March 21, 2023
11 11 11 AM
ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ
ନିଵେଦନ – ଅଶୋକ କୁମାର ପତି
ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ
ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ
ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା
ମୋ ଜୀବନ – ହେମନ୍ତ କୁମାର ସାହୁ ‌
ଶୀତ – ଶ୍ରୀମତୀ କୃଷ୍ଣା ଦାସ
ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ
ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ
ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ
ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ
କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ
ଦୁହିତା – ସୀମାଞ୍ଚଳ ପଣ୍ଡା
ହେ ଈଶ୍ବର – ଡଃ ପ୍ରିୟମ୍ବଦା ସାମଲ
ବିଶ୍ବ ମହିଳା ଦିବସ – ଭାସ୍କର ରାଉତ
ଆସ ପାଳିବା ମହିଳା ଦିବସ – ଡଃ ପ୍ରିୟମ୍ବଦା ସାମଲ
କିଏ ଶୁଣିବ-ଜୀବନ ପ୍ରଦୀପ ପ୍ରଧାନ
ଅତ୍ୟାଚାରୀ ମଣିଷ-ପଦ୍ମାବତୀ ସ୍ୱାଇଁ
ନର ରାକ୍ଷାସ-ମମତା ବାରିକ୍
ମରୀଚିକା – ମଧୁସ୍ମିତା ରାଉତ
Latest Post
ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ ନିଵେଦନ – ଅଶୋକ କୁମାର ପତି ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା ମୋ ଜୀବନ – ହେମନ୍ତ କୁମାର ସାହୁ ‌ ଶୀତ – ଶ୍ରୀମତୀ କୃଷ୍ଣା ଦାସ ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ ଦୁହିତା – ସୀମାଞ୍ଚଳ ପଣ୍ଡା ହେ ଈଶ୍ବର – ଡଃ ପ୍ରିୟମ୍ବଦା ସାମଲ ବିଶ୍ବ ମହିଳା ଦିବସ – ଭାସ୍କର ରାଉତ ଆସ ପାଳିବା ମହିଳା ଦିବସ – ଡଃ ପ୍ରିୟମ୍ବଦା ସାମଲ କିଏ ଶୁଣିବ-ଜୀବନ ପ୍ରଦୀପ ପ୍ରଧାନ ଅତ୍ୟାଚାରୀ ମଣିଷ-ପଦ୍ମାବତୀ ସ୍ୱାଇଁ ନର ରାକ୍ଷାସ-ମମତା ବାରିକ୍ ମରୀଚିକା – ମଧୁସ୍ମିତା ରାଉତ

ପଢନ୍ତୁ ଅଭିମନ୍ୟୁ ପ୍ରଧାନ ଙ୍କ ଗଳ୍ପ ଅନୁଭବ ର ଠାକୁର

ଅନୁଭବ ର ଠାକୁର

ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଅପୂର୍ବ ଲୀଳା ।କେତେବେଳେ ସେ କେଉଁ ରୂପରେ କେଉଁ ଲୀଳା କରନ୍ତି ।ତାହା ଆମ ସମସ୍ତଙ୍କୁ ଅଗୋଚର ।କିନ୍ତୁ ଆଜି ବି ମୋର ସେ ଦିନ କଥା ମନେପଡିଗଲା ଠାରୁ ମୋ ଆଖିରୁ ଲୁହ ଧାର ଧାର ହେଇ ଝରି ପଡୁଛି ।ଆଜିକୁ ପ୍ରାୟ ଆଠ ବର୍ଷ ତଳର କଥା ସେଦିନ ରବିବାର ହୋଇଥାଏ ମୁଁ ଆଉ ମୋ ସାଙ୍ଗ ଦୁଇଦିନ ପୂର୍ବରୁ କଥା ହେଇଥିଲୁ ଆମେ ଦୁହେଁ ମଟରସାଇକେଲ ନେଇ ପୁରୀ ଯିବା ପାଇଁ ।ସେଦିନ ଠିକି ସକାଳୁ ସକାଳୁ ଉଠି ଗାଧୁଆ ପାଧୁଆ ସାରି ଆମେ ଦୁହେଁ ବାହାରି ପଡ଼ିଲୁ ପୁରୀ ଯିବା ପାଇଁ ଟେଲର ପାଖରୁ ଆଣିଥିବା ନୂଆସାର୍ଟ ପିନ୍ଧି ଦେଇ ।ବୋଉ କୁ କହିଲି ବୋଉ ମୁଁ ପୁରୀ ଯାଉଛି ତୋର କଣ ଦବାର ଅଛି ଯଦି ମୋତେ ଦେ ।ବୋଉ ବି ଏତେ ତରବରରେ କଣ ଆଉ ଦବ ।ପାଖ ପଡିଶା ଘରକୁ ଯାଇ କୋଡିଏ ଟଙ୍କା ଦେଇ ଦୁଇଟି ନଡ଼ିଆ ଆଣି ମୋତେ ଦେଇ କହିଲା।ନେ ଏହି୧୫୦ ଦେଢ଼ସହ ଟଙ୍କା କିଛି ଭୋଗ କରିଦେବୁ ତୁ ଯଦି ଯିବାର କଥା ମୋତେ ଆଗରୁ କହିଥିଲେ ମୁଁ ଆଉ କାହା କତିରୁ ଆଉ କିଛି ଟଙ୍କା ଆଣିଥାନ୍ତି।ଏତେ ବାଟ ଯିବୁ ଟଙ୍କା ପାଖରେ ଥିଲେ ଭଲ।ଯେତେ ହେଲେ ବୋଉ ର ମନଟା ଜମାରୁ ବୁଝୁନଥିଲା ସାଂଗେ ସାଂଗେ ଯାଇ ଆଉ କାହା ପାଖରୁ ୫୦ଟଙ୍କା ଆଣି ହାତରେ ଧରେଇ ଦେଇ କହିଲା ତମେ ଦୁଇ ଜଣ ଭଲରେ ଯିବ ଭଲରେ ଖାଇବ ଆଉ ଆସିଲା ବେଳେ ସାଙ୍ଗରେ ଟିକେ ନିର୍ମାଲୀୟ ଆଣିବ।ଯିବାକୁ ବାହାରିବା ସମୟ ରେ ବୋଉ ସାଂଗେ ସାଂଗେ କହିଲା ଗଲା ବେଳେ ଠାକୁର ଘରେ ମୁଣ୍ଡିଆଟେ ମାରିଦେଇ କିରି ଯାଅ ।
ତାହାପରେ ଆମେ ଦୁଇ ଜଣ ଗୋଟିଏ ବେଗେରେ ନଡ଼ିଆ ପୁରେଇ ଦେଇ ବାହାରି ପଡ଼ିଲୁ ଶ୍ରୀକ୍ଷତ୍ର ପୁରୀ ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ମନରେ ବହୁତ ଆନନ୍ଦ ଆସୁଥାଏ।ଆମେ ଦୁଇ ସାଙ୍ଗ କଥା ହେଉଥାଏ ମୁଁ କିଛି ବାଟ ଚଳେଇବି ଆଉ ତମେ କିଛି ବାଟ ଚଲେଇବ ଏମିତି ଏହା କହି ଆମେ ଆଗକୁ ଚାଲିବାକୁ ଲାଗିଲୁ।ଗାଁ ରୁ ବାହାରି ଯାଇ ଅନ୍ୟ ଗାଁ ରାସ୍ତା ଦେଇ ଯାଉଥିବା ବେଳେ ହଠାତ ତ୍ ଗୋଟେ ଗାଈ ଆମ ଆଗରେ ପଶିଗଲା ରାସ୍ତା ସେପାଖେ ଛୋଟ ନାଳ, ନାଳ ସେପାଖ ଛୋଟ କଅଁଳା ବାଛୁରୀ ଟିଏ ମାଆର କ୍ଷୀର ଖାଇବାକୁ ଭାରି ଡହଳ ବିକଳ ହେଉଥାଏ।ଏପଟେ ମାଆ ତାର ବନ୍ଧାହେଇ ରାସ୍ତା କଡ଼ରେ ଚାରୁଛି।ଯେତେ ହେଲେ ମାଆର ମନ ଛୁଆ ପାଖରେ ଥାଏ।ଛୁଆଟିର ଡାକ ଶୁଣି ମାଆ ଯେତେ ବେଳେ ଛୁଆଟି ପାଖକୁ ଏପଟରୁ ସେପଟକୁ ଯାଇଛି।ଠିକି ସେହି ସମୟରେ ଆମ ମଟର ସାଇକେଲ ରେ ଧକ୍କା ଆମେ ଦୁଇ ସାଙ୍ଗ ତଳେ ପଡ଼ିଗଲୁ ବେଗରୁ ନଡ଼ିଆ ବାହାରି ଯାଇ କିଛି ଦୂରରେ ପଡିଥାଏ।ଆମେ ଦୁଇ ସାଙ୍ଗ ବି ଖଣ୍ଡିଆ ଖାପରା ହେଇଯାଇଥାଉ।ତଥାବି ଆମେ ମନକୁ ଆମେ ଦୁର୍ବଳ ନ କରି ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବୁ ବୋଲି ଫୁଣି ଆଗେଇ ଚାଲିଲୁ।
ଏମିତି ଯିବା ବାଟରେ ଜାତୀୟ ରାଜପଥକୁ ଉଠିବାକୁ କିଛି ମିଟର ବାକି ଅଛି।ଆଖି ପିଛୁଳାକେ ମାଡ଼ିଆସିଲା ଟ୍ରକ ପିଟିହେଇିଗଲା ରାସ୍ତା କଡରେ ଥିବା ଗଛ ଦେହରେ।ଆମ ପାଖରୁ୧୦,୨୦’ ଫୁଟ ଦୂର ମାତ୍ର।ହୁଏତ ଆମେ ଦୁଇଜଣ ଯଦି ସେ ଗୋମାତା’ପାଖରେ କିଛି ସମୟ ନ କାଟିଥାନ୍ତୁ।ହୁଏତ ଆମେ ଏ ଦୁନିଆରେ ଆଜି ଆଲୋକ ଦେଖି ପାରିନଥାନ୍ତୁ।କଥାରେ ଅଛି ପୁରୁଖା ଲୋକ ପାଖରୁ ଶୁଣୁଛି।ଈଶ୍ୱର ଯାହା କରନ୍ତି ପ୍ରାଣୀର ମଙ୍ଗଳ ପାଇଁ ,ଆଜି ବି ସେ କଥା ମନେ ପଡିଗଲେ ମୋ ଦେହର ରୁମଗୁରା ଟାଙ୍କୁରିଉଠୁଛି।ସତରେ ସେ ଗୋମାତା’ନଥିଲେ ପ୍ରଭୁ ଶ୍ରୀ ଜଗନ୍ନାଥ ଆମକୁ ଗୋମାତା’ରୂପରେ ଆମକୁ ରକ୍ଷା କଲେ।ତା ପରେ ଜଣେ ମଉସା ଆସି ଆମ ଦୁଇ ଜଣଙ୍କୁ ପଚାରିଲେ କୁଆଡେ ଯିବ ବୋଲି ଆମେ ପୁରୀ କହିବାରୁ ସେ ଆମ ଦୁଇଜଣ କୁ କହିଲେ ତମେ ଦୁଇ ଜଣ ଛତିଆ ବଟ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରି ତୁମ ଘରକୁ ଫେରିଯାଅ ପ୍ରଭୁ ତୁମ ସାଙ୍ଗରେ ସବୁ ବେଳେ ଅଛନ୍ତି।ଆମେ ଦୁଇ ଜଣ ସାଙ୍ଗ ମନ ସ୍ଥିର କରି ଛତିଆ ବଟରେ ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରି ବହୁ ଆନନ୍ଦରେ ଘରକୁ ଫେରିଲୁ।ଏହା ପ୍ରଭୁ ଜଗନ୍ନାଥଙ୍କ ମହିମା ।।

ଅଭିମନ୍ୟୁ ପ୍ରଧାନ
ଶକୁନ୍ତଳାପୁର,ବଡ଼ଚଣା,ଯାଜପୁର

 496 total views,  1 views today

Leave a Reply

Your email address will not be published. Required fields are marked *