April 20, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

ପଢନ୍ତୁ ଅଶୋକ କୁମାର ପତି ଙ୍କ ପ୍ରବନ୍ଧ ଓଡ଼ିଆ ବାଣୀ ଭଣ୍ଡାରକୁ ନାରୀ କବିଙ୍କ ଅବଦାନ

ଓଡ଼ିଆ ବାଣୀ ଭଣ୍ଡାରକୁ ନାରୀ କବିଙ୍କ ଅବଦାନ



ସାହିତ୍ୟ ସମାଜ ଅନୁଶୀଳନରେ ସହାୟକ ହୋଇଥାଏ । ଧର୍ମ ଅର୍ଥ ମୋକ୍ଷ କାମ ପ୍ରାପ୍ତି ପାଇଁ ଓଡ଼ିଆ ସାହିତ୍ୟର ଅବଦାନକୁ ଉପେକ୍ଷା କରି ହେବ ନାହିଁ। ମାନବରେ ବୌଦ୍ଧିକ ଚେତନାର ପରିଚିତ ରୂପକାର ହିଁସାହିତ୍ୟ | ସାହିତ୍ୟରେ ହିଁ ସମାଜ ଦେଖି ହୁଏ । ମନୁଷ୍ୟର ଆଭ୍ୟନ୍ତରୀଣ ଓ ବାହ୍ୟସୌନ୍ଦର୍ଯ୍ୟର ବିକାଶ ସାଧନ ସାହିତ୍ୟ ମାଧ୍ୟମରେ ସଂଘଟିତ ହୋଇଥାଏ । ସତ୍ୟ-ଶିବ-ସୁନ୍ଦର ରଆରାଧନା ସାହିତ୍ୟ କୁ ରସାଳ ଓ ଶିକ୍ଷା ରୂପ କରିଥାଏ । ସାହିତ୍ୟର ସମୃଦ୍ଧି ନିମିତ୍ତ ନାରୀ ର ଭୂମିକା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ । ସାହିତ୍ୟ ଓ ନାରୀ ସମାଜଶଗଡ ର ଦୁଇଟି ଚକ ଭଳି। ସତେ ଯେପରି ଗୋଟିଏ ବୃନ୍ତର ଦୁଇ-କଳିକା ।ନାରୀ ହିଁ ସାହିତ୍ୟର ଜନନୀ ଯାହାର ଅନୁରାଗଫଲ ଗୁ ପ୍ରବାହ ରେ ସାହିତ୍ୟ ହୁଏ ରସାସିକ୍ତ । ବିନାଶ୍ରୟେନ ତିଷ୍ଠନ୍ତି କବିତା ବନିତା ଲତା ଏହାକୁ ଭୁଲର ରୂପକାର କରି ନାରୀ କବିଙ୍କ ଅବଦାନ ଓଡ଼ିଆ ବାଣୀଭଣ୍ଡାର ପାଇଁ ମହୋଷଧି ପାଲଟିଯାଇଛି ।
ପୁରୁଷ ପ୍ରାଧାନ୍ୟ ସମାଜରେ ନାରୀ କବିଙ୍କଅପୂର୍ବ ସାଫଲ୍ୟବାଣୀ ଭଣ୍ଡାରକୁ ଋଦ୍ଧିମନ୍ତ କରିପାରି ଛି।
ଉତ୍କଳ ମାତାର ସାରସ୍ଵତବାଣୀ ଭଣ୍ଡାରକୁ ରୂଦ୍ଧି ମନ୍ତ ରୂପଚିତ୍ର ପ୍ରଦାନରେ ଯେଉଁମାନେ ଅମରଲିଖନ ହୋଇଯାଇଛନ୍ତି ସେମାନଙ୍କ ମଧ୍ୟରେନାରୀ କବି ଡ. କୁନ୍ତଳା କୁମାରୀ ସାବତ ଅନ୍ୟତମ । ସତ୍ୟବାଦୀ ସାହିତ୍ୟରଜ୍ଜ୍ତ ଜିଲ୍ୟମାନ ଶିଖା ରୂପେ ତାଙ୍କର ରସ ସିକ୍ତଲେଖନୀ ଓଡ଼ିଆ ବାଣୀ ଭଣ୍ଡାରକୁ ଆଚ୍ଛନ୍ନ କରିପାରିଛି । ତାଙ୍କର ଶାଣିତ ଲେଖନୀ ମୁନ ରେ ଝଙ୍କୃତ ହୋଇଛି ଅଂଜଳି, ଅର୍ଚ୍ଚନା, ଉଚ୍ଛାସଭ୍ରାନ୍ତି, ପରଶମଣୀ / କାଳୀବୋହୁ, ନଅତୁଣ୍ଡୀ ‘, ରଘୁ ଅରକ୍ଷିତ, ଆହାନ, ପ୍ରେମଚିନ୍ତାମଣି, ଗଡ଼ଜାତ କୃଷକ, ମଣିକାଂଚନ / ଜୀବନ୍ତ ଓ ଅମୀୟ ଧାରାର ପରିତୃପ୍ତ ତା। ଜାତୀୟତା ବୋଧ ର ପ୍ରେମ ନିଶାଣରେ ଶଦ୍ଧାୟିତ କରି ଓଡ଼ିଆ ସାହିତ୍ୟକୁ ଚମକାଇ ଦେଇଥିଲେ ା
ତାରା ପ୍ରତି କବିତା ଥିଲା ସାହିତ୍ୟ କୁ ଏକ ଅନ୍ୟ ବଦ୍ୟଦା ନ। ଆଶା ପତ୍ରିକା ରେ ସେ ଗାଇଥିଲେ –
ଓଡ଼ିଆ ଏଥର ମଣିଷ ହୁଅ
ସହିଲଣି ବହୁ କଷଣ ବିପତ୍ତି
ନିଜ ଗୋଡ଼େ ଏବେ ଛିଡା ହୁଅ …….
ଜ୍ଞାନ ବୁଦ୍ଧି , କୌଶଳର ପରିତୃପ୍ତତା ମଧ୍ୟରେ ନାରୀ କବି ପୁରୁଷଙ୍କୁ ପଛରେ ପକାଇ ସାହିତ୍ୟ ଆକାଶକୁ କରିଥିଲେରୁଦ୍ଧି ମନ୍ତପୁଷ୍ପ ବାଟିକାର ମହମହ ବାସ୍ନାରେସୁଶୋଭିତ । ସାହିତ୍ୟରେ ନୈପୁଣ୍ୟ ପ୍ରଦର୍ଶନରେ କ୍ଷମ ହୋଇଛନ୍ତି ।
ଓଡ଼ିଶାର ରାଜନୀତି ଓ ସାହିତ୍ୟ ଆକାଶରେ ଚିରପରିଚିତା ନନ୍ଦିନୀ ଶତପଥୀ ଏକ ସୁ ପ୍ରତିଷ୍ଠିତ ଯଶା ା ତାଙ୍କ ପିତାଙ୍କର ସବୁଜ ସାହିତ୍ୟ ପ୍ରବର୍ତ୍ତକଙ୍କ ପ୍ରେରଣା ରେ ସେ ମଧ୍ୟ ଥିଲେ ଓଡିଆ ସାହିତ୍ୟର ସୁତ୍ରଧର । ଛାତ୍ରୀ ଜିବନରୁ କବିତାଓପ୍ରବନ୍ଧ ରଚନା କରିଥିଲେ ସୁଦ୍ଧା ରାଜନୈତିକ ବ୍ୟସ୍ତତା ହେତୁ ସାରସ୍ଵତବାଣୀ ଭଣ୍ଡା ର ଶକ୍ତିଶାଳୀ ହୋଇଥିଲା ।ରଚନାବଳୀ ମଧ୍ୟରୁ କ୍ଷୁଦ୍ରଗଳ୍ପ କେତୋଟି କଥା ଓ (ସପ୍ତଦଶୀ) । ଅନୁଦିତ କୃତି ଗାନ୍ଧୀଙ୍କ କଥାମୃତଯାହାକି କେନ୍ଦ୍ର ସାହିତ୍ୟ ଏକାଡେମୀ ଦ୍ବାରା ପୁରସ୍କୃତ ହୋଇଛି । ସାହିତ୍ୟ ଭାରତୀ ସମ୍ମାନର ଅଧିକାରିଣୀ ହୋଇଥିଲେ ସେ । ଏହିଗଳ୍ପରେ ନାରୀ ରସ୍ଵାଭିମାନ, ବୀରତ୍ୱ, ଓ ଦେଶ ପାଇଁ ଆତ୍ମବଳୀ ଦାନ, ହିଂସା ପ୍ରମତ୍ତ ଯୁଦ୍ଧ ଖୋର ମଣିଷ ର ପରିବର୍ତ୍ତନ ବେଶ ଚମତ୍କାର ଭାବେ ବର୍ଣ୍ଣିତ ହୋଇଛି ା
ଠିକ ସେହି ଭଳି ରାଜନୀତି ତଥା ନାରୀ ନେତ୍ରୀର ମା ଦେବୀ ଜାତିୟତାବାଦ ଓ ସ୍ଵାଧିନତା ପାଇଁ ସର୍ବସ୍ଵତ୍ୟାଗ କରି ନାରୀ ଜାତି ପାଇଁ ଏକ ଆଦର୍ଶ ବୋଧତା ସୃଷ୍ଟି କରିବାରେ ଯାହାର ଜୀବନିପରି ୟୁତ | ଜଣେ ତ୍ୟାଗୀ ଦେଶ ପ୍ରେମୀ, ସଂସ୍କାରକ, ସ୍ଵଦେଶ ବତ୍ସଳ ଥିଲେ । ଆତ୍ମଜୀବନୀ ରଚନା କରି ତାହା ଜୀବନମାଧ୍ୟମରେ ସେ ଓଡ଼ିଶାର ସାମାଜିକ, ରାଜନିତିକ ଇତିହାସ ସଂବଧ ରେ ଅନେକ ତଥ୍ୟ ପ୍ରଦାନ କରିଅଛନ୍ତି। ଯେତେବେଳେ ଆମ ରାଜ୍ୟରେ ଶିକ୍ଷାର ବିଶେଷ ପ୍ରସାର ଘଟିନ ଥିଲା 6 ସହି ସମୟରେ ଜଣେ ନାରୀ କିପରି ଦେଶ ଓ ଜାତିର ପ୍ରଗତି ପାଇଁ ସାହସ ର ସହ ଏକ ଉଦାହରଣ ସୃଷ୍ଟି କରାଇ ଅଛନ୍ତି । ଜୀବନ ପଥେ ଆତ୍ମଜୀବନୀ ତାଙ୍କର ଶ୍ରେଷ୍ଠ କୃତୀ |
ସ୍ଵାଧିନତା ପରବର୍ତ୍ତୀ ସମୟରେ ଓଡ଼ିଆ ବାଣୀ ଭଣ୍ଡାର କୁରୁଦ୍ଧି ମନ୍ତ ଲେଖନୀ ରେ ନି ଝୁମକରିଥିଲେ ବିଦ୍ୟୁତ ପ୍ରଭାଦେବୀ । ସ୍ଵଦେଶ ପ୍ରୀତି, ସାଂସ୍କୃତିକ ଚେତନା, ଜୀବନ ବୋଧ , ଆଧ୍ୟତ୍ମିକତାର ପରିସ୍ଫୁଟନ ତାଙ୍କ ଲେଖନୀ ରେ ଫୁଟି ଉଠିଛି| ତାଙ୍କ ସ୍ବରଚିତ କବିତା ସବିତା, ଉତ୍କଳ ସାରସ୍ଵତ ପ୍ରତିଭା, କନ କାଞ୍ଜଳି, ମରୀଚିକା, ବିହାୟ ସୀ , ଝରା ଶେଫାଳୀ ସ୍ଵପନଦୀପ, କାକଳି ‘, ଯାହାକୁ ଯିଏ, . ସଂଚୟନ.ମାଟି ପାଣି ପବନ ସାହିତ୍ୟ ଜଗତକୁ ମହାନତା ର ଦାନ |ସଂଚୟନପୁସକ ପାଇଁ ଓଡ଼ିଆ ସାହିତ୍ୟ ଏକାଡେମୀ ଦ୍ବାରା ପୁରସ୍କୃତ ହୋଇଛନ୍ତି ା
ମନୁଷ୍ୟର ସୁପ୍ତଦିଦ୍ୟ ଚେତନା କୁ ଶତତ ଜାଗ୍ରତ କରାଇବା ହିଁ ତାଙ୍କର ଲେଖନୀର ଆଧାର ହୋଇଛି । ସେହିଭଳି ଭାବରେ ସ୍ଵାଧିନତା ଆନ୍ଦୋଳନର ସୁତ୍ର ଧର ସାଜି ସାରଳା ଦେବୀ ସାହିତ୍ୟର ଏକ ନୁତନ ଇତିହାସ
ରଚନାରେ ବ୍ରତୀ ହୋଇଥିଲେ ।ସମାଜରେ ସଂସ୍କାର ଓ ନାରୀ ମାନଙ୍କ ଅଧିକାରକୁ ପ୍ରତୀତ କରିବା ପାଇଁ ତାଙ୍କ ଲେଖନୀ ହୋଇଥିଲା ଚଳଚଂଚଳ ।୧୯୩୬ ଏପ୍ରିଲ ମାସରେ ସେ ଜଣେ ରାଜନିତିଜ୍ଞ ଭାବେ ପରିଚିତ ହୋଇଥିଲେ ।ତାଙ୍କ ରଚନାବଳୀ ମଧ୍ୟରେ ବିଶ୍ଵବି ପ୍ଲ ବ
, ଉତ୍କଳ ନାରୀ ସମସ୍ୟା, ‘ନାରୀର ଦାବୀ, ଭାରତୀୟ ମହିଳା ପ୍ରସଂଗ ।/ ଓ ବୀର ରମଣୀ ସାହିତ୍ୟ ଜଗତରେ ଏକ ନୁତନ ବିଭ ବର ମହକରେ ସୁଶୋଭିତ ହୋଇଛି । ଏଥି ସହିତ ନାରୀ କବି ଅପର୍ଣ୍ଣା ଦେବୀ ଓଡିଆ ବାଣୀ ଭଣ୍ଡାରକୁ ନିଜର ଲେଖନୀ ରେ ସୁଧନ୍ୟାଇନ୍ଦୁମତି ମାଧ୍ୟମରେ
ନାରୀର କର୍ତ୍ତବ୍ୟ ବୋଧର ପରିଚୟ ଦେବାକୁ ଯାଇ ବର୍ଣ୍ଣନା କରିଛନ୍ତି
ନାରୀର କର୍ତ୍ତବ୍ୟ ବସୁମତି ପରି
ସମସ୍ତ କଷଣ ସହି
ପୁରୁଷ ମଂଗଳ କାର୍ଯ୍ୟେହେବବ୍ରତୀ
ଛାୟାପରି ପାଶେ ରହି।।
ଆଧୁନିକ ସାହିତ୍ୟ ଜଗତରେ ଡ.ପ୍ରତିଭା ରାୟ ନିଜର ଯାଜ୍ଞସେନୀ ରଚନା ମାଧ୍ୟମରେ ଜଗତରେ ଏକ ବିପ୍ଲବାତ୍ମକ ଭାବମୟ ପରିବେଶ ସୃଷ୍ଟି କରାଇ ଅଛନ୍ତି । ପ୍ରତିଭା ଶତପଥୀ ସାହାଡା ସୁନ୍ଦରୀ, ଆମ କବିତା / , ଧୂଳି ଇତ୍ୟାଦି ରଚନା ଦ୍ବାରା ଜନମାନସ କୁ ସ୍ୱତନ୍ତ୍ରତା ପ୍ରଦାନରେ ବ୍ରତୀ ହୋଇଛନ୍ତି । ହିନ୍ଦୀ ରୁଓଡିଆ ଅନୁବାଦ ପାଇଁ ସେ ମଧ୍ୟ ସିଦ୍ଧହସ୍ତା । ଗଳ୍ପ କ୍ଷେତ୍ରରେ ବୀଣାପାଣୀ ମହାନ୍ତି, ଇନ୍ଦୁ ମିଶ୍ର, ଶକୁନ୍ତଳା ପଣ୍ଡା, ସୁନୀତି ମୁଣ୍ଡ, ମମତା ଚୌଧୁରୀ’ ଇତ୍ୟାଦିଙ୍କର ଲେଖନୀ ରଦାୟଦ ରୂପେ ସାହିତ୍ୟ ଏକ ମାଇଲଖୁଣ୍ଟରରୂପ କାରସାଜିଅଛି ।
ଓଡ଼ିଆ ସାହିତ୍ୟ ଅତି ଆଧୁନିକ ପର୍ବ ରେ ବ୍ୟକ୍ତି ସ୍ଵତନ୍ତ୍ରା, ଆତ୍ମ ଅୱେଷା ଓ ବାମାବାଦ ବିଶେଷ ଗୁରୁତ୍ଵ ନେଇ ଅଛି । ଆଧୁନିକ ନାମରେ ସାହିତ୍ୟର କେନ୍ଦ୍ରରୁ ମଣିଷକୁ ନିର୍ବାସନ କରାଗଲା । ଇତିହାସ ଓ ଆଦର୍ଶ ର ମୃତ୍ୟୁ ଘଟି ସାହିତ୍ୟ ହେଲା ଏକାନ୍ତ ବ୍ୟକ୍ତିଗତ ଚିନ୍ତା ଓ ଚେତନାର ରୂପ ବିନ୍ୟାସ । ପରଂପରାନୁସନ୍ଧାନ ଓ ତାର ପୁନଃ ସଂସ୍ଥାନ ଲୋକ।ନୁଷ ଙ୍ଗ ଓ ଲୋକାୟତ୍ତ ଚିନ୍ତାଧାରା ଗୁରୁତ୍ଵ ଲାଭ କରି ନାରୀ ରଲେଖନୀ ହେଲା ସାହିତ୍ୟର ନୂତନ ଜୀବନି ଶକ୍ତି । ଆଧୁନିକ ଓଡିଆ ସାହିତ୍ୟରେ ନାରୀ କବିଙ୍କର ଲେଖନୀ ଆଉ ପଛକୁ ଫେରି ନାହିଁ । ଆଗକୁ ଆଗକୁ ତାହା ଗତି କରି ଚାଲିଛି । ଜାତୀୟ ସଂପର୍କ ସହ ଆନ୍ତର୍ଜାତିକ ସଂପର୍କ ପ୍ରତିଷ୍ଠାରେ ନାରୀ ର ଲେଖନୀ ସୃଜନତାର ପରିପୂର୍ଣ୍ଣତା ଗ୍ରହଣ କରିବାରେ ଲାଗିଛି।ସାହିତ୍ୟର ସମସ୍ତ ବିଭାଗରେ ନାରୀର ସୃଜନଶୀଳତା ଲେଖନୀ ସ୍ପଷ୍ଟ ମୁଦ୍ରାଙ୍କ ବଜାୟ ରଖି ପାଠକ ର ହୃଦୟ ତାରା ରୂପେ ବିବେଚିତ ହୋଇପାରିଛି ।
ନାରୀ କବିଙ୍କର ଲେଖନୀ ଧାରା ଓଡ଼ିଆ ଭାଷାର ଅମୂଲ୍ୟ ସଂସଦ ଓ ଓଡିଆ ଜାତିର ଆତ୍ମ ପରିଚୟ ତାର ବାର୍ତ୍ତାବହନ କରିଛିଏ କଥା କହିଲେ ସତ୍ୟର ଅପଳାପ ହେବ ନାହିଁ ।
ନାରୀର ଲେଖନୀ ଶାଣିତ ହୋଇଲେ
ଜଗତ ମଂଗଳ ପ୍ରାପ୍ତି
ନାରୀ ପରା ଅଟେ ଜଗତର ସ୍ରଷ୍ଟା
ସଦା ନାରୀ ଜୟ ମୁକ୍ତି ।।
ଜୟ ଜଗନ୍ନାଥ



ଅଶୋକ କୁମାର ପତି (ସାଂବାଦିକତାରେ ସ୍ନାତକୋତ୍ତର)
ଖଂକି ରା
ଗଁ ଦିଆ
ଢେଙ୍କାନାଳ -୭୫୯୦୧୬
ମୋ-୬୩୭୦୬୯୫୯୨୧

Loading

One thought on “ପଢନ୍ତୁ ଅଶୋକ କୁମାର ପତି ଙ୍କ ପ୍ରବନ୍ଧ ଓଡ଼ିଆ ବାଣୀ ଭଣ୍ଡାରକୁ ନାରୀ କବିଙ୍କ ଅବଦାନ

Leave a Reply

Your email address will not be published. Required fields are marked *