March 20, 2023
11 11 11 AM
ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା
ମୋ ଜୀବନ – ହେମନ୍ତ କୁମାର ସାହୁ ‌
ଶୀତ – ଶ୍ରୀମତୀ କୃଷ୍ଣା ଦାସ
ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ
ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ
ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ
ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ
କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ
ଦୁହିତା – ସୀମାଞ୍ଚଳ ପଣ୍ଡା
ହେ ଈଶ୍ବର – ଡଃ ପ୍ରିୟମ୍ବଦା ସାମଲ
ବିଶ୍ବ ମହିଳା ଦିବସ – ଭାସ୍କର ରାଉତ
ଆସ ପାଳିବା ମହିଳା ଦିବସ – ଡଃ ପ୍ରିୟମ୍ବଦା ସାମଲ
କିଏ ଶୁଣିବ-ଜୀବନ ପ୍ରଦୀପ ପ୍ରଧାନ
ଅତ୍ୟାଚାରୀ ମଣିଷ-ପଦ୍ମାବତୀ ସ୍ୱାଇଁ
ନର ରାକ୍ଷାସ-ମମତା ବାରିକ୍
ମରୀଚିକା – ମଧୁସ୍ମିତା ରାଉତ
ଆଖିଏ ସପନ- ଡଃ ପ୍ରିୟମ୍ବଦା ସାମଲ
କବିତା – ଡଃ ପ୍ରିୟମ୍ବଦା ସାମଲ
ସନ୍ଦେଶ ସଂଜୀବନୀ – ନୀହାରିକା ପଣ୍ଡା 
ଫଗୁଣ – ମିନତି ଦାଶ
Latest Post
ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା ମୋ ଜୀବନ – ହେମନ୍ତ କୁମାର ସାହୁ ‌ ଶୀତ – ଶ୍ରୀମତୀ କୃଷ୍ଣା ଦାସ ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ ଦୁହିତା – ସୀମାଞ୍ଚଳ ପଣ୍ଡା ହେ ଈଶ୍ବର – ଡଃ ପ୍ରିୟମ୍ବଦା ସାମଲ ବିଶ୍ବ ମହିଳା ଦିବସ – ଭାସ୍କର ରାଉତ ଆସ ପାଳିବା ମହିଳା ଦିବସ – ଡଃ ପ୍ରିୟମ୍ବଦା ସାମଲ କିଏ ଶୁଣିବ-ଜୀବନ ପ୍ରଦୀପ ପ୍ରଧାନ ଅତ୍ୟାଚାରୀ ମଣିଷ-ପଦ୍ମାବତୀ ସ୍ୱାଇଁ ନର ରାକ୍ଷାସ-ମମତା ବାରିକ୍ ମରୀଚିକା – ମଧୁସ୍ମିତା ରାଉତ ଆଖିଏ ସପନ- ଡଃ ପ୍ରିୟମ୍ବଦା ସାମଲ କବିତା – ଡଃ ପ୍ରିୟମ୍ବଦା ସାମଲ ସନ୍ଦେଶ ସଂଜୀବନୀ – ନୀହାରିକା ପଣ୍ଡା  ଫଗୁଣ – ମିନତି ଦାଶ

ପଢନ୍ତୁ କ୍ଷୀରେଶ୍ୱରୀ କିଷାନ ଙ୍କ ଗଳ୍ପ ଆକା°କ୍ଷା ର ଫଳ

ଆକା°କ୍ଷା ର ଫଳ

“ସୁନ୍ଦର ତ୍ରୁପ୍ତିର ଅବସାଦ ନାହିଁ,
ଯେତେ ଦେଖୁଥିଲେ ନୂଆ ଦିଶୁଥାଇ “
ବାଲ୍ୟକାଳ ର ସ୍ମୃତି ମଧ୍ୟ ଠିକ୍ ଏହି ଭଳି ସୁମଧୁର । ଯେତେ ଦୁଖ ଜଞ୍ଜାଳଦେଇ ଗତି କରିଥିଲେ ମଧ୍ୟ ତାହା ସ୍ମରଣ କଲେ ଆମୋଦ ଲାଗେ ।ସ୍ମୃତି ହୋଇ ରହି ଯାଇଛି ଅନେକ କଥା, ସେତେବେଳର ପରିବେଶ, ସାଙ୍ଗ ସାଥୀ, କଣ୍ଢେଇ ଖେଳ, ପୁନେଇ ପରବ, ବିଲ ବାଡ଼ି, ସବୁଜିମାବଣ ପାହାଡ ଘେରା ଗାଁ….. ସେସବୁ ଏବେବି ବିଷାଦ ସମୟରେ ମନେ ପକେଇଲେ ଅନେକାଂଶରେ ବିଷାଦ ଲାଘବ ହୁଏ ଭଳି ଲାଗେ ।ଗାଁ ପୋଖରୀ, କେନାଲ, ନାଳରେ ଡେଇଁ ଡେଇଁ ଗାଧେଇବା, ଆମ୍ବ ତୋଟା ନହେଲେ ବିNH-215କଡ଼ରେ ପାଖାପାଖି ଥିବା ୩ଟି ଆମ୍ବ ଗଛ ଓ ଗୋଟିଏ ଜାମୁକୋଳି ଗଛରେ, ଖରା ବେଳେ ବିଦ୍ୟାଳୟ ରୁ ଫେରି ନାଳକୁ(ଯୋର) ଗାଧେଇ ଗଲା ବେଳେ ସାଙ୍ଗ ସାଥି ସହିତ ଆମ୍ବ ଓ ଜାମୁକୋଳି ଖାଇବା ଆଦି ଏବେ ସ୍ମୃତି ର ମାନସ ପଟରେ ଗଛ୍ଛିତ ।
ଗାଁ ପ୍ରାଥମିକ ବିଦ୍ୟାଳୟରେ ୫ବର୍ଷ, ପାଖ ଗାଁ ସରକାରୀ ଉଚ୍ଚ ବିଦ୍ୟାଳୟରେ ୫ ବର୍ଷ ଓ ଲହୁଣୀପଡା ମହାବିଦ୍ୟାଳୟରେ ୫ ବର୍ଷ ପଠନ ପରେ ଆନୁଷ୍ଠାନିକ ଶିକ୍ଷା ସମାପ୍ତ ହେଲା କିନ୍ତୁ ସାଙ୍ଗ ସାଥି ତଥା ବିଦ୍ୟାଳୟ, ଗୁରୁଜୀ ଗୁରୁମା ଆଦି ମାନସ ପଟରେ ରୋମନ୍ଥନ ହୁଏ ।
ଆମ ଗାଁ ବିଦ୍ୟାଳୟ ଟି ଗାଁର ଶେଷ ତଥା ଉପର ମୁଣ୍ଡରେ ଥାଏ- ବାନ୍ଦୁପଡା ପ୍ରାଥମିକ ବିଦ୍ୟାଳୟ । ବର୍ଷା ବେଳେ ବସିବା ସାର ବସ୍ତାଟିକୁ ଗୋଟିଏ କୋଣରୁ ଭିତରକୁ ଠେଲି ଦେଇ ମୁଣ୍ଡରୁ ତଳକୁ ପିଠିପଟେ ଦେଇ, ବହି ବ୍ୟାଗ ଟିକୁ କାନ୍ଧରେ ପକାଇ ଘରକୁ ଫେରିବା କଥା ଏବେବି ବର୍ଷା ଦିନେ ମନରେ ଝଲସି ଉଠେ ।ଖାଇବା ଛୁଟିରେ ସବୁ ପିଲା ଦୌଡ଼ି ଦୌଡ଼ି ଘରକୁ ଆସିବା, ଖାଇ ସାରି ପୁଣି ଦୌଡ଼ି ଦୌଡ଼ି ବିଦ୍ୟାଳୟ ଫେରି ଯାଉ । ବିଦ୍ୟାଳୟ ରୁ ଘରକୁ ଯିବା ଆସିବା ବେଳେ ରାସ୍ତା ପାଖରେ ଥିବା କାହା ବାଡ଼ି ରୁ ପିଜୁଳି ତ କାହାର ଆତ ଚୁପ୍ ଚୁପ୍ ତୋଳି ଖାଇବା ମଜା ନିଆରା ।
ଆମ ଗାଁରେ କେନାଲ ଥିବାରୁ ଗାଁ ଚାରି ପଟ ଖରା, ବର୍ଷା, ଶୀତ ସବୁବେଳେ ଶସ୍ୟ ଶ୍ୟାମଳ ଥାଏ ।ବିଦ୍ୟାଳୟ ପାଖାପାଖି କ୍ଷେତରେ ଅନେକ ପନିପରିବା ଚାଷ ହୋଇଥାଏ, ତାକୁ ଖାଇବା ଛୁଟିରେ, ଖେଳ ଛୁଟିରେ ଚୋରି କରି ଖାଇବା, ଯେମିତି -ମୂଳା, ମଟର ଭେଣ୍ଡି, ଝୁଡ଼ଙ୍ଗ ଇତ୍ୟାଦି ।ବିଦ୍ୟାଳୟ ନିକଟରେ ଥିବା ଗ୍ରାମ ଦେବୀ ଙ୍କ ‘ମେଳ'(ମେଢ଼)ରେ ଥିବା ଅଶ୍ୱତ୍ଥ ଗଛର ପାଚିଲା ଫଳ ଖାଇବା-ଏବେବି ମନେ ପଡିଲେ ପାଟିରୁ ଲାଳ ଗଡେ,ତାହା ଖୁବ୍ ମିଠା ।ଗୁରୁଜୀ ଗୁରୁମା ଯେତେ ମନାକଲେ ବି-ଠାକୁର ପୂଜା ସ୍ଥାନ କୁ ନ ଯିବା ପାଇଁ, ଲୁଚି ଲୁଚି ପହଞ୍ଚି ଯାଉ ସେହି ଅଶ୍ୱତ୍ଥ ମୂଳକୁ; ଡାଳ ସବୁ ତଳକୁ ଝୁଲି ଥାଏ, ଫଳତୋଳି ଖାଇ ବାକୁ ଭାରି ମଜା ଲାଗେ ।ଏହା ଭିତରେ ଆଉ ଏକ ଘଟଣା ମନେ ପକେଇଲେ ରୋମ ଟା ଙ୍କୁରି ଉଠେ ।ବିଦ୍ୟାଳୟ ପାଖରେ ଏକ ଧାନ ବିଲରେ ଥିବା କେନ୍ଦୁଗଛକୁ ଦିନେ ଖାଇବା ଛୁଟିରେ ମୋ ପ୍ରିୟ ସାଙ୍ଗ(ପ୍ରମିଳା)ସହିତ କେନ୍ଦୁ ଖାଇବାକୁ ଯାଇ ଥାଉ। (କଞ୍ଚା କେନ୍ଦୁର ନରମ ମଞ୍ଜି ବାହାର କରି ଖିଆଯାଏ। ଘରେ ପେଟପୁରା ଖାଇ ବାକୁ ପ୍ରାୟ ମିଳେ ନାହିଁ, ତେଣୁ ଯେତେବେଳେ ଯେଉଁଠି ଯାହା ମିଳେ ଖାଇ ଦେଉ ।)ସେ ସବୁବେଳେ ଗଛକୁ ଚଢେ,ମୁଁ ତଳେ ରହି ଗୋଟାଏ ।ସେଦିନ ବି କେନ୍ଦୁ ତୋଳୁଥାଏ, ସେ ହଠାତ ଗଛ ଡାଳରେ(ଡାଳସାପ)ସବୁଜ ରଙ୍ଗର ସାପଟିଏ ଦେଖି ଜୋରରେ ଚିତ୍କାର କଲା- ଏ…ଏ…ଏ…ପାଟି ଖନି ମାରି ଯାଉଥାଏ, ମାରିଲା କୁଦା ତଳକୁ ।ସେଠି ତିଳେ ମାତ୍ର ନ ରହି ଦୁହେଁ କେନ୍ଦୁ ଛାଡ଼ି ଭୟରେ ଦୌଡି ଲୁ ବିଦ୍ୟାଳୟ ଆଡ଼କୁ ।ଏମିତି ଅନେକ ଥର ତା ସହିତ ଜଙ୍ଗଲରେ ବି ଭାଲୁ ହାବୁଡ଼ରେ ପଡ଼ିଛି ।
ଉଚ୍ଚ ବିଦ୍ୟାଳୟ ଆମ ଗାଁ ଠାରୁ ପ୍ରାୟ ଏକ କିଲୋମିଟର, ଆମେ ସବୁ ଚାଲି ଚାଲି ଯାଉଥିଲୁ ।ଉଚ୍ଚ ବିଦ୍ୟାଳୟ ରେ ପଢ଼ୁଥିବା ସମୟର ଏକ ଘଟଣା କହବାକୁ ଚାହିଁ ବି। ଥରେ ଏକ ଆଚାର୍ଯ୍ୟ ଦମ୍ପତି(ନାମ ମନେ ନାହିଁ)ମୁଁ ଷଷ୍ଠ ଶ୍ରେଣୀ ପଢ଼ିବା
ସମୟରେ ବିଦ୍ୟାଳୟ କୁ ଆସିଥିଲେ
।ସେ ବ୍ୟକ୍ତି ଜଣ କ ମଣିଷ ର କ୍ରମ ବିବର୍ତନ ବିଷୟରେ ଆଲୋଚନା କରିଥିଲେ ଏବଂ ତାଙ୍କ ସହଧର୍ମିଣୀ ପୃଥିବୀ ବିଷୟରେ ଆଲୋଚନା କରିଥିଲେ ଏବଂ ସେ ବ୍ୟକ୍ତି କହିଲେ ମୁଁ ଏ ବହି ଟି ଲେଖିଛି ।
ଆମେ ତ ଚତୁର୍ଥ ଶ୍ରେଣୀ ରେ ଜୋହାନ୍ସ ଗୁଟେନ୍ ବର୍ଗ ଙ୍କ ଛାପାକଳ କଥା ପଢ଼ି ଥିଲା ବେଳେ ଏକ ମେସିନରେ ବହି ଛପା ହୁଏ ବୋଲି ଜାଣି ଥିଲୁ କିନ୍ତୁ ଲୋକ ମାନେ ଲେଖି ବହି ତିଆରି କରନ୍ତି ବୋଲି ଜଣା ନ ଥାଏ ।ବହି ଲେଖିଥିବା ଲୋକ ଟିକୁ ପାଖରେ ଦେଖି ଇଚ୍ଛା ହେଉଥିଲା ମୁଁ ବି କେମିତି ଲେଖନ୍ତି, କିନ୍ତୁ କେମିତି-କଣ ଲେଖା ଯାଏ ଜଣା ନଥିଲା । ସେ ଯେଉଁ ବହିଟି ଆଣିଥିଲେ, ତାହା ର ମୂଲ୍ୟ୧୦ ଟଙ୍କା ଥିଲା କିନ୍ତୁ ସେ ସମୟରେ ତାହା କିଣିବା ମଧ୍ୟ ମୋ ପାଇଁ ସମ୍ଭବ ନ ଥିଲା ।……
ଅନେକ ଦିନ ପରେ ମୋ ପାଇଁ ସୁଯୋଗ ଆସିଲା ଲେଖିବା କୁ ଏକ ଘରୋଇ ବିଦ୍ୟାଳୟରେ ପଢାଉ ଥିବା ସମୟରେ-୨୦୦୪ମସିହାରେ ସରସ୍ୱତୀ ପୂଜା ଅବସରରେ ପ୍ରକାଶ ପାଇଥିବା କାନ୍ଥ ପତ୍ରିକାରେ ।ସେଥିରେ ଗଳ୍ପଟିଏ ଏବଂ ଧନ୍ଦା ଟିଏ (ମୋ ଲିଖିତ)ସ୍ଥାନିତ ହୋଇଥିଲା । ସେ ଯାହା ବି ହେଉ-ଏବେ ମୋର ଏକ ଛୋଟ କବିତା ସଂକଳନ ଟିଏ ହୋଇଛି ।ଏହା ଗଛରେ କଷି ଟିଏ ସଦୃଶ୍ୟ । ଏବେ ଏହି ସୂର୍ଯୋଦୟ ପରିବାରରୁ ଅନେକଶୈଳୀରେ ଲେଖିବାକୁ ଶିକ୍ଷା ମିଳିଲା ଏବଂ ଏହି କଷିଟି ବଡ଼ ହୋଇ ଏକ ପାକଳ ଫଳରେ ପରିଣତ ହୋଇପାରିବ ବୋଲି ମୋର ଆକାଙକ୍ଷା ପୁଣି ବଳବତ୍ତର ହୋଇଗଲା ।

କ୍ଷୀରେଶ୍ୱରୀ କିଷାନ, ସୁନ୍ଦରଗଡ଼
ମୋ-୯୪୩୮୬୨୪୩୨୭

(ଅନେକ ଅନୁଭୂତି ରୁ ଅଳ୍ପ କିଛି ଆପଣଙ୍କୁ ବାଣ୍ଟିଲି, ସତରେ ପିଲା ଦିନ ର ସ୍ମୃତି ଅସରନ୍ତି ।)

 676 total views,  1 views today

One thought on “ପଢନ୍ତୁ କ୍ଷୀରେଶ୍ୱରୀ କିଷାନ ଙ୍କ ଗଳ୍ପ ଆକା°କ୍ଷା ର ଫଳ

  1. ହୃଦୟ କନ୍ଦରରୁ ଅନେକ ଅନେକ ଧନ୍ୟବାଦ ମନୋଜ ଭାଇ

Leave a Reply

Your email address will not be published. Required fields are marked *