*ଓଡିଆ ବାଣୀ ଭଣ୍ଡାରରେ ନାରୀ କବିଙ୍କ ଭୂମିକା*



ଆଧୁନିକ ଓଡିଆ ସାହିତ୍ୟକୁ ସଂବୃଦ୍ଧିଶାଳୀ କରିଥିବା ନାରୀକବି ମାନଙ୍କ ମଧ୍ୟରେ ପ୍ରତିଭା ରାୟ, ବିଦ୍ଯୁତ୍ ପ୍ରଭା ଦେବୀ,କୁନ୍ତଳା କୁମାରୀ ସାବତ, ମନୋରମା ମହାପାତ୍ର ଇତ୍ୟାଦିଙ୍କର କାବ୍ୟ,କବିତା, ଉପନ୍ୟାସ,ପ୍ରବନ୍ଧ ଇତ୍ୟାଦି ରଚନାବଳୀ ଓଡିଆ ବାଣୀ ଭଣ୍ଡାରକୁ ଅତୁଳନୀୟ ଅବଦାନ ।ସେମାନଙ୍କର କାବ୍ୟ ଓ କବିତାରେ ଆଶାବାଦ, ସ୍ବଦେଶ ପ୍ରିତି, ଈଶ୍ବର ବିଶ୍ବାସ କବିସୁଲଭ ଭାବ ପ୍ରବଣତାର ପରିଚୟ ମିଳେ। ସୁନ୍ଦର ଛନ୍ଦ ଓ ଶବ୍ଦ ସଂଯୋଜନା ମାଧ୍ୟମରେ ପରିପୃଷ୍ଟ ପ୍ରକାଶିତ ମାନବ ସମାଜ ପ୍ରତି ଉଚ୍ଚ ଆଶା,କର୍ମ, ଧର୍ମ, ଶାନ୍ତି ଓ ନୈତିକତାର ପରାକାଷ୍ଠା ପ୍ରତିପାଦିତ। ଅବିନାଶୀ ଜୀବନ ପ୍ରବାହର ବାଣୀ ଶୁଣାଇଛନ୍ତି ଏମାନେ।ଏହା ଓଡିଆ ବାଣୀ ଭଣ୍ଡାରର ଅକ୍ଷୁର୍ଣ୍ଣ ଏବଂ କାଳଜୟୀ ରତ୍ନ କୁହାଯାଇ ପାରେ।
ତନ୍ମଧ୍ଯରୁ ନାରୀ କବି ବିଦ୍ଯୁତ୍ ପ୍ରଭା ଦେବୀଙ୍କ କଲମରୁ——-
*ନିସ୍ବତାର ମୂର୍ତ୍ତି ଧରି*
*ଠିଆସେ ଧରା ଆଗେ*
*ତାହାରି ଲାଗି ନୁଖୁରା ମାଟି*
*ହସଇ ଶ୍ଯାମରାଗେ*।
ସଂସିତ କବିତା ‘ମାଟିର ମଣିଷ’ରେ ସରଳ ନିସ୍ବ କୃଷକଟିର ଜୀବନ ପ୍ରତି କବି ପ୍ରାଣର ଗଭୀର ସମବେଦନା ଅଭିବ୍ୟକ୍ତ ହୋଇଛି ।ନିଖିଳ ପ୍ରାଣରେ ରକ୍ତ କଣା ଯୋଗାଇ ଆସୁଥିବା ସରଳ ମଣିଷଟିର କଙ୍କାଳ ମୂର୍ତ୍ତି କପାଳରେ ଦୈନ୍ଯ ବିପାକ ଅଟ୍ଟହାସ୍ୟ।ତାହାରି ସ୍ବେଦ ଓ ରକ୍ତ ଦାନରେ ପୃଥିବୀ ଐଶ୍ବର୍ଯ୍ଯଶାଳୀ ଅଥଚ ନିଜର ବାଧକା ଶିଶୁ ଲାଗି ଔଷଧ ଟିକିଏ ଯୋଗାଇ ପାରେନା ।
ଘରଣୀ ତାର ଦିଅଁ ପାଦତଳେ ଆୟୁଷ ଟିକିଏ ମାଗେ।ଏହାହିଁ ଉତ୍କଳର ସାରସ୍ବତ ପ୍ରତିଭା ।
ପୁଣି କଲମ କଲେ କୁନ୍ତଳା କୁମାରୀ ସାବତ ଓଡିଆ ବାଣୀ ଭଣ୍ଡାର ପାଇଁ । *ଆଜି ବାପତୋତେ*
*କହିବିକଥାଟି*
*ଶୁଣିବୁ ତୁ ଦେଇ ମନ*
*କାହା କୁମର ତୁ*
*କାହା କୁଳମଣି*
*ଯାଣିଛୁକି ଗଣ୍ଠିଧନ*।।
‘କହିବି କଥାଟି’ ଏହି କବିତାରେ ପୂର୍ବ ପୁରୁଷଙ୍କ ବୀରତ୍ଵ, ନିର୍ଭୀକତା, ପରମ୍ପରା ଓ ଆଭିଯାତ୍ଯକୁ ଅକ୍ଷୁର୍ଣ୍ଣତାର ରୂପ ଦେଇ ମାଆଟିଏ ପୁଅକୁ ସୁଯୋଗ୍ଯ ସନ୍ତାନଟିଏ ଗଢିତୋଳିବାର ପ୍ରେରଣା ଦେଉଛି ।
ଅତି ସୁନ୍ଦର କୋମଳ ଭାଷାରେ ଓଡିଆ ଜାତିର କଳାକୌଶଳ ଗୌରବ ବିଷୟରେ ଚେତାବନୀ ଦେଉଛି। କବିଠାରୁ କାରିଗରୀ ଯାଏ,ରାଜା ଠାରୁ ରଙ୍ଗ ତୂଳୀ ଯାଏ , ଓଡିଆ ଜାତିର, ଗତିର,ମତିର ସବୋଚ୍ଚ ସ୍ଥାନ ନିରୂପଣ କରିଛନ୍ତି କବି। ଓଡିଆ ଭାଷାର ସ୍ଥିତିକୁ ସୁଦୃଢ କରି , ଓଡିଆ ବାଣୀ ଭଣ୍ଡାରକୁ ମାନବ ଧର୍ମୀ ଯୋଗ୍ୟ ଉତ୍ତରଦାୟାଦ ଭେଟିଦେବାର ଲକ୍ଷ୍ଯ ସାଧନ ମଧ୍ୟ ଅତ୍ୟନ୍ତ ହୃଦୟ ସ୍ପଶୀ।
ସତରେ ଏହି ଭଳି ନାରୀ କବିମାନଙ୍କର ସୁଚିନ୍ତିତ ସୁନ୍ଦର କୋମଳ ପଦ୍ଯାବଳୀରୁ ଏହା ସ୍ପଷ୍ଟ ଯେ,ଖାଲି ମଣିଷ ସମାଜ ନୁହେଁ, ଓଡିଆ ସାହିତ୍ୟର ବାଣୀ ଭଣ୍ଡାରକୁ ଅନବଦ୍ଯ ଅବଦାନ।ଏମାନଙ୍କର କାବ୍ୟ,କବିତା,ପ୍ରବନ୍ଧ ଓ ଉପନ୍ୟାସ ସୁଦୃଢ ସମାଜ ଗଠନର ଜାତୀୟ ତଥା ନୈତିକତାର ଜ୍ଵଳନ୍ତ ପ୍ରତିଭା।।



*ଅପର୍ଣ୍ଣା ମିଶ୍ର*
ଯାଜପୁର

Leave a Reply

Your email address will not be published. Required fields are marked *