May 29, 2023
11 11 11 AM
ALLUSION OF EVOLUTION – Manoj Kumar Panda 
ALLUSION OF MASOCHISM – Manoj Kumar Panda 
ତିନି ରୂପେ ଏକ କାୟା ଜନନୀ ଭଗିନୀ ଜାୟା – ବିଜୟ କୁମାର ସ୍ବାଇଁ
ମା’ତୁମେ ମମତାର ସାଗର – ଭାସ୍କର ରାଉତ
ହସିବ ପ୍ରକୃତି ରାଣୀ – ତରୁଣ କୁମାର ମିଶ୍ର
ମହାପ୍ରଭୁ ତୁମେ – ବିଜୟ କୁମାର ସ୍ବାଇଁ
ସମୟ ବଡ଼ ବଳବାନ – ଭାସ୍କର ରାଉତ
ଶାନ୍ତି ମିଳୁ ଜୀବନେ – ଶ୍ରୀଯୁକ୍ତ ଅଜିତ କୁମାର ରାଉତ
କର୍ମ ଭୂଇଁ ଏହୁ – ଅଜିତ କୁମାର ରାଉତ
ସୁନ୍ଦରେ କି ଅଛି ଲାଭ – ଅଜିତ କୁମାର ରାଉତ
ବିଚ୍ଛିନ୍ନାଞ୍ଚଳ ଓଡ଼ିଆ – ଶ୍ରୀଯୁକ୍ତ ଅଜିତ କୁମାର ରାଉତ 
ଦେଖି ଲାଗେ ଖୁସି – ଶ୍ରୀଯୁକ୍ତ ଅଜିତ କୁମାର ରାଉତ
ନାହଁ ମାତୃଭାଷା ଶିକ୍ଷା – ଅଜିତ କୁମାର ରାଉତ
ଜୀବନ – ନଳିନୀ ପ୍ରଭା ମିଶ୍ର
କାହାକୁ ଚିହ୍ନିବା କେମିତି – ନଳିନୀ ପ୍ରଭା ମିଶ୍ର
ସାଧୁ ସାବଧାନ – ସୌଦାଗର ବିଶ୍ବାଳ
ପ୍ରତୀକ୍ଷାର ତୀରେ – ସୁଜାତା ଦାସ
ପ୍ରଭାତରେ ମୋ ଆଧ୍ୟାତ୍ମିକ କର୍ତ୍ତବ୍ୟ – ଶ୍ରୀ ବଂଶୀଧର ବେହେରା
ମନ ରହିଯାଏ ଲାଖି – ବ୍ରଜେଶ୍ବରୀ ସିଂହ
ପୋକରା ଡାଳ – ନିତ୍ୟାନନ୍ଦ ମହାନ୍ତି
Latest Post
ALLUSION OF EVOLUTION – Manoj Kumar Panda  ALLUSION OF MASOCHISM – Manoj Kumar Panda  ତିନି ରୂପେ ଏକ କାୟା ଜନନୀ ଭଗିନୀ ଜାୟା – ବିଜୟ କୁମାର ସ୍ବାଇଁ ମା’ତୁମେ ମମତାର ସାଗର – ଭାସ୍କର ରାଉତ ହସିବ ପ୍ରକୃତି ରାଣୀ – ତରୁଣ କୁମାର ମିଶ୍ର ମହାପ୍ରଭୁ ତୁମେ – ବିଜୟ କୁମାର ସ୍ବାଇଁ ସମୟ ବଡ଼ ବଳବାନ – ଭାସ୍କର ରାଉତ ଶାନ୍ତି ମିଳୁ ଜୀବନେ – ଶ୍ରୀଯୁକ୍ତ ଅଜିତ କୁମାର ରାଉତ କର୍ମ ଭୂଇଁ ଏହୁ – ଅଜିତ କୁମାର ରାଉତ ସୁନ୍ଦରେ କି ଅଛି ଲାଭ – ଅଜିତ କୁମାର ରାଉତ ବିଚ୍ଛିନ୍ନାଞ୍ଚଳ ଓଡ଼ିଆ – ଶ୍ରୀଯୁକ୍ତ ଅଜିତ କୁମାର ରାଉତ  ଦେଖି ଲାଗେ ଖୁସି – ଶ୍ରୀଯୁକ୍ତ ଅଜିତ କୁମାର ରାଉତ ନାହଁ ମାତୃଭାଷା ଶିକ୍ଷା – ଅଜିତ କୁମାର ରାଉତ ଜୀବନ – ନଳିନୀ ପ୍ରଭା ମିଶ୍ର କାହାକୁ ଚିହ୍ନିବା କେମିତି – ନଳିନୀ ପ୍ରଭା ମିଶ୍ର ସାଧୁ ସାବଧାନ – ସୌଦାଗର ବିଶ୍ବାଳ ପ୍ରତୀକ୍ଷାର ତୀରେ – ସୁଜାତା ଦାସ ପ୍ରଭାତରେ ମୋ ଆଧ୍ୟାତ୍ମିକ କର୍ତ୍ତବ୍ୟ – ଶ୍ରୀ ବଂଶୀଧର ବେହେରା ମନ ରହିଯାଏ ଲାଖି – ବ୍ରଜେଶ୍ବରୀ ସିଂହ ପୋକରା ଡାଳ – ନିତ୍ୟାନନ୍ଦ ମହାନ୍ତି

ପଢନ୍ତୁ ଅଶୋକ ପତିଙ୍କ ଗଳ୍ପ ଅନୁଭୂତିରେ ଜଗନ୍ନାଥ

ଅନୁଭୂତିରେ ଜଗନ୍ନାଥ….,,,,,,, …………

ପବିତ୍ର ପୁରୁଷୋତ୍ତମ କ୍ଷେତ୍ରର ଆରାଧ୍ୟପ୍ରଭୁ ଶ୍ରୀଜଗନ୍ନାଥ ସମଗ୍ର ବିଶ୍ଵରେ ଏକ ପରମପ୍ରିୟତଥା ରହସ୍ୟମୟ ଦେବତା ରୂପରେ ସୁପରିତ। ରତ୍ନସିଂହାସନ ରେ ଆକର୍ଷଣ ରସପ୍ତରଂଗୀ ସ୍ଵତଃ ଶକ୍ତି ବଳ ରେ ସମଗ୍ର ମାନବ ଜାତି କୁ ପ୍ରେମ ରସ ଚେତନ ବାର୍ତ୍ତା ପ୍ରଦାନ କରୁଅଛନ୍ତି ।
ମନୁଷ୍ୟ ସୁଖ ରେଜିବନ ଯାପନ କରିବାକୁ ହେଲେ ତାର ଆବଶ୍ୟକ ଜଗନ୍ନାଥ ସର୍ବସ୍ଵ ଓ ଚେତନାର ଅନୁସରଣ । ସମାନତା ଭାବନା .ମୈତ୍ରୀ, ଆଦର୍ଶ ଭାତୃତ୍ୱ , ନିରହଂକାର ଓ ବିଶ୍ଵ ପ୍ରେମ ସ୍ଵାଧିନତାର ଏକ ସମନ୍ମୟ ହିଁ ଜଗନ୍ନାଥ ।
ଅବଲୀଳା କ୍ରମେଢେଙ୍କାନାଳ ଜିଲା ଉପାନ୍ତ ଅଂଚଳ ରୁ ମୋର ପରିବାର ସହ ଶ୍ରୀକ୍ଷେତ୍ରକୁ ସୁନାବେଶ ଦେଖିବା ପାଇଁ ୨୦୧୯ ମସିହାରେ ଯାଇଥିଲି। ସଂଧ୍ୟା ହେବା କ୍ଷଣିଜନ ତାର ସୁଅେ ଏତେ ଅଧିକ ହୋଇଥିଲା ଯେ ତାହା ମଧ୍ୟରେ ଚାଲି ଚାଲିଯିବା କଷ୍ଟକର । ମୋର ଧର୍ମ ପନ୍ତ୍ରୀ ଓ ସାନ ଭାଇ ପଡ଼ୋଶୀ ଦୁଇ ଜଣ ହଠାତ ପଛରେ ରହିଗଲେ ଭିଡ଼ ମଧ୍ୟରେ । ମୁଁ ମୋର ସାନ ଝିଅ ଶତରୂପାକୁ ଧରି ଭିଡମଧ୍ୟରେ ଶ୍ରୀଜଗନ୍ନାଥଙ୍କ ରସୁନାବେଶକୁ ଅତି ଆନନ୍ଦର ସହିତ ଦର୍ଶନକରି ମନଉଣା କର ପଛକୁ ପଛ ଆଖିରେ ପଲ କନପକାଇଖୋଜି ଚାଲିଥାଏ । ସମୟାନୁକ୍ରମେ ଯାତ୍ରୀମାନଙ୍କର ସଂଖ୍ୟା ବଢି ବଢି ଚାଲିଥାଏ ।୩ ଥର ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କଲାପରେ ସୂଚନା କେନ୍ଦ୍ରରେ ଜଣାଇଲି ମାତ୍ର ଏହା ଫଳ ଶୁନ୍ୟହେଲା । ରାତ୍ରି. ଆଠ ଘଟିକା ସମୟରେ ପୁଣିଥରେବଡ଼ଦାଣ୍ଡ ଆଡ଼କୁ ଖୋଜିବା ପାଇଁ ବାହାରିଲା ଏଠାରେ ସୂଚନାଯୋଗ୍ୟ ଯେ ସେହି ସମୟରେ ମୋବାଇଲ ସେବା ବଂଦ ଥିଲା କେବଳ ମନେ ମନେ ସେହି କାଳିଆ କୁ ସ୍ମରଣ କରେ ଆଗକୁଚାଲ ଥାଏ ହଠାତ ଜଣେ୭୦ ବର୍ଷରୁ ଉର୍ଦ୍ଧ ବ୍ରାହ୍ମଣ ଠିକ ଭାବରେ ଚାଲି ପାରୁ ନ ଥାନ୍ତି . ମୋର ପଛ ପଟୁ ହଠାତ ଆସି ଧକ୍କା ମାରିଦେଲେ ଓ ମୋଆଗକୁ ଆସି ମୋତେ ଡାକିଲେ ମୁଁ କିନ୍ତୁ ତାଙ୍କ କଥା କୁନ ଶୁଣି ଅଗ୍ରସର ହେଲି ସେ ମୋର ପଛେ ପଛେ ଯାଇ ମୋତେ କହିଲେ ତୋ ପାଖକୁ ମୁଁ ଆସିଛି ନେ ଏଇଟା ମୁଁ ହାତ ବଢ଼ାଇଲି ତାହା ଥିଲା ତୁଳସୀ ଓ ଦୟଣା ମୁଁ ଜୟ ଜଗନ୍ନାଥ କହି ଏହାକୁ ମୋ ପକେଟ ରେ ରଖି ଦେଇ ଦେଖିଲା ବେଳକୁ ସେହି ମହାଶୟ ସେଠାରୁ ଅଦୃଶ୍ୟ ହୋଇଯାଇଛନ୍ତି ମୁଁ ହଠାତ କିଛି ଜାଣି ନ ପାରିବଡ଼ଦାଣ୍ଡରେ କାର୍ଯ୍ୟରତ ଜଣେ ପୋଲିସ ବାବୁଙ୍କୁ ପଚାରିଲି ସାର ଏହି ବାଟ ଜଣେ ବୃଦ୍ଧ ବ୍ୟକ୍ତିଗଲେ କୁଆଡ଼େ ଆପଣ ଦେଖିଛନ୍ତି କି? ପୋଲିସବାକୁ ଜଣକ ମୋତେ କହିଲେ ଏହି ବାଟେ କେହି ଯାଇନାହାଁନ୍ତି। ଆପଣଙ୍କର କିଏ ହ ଜିଯାଇଛି କି ବୋଲି ସେ ମୋତେ ପ୍ରଶ୍ନ କଲେ ମୁଁ କିଛି ନ କହି ନିଜକୁ ନିଜେ କିଛିଯାଣିପାରିଲି ନାହିଁ । ମୋ ପକେଟ ରେ ରଖିଥିବା ତୁଳସୀ ଖୋଜିଲା ବେଳକୁ ତାହା ମଧ୍ୟ ନ ଥିଲା ଖାଲି ଚଂଦନ କପୁରଅଗୁର ବାସ୍ନା ରେ ପକେଟ ମହକ ଉଠୁଥାଏ । ଜୀବନ ରେ ଏଭଳି ଅଭୁଲା ସ୍ମୃତିକୁ ମୁଁ ଆଜି ମଧ୍ୟ ପାସୋରି ପାରୁ ନାହିଁ ମୋର ରୋମମୂଳ ଟାଙ୍କୁ ରି ଉଠୁଛି ।ଏହାର ଅଳ୍ପ ସମୟ ପରେ ହଜି ଥିବା ସମସ୍ତ ସଦସ୍ୟ ହଠାତ ସେହି ସ୍ଥାନ ରେ ଆସି ପହଂଚିଲେ। ସେହି ମହାପ୍ରଭୁଙ୍କର ସ୍ମରଣୀୟ ହୋଇ ସେହି ଦିନଠାରୁ କଲସସୂତଃ ଶ୍ରୀଜଗନ୍ନାଥଙ୍କ ବିଷୟ ରେ ଲେଖି ହୋଇ ଯାଉଛି ଭକ୍ତ ଭଗବାନଙ୍କର ମିଳନର ଅପୂର୍ବ ଭାବଧାରା । ପ୍ରତିବର୍ଷ ସୁନାବେଶକୁ ଯିବା ପାଇଁ ମନସ୍ଥ କର ଛି କାଳେ ପୁଣି ସେହି କାଳିଆ ରଛାୟା ମିଳିଯିବ କି ? ଜଗତଯାକର ଦୁ8ଖ ସୁଖ ଓ ଚିନ୍ତା ଚେତନl ର ପ୍ରତିଫଳନ ସ୍ୱରୂପ ପ୍ରଭୁ ହିଁ ସଦାସର୍ବଦା ସମସ୍ତ ଦୁଖ ଓ ଯନ୍ତ୍ରଣାର ପରିସମାପ୍ତି କରାଇଥାନ୍ତା ତେଣୁ ସର୍ବଜନ ବାସୀ ସମଗ୍ର ମାନବ ଜାତିର ଉନ୍ନତି ବିଧାନ ପାଇଁ ତାଙ୍କର ଚରଣରେଶରଣ ନେବା ଓ ସଦାସର୍ବଦା ନାମ ଜପନ ର ମହତ୍ତ୍ଵକୁ ଅବଲମ୍ବନ କରି ତାଙ୍କୁ ସ୍ମରଣୀୟ ଚିନ୍ତ ନିୟ ଓ ଭାବନାର ଶ୍ରେଷ୍ଠ ରୂପକାର କରିବା ଉଚିତ ।
ଶ୍ରୀଜଗନ୍ନାଥ ବଡ଼ଠାକୁର ବଡ଼ଦାଣ୍ଡରେ ତାଙ୍କୁ କୋଳା ଗ୍ରତ କର ମନୁଷ୍ୟ ଯେଉଁ ଭାବରେ ନିମ୍ନ ଜିତ ହୁଏ ତାହା ତାର ଅନ୍ତର ମଧ୍ୟରେ ସ୍ଥାୟୀ ହେଲେ ସମାଜ ଏକ ସୁସ୍ଥ ଓ ମନୋଜ୍ଞ ହୋଇ ସାରା ଜଗତ ରେ ମନୁଷ୍ୟ ଜନ୍ମ ର ସାର୍ଥକ ପ୍ରତିପାଦିତ ହୋଇପାରିବ । ଜୟ ଜଗନ୍ନାଥ
…………ଅଶୋକ କୁମାର ପତି (ସାଂବାଦିକତାରେ ସ୍ନାତକୋତ୍ତର)
ଖଂକି ରା, ଗଂଦିଆ/ ଢେଙ୍କାନାଳ ୭୫୯୦୧୬ ମୋ-୬୩୭୦୬୯୫୯୨୧ …ଜୟ ଜଗନ୍ନାଥ

 485 total views,  1 views today

Leave a Reply

Your email address will not be published. Required fields are marked *