ଅନୁଭୁତିରେ ଶ୍ରୀ ମହାପ୍ରଭୁ
******************
ସେହି ପରମ ପୁରୁଷ ଲୀଳାମୟ ପ୍ରଭୁ ଜଗନ୍ନାଥ ଙ୍କ ଲୀଳା ଅପାର , ଯେତେ ବର୍ଣ୍ଣନା କଲେବି ସରିବ ନାହିଁ । ମୁଁ ଖୁବ କମ ଥର ପୁରୀ ଯାଇଛି କାରଣ ମୋ ପୁଅର ଅସୁବିଧା ନେଇମୁଁ ପ୍ରାୟ ଘରେ ରହିଥାଏ ସୁବିଧା ହେଲେ କେବେ କେବେ ଯାଏ ତାହା ପୁଣି ଆକସ୍ମିକ ଭାବରେ ଯାଇ ନ ପାରି ମୁଣ୍ଡିଆ ମାରି କହେ ଯେ ତୁମେ ମତେ ଯେଉଁ କର୍ମ ଦେଇଛ କରିବାକୁ ମୁଁ ତାହାହିଁ କରୁଛି । ଥରେ ମୋ ବାପା ଙ୍କ ସହିତ ତୁମ ପାଖକୁ ଯିବି କେତେବେଳେ ତେଣୁ ହେ ପ୍ରଭୁ ମତେ କ୍ଷମା କରିଦିଅ । ସେ ମୋ ଡାକ ଶୁଣନ୍ତି କି ନା ଜାଣେନି କିନ୍ତୁ ମନଟାବୁଝି ଯାଏ । ଥରେ ମୋ ବାପା ଙ୍କ ଦେହ ଖରାପ ହେଲା କଟକ ବଡ଼ ମେଡିକାଲ ରେ ଚିକିତ୍ସିତ ହେଉ ଥାଆନ୍ତି , ଭଲ ହେବାର ଆଶା କମ ଥାଏ । ସେହି ସମୟ ରେ ମୋ ଦେହ ବି ଅସୁସ୍ଥ ଥାଏ ଚାହିଁଲେ ବି ମୁଁ ତାଙ୍କୁ ଦେଖିବାକୁ ଯାଇ ପାରୁ ନ ଥାଏ ଠାକୁର ଙ୍କୁ ଡାକିବା ଛଡା ମୋ ପାଖରେ ଅନ୍ୟ କିଛି ଉପାୟ ନଥାଏ। କିଛି ଦିନ ପରେ ବାପା ଭଲ ହୋଇ ଘର କୁ ଆସିଲେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । ମୋ ଦେହ ଟିକେ ଭଲ ହେବାରୁ ମୁଁ ବାପା ଙ୍କୁ ଦେଖି ବାକୁ ଗଲି ବାପା ମତେ ବହୁତ ଭଲ ପାଆନ୍ତି ।କହିଲେ ମୁଁ ଆଉ ତତେ ଦେଖିପାରି ନ ଥାନ୍ତି ମୁଁ ତାଙ୍କ ପାଦ ଛୁଇଁ କାନ୍ଦିଲି । ସେ କହିଲେ ତୁ ବ୍ୟସ୍ତ ହଅନି ମତେ ଠାକୁର ଦେଖା ଦେଲେ ସେଥିପାଇଁ ମୁଁ ଭଲ ହୋଇଗଲି । ମୁଁ ଲୁହ ପୋଛି ତାଙ୍କ ମୁହଁ କୁ ଚାହିଁଲି ଆଉ ପଚାରିଲି କେମିତି? ବାପାଙ୍କ ମୁହଁ ସତେଜ ଦେଖା ଗଲା ସେକହିଲେ ସେଦିନ ସକାଳ ଚାରିଟା ରୁ ପାଞ୍ଚ ଟା ଭିତରେ ହେଵ ମତେ ନିଦ ହେଉ ନଥାଏ ,ମେଡିକାଲ ରେ ଯିଏ ଯୁଆଡେ ଶୋଇ ପଡି ଥାଆନ୍ତି ହଠାତ କାନ୍ଥ କୁ ଚାହିଁ ଚମକି ପଡିଲି କାନ୍ଥ ରେ ଗୋଟିଏ ପିଲା ଟିଏ ଛିଡା ହୋଇ ହସୁ ଥିବାର ଦେଖିଲି ।ପ୍ରଥମେ ଭାବିଲି ଫଟୋଟିଏ ପୁଣି ଆଖି ମଳି ଚଷମା ଲଗାଇ ଦେଖିଲି ମୁଣ୍ଡ ରେ ତାଙ୍କ ର ମୟୁର ଚନ୍ଦ୍ରିକା ଦେହ ର ରଙ୍ଗ କାଠପରି ମତେ ହାତ ହଲାଇଲେ ଆଉ ମୁଁ ସୋଇଥିବା ଅବସ୍ଥା ରେ ହାତ ଯୋଡି ନମସ୍କାର କଲି ତାପରେ ସେ କୁଆଡେ ଯେମିତି ଚାଲି ଗଲେ। ମୁଁ ବିଶ୍ୱାସ ଆଉ ଅବିଶ୍ୱାସ ର ମଝିରେ ଛିଡା ହୋଇ ଏସବୁ ଶୁଣୁ ଥିଲି ।ବାପା କହିଲେ ଝିଅ ତୁ ଯେବେ କୌଣସି ଅସୁବିଧା ରେ ପଡ଼ିବୁ ତାଙ୍କୁ ଡାକିବୁ ଦେଖିବୁ କିଛି ଅସୁବିଧା ହେବନି। ହଉ କହି ପୁଣି ଫେରି ଆସିଲି ମୋ କର୍ମ ସ୍ଥଳ କୁ କିଛି ଦିନ ପରେ ଶରୀର ରେ ଅସୁସ୍ଥତା ଅନୁଭବ କରି ମେଡିକାଲ ଗଲି ।ଡାକ୍ତର କହିଲେ ଅସ୍ତ୍ରୋପଚାର ହେଵ ସମୟ ଓ ତାରିଖ ସ୍ଥିର ହେଲା ମୁଁ ଆଡ଼ମିସନ ହୋଇ ରହିଲି ପର ଦିନ ସନ୍ଧ୍ୟା ରେ ଅପରେସନ । ଲକଡା ଉନ ଯୋଗୁ ଘରୁ କେହି ଆସି ପାରିଲେ ନାହିଁ ମନ ବହୁତ ଦୁଃଖ ହେଲା କାନ୍ଦି ପକାଇଲି କାରଣ ଅସୁବିଧା ସମୟ ରେ ପାଖରେ ଘର ଲୋକ ଙ୍କୁ ଦେଖିଲେ ଅଧେ କଷ୍ଟ କମିଯାଏ ହେଲେ କିଛି ଉପାୟ ନାହିଁ । ବାପାଙ୍କୁ ଫୋନ ଲଗାଇଲି ବାପା ଜାଣି ଥିଲେ ତାଙ୍କ ଆଶୀର୍ବାଦ ନ ନେଲେ ମୁଁ ଓଟି କୁ ଭଲ ମନ ରେ ଯିବି ନାହିଁ। ସେଥିପାଇଁ ସେ ମତେ କହିଲେ ଝିଅ ମୁଁ ଅସୁବିଧା ଯୋଗୁ ତତେ ଦେଖା କରିବାକୁ ଯାଇ ପାରୁନି କିନ୍ତୁ ତତେ ମୋର ଏତିକି ଉପଦେଶ ଯେ ଓଟି କୁ ଯିବା ଆଗରୁ ଥରୁଟିଏ ଜଗନ୍ନାଥ ଙ୍କୁ ଡାକିବୁ ଦେଖିବୁ ସବୁ ଠିକ ହୋଇଯିବ । ବାପା ଙ୍କ କଥା ଶୁଣି ମନ ରେ ସାହସ ଆସିଲା। ସବୁ ଆଡକୁ ଚାହିଁଲି କେଉଁଠି ହେଲେ ଜଗନ୍ନାଥ ଙ୍କର ଫଟୋ ଦେଖିଲି ନାହିଁ ମନେ ମନେ ପ୍ରାଥନା କଲି ହେପ୍ରଭୁ ତୁମେ ଯଦି ସର୍ବତ୍ର ବିଦ୍ୟମାନ ତେବେ ମୋ ଡାକ ନିଶ୍ଚୟ ଶୁଣିବ ଯାହାର କେହି ନ ଥାନ୍ତି ତାକୁ ତୁମେ ସହାୟ ହୋଇଥାଅ ତୁମେ ଯଦି ମୋ ବାପାଙ୍କୁ ଦେଖା ଦେଲ ତେବେ ମତେ ଟିକେ କେଉଁଠି ଦେଖା ଦିଅ। ହେଲେ ମୋର ସେତିକି ପୁଣ୍ୟ ଅଛି କି ନାହିଁ ମୁଁ ଜାଣି ନଥିଲି ଏତିକି ବେଳେ ନର୍ସ ଆସି ସାଲାଇନ ଲଗାଇଲେ ଏବଂ ବିପରୀତ ଦିଗ କୁ ମୁଣ୍ଡ ରଖି ଶୋଇବାକୁ କହିଲେ ମୁଁ ବୁଲି ପଡି ସୋଇଲି । ନର୍ସ କହିଲେ ସାଲାଇନ ସରିବା ପରେ ଓଟି କୁ ଯିବ ମାନସିକ ସ୍ତର ରେ ପ୍ରସ୍ତୁତ ରୁହ। ମୁଁ ଶୋଇ ରହିଥାଏ ମନ ଟିକେ ଭଲ ନ ଥାଏ ହଠାତ ମୋ ଦୃଷ୍ଟି ପଡିଲା ବଡ଼ ଯାଆ ଆଣିଥିବା ବ୍ୟାଗ ଉପରେ ସେଇଟା ସେ ପୁରୀ ରୁ ଆଣିଥିଲେ ଯେଉଁଟାକି ସାମ୍ନା ପଟେ ଦେଖିଲେ ଜଗନ୍ନାଥ ବଳଭଦ୍ର ଓ ସୁଭଦ୍ରା ଙ୍କର ତିନି ମୂର୍ତ୍ତି ଭଲ ଭାବରେ ଦେଖି ହେଵ ପରନ୍ତୁ କଡେଇ କି ରଖିଲେ ଗୋଟିଏ ଛବି ବି ଦେଖି ହେବନି କିନ୍ତୁ ଆଶ୍ଚର୍ଯ୍ୟ ର କଥା ବ୍ୟାଗ ଟି ଥାକରେ କଡେଇ ହେଇ ରହିଥିଲା ଆଉ ସେଥିରୁ ତିନୋଟି ଛବି ନୁହେଁ ଗୋଟିଏ ଛବି ଜଗନ୍ନାଥ ଙ୍କର ସ୍ପଷ୍ଟ ଭାବରେ ଆଗକୁ ଦେଖା ଯାଉଥିଲା ।ସତେ ଯେମିତି ସେହି ନୀଳ ରଙ୍ଗ ର ସୁନ୍ଦର ବ୍ୟାଗ ରୁ ଜଗନ୍ନାଥ ଙ୍କୁ ଅଲଗା କରି କାଢି ଆଣି କଡ଼ରେ ଛିଡା କରାଇ ଦେଇଛି । ବ୍ୟାଗ ଟି ସେମିତି କଡ଼ରେ ଆଉଜା ହୋଇ ରହିଥାଏ ଜଗନ୍ନାଥ ଙ୍କ ଛବି ସୁନ୍ଦର ଓ ହସ ହସ ମୁହଁ ରେ ଯାଉ ଥାଏ ଟିକିଏ ତ୍ରୁଟି ବି ଦେଖା ଯାଉ ନ ଥାଏ। ମୋର ବାପାଙ୍କ କଥା ମନେ ପଡି ଗଲା ଦୁଇ ହାତ ଯୋଡି ନମସ୍କାର କଲି ଆଖି ରୁ କୃତଜ୍ଞତା ର ଲୁହ ଦୁଇ ଟୋପା ଗଡି ଆସିଲା । ମନ ରେ ଭରସା ଆସିଗଲା ମୁଁ ରହୁ ଥିବା ରୁମ ସାମ୍ନାରେ ହିଁ ଓଟି ଥିଲା ଏବଂ ସେହି ସିଧା ହିଁ ବ୍ୟାଗ ସହ ଜଗନ୍ନାଥ ଙ୍କ ଛବି ପରିଷ୍କାର ଦେଖା ଯାଉଥିଲା । ମତେ ଲାଗୁଥିଲା ଯେମିତି ସେ ମତେ ସାହସ ଦେଇ କହୁଛନ୍ତି ତୁ ଡରନା ମୁଁ ଅଛି । ସନ୍ଧ୍ୟା ରେ ସେଇଠି ପ୍ରଣାମ କରି ଓଟି କୁ ଗଲି , ଅପେରସନ ସରିଲା । ପରଦିନ ଚେତା ଆସିଲା , କଷ୍ଟ ଲାଗୁଥାଏ । ମନେ ପଡିଗଲା ବ୍ୟାଗ କଥା ଚାହିଁ ଦେଖେତ ସେମିତି ସେହି ଛବି ହସ ହସ ମୁହଁ ରେ ମତେ ଚାହିଁ ରହିଛନ୍ତି ସତେ ଯେମିତି ସେଥିରର କେହି ଲାଗି ନ ଥାନ୍ତି କିନ୍ତୁ ସେଥିରେ ପଇସା ଓ ଅନ୍ୟ ଜିନିଷ ବି ଥିଲା ।ପରେ ଜାଣିଲି ସଂଯୁକ୍ତା ମାଡାମ ଫୋନ କରିଥିଲେ ଆଉ ମନୋଜ ବି । ଆଖିରୁ ଆଉଥରେ ଲୁହ ଦି ଟୋପା ଗଡି ପଡିଲା ମତେ ଲାଗିଲା କେହି ନା କେହି ମୋ ପାଇଁ ଅଛନ୍ତି……. ଜୟଜଗନ୍ନାଥ
ଚରଣାଶ୍ରିତ —
, ଇନ୍ଦୁ ପ୍ରଭା ବିଶ୍ୱାଳ