May 24, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

ପଢନ୍ତୁ ଅଶୋକ ପତିଙ୍କ ପ୍ରବନ୍ଧ ଓଡିଆ ଲୋକ ଗୀତ ରେ ଓଡ଼ିଆଣୀ ର ଜୀବନଚରିତ-

ଓଡିଆ ଲୋକ ଗୀତ ରେ ଓଡ଼ିଆଣୀ ର ଜୀବନଚରିତ-



ସହିତ + ଯ= ସାହିତ୍ୟ ଯାହା ସହିତ ଜଡିତ ବା ଯୁକ୍ତ ନ ହେଲେ ମନୁଷ୍ୟର ସମସ୍ତ ପରିତୃପ୍ତତା ମିଳେ ନାହିଁ ତାହା ହିଁ
ସାହିତ୍ୟ ା ସାହିତ୍ୟ ଏକ ଲୋକକଳା ଏହାର ସ୍ମରଣ ମାତ୍ରେ ସମାଜର ମ°ଗଳ ତ୍ଵ ହିଁ ନିର୍ଝର ହୋଇ ସୁମଧୁର ରାଗିଣୀ ସୃଷ୍ଟି କରାଇମାନବ କୁଆନନ୍ଦିତ କରିଥାଏ ା ଯୁଗ ଯୁଗ ଧରି ସାହିତ୍ୟର ପ୍ରତି ସ୍ପନ୍ଦନରେ ଓଡ଼ିଆଣୀ ର ଜୀବନ ଗାଥା ସମାଜର ବାର୍ତ୍ତାବହ ସାଜି
ମଧୁଲିମା ଭାବନା ମଧ୍ୟରେ ଅନୁଲଂବିତ ହୋଇଥାଏ । ଓଡ଼ିଆଣୀ ର ନୈତିକ କର୍ତ୍ତବ୍ୟ ବୋଧ ସମାଜ ସେବାର ନିଚ୍ଛକ ପ୍ରତିଛବି ଲୋକଗୀତ ମାଧ୍ୟମରେ
ସେବା ଦିଗରେ ପ୍ରତିଭାସିତ ହୋଇଥାଏ । ସଭ୍ୟତା ର ଇତିବୃତ୍ତ ରୁ ଲୋକଗୀତିର ସୃଷ୍ଟି ା
ଲୋକଗୀତିର ସୃଷ୍ଟି ଓ ପ୍ରସାର ପ୍ରଚାର ଗ୍ରାମ୍ୟ ଜୀବନ ରସରଳତାରୁ ହିଁ ଅୟମାରମ୍ଭ ହୋଇଥାଏ ା ଗାଁ ଗଣ୍ଡାରେ ବହି ଚାଲିଥିବା ଗ୍ରାମ୍ୟ ଗୀତ ର ସୁରଧୁନି ହିଁ ଲୋକ ଗୀତିରସୂତି କା ଗାର।ସର୍ବବିଦିତ ଆଉ ସର୍ବମାନ୍ୟ ମୁନି ଭରତ ତାଙ୍କ ରଚିତ ଟାନ୍ୟ ଶାସ୍ତ୍ର ରେ{ଗ୍ରାମ ରାଗ ) ବିଷୟରେ ଉଲ୍ଲେଖ କରିଅଛନ୍ତି। ତେଣୁ ଗ୍ରାମ୍ୟ ଗୀତହିଁଲୋକ ଗୀତ ର ଅନନ୍ୟ ପରି ପାଟୀ। ଗ୍ରାମ୍ୟଞ୍ଚଳରେ ହିଁ ଲୋକଗୀତ ରଚଳିତ ମାନ ପ୍ରବାହ ଦୃଷ୍ଟିଗୋଚର ହୋଇଥାଏ ।
ଓଡିଆ ଲୋକ ଗୀତ ରେ ନାରୀ ଓ ପୁରୁଷ ଉଭୟଙ୍କର ଚାତୁର୍ଯ୍ୟବୋଧତା ରହିଛି ା ରଜ ଗୀତ , ହଳୁଆ ଗୀତ, ଦୋଳି ଗୀତ , କାନ୍ଦଣା ଲହରୀ , ଗୋପାଳଙ୍କ ଓଗାଳ, ତଥା ଢଗଢମାଳୀ ମାଧ୍ୟମରେ ଲୋକଗୀତ ରେ ଓଡ଼ିଆଣୀ ଜୀବନଚରିତର ପ୍ରତିକୃତି ମିଳିଥାଏ । ଏହି ଲୋକ ଗୀତ ରପିୟୁଷରେ ସମାଜ ଆନନ୍ଦ ମଧୁର ତାକୁ ଅଂଗେଅଂଗେଅନୁଭ ବ କରି ଅଗ୍ରସର ହୋଇଥାଏଏକ ଦିପ୍ତ ନୂତନତ୍ଵକର୍ମ ପ୍ରେରଣା ଭାବଧାରାରେ । ଈଶ୍ଵରୀୟ ସର୍ମ
ପଣ ତା ତଥା ଚୌରା ଅଶୀ ଲକ୍ଷଯୋନି ଭ୍ରମଣରୁ ମୁକ୍ତ ର ପଥ ପାଇଁ ଲୋକ ଗୀତ ରେ ନାରୀ ଚରିତ୍ର ବିଳପି ଉଠୁଛି ମୁକୁତା ଦେବୀଙ୍କର ।
ଭଜୁ କି ନାରାମ ନାମରେ କୁମର
ଭଜୁ କି ନା ରାମ ନାମ
ଭଜିନ ପାରିଲେ କୁଳ ଚନ୍ଦ୍ରମାରେ ବାନ୍ଧି ନେ ବ କାଳଯ ମରେ କୁମର – – – –

ଓଡ଼ିଆଣୀ ନାରୀ ଜଗତବାସୀଙ୍କୁ
ସେହି ମହାପ୍ରଭୁଙ୍କର ନାମ ଜପନ ତଥାଯମ ଯାତନାର ବିଭିନ୍ନ ଦିଗ ଉପରେ ସମ୍ୟକ ଧାରଣା ପ୍ରଦାନ କରିବା ସହିତ ଜଗତରେ ଈଶ୍ଵରୀୟ ତତ୍ତ୍ଵ ପାଇଁ ସମସ୍ତେ କିଛି କିଛି ସୁକର୍ମ କରିବାର ଉତ୍ତରଣ ଭାବ ସୃଷ୍ଟି କରିବା ପାଇଁ ପ୍ରେରଣା ପ୍ରଦାନ କରିଅଛନ୍ତି ଲୋକ ଗୀତି ହିସାବରେ |
ରଜ ଏକ ପଲ୍ଲୀ ନାରୀ ର ଲୋକ ଗୀତି ସଂପର୍କୀୟ ପର୍ବ ଯାହା ଦୋଳି ଗୀତ ମାଧ୍ୟମରେ ସମାଜରେ ନାନାଦି ବିଷୟରେ ସ୍ଵତଃ ପରିସୁଟନର ଭାବଧାରାହିଁ ସୃଷ୍ଟି ହୋଇଥାଏ ।
ରଜ ଦୋଳିକ ଟମଟ
ମୋ ଭାଇ ମୁଣ୍ଡରେ ବାହା ମୁକୁଟ ।

ନିଜ ଭାଇର ମଂଗଳ ପାଇଁ ବିବାହର ପୂର୍ବ ସୂଚନାକୁ ନାରୀ ହିଁ ରଜ ମାଧ୍ୟମରେ ଚେତନାର ଫଳକ ସ୍ୱରୂପ ସୂଚନା ପ୍ରଦାନ କରିଥାଏ । ଠିକ ସେହିଭଳି ଗ୍ରାମ୍ୟ ଗୀତିରେ ପୁଚି ଖେଳ ଗୀତ ମଧ୍ୟ ଗାଁଦାଣ୍ଡରେ ଧୂଳି ଧୁସରିତ ଆନନ୍ଦ ରାଗିଣୀର ଏକ ରୂପକାର ସାଜି ଗାଇଉଠେ
ଠିଆ ପୁଚି ନାରଙ୍ଗ
ଗୋଡ ଦିଅଟ।ସାରଙ୍ଗ
ସାରଙ୍ଗ ବାରିକି ଯାଇଥିଲି
କର ମଂଗାପୁଂ ଜେ ଆଣିଥିଲି
ସବୁଠାରୁ ନାରୀ ଜିବନ ର ମର୍ମ ଲିପିର ପ୍ରତିଫଳନ ହିଁ ବିବାହ ଗୀତିକା ମାଧ୍ୟମରେ ପିତା, ମାତା, ଭାଭ, ଭଉଣୀ ଇତ୍ୟାଦିକୁ ଧରି ଗ୍ରାମ୍ୟ ଗୀତି କବିତାର ପ୍ରତିଲଂବନ ଶ୍ରେଷ୍ଠ ଉପପାଦ୍ୟ ହୋଇଥାଏ । କାନ୍ଧଣା ମାଧ୍ୟମରେ ନାରୀ ଜୀବନର ସତ୍ୟ ଓ ମାର୍ମିକ ବେଶ ହୃଦୟସ୍ପର୍ଶୀ ହୋଇଥାଏ । ଝିଅ ଘିଅ ଅଧିକ ଦିନ ପିତ୍ରାଳୟରେ ରହିବା ଅନୁଚିତ ବୋଲି ଅନେକ ଲୋକ ଗୀତି ଓ କାନ୍ଦଣା ଲହରୀ ମାଧ୍ୟମରେ ପରିତୃପ୍ତ ହୋଇଛି । ସଂପ୍ରତି ସମାଜରେ ଆଧୁନିକତାର ବାହୁ ଛାୟା ତଳେ ଏହି କାନ୍ଦଣା ପରଂପରା ଆଉ ବିବାହ ରେ ଦେଖିବାକୁ ମିଳୁ ନାହିଁ । ଜାଇ ରଗଡ଼ା ଠାରୁ ଝିଅ ବିଦା ପର୍ଯ୍ୟନ୍ତ ଲୋକ ଗୀତିର ମୂର୍ଚ୍ଚନା ଯାହାକି ନାରୀ ମହନୀୟତାର ଏକ ସୂଚ କାଙ୍କ ହୋଇଥାଏ । ଠିକ ସେହିପରିଦଣ୍ଡ ନାଚ ମଧ୍ୟ ଏକ ଗୀତିସ୍ୱର ର ମୂର୍ଚ୍ଚନା । ଏହା ମାଧ୍ୟମରେ ନାରୀ ହିଁ ସମାଜର ଏକ ଶ୍ରେଷ୍ଠ ଅଂଶ ଓ ତା ବିନା ସୃଷ୍ଟି ର କଳ୍ପନା କରିବା କଷ୍ଟକର ଏହା ପ୍ରତିନାଦିତ କରିଥାଏ । ଚଢେଇଆଣି, ପାର୍ବତୀ ଇତ୍ୟାଦି ନାରି ଚରିତ୍ର ରୂପମାଧ୍ୟମରେ ସମାଜ ରେ ଏକ ନିଚ୍ଛକ ରୂପକାରକୁ ଚିତ୍ରଣ କରି । କୃଷକ ସମାଜ ଓଡ଼ିଆ ଜାତିର ମଉଡ଼ମଣୀ ପଖାଳ ପ୍ରୀତି ହିଁ ଏକ ଲୋକ ଗୀତିର ପାବନ । ଏହା ମାଧ୍ୟମରେ ପ୍ରତିନାଦିତ ହୋଇ ସ୍ୱୟଂ ଜଗନ୍ନାଥ ପଖାଳ ପ୍ରୀତିରେ ବାଂଧି ହୋଇଥାନ୍ତ ।

ପଖାଳ କଂସା ରେ ମନ
ହଳ ନେଇ ଯାଅ ଧନ।

ନାରୀ ଜୀବନର କ୍ଷେତ୍ର ବ୍ୟାପକ
ସଂଗୀତର ଲୋକଗୀତିରେ ଆଚ୍ଛନ୍ନ ହୋଇଥାଏ । ସମଗ୍ରଜାତି କୁଓଡିଆ ଲୋକ ଗୀତି ଜଗନ୍ନାଥ ଚେତନାରେ ଅଭିଲଂବିତ କରାଇଥାଏ । ଆଷାତ ମାସରେ ଅଷାଢିଆକୋଳି ରଥେ ବିଜେ କଲେ ବଳି ବାମନ ମଂଚ ରେ ହୁଳହୁଳି ।

ଆଷାଢ଼ ମାସରେ ମେଘଘଡଘଡି
ବାହାରିଲେ ପ୍ରଭୁ ଯେନନ୍ଦିଘୋଷ ଚଢି
ନନ୍ଦିଘୋଷ ରଥେ ଯେ ନନ୍ଦ ର ନନ୍ଦନ
ତାଳଧ୍ଵଜର ଥେ ବିଜେ ଭାଇ ତ ବଳରାମ

ଓଡ଼ିଆଣୀ ନାରୀ ବିବାହସମୟରେ ଜଗନ୍ନାଥଙ୍କର
ବାହୁଡ଼ା ଯାତର ବର୍ଣ୍ଣନା ଦେଇ ଗାଇଉଠେ—….,,

ରଥରେ ଲାଗିଲା ରଥ ଦଉଡ଼ି
ମୋଠାରେଲାଗିଲାଯମ ଦଉଡ଼ି ହେବାପା
ରଥ ଦଉଡ଼ି ତବାହୁଡା ଯା କେ
ଯମଦଉଡ଼ିତ ମରିବା ଯା କେ ହେବାପା ……

ଓଡ଼ିଶାର ଜନଜୀବନ କୁ କାଳଣା , ଦୋଳି ଗୀତ , କୃଷକ ଗୀତ, ଚିତା କୁଟା, ସ୍ତୁତି ଗୀତ , ନାଁଦିଆ, ବିବାହ ପ୍ରଭୃତିରେ ଓଡ଼ିଆଣୀ ର ଲାକଗୀତବିଭିନ୍ନ
ବିଭ ବତା ର.ପରିସ୍ପୁଟନ ହୋଇଥାଏ ।
ନାରୀ ମହନୀୟ ଜୀବନ ସଂଗୀତ
 ନାରୀ ପ୍ରୀତି ସଦା ଧ୍ଯାୟୀ
ଜଗନ୍ନାଥ ପରା ନାରୀ ପିରତୀରେ
ହୋଇଥିଲେ ଶତ ଧ୍ଯାୟୀ।
ହେ ଦିବ୍ୟାତ୍ମା ଆଜି ଆସନ୍ତୁ ହଜିଯାଇଥିବା ସେହି ଲୋକ ଗୀତିକୁ ଓଡ଼ିଆଣୀ ର ମହାନତା ଅଂଗେଅଂଗେ ଅନୁଭବତାର ବଳୟ ମଧ୍ୟରେ ଧାରଣୀୟ କରାଇବା –…….., …, …….,,,,,

ଅଶୋକ କୁମାର ପତି (ସାଂବାଦିକତାରେ ସ୍ନାତକୋତ୍ତର) ଖଂକି ରା
ଗଂଦିଆ, ଢେଙ୍କାନାଳ ୭୫୯୦୧୬ ମୋ-୬୩୭୦୬୯୫୯୨୧
ଜୟ ଜଗନ୍ନାଥ

Loading

One thought on “ପଢନ୍ତୁ ଅଶୋକ ପତିଙ୍କ ପ୍ରବନ୍ଧ ଓଡିଆ ଲୋକ ଗୀତ ରେ ଓଡ଼ିଆଣୀ ର ଜୀବନଚରିତ-

  1. ଜୟ ଜଗନ୍ନାଥ ଲୋକ ସଂସ୍କୃତି ଆମର ଭାଷାର ମୁଳୁଦୁଆ, ଭିଭିନ୍ନ ପ୍ରକାର ଲୋକ ସାହିତ୍ୟ, ଢଗ ଢମାଳି, ପାଲା, ଦଣ୍ଡ ନୃତ୍ୟ, ଚକୁଳିଆ ପଣ୍ଡା ଏବଂ ଘୋଡା ନାଚ ତାହାର ମଧୁର ଗୀତି ପ୍ରାୟ ଲୋପ ହେବାକୁ ବସିଲାଣି. ସୁର୍ୟୋଦୟ ସାହିତ୍ୟ ସଂସଦ ମାଧ୍ୟମରେ ଏହାକୁ ପ୍ରଚାର, ପ୍ରସାର କରା ଯିବାର ଚେଷ୍ଟା ନିଶ୍ଚୟ ସ୍ୱାଗତ ଯୋଗ୍ୟ. ସେଥିପାଇଁ ଶ୍ରୀ ମନୋଜ କୁମାର ପଣ୍ଡା ଙ୍କ ଅକ୍ଲାନ୍ତ ପରିଶ୍ରମ ଆଉ ଉଦଯୋଗ ପାଇଁ ଅଶେଷ ଧନ୍ୟବାଦ
    ନରୋତ୍ତମ ପରିଡା.
    ପୁଣେ. ମହାରାଷ୍ଟ୍ର.
    7840973339

Leave a Reply

Your email address will not be published. Required fields are marked *