* ପ୍ରବନ୍ଧ – ଓଡ଼ିଆ ଭାଷା ଓ ନାରୀ *
“ଏଇ ଦେଶ ଯେବେ ଫିରିଙ୍ଗି କବଳେ
ହୋଇଥିଲା ଜୀର୍ଣ୍ଣ ଶୀର୍ଣ୍ଣ,
ଏହି ନାରୀ ସାଜି ମୁକତି ର ଦେବୀ
ଫେରାଇ ଥିଲା ସମ୍ମାନ ||
ଓଡ଼ିଆ ଭାଷା ସାହିତ୍ୟ ବହୁ ପ୍ରାଚୀନ | ଏହି ଓଡ଼ିଆ ଭାଷା ସାହିତ୍ୟକୁ ସମୃଦ୍ଧ କରିବା ପାଇଁ ଅନେକ ଲେଖକ, ଗାଳ୍ପିକ, କବି, ପ୍ରାବନ୍ଧିକ, ସର୍ବଦା ଆପ୍ରାଣ ଉଦ୍ୟମ କରି ଆସିଛନ୍ତି | ସାରା ଭାରତ ବର୍ଷ ରେ ଓଡ଼ିଆ ଭାଷା ଯେଉଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛି ଏହା କେବଳ ଲେଖକ, ଗାଳ୍ପିକ ତଥା କବି ମାନଙ୍କ ଦ୍ୱାରା ନୁହେଁ ବରଂ ଏଥିରେ କବୟିତ୍ରୀ ମାନଙ୍କର ମଧ୍ୟ ଅବଦାନ ରହିଛି | ଯେହେତୁ ସମାଜ ନାରୀ ମାନଙ୍କୁ ଅବଳା, ଦୁର୍ବଳା ମନେ କରେ ତେଣୁ ସେମାନଙ୍କ ପ୍ରତିଷ୍ଠିତ ହୋଇପାରେ ନାହିଁ | ସେହିଭଳି କବୟିତ୍ରୀ, ଯେଉଁମାନେ ଓଡ଼ିଆ ଭାଷା
ସାହିତ୍ୟକୁ ସର୍ବାଗ୍ରେ ଅବସ୍ଥାପିତ କରିବା ପାଇଁ ଉଦ୍ୟମ କରିଛନ୍ତି ସେମାନେ ହେଲେ, “କୁନ୍ତଳା କୁମାରୀ ସାବତ, ପ୍ରତିଭା ଶତପଥୀ, ନନ୍ଦିନୀ ଶତପଥୀ, ପ୍ରତିଭା ରାୟ, ସରଳା ଦେବୀ, ରମା ଦେବୀ ଚୌଧୁରୀ, ସରୋଜିନୀ ସାହୁ” |
ଆଧୁନିକ ଓଡ଼ିଆ ଭାଷା ସାହିତ୍ୟ ଜଗତର ପ୍ରଥମ ନାରୀ କବି ଭାବେ ଯେ ଅଧିଷ୍ଠତ ସେ ହେଉଛନ୍ତି ଡ.କୁନ୍ତଳା କୁମାରୀ ସାବତ | ସେ କେବଳ ଜଣେ କବୟିତ୍ରୀ ନୁହନ୍ତି ସେ ପରାଧୀନ ସମୟର ଜଣେ ସ୍ୱାଧୀନତା ସଂଗ୍ରାମୀ ମଧ୍ୟ | ତାଙ୍କ ରଚିତ ସମସ୍ତ ଲେଖା ଗୁଡିକ ଓଡିଶା ବାସୀଙ୍କ ମନରେ ସ୍ୱାଧୀନତା ପ୍ରାପ୍ତି ର ଉନ୍ମାଦନା ସୃଷ୍ଟି କରିଥିଲା | ଓଡ଼ିଆ ଭାଷା ସାହିତ୍ୟ କୁ ସମସ୍ତ ଅବଦାନ ଗୁଡିକ ବାଲ୍ୟ ବିବାହ ପ୍ରଥା, ନାରୀ ଶିକ୍ଷା, ଜାତି ପ୍ରଥା, ଉଛେଦ ତଥା ଅନେକ ଅନ୍ଧ ବିଶ୍ୱାସ କୁ ଦୂରୀଭୂତ କରିବା ପାଇଁ ଏକ ବିଶାଳ ମାଇଲ ଖୁଣ୍ଟ ଭାବେ କାର୍ଯ୍ୟ କରିଥିଲା | ତାଙ୍କ ରଚିତ କବିତା ମଧ୍ୟ ରେ “ଶେଫାଳୀ ପ୍ରୀତି ” ପ୍ରଶଂସା ପାତ୍ର ହୋଇ ପାରିଥିଲା |
ଓଡ଼ିଆ ଭାଷା ସାହିତ୍ୟ ଜଗତରେ ଆଉ ଜଣେ ନାରୀ କବି ଭାବେ ସୁଖ୍ୟାତିସମ୍ପର୍ନା ଡ. ପ୍ରତିଭା ଶତପଥୀ ଯେ ବହୁ ସୁନାମ ଅର୍ଜନ କରିଛନ୍ତି | ଓଡ଼ିଆ ଭାଷା ସାହିତ୍ୟ ର କବିତା ଜଗତ କୁ ଅନେକ କୃତି ପ୍ରଦାନ କରିଛନ୍ତି | କୃତି ଗୁଡିକ ମଧ୍ୟ ରେ, ” ଆମ କବିତା, ସାହାଡ଼ା ସୁନ୍ଦରୀ, ଶବରୀ, ତନ୍ମୟ ଧୂଳି ” ପ୍ରଭୃତି ଅମ୍ଲାନ କୃତି | ତାଙ୍କର ଲେଖାରେ ଏଭଳି ସୌନ୍ଦର୍ଯ୍ୟତା, ମାଧୁର୍ଯ୍ୟ, ଅଳଙ୍କାର ରେ ପରିପୂର୍ଣ୍ଣ ଥିଲା ଯେ, ଯେକୌଣସି ପାଠକ ମନରେ ଶାନ୍ତିର ବହ୍ନି ସୃଷ୍ଟି କରି ପାରିବ | ତତସହିତ ବହୁ ପୁସ୍ତକ କୁ ହିନ୍ଦୀରେ ମଧ୍ୟ ଅନୁବାଦ କରିବାରେ ଥିଲେ ସ୍ୱତଃ ସିଦ୍ଧ | ତାଙ୍କର ଏହିସବୁ ଅବଦାନ ନିମନ୍ତେ ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ମଧ୍ୟ ହୋଇ ପାରିଥିଲେ |
ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ତଥା ଜଣେ ଦକ୍ଷ ଲେଖିକା ଶ୍ରୀମତୀ ନନ୍ଦିନୀ ଶତପଥୀ ଓଡ଼ିଆ ଭାଷା ସାହିତ୍ୟ ଜଗତ ପାଇଁ ଆପ୍ରାଣ ଉଦ୍ୟମ କରି ଆସିଥିଲେ |
ତାଙ୍କର ଏହି ରଚନା ପାଇଁ ସାହିତ୍ୟ ଭାରତୀ ସମ୍ମାନ ର ମଧ୍ୟ ହୋଇ ପାରିଥିଲେ | ସେ ତାଙ୍କ ଜୀବନ କାଳ ମଧ୍ୟ ରେ ଅନେକ ଅନୁବାଦ କାର୍ଯ୍ୟ କରିଥିଲେ |
ଡ. ପ୍ରତିଭା ରାୟ ଜ୍ଞାନ ପୀଠ, ମୋର୍ତି ଦେବୀ, ତଥା ପଦ୍ମଶ୍ରୀ ପ୍ରାପ୍ତ ଜଣେ ସୁଦକ୍ଷ ନାରୀ | ତାଙ୍କ ରଚନା ଓଡ଼ିଆ ସାହିତ୍ୟ ଜଗତ କୁ ରୁଧିମନ୍ତ କରିବାରେ ସମର୍ଥ | “ମୋକ୍ଷ, ମହାରାଣୀ ପୁତ୍ର, ଉଲଂଘନ, ମହାମୋହ, ପ୍ରଭୃତି ସୃଷ୍ଟି ସାହିତ୍ୟ ଜଗତର ଏକ ସୁନାମଧମ୍ୟ ସୃଷ୍ଟି |
ଜଣେ ସମାଜ ସେବୀ, ସ୍ୱାଧୀନତା ସଂଗ୍ରାମୀ ଓ ଜଣେ ଲେଖିକା ଭାବେ ଖ୍ୟାତି ଅର୍ଜନ କରିଥିବା ଶ୍ରୀମତୀ ରମା ଦେବୀ ଚୌଧୁରୀ ଓଡ଼ିଆ ସାହିତ୍ୟ ଜଗତର ଏକ ଅପୂରଣୀୟ ସ୍ଥାନ ଅଧିକାର କରି ଯାଇଛନ୍ତି | ସମାଜରେ ଶୃଙ୍ଖଳା, ସଚେତନତା ପାଇଁ ସେ ଲେଖନୀ ଚାଳନା କରି ବହୁ ପ୍ରଶଂଶିତ ହୋଇ ପାରିଥିଲେ | ଓଡ଼ିଆ ସାହିତ୍ୟ ଜଗତ କୁ ତାଙ୍କର ଅବଦାନ ଅତୁଳନୀୟ | ତାଙ୍କର ଏକ ଆତ୍ମଜୀବନୀ “ମୋ ଜୀବନ ପଥେ ” ଆଜିବି ପାଠକ ମାନଙ୍କ ମନରେ ସଂଘର୍ଷ କରିବା ର ବହ୍ନି ସୃଷ୍ଟି କରି ପାରୁଛି | ତାଙ୍କ ଉଦେଶ୍ୟ ରେ ଓଡ଼ିଶାର ଭୁବନେଶ୍ୱର ଠାରେ ଏକ ମହିଳା ମହାବିଦ୍ୟାଳୟ ସ୍ଥାପନ କରାଯାଇଛି | ଯାହାର ନାମ ହେଉଛି ରମା ଦେବୀ ସ୍ୱୟଂ ଶାସିତ ମହିଳା ମହାବିଦ୍ୟାଳୟ | ନାରୀ ଶିକ୍ଷା ର ପ୍ରସାର ପାଇଁ ତାଙ୍କର ଉଦ୍ୟମ ବାସ୍ତବିକ ବେଶ ପ୍ରଶଂସନୀୟ |
ଅନେକ ସମ୍ମାନ, ପୁରସ୍କାର, ଅଧିକାରିଣୀ ସରୋଜିନୀ ସାହୁ ସାହିତ୍ୟ ଜଗତକୁ ଅନେକ ରଚନା ପ୍ରଦାନ କରିଛନ୍ତି | ଯାହାକି ସାହିତ୍ୟ ଜଗତର ସମୃଦ୍ଧି ନିମନ୍ତେ ନିଶ୍ଚୟ ସହାୟକ ହେବ| ସେ ଏକା ଧାରା ରେ ଜଣେ ଔପନ୍ୟାସିକ, କବି, ପ୍ରାବନ୍ଧିକ, | ତାଙ୍କ ରଚିତ ରଚନା ଗୁଡିକ ମଧ୍ୟ ରେ, ” ମହାଯାତ୍ରା, ଗମ୍ଭୀରି ଘର, ପାଠକ ମାନଙ୍କ ବେଶ ପ୍ରଶଂସନୀୟ | “ସାହିତ୍ୟ ଏକାଡେମୀ, ଝଙ୍କାର, ପ୍ରଜାତନ୍ତ୍ର ପ୍ରଭୃତି ପୁରସ୍କାର ପ୍ରାପ୍ତ ଅଟନ୍ତି ଏହି ମହିୟସୀ ମହିଳା | ତାଙ୍କର ଅବଦାନ ସାହିତ୍ୟ ଜଗତ କୁ ସର୍ବୋତ୍ତମ |
ଓଡ଼ିଆ ସାହିତ୍ୟ ଜଗତ ସର୍ବ ଶ୍ରେଷ୍ଠ ଓ ସର୍ବୋତ୍ତମ ଅଟେ | ଏହି ଓଡ଼ିଆ ଭାଷା ସାହିତ୍ୟ କୁ ସମୃଦ୍ଧ କରିବା ନିମନ୍ତେ ଯେଉଁ ସବୁ ନାରୀ କବି, ଗାଳ୍ପିକ, ପ୍ରାବନ୍ଧିକ ଙ୍କ ହସ୍ତ ରହିଛି ସେମାନେ ସର୍ବଦା ଚିର ନମସ୍ୟ | ସେହି ମାନଙ୍କ ନିଷ୍ଠା ବଳ ରେ ଓଡ଼ିଆ ଭାଷା ବିଶ୍ୱ ଦରବାର ରେ ନିଜର ପରିଚୟ ସୃଷ୍ଟି କରି ପାରିଛି | କେବଳ ପୁରୁଷ ନୁହେଁ ନାରୀ ମଧ୍ୟ ସମସ୍ତ କ୍ଷେତ୍ର ରେ ପ୍ରବୀଣ ଅଟେ | ନାରୀଙ୍କୁ କେବେ ମଧ୍ୟ ନ୍ୟୁନ ମଣିବା ଉଚିତ ନୁହେଁ | ସେ ମଧ୍ୟ ସବୁ କ୍ଷେତ୍ର ରେ ତା’ର ପାରଦର୍ଶୀତା ଦେଖାଇପାରେ | କେବଳ ସେମାନଙ୍କୁ ସାହାଯ୍ୟ ଓ ସହଯୋଗ ଆବଶ୍ୟକ | ସେଥିପାଇଁ ଯଥାର୍ଥ ରେ କୁହାଯାଏ –
“ପୁରୁଷ ହାତରେ ହାତ କୁ ମିଳାଇ,
ନାରୀ ହୁଏ ଅଗ୍ରସର,
ଅସମ୍ଭବ କାର୍ଯ୍ୟ ସମ୍ଭବ ହୁଅଇ,
ଦେଖିବ ସାରା ସଂସାର “|
ନାମ -ଅରୁଣ କୁମାର ଦତ୍ତ
ଠିକଣା -ମାଣିଆବନ୍ଧ, ବଡମ୍ବା, କଟକ
1,530 total views, 1 views today
Amazing,,
ଧନ୍ୟବାଦ
Nice