙ୍କ ସହିତ ତାଙ୍କର ବିବାହ ହୋଇଥିଲା । ସ୍ୱାମୀ ଙ୍କ ସହ ମନୋମାଳିନ୍ୟ ଘଟିବାରୁ ସେ ବୁଢାରସି଼ଙ୍ଗ ରାଜ୍ୟ ପରିତ୍ୟାଗ କରି ପିତୃ ରାଜ୍ୟରେ ଜୀବନ ଅତିବାହିତ କରିଥିଲେ । ତାଙ୍କର ସମଗ୍ର ଜୀବନ କାବ୍ୟ ରଚନା ଓ ଚର୍ଚ୍ଚା ରେ ଅତିବାହିତ ହୋଇଥିଲା ।ସେ ପ୍ରକୃତରେ କେତଖଣ୍ଡି କାବ୍ୟ ରଚନା କରିଥିଲେ ତାହା ଏ ପର୍ଯ୍ୟନ୍ତ ନିର୍ଦ୍ଧିଷ୍ଟ ଭାବେ ଜଣା ନାହିଁ । ତେବେ’ପଦ୍ମାବତୀ ଅଭିଳାଷ’ ନାମକ ତାଙ୍କର ଏକ କାବ୍ୟ ମିଳିଛି ।

କୁନ୍ତଳା କୁମାରୀ ସାବତ- (୧୯୦୦-୧୯୩୭)
ନାରୀ କବି କୁନ୍ତଳା କୁମାରୀ ଓଡ଼ିଆ ଗୀତି-କବିତା କ୍ଷେତ୍ରରେ ଏକ ଉଜ୍ଜ୍ୱଳ ପ୍ରତିଭାର ସ୍ୱାକ୍ଷର ଅଙ୍କନ କରି ଯାଇଛନ୍ତି । ସ୍ୱଦେଶ ପ୍ରୀତି ଓ ଭକ୍ତିଭାବର ପରାକାଷ୍ଠା ଏବଂ ମାନବିକତାର ଅନନ୍ତ ମହିମା ରେ ସେସବୁ ମଣ୍ଡିତ ହୋଇଥିବାର ଦେଖାଯାଏ । ଅଞ୍ଜଳି, ଅର୍ଚ୍ଚନା, ଉଚ୍ଛ୍ୱାସ, ଭ୍ରାନ୍ତି,ପ୍ରଶସ୍ତି,କାଳିବୋହୂ ପ୍ରଭୃତି ଗୀତି-କବିତା ଓ ଗଦ୍ୟ ରଚନାରେ ଭାଷାର ପ୍ରାଞ୍ଜଳତା ଏବଂ ଆବେଗର ଗଭୀରତା ପ୍ରକଟିତ ହୋଇଛି ।’ପ୍ରେମ ଚିନ୍ତାମଣି’ ପ୍ରେମ ପ୍ରୀତି ର ମାନବିକ ଏକ ସ୍ପର୍ଶ କାତର କବି ପ୍ରାଣର ଅକପଟ ପ୍ରକାଶ ବୋଲି ମନେ ହୁଏ ।
ସମସାମୟିକ ସାହିତ୍ୟ ଆନ୍ଦୋଳନରେ ତାଙ୍କ ପ୍ରତିଷ୍ଠିତ ‘ଭାରତୀ ତପୋବନ ସଙ୍ଘ’ଏକ କ୍ରାନ୍ତି କାରୀ ପଦକ୍ଷେପ ବୋଲି ମନେହୁଏ । ଅଳ୍ପ ବୟସରେ ତାଙ୍କର ପରଲୋକ ବାସ୍ତବିକ ଓଡ଼ିଆ କବିତା କ୍ଷେତ୍ରରେ ଏକ ନିଷ୍ଠୁର ଶୂନ୍ୟତା ସୃଷ୍ଟି କରିଥିଲା।
ତାଙ୍କ ‘ରଘୁ ଅରକ୍ଷିତ’ ,ନଅତୁଣ୍ଡି ପ୍ରଭୃତି ଉପନ୍ୟାସ ଓଡ଼ିଆ ଶିକ୍ଷିତ , ମଧ୍ୟ ବିତ୍ତ ଶ୍ରେଣୀ ର ଚିତ୍ର ପ୍ରଦାନ କରିଥାଏ ।
ନାରୀକବିଅନ୍ନପୂର୍ଣ୍ଣା-(୧୮୮୩-୧୯୬୧) କବୟିତ୍ରୀ ଗଞ୍ଜାମ ଜିଲ୍ଲାର ଚିକିଟି ଗଡ଼ ରେ ଜନ୍ମଗ୍ରହଣ କରିଥିଲେ । ଆପଣାର ସାଧନା ବଳରେ ଚିକିଟି,ପାରଳା ଓ ଜୟପୁର ମହାରାଜା ଙ୍କ ପୃଷ୍ଠପୋଷକତାରେ ଆପଣା ପ୍ରତିଭାକୁ ସମୁଜ୍ଜଳ ରଖିଥିଲେ ।ସେ ‘ସହକାର’ ମାସିକ ପତ୍ରିକା ର ସମ୍ପାଦିକା ମଧ୍ୟ ଥିଲେ ।’ପଦ୍ୟମାଳା’ପ୍ରଥମ ଓ ଦ୍ୱିତୀୟ ଭାଗ ୧୯୦୪ ଓ୧୯୦୫ ରେ ପ୍ରକାଶିତ ହୋଇଥିଲା । ତାଙ୍କ ର ‘ପକ୍ଷୀଘରା’ ନାମକ ଏକ ପଦ୍ୟ ସଙ୍କଳନ ୧୯୦୭ ରେ ପ୍ରକାଶିତ ।
ସୀତାଦେବୀ ଖାଡାଙ୍ଗା- ସୀତା ଦେବୀଙ୍କ “ଚାଷୀ ଚଉତିଶା” ନାମରେ କେତେକ କବିତା ପ୍ରକାଶିତ । ତାଙ୍କ ରଚିତ ଉପନ୍ୟାସ’ପୋଷ୍ୟପୁତ୍ର’ ବହୁ ପଠିତ ।’ମନ୍ଦିର ପ୍ରବେଶ ‘ ନାମକ ନାଟକ ଟିକୁ ମହାତ୍ମା ଗାନ୍ଧୀଙ୍କ ହରିଜନ ଆନ୍ଦୋଳନ କୁ କେନ୍ଦ୍ର କରି ସେ ରଚନା କରିଥିଲେ ।

ନିର୍ମଳା ଦେବୀ-(୧୯୦୭-୧୯୮୭)
ନିର୍ମଳା ଦେବୀଙ୍କ ଜୀବନ ଥିଲା କବିତା ମୟ ।ଚିହ୍ନରା ଗ୍ରାହକ ଟିଏ ପାଇଲେ ସେ ତାକୁ କବିତା ନଶୁଣାଇ ଛାଡ଼ୁ ନ ଥିଲେ ।ସେ ଲୈ।କିକ କବିତା ରେ ଅଲୈ।କିକ ଭାବରାଜ୍ୟକୁ ଚାଲିଯାଉଥିଲେ ।ଅତି ସାବଲୀଳ ଭାଷାରେ ସେ ଜୀବନ ରହସ୍ୟ କୁ ଗାଇଛନ୍ତି । ଯେପରି-
“ସଂଶୟ କିଆଁ ମନେ ?
ତୁମ ଲାଗି ପରା ଏ ନୀଡ଼ ରଚନା ଶେଷ ହେବ ଶେଷ ଦିନରେ,
ଆଉଜି ତମରି କୋଳେ,
ଗାଉଥିବି ମୋ’ର ଅସରା କବିତା,
ଶୁଣୁଥିବ ତମେ ଭୋଳେ,
ବୁଝିବ ଜୀବନ ମୂଲ,
ସଂଶୟ ଏବେ ଭୁଲ ।”
ଏଭଳି ସେ ଅଜସ୍ର ଲେଖି ଥିଲେ କିନ୍ତୁ ତାଙ୍କର ମାତ୍ର ତିନୋଟି ଗ୍ରନ୍ଥ ପ୍ରକାଶ ପାଇଛି । ସେଗୁଡିକ ହେଲା-‘ଦିନାନ୍ତେ,ସୀମାନ୍ତେ ଓ ବର୍ଣ୍ଣ ରାଗ ।’

ବିଦ୍ୟୁତ୍ ପ୍ରଭା ଦେବୀ-
ସମସାମୟିକ ଉତ୍କଳ ସାହିତ୍ୟର ନାରୀ ଲେଖିକା ମାନଙ୍କ ମଧ୍ୟରେ ଶ୍ରୀ ମତୀ ବିଦ୍ୟୁତ୍ ପ୍ରଭା ଦେବୀ , କିଛି କାଳ ପ୍ରଚୁର ପରିମାଣରେ କବିତା ସୃଷ୍ଟି କରି ହଠାତ୍ ବନ୍ଦ ହୋଇଯାଇଛନ୍ତି , କିନ୍ତୁ ତାଙ୍କର ପ୍ରତ୍ୟେକ ଟି କବିତା ଅତ୍ୟନ୍ତ ସୁଖପାଠ୍ୟ,ଶୃତି ସୁଖକର କୋମଳ ଗୁଣାତ୍ମକ ପଲ୍ଲୀ ପ୍ରକୃତିର ଶୋଭା, ପଲ୍ଲୀ ଜୀବନର ସରଳତା ଓ ନାରୀ ମନର ବାସନାକୁ ନେଇ ସେ କବିତା ରେ ଚମତ୍କାର ରୂପ ପ୍ରଦାନ କରିପାରନ୍ତି । ତାଙ୍କର କବିତା ଗ୍ରନ୍ଥ ମଧ୍ୟରେ – ସବିତା,କନକାଞ୍ଜଳି, ମରୀଚିକା ,ବିହାରୀ,ବନ୍ଦନିକା,ସ୍ୱପ୍ନଦୀପ ଓ ତାଙ୍କର ବହୁ କବିତା ମାନଙ୍କୁ ‘ସଞ୍ଚୟନ’ ପ୍ରଧାନ ।
ରମାଦେବୀ ଚୌଧୁରୀ-
ରମାଦେବୀ ଚୌଧୁରୀ ଏକାଧାରରେ ଲେଖିକା, ସ୍ୱାଧୀନତା ସଂଗ୍ରାମୀ ଓ ସମାଜ ସେବୀ ଥିଲେ ତାଙ୍କ ଅନେକ ରଚନା ମଧ୍ୟରୁ ‘ଜୀବନ ପଥେ’ ର ସ୍ଥାନ ସ୍ୱତନ୍ତ୍ର ।
ଜୟଶ୍ରୀ ଦାସ-ଜୟଶ୍ରୀ ଦାସଙ୍କ ଅନେକ କବିତା ସଙ୍କଳନ ମଧ୍ୟରେ କେତେକ ସଂକଳନ ହେଲା-ପ୍ରୀତି ଫଲ୍ ଗୁ(୧୯୯୯), ଛାୟା ଚନ୍ଦ୍ରିକା (୨୦୦୧), ସବୁ ଥାଇ ବି ଖୋଜିବାକୁ ହୁଏ(୨୦୦୮).. ଇତ୍ୟାଦି ।
ମୀନତି ମିଶ୍ର-ମନ୍ମୟ ମୂହୁର୍ତ୍ତ (୨୦୦୪),ଏ ବେଳର ଡାକିନୀରେ ମିତ(୨୦୦୯), ମୁଁ କାଚ ତୁ ମାଣିକ (୨୦୧୨),ପାପୁଲିଏ ଛାଇ(୨୦୧୫) କବିତା ଗ୍ରନ୍ଥ ରେ କବି ମୀନତି ମିଶ୍ରଙ୍କ ଭାବନା, କଳ୍ପନା ଏବଂ କବି ପ୍ରାଣର ସ୍ପନ୍ଦନ ପ୍ରତିଫଳିତ ।
ମୀନତି ଦାଶ- ମୀନତି ଦାଶଙ୍କ କବିତା ରେ ଅଛି ସ୍ବପ୍ନ, ସମ୍ଭାବନା,ବାସ୍ତବତା ର ସ୍ପର୍ଶ, ଜୀବନର ଜଳଛବି ଏବଂ ଅନୁଭବ ର ଗଭୀରତା । କବୟିତ୍ରୀ ଙ୍କ କବିତା ଗ୍ରନ୍ଥ ତ୍ରୟ ହେଉଛି- ଦୀପମ୍ ଜ୍ୟୋତି, ଅଭିଯୋଗ ଈଶ୍ୱରଙ୍କୁ ( ୨୦୦୯),ନୀଳନିର୍ବାଣ(୨୦୧୩)। ତାଙ୍କ ‘ପରିଚୟ’କବିତାରୁ ତାଙ୍କ ଚେତନାର ଚୈ।ହଦୀକୁ ଆକଳନ କରାଯାଇପାରେ ।-
“ତୁମେ ହେଲ ମୋର ଅନନ୍ତ ଆକାଶ
ମୁଁ ତୁମର ଟିକିତାରା
ଲାଗି ରହିଥିବି ତୁମରି ଦେହେ
କୋଟି ଜନ୍ମ ସାରା ।
ସୁଚେତା ମିଶ୍ର -( ୧୯୬୫)
କବି ସୁଚେତା ମିଶ୍ର ଜଣେ ସଫଳ କବି ଭାବେ ସୁପ୍ରତିଷ୍ଠିତ ।ପୂର୍ବ ରାଗ, ଶିଳାଲିପି, ଉତ୍ତରପୁରୁଷ ପ୍ରଭୃତି କାବ୍ୟ ଗ୍ରନ୍ଥରେ କବୟିତ୍ରୀ ସୁଚେତା ମିଶ୍ର ଙ୍କ ଶିଳ୍ପ ସିଦ୍ଧି ପ୍ରତି ପାଦିତ ।
ରୁନୁ ମହାନ୍ତି – ନାରୀ ମନସ୍ତତ୍ତ୍ୱ କୁ ନେଇ କବିତା ରଚନା କରିବାରେ ବେଶ୍ ସଫଳତା ଲାଭ କରିଛନ୍ତି କବିୟତ୍ରୀ ରୁନୁ ମହାନ୍ତି । ତାଙ୍କ ପ୍ରକାଶିତ କବିତା ଗ୍ରନ୍ଥ ଗୁଡିକ-ବାଜେ ଝିଅ(୨୦୦୪), ରାଧା ନୋଳିଆ ଭି(୨୦୦୬),ସହଜ ସୁନ୍ଦରୀ ( ୨୦୧୩) ।
ସରୋଜିନୀ ଷଡ଼ଙ୍ଗୀ- କବୟିତ୍ରୀ ସରୋଜିନୀ ଷଡ଼ଙ୍ଗୀ ଙ୍କ ଅନେକ କବିତା ମଧ୍ୟରୁ ‘ଆତ୍ମଜା’ କବିତା ବେଶ୍ ଆଦୃତ ।
ପ୍ରୀତି ଧାରା ସାମଲ – ଅଧ୍ୟାପିକା ପ୍ରୀତି ଧାରା ସାମଲ ଆଧୁନିକ କବିତା ରଚନା ରେ ନିଜର ପାରଦର୍ଶିତା ପ୍ରଦର୍ଶନ କରି ପାଠକ ମହଲରେ ସୁପରିଚିତା । ଆଧୁନିକ କବିତା ଗବେଷଣା କ୍ଷେତ୍ରରେ ମଧ୍ୟ ସେ ସୁନାମଧନ୍ୟା । ତାଙ୍କର କବିତା ଗ୍ରନ୍ଥ ଗୁଡିକହେଉଛି -ଡାଏରୀ(୨୦୦୬),ଖେଳ(୨୦୦୬) ଏବଂ ଦର୍ପଣରେ ନାରୀ (୨୦୧୩)।

ସୈ।ଦାମିନି ବେହେରା- କବିତା ରଚନା କ୍ଷେତ୍ରରେ ରୁଚି ରଖି ଆସିଥିବା ଏହି ପ୍ରତିଭା ଘନ ତମିସ୍ରା ଭିତରେ ମିଠା ଜହ୍ନ ରାତି ର ସ୍ୱାଦ ଖୋଜୁଥିବା କବିଟିଏ ।’ତମିସ୍ରାର ଜହ୍ନ’ (୨୦୧୫) କବିତା ସଂକଳନ ଟି ତାଙ୍କର ଏକ ମନୋଜ୍ଞ କବିତା ଗ୍ରନ୍ଥ ।

ସରଳା ଦେବୀ, ଶୈଳବାଳା ଦାସ, ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ଶ୍ରୀ ମତୀ ନନ୍ଦିନୀ ଶତପଥୀ, ସରୋଜିନୀ ସାହୁ, ଯଶୋଧାରା ମିଶ୍ର, ସସ୍ମିତା ବାଗ୍ ଚୀନ,ପ୍ରତିଭା ରାୟ, ଜୟଶ୍ରୀ ଦାସ, ସୁନନ୍ଦା ପ୍ରଧାନ ସମେତ ଅନେକ ନାରୀ କବି ନିଜ ଲେଖନୀ ଚାଳନା କରି ଓଡ଼ିଆ ବାଣୀ ଭଣ୍ଡାର କୁ ସମୃଦ୍ଧ କରିବାରେ ସେମାନଙ୍କ ଅବଦାନ ଅତୁଳନୀୟ ।



କ୍ଷୀରେଶ୍ୱରୀ କିଷାନ
କୁମ୍ଭାର ଡିହି
ଲହୁଣୀପଡ଼ା
ସୁନ୍ଦରଗଡ଼–୭୭୦୦୪୦
ଦୂରଭାଷ-୯୪୩୮୬୨୪୩୨୭

 1,197 total views,  1 views today

3 thoughts on “ପଢନ୍ତୁ କ୍ଷୀରେଶ୍ୱରୀ କିଷାନ ଙ୍କ ପ୍ରବନ୍ଧ ଓଡ଼ିଆ ବାଣୀ ଭଣ୍ଡାର କୁ ନାରୀ କବିଙ୍କ ଅବଦାନ

  1. ପ୍ରତିଯୋଗିତା ମାଧ୍ୟମରେ ମୁଁ ପ୍ରବନ୍ଧ ଲେଖିବାରେ ସଫଳ ହୋଇଥିବାରୁ ଏବଂ ମୋ ରଚିତ ପ୍ରବନ୍ଧ ଟି ଏଥିରେ ସ୍ଥାନିତ କରିଥିବାରୁ ସୂର୍ଯ୍ୟୋଦୟ ପରିବାର ର ସଂପାଦକ ଏବଂ ପରିବାର ର ପରିଚାଳନା ସମିତି କୁ ହୃଦୟରୁ ଗଭୀର କୃତଜ୍ଞତା ଜଣାଉଛି ।

Leave a Reply

Your email address will not be published. Required fields are marked *