April 02, 2023
11 11 11 AM
ରାମ ନାମେ କି ରସ ଅଛି! — ସୀମାଞ୍ଚଳ ପଣ୍ଡା
ମନରେ ଆସୁ ମୋ ଶୁଦ୍ଧ ଭାବନା — ସୀମାଞ୍ଚଳ ପଣ୍ଡା
ସମୟ ମାଗୁଛି ସମ୍ମାନ ଟିକେ — ସୀମାଞ୍ଚଳ ପଣ୍ଡା
ଏ ସନ ଫଗୁଣ ନ ହେଉ କାଳ — ସୀମାଞ୍ଚଳ ପଣ୍ଡା                       
ପାନ ବଟୁଆ — ସୀମାଞ୍ଚଳ ପଣ୍ଡା               
ଅପେକ୍ଷାର ଫଳ ମିଠା — ସୀମାଞ୍ଚଳ ପଣ୍ଡା
ପଖାଳ — ସୀମାଞ୍ଚଳ ପଣ୍ଡା
ପ୍ରମାଦ — ସୀମାଞ୍ଚଳ ପଣ୍ଡା
ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ
ନିଵେଦନ – ଅଶୋକ କୁମାର ପତି
ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ
ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ
ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା
ମୋ ଜୀବନ – ହେମନ୍ତ କୁମାର ସାହୁ ‌
ଶୀତ – ଶ୍ରୀମତୀ କୃଷ୍ଣା ଦାସ
ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ
ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ
ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ
ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ
କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ
Latest Post
ରାମ ନାମେ କି ରସ ଅଛି! — ସୀମାଞ୍ଚଳ ପଣ୍ଡା ମନରେ ଆସୁ ମୋ ଶୁଦ୍ଧ ଭାବନା — ସୀମାଞ୍ଚଳ ପଣ୍ଡା ସମୟ ମାଗୁଛି ସମ୍ମାନ ଟିକେ — ସୀମାଞ୍ଚଳ ପଣ୍ଡା ଏ ସନ ଫଗୁଣ ନ ହେଉ କାଳ — ସୀମାଞ୍ଚଳ ପଣ୍ଡା                        ପାନ ବଟୁଆ — ସୀମାଞ୍ଚଳ ପଣ୍ଡା                ଅପେକ୍ଷାର ଫଳ ମିଠା — ସୀମାଞ୍ଚଳ ପଣ୍ଡା ପଖାଳ — ସୀମାଞ୍ଚଳ ପଣ୍ଡା ପ୍ରମାଦ — ସୀମାଞ୍ଚଳ ପଣ୍ଡା ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ ନିଵେଦନ – ଅଶୋକ କୁମାର ପତି ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା ମୋ ଜୀବନ – ହେମନ୍ତ କୁମାର ସାହୁ ‌ ଶୀତ – ଶ୍ରୀମତୀ କୃଷ୍ଣା ଦାସ ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ

ପଢନ୍ତୁ ଅଜିତ କୁମାର ତ୍ରିପାଠୀ ଙ୍କ ପ୍ରବନ୍ଧ (ନାରୀ ହାତେ ଓଡ଼ିଆ ବାଣୀ ରଥ)

 
(ନାରୀ ହାତେ ଓଡ଼ିଆ ବାଣୀ ରଥ)


ଓଡ଼ିଆ ଭାଷା ଏକ ପ୍ରାଚୀନ ଭାରତୀୟ ଭାଷା ଯାର ଉତ୍ପତ୍ତି ମୂଳ ଓଡ଼ିଆ ପାଲି ଓ ଔଡ୍ରୀ ପ୍ରାକୃତରୁ ସିଧା ସୃଷ୍ଟି ହୋଇଥିବା ଭାଷା । ଏହାରଭାଷା ବିଜ୍ଞାନୀମାନେ ପ୍ରମାଣ ଦିଅନ୍ତି । ଏହିଭାଷା ଭାରତରେ- ୨,୫୦୦ ବର୍ଷରୁ ଅଧିକ ବର୍ଷ ଆଗରୁ କୁହାଯାଇଛି । ବୌଦ୍ଧ ଧର୍ମର ତ୍ରିପିଟକ ଓ ଜୈନ ଧର୍ମଗ୍ରନ୍ଥର ମୂଳ ଭାଷାଥିଲା । ଧଉଳି ଠାରୁ ମିଳିଥିବା ଅଶୋକଙ୍କ ସମୟର ଶିଳାଲେଖ,ଜଉଗଡ଼,ଖରବେଳଙ୍କ ତିଆରି ଖଣ୍ଡଗିରି,ଓ ହାତୀ ଗୁମ୍ଫା ଶିଳାଲେଖରୁ ଜଣାଯାଏ । ଯେ ଏହା ପାଲି ଭାଷା ଆଉ ଲିପି ହେଉଛି ବ୍ରାହ୍ମୀ । ପରନ୍ତୁ ଏହି ଶିଳାଲେଖ ହିଁ ପ୍ରମାଣ ଦିଏ କି ଓଡ଼ିଆ ଭାଷ ଅନ୍ୟ ଭାଷା ଠାରୁ ସର୍ବ ପୁରାତନ । ସଂସ୍କୃତ ଭାଷାର ପ୍ରଭାବରେ ପୁରୁଣା ପାଲି ଭାଷାରଶବ୍ଦ ବଦଳିଯାଇଛି ।
୭ ମ ଶତାବ୍ଦୀର ତାଳ ପତ୍ରରେ ଦେଖିବାକୁ ମିଳେ ଏହି ଭାଷାର ଶବ୍ଦର ବ୍ୟବହାର ତାଳ ପତ୍ରରେ ଦେଖିବାକୁ ମିଳେ । ବିଶେଷ କରି ନେପାଳ ରାଜ ଦରବାରରୁ ସଂଗୃହୀତ ଓଡ଼ିଆ ଶବ୍ଦାବଳି,ଯାହାକି ବୌଦ୍ଧ ଆଚାର୍ଯ୍ୟ ଙ୍କ ଦ୍ଵାରା ରଚିତ ଚର୍ଯ୍ଯା ସାହିତ୍ୟ ହେଉଛି ପ୍ରାଚୀନ । ୯ ମ ଶତାବ୍ଦୀରେ ଭଦ୍ରଖ ମହାରାଜ ଗଣଙ୍କ ଶିଳାଲେଖରେ,ଦେବ କହି ଭକ୍ତି, କରୁଣ,ବୋଳନ୍ତି ଭୋ କୁମାର ର ଶେଣ ହେଉଛି ଓଡ଼ିଆ ଭାଷାର ରଚିତ ସ୍ଵୟଂ ପୂର୍ଣ୍ଣ ଓଡ଼ିଆ ଶବ୍ଦ । ଏହିପରି ଭାବେ ଓଡ଼ିଆ ଭାଷାର ଉତ୍ପତ୍ତି ହୋଇଥିବା ପ୍ରମାଣ ଭୃଜପତ୍ର ଏବଂ ବଶିଳାଲେଖାରୁ ମିଳିଛି ।
ସାହିତ୍ୟ ଯୁଗ ସାଧାରଣତଃ ନିମ୍ନ ପ୍ରକାରେ କ୍ରମାନ୍ଵୟର ବିଭକ୍ତି କରାଯାଇଛି ଯେ ର ଉଦାହରଣ ଏପ୍ଧକାରେ ପ୍ରଞତ ହୋଇଛି । ୧- ଚର୍ଯ୍ଯା ଯୁଗ,୨-ନାଥଯୁଗ,୩- ସାରଳାଯୁଗ,୪- ପଞ୍ଚସଖା ଯୁଗ,୫- ରୀତିଯୁଗ ବା ଭଞ୍ଜଯୁଗ,୬- ରାଧାନାଥ ଯୁଗ,୭- ସତ୍ୟବାଦୀ ଯୂଗ,୮- ପ୍ରଗତି ଯୁଗ,୯- ସବୁଜଯୁଗ,୧୦- ସ୍ଵାଧୀନତ୍ତୋରଯୁଗ ।
ଓଡ଼ିଆ ସାହିତ୍ୟରେ ଅନେକ ନାରୀକବି ମାନଙ୍କ ରଚନା ଦେଖିବାକୁ ମିଳିଥାଏ । ଏମାନଙ୍କ ଭିତରେ ପୁରାତନ ନାରୀ କବିମାନଙ୍କ ରଚନା ଗୁଡ଼ିକ ବିରଳ ଓ ଅନନ୍ୟ ସେମାନଙ୍କ ମଧ୍ୟରୁ ଅନେକ ଲେଖା ପ୍ରକାଶିତ ମଧ୍ୟ ହୋଇନାହିଁ ।
ନାରୀ ଶବ୍ଦକୁ ବ୍ୟାକ୍ଷା କରିବାକୁ ଗଲେ “ନା”- (ନାହିଁ), “ରୀ”-(ରୀତିନୀତି, ପଦ୍ଧତି, ପ୍ରଥା,ଆଚାର), ସେମିତି ହ୍ରସ ‘ଈ’ ମାତ୍ରାରେ “ରି”- (ରିକ୍ତ,ଖାଲି ବା ଶୂନ୍ୟ) ଅର୍ଥତ ଯେଉଁମାନେ ରୀତୀନୀତୀ ଯୁକ୍ତ ହୋଇ କୌତସି କାମରେ ଶୂନ୍ୟ ନୁହନ୍ତି ସେମାନଙ୍କୁ ନାରୀ କୁହାଯାଏ । ତେଣୁ ସେମାନେ ସର୍ବଗୁଣ ସମ୍ପନ୍ନ,କର୍ତ୍ତବ୍ୟ ନିଷ୍ଠା,ଧର୍ମ ପରାୟଣ, ସମୟାନୁବର୍ତ୍ତିତା,ସଦା ଚଞ୍ଚଳା ଏବଂ ସର୍ବଦା ନିଜ ସାଂସାରିକ କର୍ତ୍ତବ୍ୟରେ ବ୍ରତୀ ରହିଥାନ୍ତି ସେମାନଙ୍କୁ ନାରୀ କୁହାଯାଏ । କହିବାର ତାତ୍ପର୍ଯ୍ୟ ହେଲା ନାରୀ ମାନେ କର୍ମମୟ ଜୀବନରେ ପରିବାରର ସମସ୍ତ ଜଞ୍ଜାଳ ତୁଲାଇ ବା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ କରି ସାହିତ୍ୟ ସର୍ଜନା କରିଥାନ୍ତି ସେହିପରି କିଛି ମହିୟଷୀ ମହିଳା ବା ନାରୀ କବିଙ୍କ ବିବରଣୀ ଏଠାରେ ପ୍ରସ୍ତୁତ କରିବାକୁ ଯାଇ ସେପରି ସାହିତ୍ୟା ଅନୁରାଗୀ ପ୍ରାଚୀନ କାଳର ନାରୀମାନଙ୍କ ଏକ ତାଲିକା ପ୍ରସ୍ତୁତ କଲି ।
୧ – ଚାନ୍ଦବାଈ – ୧୫-୧୬ଶ ଶତାବ୍ଦୀ ଦୁଇଟିଭକ୍ତି କବିତା ଏହା ରଚତି ମାତ୍ର ଦୁଇେଗାଟି ଭକ୍ତିରସାତ୍ମକ କବିତା ମିଳିଛି। ସେପଦ୍ୟାଂଶ ଓ ଷାଡ଼ଶ ଶତାବ୍ଦୀର ମାଭାଗେର କବିତା ଲେଖୁଥିବା ଅନୁମିତ । ସେ ପୁରୁଷ ଥିଲେବୋଲି ମଧ୍ୟ କେତଜଣ ଅନୁମାନ କରିଅଛନ୍ତି ।

୨ – ମାଧବୀ ଦାସୀ – ୧୬ଶ ଶତାବ୍ଦୀରେ ଜଣାଣ ଓ ଚଉପଦୀ ଓଡ଼ଆ ଭାଷାର ପ୍ରାଚୀନତମ ମହିଳାକବି। ଏହାଙ୍କ ରଚତି ଜଣାଣ ଚକାନୟନ ହେ “ଜଗୁଜୀବନ ଶ୍ରୀହରି” ପ୍ରସିଦ୍ଧ ।
୩ – ବୃନ୍ଦାବତୀ ଦାସୀ – ୧୭ଶ ଶତାବ୍ଦୀ ପୂର୍ଣ୍ଣ ତମ ଚନ୍ଦ୍ରୋଦୟ ।
୪ – ନିଶଙ୍କ ରାୟ ରାଣୀ – ୧୮-୧୯ଶ ଶତାବ୍ଦୀ ପଦ୍ମାବତୀ ଅଭିଳାଷଷବା ମଧୁମାଳତୀ ଚରିତ. ।
୫ – ରାଧିକାମଣି [୨] – ୧୯ଶ ଶତାବ୍ଦୀ ‘ବସନ୍ତ କାଳେର ସଖୀ ପ୍ରତିରାଧା’ ଚଉପଦୀ ପ୍ରଥମ ଧାଡ଼ି –
” ମଧୁକାଳ ହୋଇଲା ସଜନୀ, ଦିଶେ ସୁନ୍ଦର ଦିବା ରଜନୀ ।”
୬ – ରତ୍ନମାଳୀ ଜେମାେଦଈ[୨] – ୧୮ଶ ଶତାବ୍ଦୀ ମଙ୍ଗଳଗୀତ ।
୭ – .ମର୍ଦ୍ଦରାଜ ଜେମାେଦଈ[୨] – ୧୮ଶ ଶତାବ୍ଦୀ ମଙ୍ଗଳଗୀତ ।
୮ – .ମରକତମଣି ଜେମାେଦଈ[୨] – ୧୮ଶ ଶତାବ୍ଦୀ ମଙ୍ଗଳଗୀତ ।
୯ – ଶିବପ୍ରିୟା ଜେମାଦେଈ[୨] – ୧୯ଶ ଶତାବ୍ଦୀ ମଙ୍ଗଳଗୀତ ନୀଳଗିରିରୁ ସଂଗୃହୀତ “ହଳଦୀକୁଟା ଅନୁକୂଳ ମଙ୍ଗଳ’ରେ ଶିବପ୍ରିୟା ନାମେର ଭଣିତା ଦେଖିବାକୁମିଳେ । ପଦଟିହେଲା- “ସେ ବେନିପୟର ମନେ ଚିନ୍ତି ଲାେଭେ ଗୁଣେ ଶିବପ୍ରିୟା ମତି” ।[୩]
୧୦ – କୁଙ୍କୁମୀ ବାଈ[୧][୪] (ଅପ୍ରକାଶିତ) କେତେକ କବତା ଏହାର ମାତ୍ର ଦୁଇେଗାଟି କବିତା ମିଳିଅଛିଶ। ସେ କବିତାଗୁଡ଼ିକ ଅଦ୍ୟାବଧି ଅପ୍ରକାଶିତ ।
୧୧ – .ସୂଯ୍ୟମଣି ଜେମା – ୧୯ଶ ଶତାବ୍ଦୀ ଚଉପଦୀ ରାଧାକୃଷ୍ଣ ପ୍ରେମ ଆଧାରିତ କବିତାର ରଚୟିତା । ଏହାର ଗୋଟଏ ମାତ୍ର।ଚଉପଦୀ ପ୍ରାଚୀ ସମିତିଦ୍ଵାରା ପ୍ରକାଶିତ । ପ୍ରାପ୍ତ ଏକ କବିତାର ଭଣିତା ପଦ ହେଲା – “ସୂଯ୍ୟମଣି ଜେମାଦେଈ ବାେଲ ଏ ଭଙ୍ଗିମା, ଭାଙ୍ଗିଦେଲା ମୋର କେଡ଼େ ଗାରିମା ।” । ବାଣୀକଣ ନିମାଇଁ ଚରଣ ହରିଚନ୍ଦନ ଗ୍ରାମାେଫାନ ରେକର୍ଡ଼ରେ ଥିବା ‘କଳାକାହ୍ନୁ କୁହୁକ ଜାେଣ’ ଗୀତେର ମଧ୍ୟ ଜନୈକ ସୂର୍ଯ୍ୟମଣୀଷ ଜେମାଙ୍କ ନାଆଁ ରହଛିି । ପଦଟେହଲା- “ବାେଲ ସୂର୍ଯ୍ୟମଣୀ ଜେମା ଦେଖି ତା ଭଙ୍ଗିମା, କାଳ ଯାକ ଥିବି ସେବକୀପଣେ
୧୨ – .କମଳା[୧] – କେତେକ ବୈରାଗ୍ୟ ଓ ଭକ୍ତି ମୂଳକ ଗୀତ ତାଙ୍କ ଦ୍ଵାରା ଲିଖିତ ମାତ୍ର ପାଞ୍ଚ ଗୋଟି ଭକ୍ତି ରସାତ୍ମକ କବିତା ମିଳିଛି । ଏହିକବିତା ମଧ୍ୟରୁ ତିନିଗୋଟିରେ ବୈରାଗ୍ୟର ପ୍ରବଣ ସ୍ଵର ରହିଛିି । ଭାଷାର ପ୍ରାଚୀନତା ଦୃଷିରୁ ତଙ୍କୁ କେବଳ ପ୍ରାଚୀନ କବିକହବା ଛଡ଼ା ତାଙ୍କ ନିର୍ଦ୍ଧିଷ୍ଟ ସମୟ ନିର୍ଦ୍ଧାରଣ ରଣ ହୋଇପାରିନାହିଁ ।
୧୩ – ମଥୂରା ଦାସୀ[୧] – (ଗୋଟିଏ) ଚଉପଦୀ ତାଙ୍କ ଦ୍ଵାରା ଲିଖିତ ମାତ୍ର ଗୋଟୀଏ ଗୀତ ମିଳିଅଛି। ଏହିଗୀତଟି ବ୍ରଜବୋଲି ମିଶା ଓଡ଼ିଆରେ ଲିଖିତ । ତାର ଅନ୍ୟ କୗଣସି ରଚନା ଅଦ୍ୟାବଧି ମିଳିନାହଁ ।
୧୪ – ଶକୁନ୍ତଳା ଦେବୀ – ମଙ୍ଗଳଗୀତ ଗଞ୍ଜାମର ଆଠଗଡ଼ରୁ ସଂଗୃହୀତ ‘ବାଟଘାସ- ମୁଗଜାଇବାର ମଙ୍ଗଳ’ରେ ଶକୁନ୍ତଳା ନାମେର ଭଣିତା ଦେଖିବାକୁମିଳେ । ପଦଟିହେଲା- “ଯେ ଯାହା ପୁରକୁନାରୀମାେନ ଗଲେ ଯହିଁ, ଶକୁନ୍ତଳା ଦେବୀଙ୍କୁ­ରଖନ୍ତୁ ମହାବାହୁ” ।[୩]
୧୫ – ପଦ୍ମାବତୀ ଜେମାେଦଈ – ମଙ୍ଗଳଗୀତ ହରିହରପୁରରୁ ସଂଗୃହୀତ ‘ଦୁଧତରଣ ମଙ୍ଗଳ’ରେ ପଦ୍ମାବତୀ ନାମରେ ଭଣିତା ଦେଖିବାକୁ ମିଳେ । ପଦଟିହେଲା- “ସୁଜନେ ଶୁଣିଣ ଦୋଷ ନ ଧରିବ ମୋର, ପଦ୍ମାବତୀ ଜେମା ଧ୍ୟାନକରେ ରଘୁବୀର” ।[୩]
୧୬ – କୃଷ୍ଣଚନ୍ଦ୍ର ଜେମାମଣି- ମଙ୍ଗଳଗୀତ ତିଗିିରିଆରୁ ସଂଗୃହୀତ ‘ବୁଢ଼ାକଳସ’ରେ ଏହିନାମରେ ଭଣିତା ଦେଖିବାକୁ ମିଳେ । ପଦଟି ହେଲା- “କୃଷ୍ଣଚନ୍ଦ୍ର ତୁଙ୍ଗ ଜେମାମଣି ଏହା ଭଣି, ପରିହାସ ଏହୁ ଗୀତେ ଦଖାଇଲେ ଆଣି ।[୩] ଏହିଗୀତଟିରେ କନ୍ୟାକୁ ବର ବୁଢ଼ା ବୋଲି କହି ନଣନ୍ଦମାନେ କୌତୁକ କରିଛନ୍ତି । ଏହା ବଚ୍ଛାଦାସ­ କଳସା ଚଉତିଶା ସହ ସାମ¸ଞ୍ଜସ୍ୟପୂର୍ଣ୍ଣ ।
୧୭ – ପ୍ରତିମା – ମଙ୍ଗଳଗୀତ ଦଶପଲ୍ଲାରୁଶୟ ସଂଗୃହୀତ ପଞ୍ଚୁ ଗ୍ରାସି ମଙ୍ଗଳରେ ଏହିନାମରେ ଭଣିତା ଦେଖିବାକୁମିଳେ । ପଦଟିହେଲା – “ଭଞ୍ଜତନୟା ପ୍ରତିମା ରସେ ଭଣିଲେ ” ।[୩] ଏହିଧାଡ଼ିରୁ କବି କୌଣସି ଭଞ୍ଜନାମକ ବ୍ୟକ୍ତିଙ୍କ କନ୍ୟା ଥିଲେ ବୋଲିଜଣାଯାଏ ।
୧୮ – ପଦ୍ମମାଳୀ – ମଙ୍ଗଳଗୀତ ପୁରୀରୁ ସଂଗୃହୀତ ‘ଶ୍ଲୋକ ମଙ୍ଗଳ’ରେ ଏହି ନାମରେ ଭଣିତା ଦେଖିବାକୁମିଳେ । ରଚନାଟି ସଂସ୍କୃତ ପଦ ଓ ଓଡ଼ିଆ ପଦେର ଲିଖିତ । ଭଣିତା ପଦ ହେଲା – “ମୁକୁନ୍ୟଦେବ ତନୟା ପଦ୍ମମାଳୀ ପଦ୍ମପାଦେ ଧ୍ୟାଉକିଂ” । [୩] ରଚନାରୁ ଜଣାଯାଏ େଯେ ପଦ୍ମାମାଳୀ ମୁକୁନ୍ଦଦେବଙ୍କ କନ୍ୟା ଥିଲେ ।
୧୯ – ରାଜସିଂହହ ଦୁଲଣୀ – ମଙ୍ଗଳଗୀତ ନରସିଂହପୁରରୁ ସଂଗୃହୀତ ‘ଲବଣଚଉଁରୀ ମଙ୍ଗଳ’ରେ ଏହିନାମରେ ଭଣିତା ଦେଖିବାକୁମିଳେ । ପଦଟିହେଲାଶ- “ସଖିଗଣେ ବେଢ଼ିଣ ମାରନ୍ତି କରତାଳି, ଏ ଗୀତ ରଚିଲେ ରାଜସିଂହଙ୍କ ଦୁଲାଳୀ” ।[୩] ଏଥିରୁ ଅନୁମିତ ଯେ କବିରାଜସିଂହ ନାମକ ଜେନୖକ ବ୍ୟକ୍ତିଙ୍କ­ (ସମ୍ଭବତଃ ରାଜା) କନ୍ୟା ।
୨୦ – ଦିବ୍ୟସିଂହ ଗଜପତିଜେମା – ମଙ୍ଗଳଗୀତ ପୁରୀରୁ ସଂଗୃହୀତ ‘ସୂତାଧରା ମଙ୍ଗଳ’ରେ ଏହିନାମରେ ଭଣିତା ଦେଖିବାକୁମିଳେ । ପଦଟିହେଲା – “ହରଷ ହୋଇଣ ନରେ ସୁମରି ଶ୍ରୀହରି, ଦିବ୍ୟସିଂହ ଗଜପତିଜେମା ତା କିଙ୍କରୀ” । ଏଥିରୁ ଅନୁମିତ ଯେ କବିପୁରୀର ଦିବ୍ୟସିଂହ ଗଜପତିଙ୍କ କନ୍ୟା ।[୩]
୨୧ – ନୀଳମଣି ଜେମାମଣି- ମଙ୍ଗଳଗୀତ କେନ୍ଦୁଝରରୁ ସଂଗୃହୀତ ‘ମଣ୍ଡପ ଧଉଳା ମଙ୍ଗଳ’ରେ ନୀଳମଣିନାମରେ ଭଣିତା ଦେଖିବାକୁମିଳେ । ପଦଟିହେଲା – “ଶ୍ରୀରାମ ସୀତା­ ବିନୁନ ଜାଣଇ ଆନ, ଜେମାମଣି ନୀଳମଣିସେ ପାଦେ ଶରଣ” । କେନ୍ଦୁଝରରୁ ମିଳିଥିବା ଅନ୍ୟ ଏକ ରଚନା, ‘ଈଶାଣକୁଯିବାମଙ୍ଗଳ’ ରେ ମଧ୍ୟ ଏହାଙ୍କ ନାମରେ ଭଣିତା ଅଛି- ” ନୀଳମଣିଜେମାଦେଇ ସେ ପାଦରେ ଭଜେ” ।[୩]
୨୨ – ରାଜମଣିଜେମାଦେଈକ। ଏହା ପେର [୨] ୨୦ଶ ଶତାବ୍ଦୀ – ମଙ୍ଗଳଗୀ
୨୩-କୁନ୍ତଳା କୁମାରୀ ସାବତ (୧୯୦୧-୧୯୩୮) ଜଣେ ଓଡ଼ିଆ କବି ଥିଲେ । ଓଡ଼ିଶାରେ ସ୍ୱାଧୀନତା କାଳରେ ଯେଉଁ କେତେଜଣ ନାରୀ କବି ଓ ଲେଖିକାଙ୍କର ଆବିର୍ଭାବ ହୋଇଥିଲା ସେମାନଙ୍କ ଭିତରୁ କୁନ୍ତଳା କୁମାରୀ ଅନ୍ୟତମ । ଏକାଧାରରେ ସେ ଡାକ୍ତର, ଲେଖିକା, କବୟିତ୍ରୀ, ଜାତୀୟ ଆନ୍ଦୋଳନର ପୁରୋଧା ଓ ସମାଜସେବୀ ଥିଲେ । ଓଡ଼ିଶାର ସେ ପ୍ରଥମ ମହିଳା ଡାକ୍ତର, ଲେଖିକା, ଔପନ୍ୟାସିକା, କବୟିତ୍ରୀ ଓ ସମ୍ପାଦିକା ଥିଲେ ।[୧] ସାବତଙ୍କୁ ୧୯୨୫ ମସିହାରେ ପୁରୀର ମହିଳା ବନ୍ଧୁ ସମିତିଦ୍ୱାରା “ଉତ୍କଳ ଭାରତୀ” ଉପାଧୀରେ ସମ୍ମାନୀତ କରାଯାଇଥିଲା । ଏହା ପରେ ୧୯୩୦ରେ ସେ ଅଲ ଇଣ୍ଡିଆ ଆର୍ଯ୍ୟନ ୟୁଥ ଲିଗର ସଭାପତି ଭାବେ ନିର୍ବାଚିତ ହୋଇଥିଲେ ।[୨]
ଜୀବନ
ଡାକ୍ତରୀ ଶିକ୍ଷା ପରେ ଡାକ୍ତର କୈଳାସ ଚନ୍ଦ୍ର ରାଓଙ୍କ ତତ୍ତ୍ୱାବଧାନରେ କଟକରେ ଚିକିତ୍ସା ସେବା ୧୯୨୧ରୁ ୧୯୨୮ ପର୍ଯ୍ୟନ୍ତ କରୁଥିଲେ । ତାପରେ ସେ ନିଜେ ନିଜର ବ୍ୟବସାୟ କଟକରେ ଆରମ୍ଭ କରିଥିଲେ । ୧୯୨୫ ମସିହାରେ ସେ ରେଡ୍‌କ୍ରସ ସୋସାଇଟିର ମହିଳା ସ୍ୱାସ୍ଥ୍ୟ ପରିଦର୍ଶକ ଥିଲେ । ୧୯୨୮ ମସିହାରେ ସେ ଦିଲ୍ଲୀ ଚାଲିଗଲେ । ଡଃ କୈଳାସ ଚନ୍ଦ୍ରଙ୍କୁ ପ୍ରେମ କରି ବିବାହ କରିବା ନିମନ୍ତେ ବ୍ରାହ୍ମ ଧର୍ମ ଗ୍ରହଣ କରିଥିଲେ ମଧ୍ୟ ତାଙ୍କୁ ବିବାହ କରି ପାରି ନଥିଲେ । ତା ପରେ ସେ ଆର୍ଯ୍ୟ ଧର୍ମ ଗ୍ରହଣ କରି ବ୍ରହ୍ମଚାରୀ କୃଷ୍ଣ ପ୍ରସାଦ ଦାସଙ୍କୁ ୮ ଅଗଷ୍ଟ ୧୯୨୮ ମସିହାରେ ବିବାହ କରିଥିଲେ । ସେ ଦୁଇ ପୁତ୍ର ଓ ଦୁଇ କନ୍ୟାଙ୍କୁ ଜନ୍ମ ଦେଇଥିଲେ । ଘୃଣ୍ୟ ଜାତିପ୍ରଥା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରୁଥିଲେ ଅନେକ କାଳଜୟୀ କବିତା ଲେଖିଥିଲେ । ସେ ଦେଶାତ୍ମବୋଧକ କବିତା ମଧ୍ୟ ଲେଖୁଥିଲେ । ପରଦା ପ୍ରଥା, ବାଲ୍ୟ ବିବାହ ଓ ମହିଳା ପ୍ରଭେଦ ବିରୁଦ୍ଧରେ ଲେଖୁଥିଲେ । ଏହା ଛଡା ବିଧବା ବିବାହ ଓ ନାରୀ ସଶକ୍ତିକରଣ ନିମନ୍ତେ କାମ କରୁଥିଲେ । ଜାତୀୟ ସ୍ୱାଧୀନତା ଆନ୍ଦୋଳନରେ ସେ ଜଣେ ଉଜ୍ଜ୍ୱଳ ତାରକା ଥିଲେ । ସେ ୨୩ ଅଗଷ୍ଟ ୧୯୩୮ ମସିହାରେ[୬] ମାତ୍ର ୩୭ ବର୍ଷ ବୟସରେ ସେ ଅଗଣିତ ପାଠକ ତଥା ପ୍ରଶଂସକମାନଙ୍କୁ ଶୋକ ସାଗରରେ ଭସେଇ ମୃତ୍ୟୁ ବରଣ କରିଥିଲେ ।
ରଚନାବଳୀ-ଅଞ୍ଜଳି(୧୯୨୨),ଉଚ୍ଛ୍ୱାସ (୧୯୨୪),ଅର୍ଚନା (୧୯୨୭),ସ୍ଫୁଲିଙ୍ଗ (୧୯୨୯),ଆହ୍ୱାନ (୧୯୩୦),ଆଜି ବାପା ତୋତେ କହିବି କଥାଟି,ପ୍ରେମ ଚିନ୍ତାମଣି (୧୯୩୦),ଓଡ଼ିଆଙ୍କ କାନ୍ଦଣା (୧୯୩୬),ଗଡଜାତ କୃଷକ (୧୯୩୭),ବରମାଳା,ଶେଫାଳି ପ୍ରତିତାରା ପ୍ରତି(କବିଙ୍କର ପ୍ରଥମ କବିତା),କୋଟିକୋଟି କଣ୍ଠେ ଆଜି,ଅବହେଳିତ ଦେଶ,ପୂଜା,ଅଭିଶପ୍ତର ଅଭିମାନ,ମଣିକାଞ୍ଚନ(ଅସମ୍ପୂର୍ଣ୍ଣ କାବ୍ୟ) (ସାହିତ୍ୟିକା ଜୀବନର ଆଦ୍ୟକାଳରେ ରଚିତ) ,(ସାବିତ୍ରୀ ଓ ସତ୍ୟବାନ ଉପାଖ୍ଯାନ),ଉପନ୍ୟାସ,ସମ୍ପାଦନ କରନ୍ତୁଭ୍ରାନ୍ତି,ନଅତୁଣ୍ଡୀ,କାଳୀବୋହୁ,ରଘୁ ଅରଖିତ ପରଶମଣି,ଚିତ୍ରପଟ
ଏମିତି ଅନେକ ନାରୀ କବିଙ୍କ ବର୍ତ୍ତମାନ ମଧ୍ୟ ଆବିର୍ଭାବ ହେଲେଣି ଯେଉଁ ମାନଙ୍କ ଅକ୍ଳନ୍ତ ଉଦ୍ୟମରେ ଓଡ଼ିଆ ବାଣୀ ଭଣ୍ଡାର ସମୃଦ୍ଧ ହୋଇଛି । ସେମାନଙ୍କ ମଧ୍ୟରେ ନନ୍ଦିନୀ ଶତପଥୀ – ଗାନ୍ଧୀ କଥାମୃତ- କେନ୍ଦ୍ର ସାହିତ୍ୟ ଏକାଡେମୀ ଦ୍ଵାରା ପୁରସ୍କୃତ । ପ୍ରତିଭା ଦେବୀ – (କବିତା, ସବିତା, କନକାଞ୍ଜଳି,ମରୀଚିକା, ବିହାୟସୀ,ଝରା ସେଫାଳୀ,ସ୍ଵପ୍ନ ଦୀପ,କାକଳି) ଆଦି କବିତା ପୁସ୍ତକ ରଚନା କରି କେନ୍ଦ୍ର ସାହିତ୍ୟ ଏକାଡେମୀ ଦ୍ଵାରା ପୁରସ୍କୃତ । ସାରଳା ଦେବୀ – ପ୍ରବିଣା ନାରୀ ନେତ୍ରୀ ଏବଂ କବି । ପ୍ରତିଭା ଶତପଥୀ – (ସାହାଡ଼ା ସୁନ୍ଦରୀ, ଆମ କବିତା, ଧୂଳି) ଇତ୍ୟାଦି । ପ୍ରିୟମ୍ଵଦା ମହାନ୍ତି – (ହେଜମାଦୀ), ପ୍ରତିଭା ରାୟ,ଈନ୍ଦୁ ମିଶ୍ର,ସୁନିତି ମିଶ୍ର,ଶକୁନ୍ତଳା ପଣ୍ଡା, ମମତି ଚୌଧୁରୀ, ରମାଦେବୀ ଚୌଧୁରୀ,ମନୋରମା ମହାରଣା, ବିଦ୍ୟୁତ ପ୍ରଭା ଦେବୀ ,ଶୈଳବାଳା ଦେବବୀ – (ଅମଉଳା ଫୁଲ),ଗାୟତ୍ରୀ ବାଳା – (ପ୍ରତିଶ୍ରୁତି),ଅମୀୟବିଳା ପଟ୍ଟନାୟକ – (ହୃଦୟ ଗଙ୍ଗା),ଗିରିଜା ବାଳା ମହହାନ୍ତି – (ମୋତେ ଆକାଶ ପଥ ପଥ ପଚାରନା),ରଞ୍ଜିତା ନାୟକ – (ଦୃଶ୍ୟ ଦୃଶ୍ୟାନ୍ତର,ପତ୍ର ଝରା ଋତୁ,ଯୋଗୀତ ଗାଏ ପକ୍ଷୀ),ଅନ୍ନପୂର୍ଣ୍ଣା ନନ୍ଦା – (କିଛି ପ୍ରୀତି କିଛି ସ୍ମୃତି),ସଞ୍ଜୁ ନାୟକ – (ଋତୁ ମଗ୍ନା),ସୁଜାତା ଚୌଧୁରୀ – (ମା),ବିଜୟିନୀ ଦାସ – (ନୀତି ଦଶକର କବିତା),ସସ୍ମିତା ସାହୁ – (ମୁଁ ତାରାଟେ ହେବାକୁ ଚାହେଁ),ଭାରତୀ ମହାନ୍ତି – (ନିରୋଜ ମୁହୂର୍ତ୍ତ),ପ୍ରୀତିଧାରା ସାମଲ – (ଖେଳ),ମମତା ଦାଶ – (ନୈମୀଷାରଣ୍ୟ,ଏକତ୍ର ଚନ୍ଦ୍ରସୂର୍ଯ୍ୟ,ଆବାକ ସ୍ଵର୍ଗ,ଉଜ୍ଜ୍ୱଳ ଉପବନ,ନୀଳ ନିର୍ବାପନ),ସୁଚେତା ମିଶ୍ର – (ଶିଳାଲିପି), ମାଧୁରୀ ପଣ୍ଡା – (କେତେଦଚରେ କେତେ ପିଖଖେ),ସୁନିତା ମୁଣ୍ଡ – (ପର୍ଦ୍ଦା ପଛର ଚର୍ଯ୍ୟାପଦ),ଅଞ୍ଜଳି ଦାଶ,ଅର୍ଚ୍ଚନା ରଥ,ଅଳ୍ପନା ରାୟ,ଇପ୍ସସିତା ଷଢ଼ଙ୍ଗୀ,ଉଷାରାଣୀ ଦାସ,ଗାୟତ୍ରୀ ତ୍ରିପାଠୀ, ଗୌରୀ ଶତପଥୀ, ତୃପ୍ତି ପଣ୍ଡା, ନିହାରିକା ରାୟ,ସୁନନ୍ଦା ତ୍ରିପାଠୀ ।ଏହିପରି ଅନେକ ନାରୀ କବି ଆଧୁନିକ ଯୁଗର ବାଣୀ ଭଣ୍ଡାର କୁ ମଣ୍ଡନ କରିଛନ୍ତି ।
ବର୍ତ୍ତମାନ ସଦ୍ୟ ପ୍ରକାଶିତ ଓଡିଶା ସାହିତ୍ୟ ଏକାଡେମୀ ଦ୍ଵାରା ଘୋଷିତ ୨୦୧୫ ଓ୨୦୧୬ ପୁରସ୍କାର ରେ ନାରୀ କବି ବୀଣାପାଣି ପଣ୍ଡାଙ୍କୁ – (୨୦୧୫) କବିତା ରଚନ ପାଇଁ ପୁରସ୍କୃତ ହୋଇଛନ୍ତି । ସହିପରି ଲକ୍ଷ୍ମୀ ପ୍ରିୟା ଆଢଚାର୍ଯ୍ୟଙ୍କୁ ମଧ୍ୟ କ୍ଷୁଦ୍ରଗଳ୍ପ ପାଇଁ (୨୦୧୫) ପାଇଁ ପୁରସ୍କୃତ ହୋଇଛନ୍ତି ।
************************



ଗ୍ରାମ/ ପୋଷ୍ଟ – କୁଲାଡ଼, ଭଞ୍ଜଭୂମି,
ଭଞ୍ଜନଗର, ଗଞ୍ଜାମ – ୭୬୧୧୩୧
ଭ୍ରାମ୍ୟଭାଷ – ୯୪୩୮୧୮୯୯୪୮
===================

 1,012 total views,  1 views today

One thought on “ପଢନ୍ତୁ ଅଜିତ କୁମାର ତ୍ରିପାଠୀ ଙ୍କ ପ୍ରବନ୍ଧ (ନାରୀ ହାତେ ଓଡ଼ିଆ ବାଣୀ ରଥ)

  1. Hey There. I found your blog applying msn. This is a really well composed post. I’ll You should definitely bookmark it and return to read through far more of your valuable facts. Many thanks to the post. I’ll certainly comeback.

Leave a Reply

Your email address will not be published. Required fields are marked *