ଓଡ଼ିଆ ସାହିତ୍ୟ କୁ ନାରୀକବି ମାନଙ୍କ ଅବଦାନ



ଆବର୍ତ୍ତନଶୀଳ ଏ ପୃଥିବୀପୃଷ୍ଟରେ ‘ସାହିତ୍ୟ’ଏକ ଚିରନ୍ତନ ଦର୍ପଣ ।ଏହି ସାହିତ୍ୟ କୁ ସମୃଦ୍ଧ କରିବାପାଇଁ ସମସ୍ତ ସ୍ରଷ୍ଟା ମାନେ ଚେଷ୍ଟିତ ।ଆମ ଏହି ଓଡ଼ିଆ ଭାଷା ଏକ ସ୍ୱତନ୍ତ୍ର ଭାଷାର ମାନ୍ୟତା ପାଇଁ ଅନେକ କବି , କବୟିତ୍ରୀ ମାନେ ତାଙ୍କ କଲମ ଚାଳନା କରିଥିଲେ । ଯେଉଁ ସମୟରେ ବଙ୍ଗାଳି ମାନେ ଓଡ଼ିଆ ଭାଷାକୁ ତାଙ୍କ ଉପଭାଷା କହୁଥିଲେ ଓ ‘ଓଡ଼ିଆ ଏକଟା ସ୍ୱତନ୍ତ୍ର ଭାଷା ନଏ’ କହୁଥିଲେ ସେହି ସମୟ ପର୍ଯ୍ୟନ୍ତ ଅନେକ ଓଡ଼ିଆ କବି, କବୟିତ୍ରୀ ନିଜର ଉଚ୍ଚ କୋଟିର ପୁସ୍ତକ ରଚନା କରିସାରିଥିଲେ । ତେଣୁ ଆମ ଓଡ଼ିଆ ଭାଷାକୁ ଏକ ସ୍ୱତନ୍ତ୍ର ଭାଷାର ମାନ୍ୟତା ମିଳିଲା।
ବହୁ ପ୍ରାଚୀନ କାଳରୁ ଚାଲିଆସୁଥିଲା କେତେ କେତେ ଅନ୍ଧବିଶ୍ୱାସ , କୁସଂସ୍କାର । ସେହି ସମୟରୁ ନାରୀ ମାନଙ୍କୁ ଅବଳା-ଦୁର୍ବଲା ମନେ କରୁଥିଲେ ତେଣୁ ନାରୀ ମାନେ ନିଜର ସ୍ୱତନ୍ତ୍ର ପରିଚୟ ଓ ପ୍ରତିଷ୍ଠିତ ହେବାପାଇଁ ଅନେକ ସଂଘର୍ଷ କରିଛନ୍ତି । ବହୁ ପ୍ରାଚୀନ କାଳ ବା ଯାହାକି ପ୍ରକ୍ ସାରଳା ଯୁଗ ସେହି ସମୟରୁ ଅନେକ ନାରୀ କବି କଲମ ଚାଳନା କରି ଓଡ଼ିଆ ସାହିତ୍ୟ କୁ ସମୃଦ୍ଧ କରିବାପାଇଁ ଚେଷ୍ଟିତ ରହିଛନ୍ତି । ଏହି ପ୍ରକ ସାରଳା ଯୁଗ ପରେ ଅନେକ ଯୁଗ ଆସିଛି କିନ୍ତୁ ପିତୃ କେନ୍ଦ୍ରିକ ସମାଜ ହୋଇଥିବାରୁ ନାରୀ ମାନଙ୍କ ପ୍ରତିଭା ଲୁପ୍ତ ରହିଯାଉଥିଲା।

ଯେଉଁ କବୟିତ୍ରୀ ମାନେ ସଂଘର୍ଷକୁ ନଡରି ଆଗକୁ ବଢିଥିଲେ ସେମାନେ ଆଜିପ୍ରତିଷ୍ଠିତ ହୋଇପାରିଛନ୍ତି । ପଞ୍ଚସଖା ଯୁଗର ଜଣେ ବିଶିଷ୍ଟ କବୟିତ୍ରୀ ଯାହାଙ୍କ ନାମ ମଧବୀ ଦାସୀ ସେ ନାରୀ ହୋଇଥିବାରୁ ତାଙ୍କୁ ଭକ୍ତ ଭାବରେ ଗ୍ରହଣ କରାନଯାଇ ଅଧାଭକ୍ତ ଭାବରେ ଗ୍ରହଣ କରାଯାଇଥିଲା । ଚୈତନ୍ୟ ଚରିତାମୃତ ରେ ଉଲ୍ଲେଖ ଅଛି-

“ପ୍ରଭୁ ଲେଖାକରେ ଯାରେ ରାଧିକା ରମଣ
ଜଗତେର ମଧ୍ୟ ପାତ୍ର ସାଢ଼େ ତିନିଜଣ”

ଶ୍ରୀ ଚୈତନ୍ୟ ଙ୍କ ଅଗଣିତ ଶିଷ୍ୟ ଙ୍କ ମଧ୍ୟରୁ ଶ୍ରେଷ୍ଟ ସାଢେ ତିନିଜଣ ଭକ୍ତଥିଲେ । ସାଢ଼େ ତିନିଜଣ ରେ ଏହି ସାଢ଼େ ବା ଅଧା ହେଉଛନ୍ତି ମାଧବୀ ଦାସୀ ।

ଏହି ପଞ୍ଚସଖା ଯୁଗପରେ ଆସିଛି ରୀତିଯୁଗ । ଏହି ରୀତିଯୁଗରେ ମଧ୍ୟ ଅନେକ କବି, କବୟିତ୍ରୀ ମାନେ ଲେଖନୀ ଚାଳନା କରିଛନ୍ତି। ସେ କବୟିତ୍ରୀ ମାନେ ହେଲେ-
 ବୃନ୍ଦାବତୀ ଦାସୀ◆ବୈଷ୍ଣବ ଧର୍ମରେ ଦୀକ୍ଷିତା ଜଣେ ନାରୀକବି । ସେ ‘ପୂର୍ଣ୍ଣତମ ଚନ୍ଦ୍ରୋଦୟ’ ନାମକ ବୈଷ୍ଣବ-ଭକ୍ତିକାବ୍ୟ ର ରଚୟିତ୍ରୀ । 

ରାଣୀ ମୋହନ କୁମାରୀ◆ଯିଏକି ସମ୍ବଲପୁର ଚୌହାନ ବଂଶ ର ପ୍ରଥମ ନାରୀ ଶାସିକା ସେ ‘ଉପକାର୍ତ୍ତିକ ମାହାତ୍ମ୍ୟ’ ର ରଚୟିତ୍ରୀ ।

ଏହି ରିତିଯୁଗ ପରେ ଆସିଛି ଆଧୁନିକ ଯୁଗ ଯାହାର ସମୟସୀମା ୧୮୮୦ ଖ୍ରୀଷ୍ଟାବ୍ଦ ଠାରୁ ସାମ୍ପ୍ରତିକ କାଳପର୍ଯ୍ୟନ୍ତ ବ୍ୟାପ୍ତ । ଏହି ଯୁଗ ର ସମୟରେ ହିଁ ଗଳ୍ପ, ଉପନ୍ୟାସ, ପ୍ରବନ୍ଧ ର ସୃଷ୍ଟି ହୋଇଥିଲା । ତା ପୂର୍ବ ଯୁଗରେ କେବଳ କାବ୍ୟ-କବିତା ଥିବାରୁ ତାକୁ କାବ୍ୟ-କବିତା ର ଯୁଗ କୁହାଯାଏ ।ଏହି ଆଧୁନିକ ଯୁଗରେ ହିଁ ଅନେକ ନାରୀକବି ଙ୍କ ସୃଷ୍ଟି ହୋଇଛି । ଏହି ଯୁଗରେ ଲେଖା ଚାଳନା କରୁଥିବା ନାରୀକବି ମାନେ ହେଲେ-

ସୁଲକ୍ଷଣା ଦେବୀ◆ତାଙ୍କ ରଚନା ଗୁଡିକ ହେଉଛି ‘ପାରିଜାତ ମାଳା’,’ବଡ଼ ଦେଉଳ ରଚନା’,’ପାଞ୍ଚଟି ଋତୁବର୍ଣ୍ଣନା’ ।

ଅପର୍ଣ୍ଣା ଦେବୀ◆ଗଦ୍ୟ ଓ ପଦ୍ୟ ଉଭୟ ରଚନାରେ ଓଡ଼ିଆ ସାହିତ୍ୟ ଭଣ୍ଡାର କୁ ରୁଦ୍ଧିମନ୍ତ କରିଥିବା କବିତା-କଳ୍ପଲତା ଅପର୍ଣ୍ଣା ଦେବୀ ଏକ ଅନାଲୋଚିତ ପ୍ରତିଭା । ତାଙ୍କ ପ୍ରଥମ ପୌରାଣିକ କାବ୍ୟ ‘ଇନ୍ଦୁମତି’ । ସେ କେନ୍ଦୁଝର ରାଜପରିବାରରୁ ‘କବିତା-କଳ୍ପଲତା ଉପାଧିରେ ଭୂଷିତା ହୋଇଥିଲେ ।

ରମାଦେବୀ ଚୌଧୁରୀ◆ ସେଜଣେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ସମାଜସେବୀକା ଓ ପ୍ରବନ୍ଧିକା ।ଅଳ୍ପ କେତୋଟି ପ୍ରବନ୍ଧ ଓ ‘ଜୀବନ ପଥେ’ଆତ୍ମଜୀବନୀ ଆମ ସାହିତ୍ୟକୁ ତାଙ୍କର ଅମୁଲ୍ୟ ଦାନ ।ଏଇଟି ୧୯୮୮ ରେ ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ପୁରସ୍କୃତ । ସ୍ଥଳବିଶେଷରେ ସେ ଏଥିରେ ନାରୀସମାଜକୁ ଦିଗ୍ଦର୍ଶନ ଦେବାକୁ ଭୁଲି ନାହାନ୍ତି । ତେଣୁ ଏହାର ଉପସଂହାରେ ସେ ଯଥାର୍ଥ ରେ କହିଛନ୍ତି-“ନାରୀକୁ ପରିବାରସେବା ସହିତ ସମାଜସେବା ଦାୟିତ୍ୱ ମଧ୍ୟ ବହନ କରିବାକୁ ହେବ ଏବଂ ଏ ଉଭୟ କାମ ସୁଚାରୁ ରୂପେ ତୁଲାଇବାର କଳା ଆୟତ୍ତ କରିବାହିଁ ନାରୀର ସାଧନା ” ।

କୁନ୍ତଳା କୁମାରୀ ସାବତ◆ଓଡ଼ିଶାରେ ସ୍ୱାଧୀନତା କାଳରେ ଯେଉଁ କେତେଜଣ ନାରୀକବି ଓ ଲେଖିକାଙ୍କର ଆବିର୍ଭାବ ହୋଇଥିଲା ସେମାନଙ୍କ ଭିତରୁ କୁନ୍ତଳା କୁମାରୀ ସାବତ ଅନ୍ୟତମ । ଏକାଧାରରେ ସେ ଡାକ୍ତର, ଲେଖିକା, କବୟିତ୍ରୀ, ଜାତୀୟ ଆନ୍ଦୋଳନର ପୁରୋଧା ଓ ସମାଜସେବୀ ଥିଲେ ।

ଓଡ଼ିଶାର ସେ ପ୍ରଥମ ମହିଳା ଡାକ୍ତର, ଲେଖିକା, ଔପନ୍ୟାସିକା ,କବୟିତ୍ରୀ ଓ ସମ୍ପାଦିକା ଥିଲେ । ଓଡ଼ିଆ ସାହିତ୍ୟ କୁ ତାଙ୍କ(ରଚନା) ଅବଦାନ –
ଅଞ୍ଜଳି                ସେଫାଳି ପ୍ରତି
ଉଚ୍ଛାଶ               ତାରା ପ୍ରତି
ଅର୍ଚନା               କୋଟିକୋଟି କଣ୍ଠେ ଆଜି
ସ୍ପୁଲିଙ୍ଗ               ଅବହେଳିତ ଦେଶ
ଆହ୍ୱାନ               ପୂଜା
ମଣିକାଞ୍ଚନ          ଆଜି ବାପା ତୋତେ କହିବି କହିବି କଥା ଟି
ପ୍ରେମଚିନ୍ତାମଣି       ଅଭିଶପ୍ତ ର ଅଭିମାନ
ଓଡ଼ିଆ ଙ୍କ କାନ୍ଦଣା   ଗଡଜାତ କୃଷକ

【ଉପନ୍ୟାସ】
ଭ୍ରାନ୍ତି                ନଅତୁଣ୍ଡୀ
କାଳୀବୋହୁ       ରଘୁ ଆରଖିତ
ଚିତ୍ରପଟ
ସରଳା ଦେବୀ◆ସରଳା ଦେବୀ କେବଳ ଜଣେ ସ୍ୱାଧୀନତା ସଂଗ୍ରାମୀ ନୁହନ୍ତି, ସେ ଜଣେ ବିଶିଷ୍ଟ ସାହିତ୍ୟିକା ମଧ୍ୟ । ମୁକ୍ତି-ସଂଗ୍ରାମ ରେ ଯୋଗଦେଇ ସେ ଏକାଧିକବାର କାରାବରଣ କରିଥିଲେ । ଅଜସ୍ୱିନୀ ବକୃତା ଦେବାରେସେ ଥିଲେ ସିଦ୍ଧହସ୍ତା ।ତାଙ୍କ ସମ୍ପାଦକତ୍ୱରେ ପ୍ରକାଶିତ ହୋଇଥିଲା ‘ଜାଗରଣ ସାହିତ୍ୟ’ପତ୍ରିକା ।

ଓଡ଼ିଆ ସାହିତ୍ୟ ପ୍ରତି ତାଙ୍କ ଅବଦାନ-
ପାଞ୍ଚପ୍ରଦୀପ        ମରୁକାହାଣୀ
ବୀରରମଣୀ        ଭାରତୀୟ ମହିଳା ପ୍ରସଙ୍ଗ
ବିଶ୍ୱବିପ୍ଳବିଣୀ       ନାରୀସମସ୍ୟା
କଥା ରାମାୟଣ     ଗାଁ ବାଳାଙ୍କ କଥା
ନାରୀର ଦାବି        ଭୀମଭୂୟାଁ(ଉପନ୍ୟାସ)
ବାସନ୍ତି(ଉପନ୍ୟାସ)
ସାହିତ୍ୟ ସାଧନା ପାଇଁ ସେ ଓଡିଶା ସାହିତ୍ୟ ଏକାଡେମୀ ଦ୍ୱାରା ୧୯୬୯ ଖୀଷ୍ଟାବ୍ଦ ରେ ସମ୍ମାନିତା ଓ ପୁରସ୍କୃତା ।ମାଳତୀ ଦେବୀ ଚୌଧୁରୀ◆ଅଭିଜାତ ବଙ୍ଗୀୟ ପରିବାରର ଝିଅ, ଅଭିଜାତ ଓଡ଼ିଆ ପରିବାରର ବୋହୂ । ସ୍ୱାଧୀନତା ସଂଗ୍ରାମରେ ଯୋଗଦାନ କରି ସେ କାରାବରଣ କରିଥିଲେ । ସମାଜ-ସଂସ୍କାର କ୍ଷେତ୍ରରେ ମଧ୍ୟ ସେ ଦୁଃଶାହାସିକ ପଦକ୍ଷେପ ମାନ ନେଉଥିଲେ । ସେ ଗାୟିକା, ସୁବକ୍ତା ଓ ସୁଲେଖିକା ଥିଲେ ଏବଂ ‘ସାରଥୀ’,’କୃଷକ’ ପ୍ରଭୃତି ପତ୍ରିକାର ପ୍ରକାଶନ ଓ ସମ୍ପାଦନା ସହିତ ସଂପୃକ୍ତ ଥିଲେ। ‘ ସବୋୖଦୟ’,’ଗ୍ରାମସେବକ’,’ବାଦ’ ପତ୍ରିକାରେ ତାଙ୍କ ଲେଖାମାନ ପ୍ରକାଶିତ ହେଉଥିଲା । ‘ସବୋୖଦୟ’ ପତ୍ରିକାରେ ସେ ‘ଜୀବନ ସଂଗ୍ରାମ ‘ଶୀର୍ଷକ ରେ ଲେଖୁଥିଲେ ଦେଶର ବିଭିନ୍ନ ସମସ୍ୟା ଆଧାରିତ ପ୍ରବନ୍ଧ ମାନ ।ନାରୀ ନିର୍ଯ୍ୟାତନା, ଛୁଆଁ-ଅଛୁଆଁ ଭାବ, ଯୌତୁକ ପ୍ରଥା, ନିଶା ନିବାରଣ, ନାରୀଶିକ୍ଷା ,ଶିଶୁ କଲ୍ୟାଣ ଇତ୍ୟାଦି ବହୁବିଧ ସାମାଜିକ ବିଷୟବସ୍ତୁ ରୂପ ପାଉଥିଲା ତାଙ୍କ ରଚନାରେ ।

ଏହି ନାରୀକବି ମନଙ୍କ ପରି ଆହୁରି ଆନେକ ନାରୀକବି ଙ୍କ ସାହିତ୍ୟ ପ୍ରତି ଅବଦାନ ରହିଛି ।ଯଥା-

ସୀତାଦେବୀ ଖାଡ଼ଙ୍ଗା,ପିତାମ୍ବରୀ ଦେବୀ, ନିର୍ମଳା ଦେବୀ, ମାନମୋହିନୀ ଦେବୀ ,ଲବଙ୍ଗଲତା ଦେବୀ, ଅନ୍ନପୂର୍ଣ୍ଣା ମହାରଣା, ଅନ୍ନପୂର୍ଣ୍ଣା ଦାସ, ବିଦ୍ୟୁତ ପ୍ରଭା ଦେବୀ,ନନ୍ଦିନୀ ଶତପଥୀ, ପ୍ରତିଭା ଶତପଥୀ, ସରୋଜିନୀ ଷଡଙ୍ଗୀ,ପ୍ରତିଭା ରାୟ ।

ଅନ୍ନପୂର୍ଣ୍ଣା ମହାରଣା ଙ୍କ ଅବଦାନ(ରଚନା)-ବିନୋବାଜି ଙ୍କ ‘ଗୀତା ପ୍ରବଚନ’,’ଗାନ୍ଧିଜୀଙ୍କ’ବୁନିଆଦି ଶିକ୍ଷା’,ସଂକ୍ଷିପ୍ତ ଆତ୍ମକଥା, ସ୍ତ୍ରୀ-ପୁରୁଷ ମର୍ଯ୍ୟାଦା ।

ଅନ୍ନପୂର୍ଣ୍ଣା ଦାସ ଙ୍କ ରଚନା-‘ତ୍ରିଧାରୀ’ କବିତା ସଙ୍କଳନ ।

ବିଦ୍ୟୁତ ପ୍ରଭା ଦେବୀ ଙ୍କ ଅବଦାନ -ସବିତା, କନକାଞ୍ଜଳି,ମରୀଚିକା, ବିହାୟସୀ, ବନ୍ଦନିକା ,ସ୍ବପ୍ନ ଦ୍ବୀପ,ଝରାଶିଉଳି ।

ନନ୍ଦିନୀ ଶତପଥୀ-ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ତଥା ଜଣେ ଦକ୍ଷ ଲେଖିକା ସେ ଏକାଧାରରେ କବି, ଗାଳ୍ପିକା ଓ ଅନୁବାଦିକା । ‘ଉତ୍ତମ ପୁରୁଷ’ ତାଙ୍କର ଏକମାତ୍ର କବିତା ସଙ୍କଳନ ।

ପ୍ରତିଭା ଶତପଥୀ-କବି ଭାବରେ ବହୁ ଯଶ ର ଅଧିକାରିଣୀ।ସୁନ୍ଦର ସୁନ୍ଦର ଚିତ୍ରକଳ୍ପ ଓ ପ୍ରତୀକ ତଥା ଲକ୍ଷ୍ୟଣୀୟ ଶବ୍ଦ ସଂଯୋଜନା ର ସମନ୍ୱୟ ରେ ତାଙ୍କର କବିତା ପ୍ରାଣ ସ୍ପର୍ଶୀ ।ତାଙ୍କ ରଚନା ଗୁଡିକ ହେଉଛି-
ଅସ୍ତ ଜହ୍ୱର ଏଲିଜି    ନିୟତ ବସୁଧା
ଗ୍ରସ୍ତ ସମୟ             ମହାମେଘ
ସାହାଡ଼ା ସୁନ୍ଦରୀ        ଶବରୀ
ସରୋଜିନୀ ଷଡଙ୍ଗୀ-ତାଙ୍କ କବିତା ମାନବିକ ଆବେଦପୂର୍ଣ୍ଣ ଓ ଏଥିରେ କିଛି ନିଛକ ଅନୁଭବ ଓ ଯନ୍ତ୍ରଣା ରୁପାୟିତ । କେତୋଟି କବିତାରେ ରୋମାଣ୍ଟିକ ଚେତନା ମଧ୍ୟ ଆଭାସିତ ।ତଙ୍କ ଅବଦାନ ହେଉଛି-‘ଆଭାସିତା’,’ଆଖି କରା କହେ’,’ଶ୍ୱେତାମ୍ବରୀ,’ଆତ୍ମଜ’,’ଅସବର୍ଣ୍ଣ’,’ତନ୍ମୟ’।

ପ୍ରତିଭା ରାୟ-ଓଡ଼ିଆ ସାହିତ୍ୟ ର ଅନ୍ୟତମ ପ୍ରତିଭାଦୀପ୍ତ ବ୍ୟକ୍ତିତ୍ୱ । ଜ୍ଞାନପୀଠ, ପଦ୍ମଶ୍ରୀ ପ୍ରାପ୍ତ ଜଣେ ସୁଦକ୍ଷ ନାରୀ।ତାଙ୍କ ରଚନା ଓଡ଼ିଆ ସାହିତ୍ୟ ଜଗତକୁ ରୁଦ୍ଧିମନ୍ତ କରିବାରେ ସମର୍ଥ ।ଓଡ଼ିଆ ସାହିତ୍ୟପ୍ରତି ତାଙ୍କ ଅବଦାନ -‘ ଷଷ୍ଠ ସତୀ’,’ମୋକ୍ଷ’,’ପୃଥକ୍ ଈଶ୍ୱର’,’ମହାମୋହ’ ।

ଓଡ଼ିଆ ଭାଷା ସାହିତ୍ୟ କୁ ସମୃଦ୍ଧ କରିବାନିମନ୍ତେ ଯେଉଁ ସବୁ ନାରୀକବି ମାନେ କଲମ ଚାଳନା କରିଛନ୍ତି ସେମାନେ ସର୍ବଦା ଚିର ନମସ୍ୟ ।



ନାମ-ଆଶିଷ ବେହେରା
ଠିକଣା-କୁମ୍ଭାରୀ, ବଲାଙ୍ଗୀର, ଓଡ଼ିଶା
ମୋ.ନଂ -7327028467

Leave a Reply

Your email address will not be published. Required fields are marked *