ମୋ ଅନୁଭୂତିରେ ଜଗନ୍ନାଥ।
ଜଗନ୍ନାଥ ଙ୍କ ଵିଷୟରେ କଣ ଲେଖିଵି।ମୋଶରୀରରେ ଲୋମଯେତେ ତାଙ୍କର ଅନୁଭୂତି ମୋ ଜୀଵନରେ ସେତେ। ମୋଜୀବନର ଏକ କଥା ମୁଁ ଉପସ୍ଥାପନ କରୁଛି।
ମୋଘରହେଉଛି ଚମ୍ଫତିପାଟଣା ସାଲେପୁର ପାଖରେ ମୁଁ ଗାଁପାଖ କେନ୍ଦୁପାଟଣା ହାଇସ୍କୁଲରେ ପାଠପଢ଼ୁଥାଏ। ମୁଁ ସେତେବେଳ ଅଷ୍ଟମ ଶ୍ରେଣୀର ଛାତ୍ରୀ ।ମୋରପୁରା ମନେଆଛି ଆମସ୍କୁଲରେ ଏସକରସନ ଯିଵାପାଇଁ ଯୋଜନା ହେଉଥାଏ।
ଆମର କ୍ଲାସଟିଚର ଥାନ୍ତି ମିନାମିଶ୍ର ସେ ଆମ କ୍ଲାସ ରେ ଆସି କହିଲେ କେଉଁ କେଉଁ ଯାଗା କୁ ଯିବାକୁ ହେଵ କୋଣାର୍କ ରାମଚଣ୍ଡୀ ଛତିଆ ଓ ପୁରୀ । ପୁରୀ ନାମସୁଣି ମୋ ମନରେ କେମିତି ଏକ ଆଲୋଡ଼ନ ସୃଷ୍ଟି ହେଲା ତାହାମୁ ଶଦ୍ଦରେ ଲେଖିପାରୁନି। ଏହା ପୂର୍ବରୁ ମୁଁ ଵହୁତ୍ ଥର ପୁରୀ ଯାଇଛି ବାପା ଵୋଉଙ୍କ ସାଥିରେ।ମାତ୍ର ମୁଁ ଥିଲି ଲାଜୁକୁଳି ସୋଭାବର । ଵାପାଙ୍କୁ କେମିତିକହିଵି ସପ୍ତମ ଶ୍ରେଣୀରେ ମୁଁ ମନାକରୁ ଥିଲି ଵାପା ବାଧ୍ୟକରି ମୋତେ ପଠାଇଥିଲେ ।ସ୍ଲୁଲଦିନ ଆଉଆସିବନି ଏଅନୁଭୂତି ତୁ ପାଇବୁନି । ଵାପାଙ୍କୁ କହିଲେ ସେ ମନାକରି ଵେନି ହେଲେ କହିଵି କେମିତି ମୋରପୁରା ମନେଆଛି ମୁଁ ଵେଞ୍ଚେରେ କନ୍ଥପାଖକୁ ଵସିଥାଏ।ସେହି କାନ୍ଥରେ ଜଗନ୍ନାଥ ଙ୍କର ଏକ ଚିତ୍ର ଆଙ୍କିଲି। ଆଉ ମୁଣ୍ଡିଆଟି ମାରି କହିଲି ପ୍ରଭୁମୋର ପୁରୀ ଯିବାକୁ ଵହୁତ ଇଛା ହଉଛି ଵାପାଙ୍କୁ ତୁମେକହିବ।
ଏହାପରେ ଦୁଇଦିନ ଵିତିଗଲା।
ବାପାମତେ ସଂନ୍ଧ୍ଯା ଵେଳେ ଡାକି
କହିଲେ କାଲିମୋଠୁ ପଇସା ନେଇଯିଵୁ ।ମିନା କହୁଥିଲା ସବୁପିଲା ଯାଉଛନ୍ତି ସେ ଯାଉଛି ତୋତେ ପଠାଇବାକୁ।ମୁଁ ସେଠୁ ଏକମୁଁହା ହୋଇ ଦୈଡିଆସି ବାଡିପଟ କବାଟ ପାଖରେ ନାଚିଗଲି ତାପରେ ମୁଁ ପୁରୀ ଗଲି। ଏତଥିଲା ପିଲାଦିନ କଥା ଏଵେ କିନ୍ତୁ ସେ କଥା ମନେପଡିଗଲେ ମୋଆଖିର ଲୁହକୁ ମୁଁ ରୋକି ପାରେନା ଛୋଟପିଲା ଭାବରେ ମୁଁ କଣ କହିଦେଲି ତୁମେ ମୋ କଥାକୁ ରଖିଲ। ସେ ସର୍ବବ୍ୟାପି ଛୋଟ ବଡ ଜଡ ପଥର ସବୁଠି ତାଙ୍କର ଅବସ୍ଥିତି ଆମେ ଅନୁଭବ ଖରି ପିରିଲେ ହେଲା
ଭାଵକୁ ନିକଟ ସିଏ
ତର୍କେ ଵହୁ ଦୂର
ଏମିତିକା ଦିଅପରା
ମୋକଳା ଠାକୁର।
ଏଲିନା ଶତପଥୀ
542 total views, 1 views today