ଜଗନ୍ନାଥ ଦର୍ଶନରେ ମୋ ଅନୁଭୂତି◆!
*********************************************
ମୁଁ ସଯେତେବେଳେ ମ୍ୟାଟ୍ରିକ (ଏକାଦଶ ଶ୍ରେଣୀ) ପରୀକ୍ଷା ଦେଇ ସାରିଥାଏ । ସେତେବେଳେ ଏବେ ପରିକା ନୁହଁ , ଜୁନ ଜୁଲାଇ ମାସରେ ପରୀକ୍ଷା ଫଳ ପ୍ରକାଶ ପାଏ । ଫଳ ଅପେକ୍ଷାରେ ଥାଏ, ଠିକ୍ ଏହି ସମୟରେ ରଥଯାତ୍ରା ଆସିଲା । ମୋର ଜଣେ ସମ୍ପର୍କୀୟ ମାଉସୀପୁଅ ଭାଇନା ବସ ଦ୍ୱାରା କିଛି ଯାତ୍ରୀଙ୍କୁ ପୁରୀ ରଥଯାତ୍ରା ଦେଖାଇ ନେବା ପାଇଁ ବସର ବ୍ୟବସ୍ଥା କରିଥାନ୍ତି । ମୋରମଧ୍ୟ ପ୍ରବଳ ଇଚ୍ଛା ଥାଏ ପ୍ରଭୁଙ୍କର ଘୋଷଯାତ୍ରା ଦେଖିବାକୁ ବାବାଙ୍କୁ କହିଲି ସେ ରାଜି ହେଲେ ନାହିଁ । ବାଧ୍ୟ ହୋଇ ବୋଉ ନିକଟରେ ଅଳି ଅର୍ଦ୍ଦଳି କଲି ସେ ବାବାଙ୍କୁ ବୁଝାଇ ସୁଝାଇ ରାଜି କରିଦେଲା । ମୁଁ ମଧ୍ୟ ଯିବାପାଇଁ ପ୍ରସ୍ତୁତ ହୋଇଗଲି ରଥଯାତ୍ରା ଦର୍ଶନ ପାଇଁ ।

ଭାଇନାଙ୍କୁ କହି ଟିକେଟ ଖଣ୍ଡେ ଆଣି ସ୍ଥାନ ସଂରକ୍ଷଣ କରିନେଲି । ଗାଡ଼ି ଯିବା ପାଇଁ ବାହାରିଲା ଆଉ ଏତେ ଗହଳି ହେଲାଯେ ଶେଷରେ ମୋତେ ଅନ୍ୟମାନଙ୍କ ସହିତ ଏଡ଼ଜେଷ୍ଟ ହେବାକୁ ପଢ଼ିଲା । ମୁଁ ଯେହେତୁ ଦୁବୁଲା ପତଳା ଛୋଟ ପିଲାଟିଏ ଥିଲି ଅସୁବିଧା ହେଲା ସତ,ପରନ୍ତୁ ଅସହ୍ୟ ନଥିଲା । ସେଯାହାହେଉ ରଥ ଯାତ୍ରା ଦିନ ଭୋର ଚାରିଟାରେ ଗାଡ଼ି ଆମ ଗାଁ ରୁ ଛାଡ଼ିଲା । ପ୍ରାୟ ଦଶଟା ଭିତରେ ଗଢ଼ି ପୁରୀରେ ପହଞ୍ଚି ଗଲା ବହୁତ ଦୂରରେ ଗାଡ଼ି କୁ ଅଟକେଦେଲେ ସେଠୁପୁଣି ଚାଲି ଚାଲି ଗଲୁ ବଡ଼ଦାଣ୍ଡକୁ ।

ବାବ ରେ ବାଃ ! ବଡ଼ଦାଣ୍ଡରେ ଯେଉଁ ଗହଳି ମୁଠାଏ ଶୋରଗଷ ଫିଙ୍ଗିଦେଲେ ତଳେ ପଡ଼ିବନି ଠେଲି-ପେଲି ବଡ଼ କଷ୍ଟରେ ରଥଠାରୁ ଅନତି ଦୂରରେ ଥାଉ । ଠିକ୍ ଏତିକି ବେଳେ ପ୍ରଭୁ ବଳଭଦ୍ରଙ୍କ ପହଣ୍ଡି,ପରେ କାମ୍ପିଲ୍ୟବାସିନୀ ମା ସୁଭଦ୍ରାଙ୍କ ପରେ ପରେ ଲୀଳାମୟ ଜଗତର ନାଥ ଜଗନ୍ନାଥ, କାଳିଆ ସାଆନ୍ତଙ୍କ ଧାଡ଼ି ପହଣ୍ଡି ହେଲା । ଠିକ ଏତିକି ବେଳେ ସମୁଦ୍ରର ଜୁଆର ମାଡି ଆସିଲାପର ଭୀଷଣ ଅଶଂଖ୍ୟ ଜନ ଗହଳି ମାଡ଼ି ଆସିଲେ
ସେଭିତରେ ମୋସ୍ଥିତି କହିଲେ ନସରେ । କାରଣ ସତେବଳକୁ ଦଳା ଚକଟାରେ ମୁଁ ବେହୋସ ହୋଇ ମୃତକ ପ୍ରାୟ ପଡ଼ି ରହିଥାଏ । କିଛି ସହୃଦୟ ବ୍ୟକ୍ତି ମୋତେ ଉଠାଇ ନେଇ ସାଷ୍ଟାମ କଲେ ଯେତେବେଳେ ଆଖି ଖୋଲି ଦେଖିଲି ମୋ ନିକଟରେ ମୋ ପରିଚିତ ଲୋକ କେହି ନାହାନ୍ତି । ଛୋଟ ପିଲା ବୟସ ଷୋହଳ ସତର ବର୍ଷ ମଧ୍ୟରେ ହେବ ମୁଁ ପ୍ରଥମ ଥର ପାଇଁ ଏକା ଆସିଥାଏ ରଥଯାତ୍ରା ଦେଖିବାକୁ । କ’ଣ କରିବି ବୁଦ୍ଧି ଦେଖା ଗଲାନି ରଥଯାତ୍ରା
ଦେଖିବି କ’ଣ ବସି କାନ୍ଦୁଥିଏ ସେଇ ସ୍ଵେଚ୍ଛାସେବୀ ଭାଇଙ୍କ ଭିତରୁ ଜଣେ ମୋତେ ଯୋଉ ସାହାଯ୍ୟ ଏବଂ ସେବା କଲେ । ଭାବିଲି ପ୍ରଭୁ ଜଗନ୍ନାଥ ହିଁ ନିଜେ ଏ ସବୁ କିଛି କରୁଛନ୍ତି ।

ସକାଳେ କିଛି ଜଳଖିଆ କରିଥାଏ ସମୟ ଆସି ଘଣ୍ଟାଏ ଉପରେ ହେଲାଣି ମୋପାଖରେ ପଇସା କିଛି ନ ଥାଏ କାରଣ କୋଉଠେ ପକାଇ ଦେବି ବା କେହି ଝାମ୍ପି ନେଇଯିବା ଭୟରେ ମୋର ଭାଇନାକୁ ଦେଇଥିଲି ସେ ମୋର ସମସ୍ଥ ଖର୍ଚ୍ଚ କଥା ବୁଝୁ ଥାନ୍ତି । ଖାଇବା ପାଇଁ ମଧ୍ୟ ବ୍ୟବସ୍ଥା
ହୋଇଥିଲା ପରନ୍ତୁ ମୁଁ ଏକା ହୋଇଯାଇଥିଲି
ତେଣେ ପୁରୀ ଉପରେ ମୋର ବିଲକୁଲ ଧରଣା ହିଁ ନଥାଏ ସେହି ସ୍ଵେଚ୍ଛାସେବୀ ଭାଇଜଣଙ୍କୁ ମୋର ସମସ୍ତକଥା କହିଲି ସେ ମୋ ବିକଳ ଦେଖି ନିଜେ ଦୁଃଖୀତ ହୋଇ ମୋର ଖାଇବାର ବ୍ୟବସ୍ଥା କଲେ ପୁଣି ଏକ ସୁରକ୍ଷିତ ସ୍ଥାନରେ ରଖି ଦେଲେ ଫଳରେ ପ୍ରଭୁଙ୍କ ଦର୍ଶନ ସହ ତିନି ଦିଅଁଙ୍କ ଘୋଷ ଯାତ୍ରା ଦେଖିବା ମୋପାଇଁ ଏକଦମ ସହଜ ହୋଇଗଲା । ପରେ ମୋତେ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ରଖି ଡ଼କବାଜୀ ଯନ୍ତ୍ର ସାହାଯ୍ୟରେ ମୋ ନାଁ ବାରମ୍ଵାର ଘୋଷଣା କରିବାଦ୍ଵାରା ଭାଇନା ସେଠାକୁ ଆସି ମୋତେ ନେଇକି ଗଲେ ତା ପରେ ସେହି ସ୍ଵେଚ୍ଛାସବୀ ମହୋଦଦୟ କୁଆଡ଼େ ଚାଲିଗଲେ ମୁଁ ତାଙ୍କୁ କୃତଜ୍ଞା କି ଧନ୍ୟବାଦ ବି ଜଣାଇ ପାରିଲି ନାହିଁ ଯେଉଁଥିପାଇଁ ଅଜିମଧ୍ୟ ଅବଶୋଶ୍ ମନେକରେ ।

ଏପରି ହେଉଛି ମୋର ପିଲାଦିନର ରଥଯାତ୍ରା ଦେଖିବାର ଅନୁଭୂତି । ଯେଉଁଠି ପ୍ରଭୁ ଜଗନ୍ନାଥଙ୍କ ପ୍ରକୃତ ସତ୍ତାକୁ ଅନୁଭବ କରି ଅଙ୍ଗେ ନିଭାଇଥିଲି । ଏହିପରି ଭାବେ ମୋର ରଥଯାତ୍ରା ଅନୁଭୂତି ଆଜିମଧ୍ୟ ସେହି ଦୃଶ୍ୟ ଗୁଡ଼ିକ ସ୍ମୃତି ଗୁଡ଼ିକ ମୋ ଆଖିଆଗରେ ଝଲସି ଉଠୁଛି । ସେହି ଦିନଠାରୁ ଆଜି ପର୍ଯ୍ୟନ୍ତ ଜଗାର ଡୋରି ଆଉ ଲାଗିନାହିଁ ଶତ ଚେଷ୍ଟା କରି ବିଫଳ ହେଲିଣି ଜୀବନର ସାୟାହ୍ନରେ ଉପନିତ । କୋଉ ମୁହୂର୍ତ୍ତରେ ଆରପାରିକୁ ସମନ ଆସିଯିବ ତାର କିଛି ଠିକଣା ନାହିଁ । ପୁଣି ଅନ୍ତତଃ ଥରୁଟିଏ ପ୍ରଭୁଙ୍କ ଦର୍ଶନ କରିବାପାଇଁ ପ୍ରବଳ ଇଚ୍ଛା । ପରନ୍ତୁ ଏଯାବତ ସେ ସୁଯୋଗ ପାଇପାରୁ ନାହିଁ ବୋଧ ହୁଏ ପ୍ରଭୁଙ୍କ ଶୁଭ ଦୃଷ୍ଟି ମୋପ୍ରତି ଆଉ ନାହିଁ । ଅନ୍ୟଥା ମୋଦୁଃଖରେ ବିଗଳିତ ହୋଇଗଲେ ସୁତରାଂ ପୁନର୍ବାର ସେହି କଷ୍ଟ ଦେବାକୁ ଚାହୁଁ ନାହାନ୍ତି ବୋଧହୁଏ ଆଉ ପାଇବିନିହିଁ ମଧ୍ୟ ଯେହେତୁ ଆଜି ଶରୀର ଜରାଗ୍ରସ୍ତ ଏବଂ ରୁଗ୍ଣ ସୁତରାଂ ତହାହିଁ
ଥିଲା ମୋ ଜୀବନର ପ୍ରଥମ ଏବଂ ଶେଷ ଦର୍ଶନ କିଛି ଅଭୁଲା ସ୍ମୃତି ଏବଂ ଅନୁଭୂତି ।
***********************
ଅଜିତ କୁମାର ତ୍ରିପାଠୀ (ଶିକ୍ଷକ)
ଗ୍ରାମ/ପୋଷ୍ଟ-କୁଲାଡ଼, ଭଞ୍ଜଭୂମି
ଭଞ୍ଜନଗର, ଗଞ୍ଜାମ-୭୬୧୧୩୧
ଭ୍ରାମ୍ୟଭାଷ- ୯୪୩୮୧୮୯୯୪୮
**********************

Leave a Reply

Your email address will not be published. Required fields are marked *