May 29, 2023
11 11 11 AM
ALLUSION OF EVOLUTION – Manoj Kumar Panda 
ALLUSION OF MASOCHISM – Manoj Kumar Panda 
ତିନି ରୂପେ ଏକ କାୟା ଜନନୀ ଭଗିନୀ ଜାୟା – ବିଜୟ କୁମାର ସ୍ବାଇଁ
ମା’ତୁମେ ମମତାର ସାଗର – ଭାସ୍କର ରାଉତ
ହସିବ ପ୍ରକୃତି ରାଣୀ – ତରୁଣ କୁମାର ମିଶ୍ର
ମହାପ୍ରଭୁ ତୁମେ – ବିଜୟ କୁମାର ସ୍ବାଇଁ
ସମୟ ବଡ଼ ବଳବାନ – ଭାସ୍କର ରାଉତ
ଶାନ୍ତି ମିଳୁ ଜୀବନେ – ଶ୍ରୀଯୁକ୍ତ ଅଜିତ କୁମାର ରାଉତ
କର୍ମ ଭୂଇଁ ଏହୁ – ଅଜିତ କୁମାର ରାଉତ
ସୁନ୍ଦରେ କି ଅଛି ଲାଭ – ଅଜିତ କୁମାର ରାଉତ
ବିଚ୍ଛିନ୍ନାଞ୍ଚଳ ଓଡ଼ିଆ – ଶ୍ରୀଯୁକ୍ତ ଅଜିତ କୁମାର ରାଉତ 
ଦେଖି ଲାଗେ ଖୁସି – ଶ୍ରୀଯୁକ୍ତ ଅଜିତ କୁମାର ରାଉତ
ନାହଁ ମାତୃଭାଷା ଶିକ୍ଷା – ଅଜିତ କୁମାର ରାଉତ
ଜୀବନ – ନଳିନୀ ପ୍ରଭା ମିଶ୍ର
କାହାକୁ ଚିହ୍ନିବା କେମିତି – ନଳିନୀ ପ୍ରଭା ମିଶ୍ର
ସାଧୁ ସାବଧାନ – ସୌଦାଗର ବିଶ୍ବାଳ
ପ୍ରତୀକ୍ଷାର ତୀରେ – ସୁଜାତା ଦାସ
ପ୍ରଭାତରେ ମୋ ଆଧ୍ୟାତ୍ମିକ କର୍ତ୍ତବ୍ୟ – ଶ୍ରୀ ବଂଶୀଧର ବେହେରା
ମନ ରହିଯାଏ ଲାଖି – ବ୍ରଜେଶ୍ବରୀ ସିଂହ
ପୋକରା ଡାଳ – ନିତ୍ୟାନନ୍ଦ ମହାନ୍ତି
Latest Post
ALLUSION OF EVOLUTION – Manoj Kumar Panda  ALLUSION OF MASOCHISM – Manoj Kumar Panda  ତିନି ରୂପେ ଏକ କାୟା ଜନନୀ ଭଗିନୀ ଜାୟା – ବିଜୟ କୁମାର ସ୍ବାଇଁ ମା’ତୁମେ ମମତାର ସାଗର – ଭାସ୍କର ରାଉତ ହସିବ ପ୍ରକୃତି ରାଣୀ – ତରୁଣ କୁମାର ମିଶ୍ର ମହାପ୍ରଭୁ ତୁମେ – ବିଜୟ କୁମାର ସ୍ବାଇଁ ସମୟ ବଡ଼ ବଳବାନ – ଭାସ୍କର ରାଉତ ଶାନ୍ତି ମିଳୁ ଜୀବନେ – ଶ୍ରୀଯୁକ୍ତ ଅଜିତ କୁମାର ରାଉତ କର୍ମ ଭୂଇଁ ଏହୁ – ଅଜିତ କୁମାର ରାଉତ ସୁନ୍ଦରେ କି ଅଛି ଲାଭ – ଅଜିତ କୁମାର ରାଉତ ବିଚ୍ଛିନ୍ନାଞ୍ଚଳ ଓଡ଼ିଆ – ଶ୍ରୀଯୁକ୍ତ ଅଜିତ କୁମାର ରାଉତ  ଦେଖି ଲାଗେ ଖୁସି – ଶ୍ରୀଯୁକ୍ତ ଅଜିତ କୁମାର ରାଉତ ନାହଁ ମାତୃଭାଷା ଶିକ୍ଷା – ଅଜିତ କୁମାର ରାଉତ ଜୀବନ – ନଳିନୀ ପ୍ରଭା ମିଶ୍ର କାହାକୁ ଚିହ୍ନିବା କେମିତି – ନଳିନୀ ପ୍ରଭା ମିଶ୍ର ସାଧୁ ସାବଧାନ – ସୌଦାଗର ବିଶ୍ବାଳ ପ୍ରତୀକ୍ଷାର ତୀରେ – ସୁଜାତା ଦାସ ପ୍ରଭାତରେ ମୋ ଆଧ୍ୟାତ୍ମିକ କର୍ତ୍ତବ୍ୟ – ଶ୍ରୀ ବଂଶୀଧର ବେହେରା ମନ ରହିଯାଏ ଲାଖି – ବ୍ରଜେଶ୍ବରୀ ସିଂହ ପୋକରା ଡାଳ – ନିତ୍ୟାନନ୍ଦ ମହାନ୍ତି

ପଢନ୍ତୁ ନୀଳାମ୍ବର ମହାନନ୍ଦ ଙ୍କ ଗଳ୍ପ -ଫେରି ଯାଆନ୍ତି କି ସେ ପିଲା ଦିନକୁ

 

 ଫେରି ଯାଆନ୍ତି କି ସେ ପିଲା ଦିନକୁ
°°°°°°°°°°°°°°°°°°°°°°°°°°°°°°°°°°°°

କେଉଁ ଶବ୍ଦେ ଆଜି କରିବି ତୁଲନା
କେଉଁ ଶବ୍ଦ ଛାଡିଦେବି
ଯେତେ ଶବ୍ଦଦେଇ କଲେବି ରଚନା
ଅଧା ଅଧା ଲାଗୁ ଅଛି।

ଘଟି ଯାଇଥିବା ସେ ଅତୀତ ର ଘଟଣା ନା କେବେ ଭୁଲିଛି ନା ଭୂଲିବି ଦିନଥିଲା ମୋ ପିଲାଦିନ ବହୁତ ହସିଖୁସି ରେ ଦିନ କାଟୁଥିଲି ହଁ ଗୋଟିଏ ଛୋଟ ପରିବାର ରେ ଜନ୍ମ ଗ୍ରହଣ କରଥିଲି କିନ୍ତୁ ପାଇଥିଲି ସବୁ ସୁଖ ସେ ଦିନ କଥା ମୋର ନାମଲେଖା ହେଲା ଆଉ ମୁଁ ବିଦ୍ୟାଳୟ ଗଲି ସ୍କୁଲ ଯିବା ପାଇଁ ଇଚ୍ଛା ହେଉ ନ ଥିଲା କାହିଁକି ନା ମାର ମମତା ପରିବାର ର ସ୍ନେହ ଶ୍ରଦ୍ଧା ଓ ତାଙ୍କର ଆଦର ରେ ବନ୍ଧା ହୋଇଥିଲି ଯେତେବେଳେ କ୍ଲାସ୍ ରୁମ ରେ ଥାଏ ହଠାତ୍ କାନରେ ସୁଭି ଯାଏ ମା ଡାକିଲା ପରି ହଠାତ ମୁଁ ଚମକି ପଡେ ଦେଖିଲା ବେଳକୁ କେହି ନାହିଁ ପୁଣି ମନକୁ ବୁଝେଇ ଦିଏ । କିଛି ଦିନ ପରେ ଜାଣିପାରିଲି ସାର୍ ମାନଙ୍କ ସହିତ ମିଶି ପାଠ ପଢ଼ିବାର ଶୈଳୀ ଆଉ ଶିଖି ପାରିଲି ପରିବେଶ ବିଷୟରେ ।
ପ୍ରଥମେ ସ୍କୁଲ ଗଲେ ଆମେ ପରିବେଶ କୁ ସଫା ସୁତୁରା କରୁଥିଲୁ ତା ପରେ ଗୋଡ଼ ହାତ ଧୋଇ ପ୍ରାର୍ଥନା କରୁଥିଲୁ ଆମର ସେ ପ୍ରାର୍ଥନା ଥିଲା
ଆହେ ଦୟାମୟ ବିଶ୍ଵ ବିହାରୀ
ଘେନ ଦୟା ବହି ମୋର ଗୁହାରି

ଏ ପ୍ରାର୍ଥନା ସରିଲା ପରେ କ୍ଲାସ୍ କୁ ଯାଇ ବସି ପଡୁ ତାପରେ ସାର୍ ଆସି ଆମର ପ୍ରେଜେଣ୍ଟ ନିଅନ୍ତି ।ଦିନକର କଥା ଆମକୁ ପଢ଼ାଉଥିଲେ ଛବିଲ ମଧୁ ବର୍ଣ୍ଣବୋଧ ଆଉ ସେଥିରେ ଲେଖାଥିବା ଦୁଇ ଧାଡ଼ି ଆମକୁ କହିଥିଲେ

” ବଡ଼ ହେଲେ ଆମେ ସୈନିକ ହେବା “
ଦେଶ ପାଇଁ ଆମ ଜୀବନ ଦେବା
ଏହା କହି ଆମକୁ କହିଥିଲେ ସେ ବଜିରାଉତ ର ସେ କୋହ ଭରା କାହାଣୀ ସେ ଥିଲା ବହୁତ କମ୍ ବୟସ ର ସହୀଦ ଆମ ପାଇଁ ଜୀବନ ଦେଇ ଦେଲେ। ଏହା ଶୁଣିଲା ପରେ ସମସ୍ତେ ନୀରବ ହୋଇ ଗଲେ ପରେ ସାର୍ କହିଲେ ତୁମେ ମାନେ ଏ ଦେଶର ଭବିଷ୍ୟତ ତୁମେ ବି ଦିନେ ବଡ଼ ଲୋକ ହେବ ପୋଲିସ, ଡକ୍ଟର୍, ଶିକ୍ଷକ ଇତ୍ୟାଦି । ତୁମ ଜୀବନରେ ଯେତେ ସବୁ ପରିସ୍ଥିତି ଆସିଲେ ମଧ୍ୟ ସାମ୍ନା କରିବା କେବେ ହାରିବା ନାହିଁ ତେବେ ଯାଇ ଗାଁର ନାମ ରଖିବା, ଓଡ଼ିଶାର ନାମ ରଖିବା, ଦେଶର ନାମ ରଖିବା, ଆଉ ଦୁନିଆ ତୁମକୁ ଦେଖି ଗର୍ବ କରିବ । ଆଉ ଆଜି ତୁମେ ଦେଖ ଆମ ବିଦ୍ୟାଳୟ ରେ ପଢି ଜାଇ ଥିବା ପିଲା ମାନେ ବହୁତ୍ ବଡ଼ ବଡ଼ ଚାକିରି କରୁଛନ୍ତି ।
ଏମିତି ତାଙ୍କର କହିଥିବା କଥା ଆଜି ମଧ୍ୟ ମୋର ମନରେ ଉଙ୍କି ମାରୁଛି ଆଉ ତାଙ୍କର ପ୍ରେରଣା ପାଇଁ ଆଜି ଏତିକି ବାଟ ଆସି ପାରିଛି କେମେତି ଭୁଲିବି ସେ ପିଲାଦିନର କଥା ମୋ ପାଇଁ ମୋର ଗୁରୁଜୀ ଗୁରୁ ମା ଦେବତା ପରି ଥିଲେ । ସମସ୍ତ ଙ୍କୁ ୧୦ ରୁ ୪ ଟା ପର୍ଯ୍ୟନ୍ତ କରି ନେଉ ଥିଲି ନିଜ ସନ୍ତାନ । ସବୁଦିନ ଚେକ୍ କରୁଥିଲେ ଆମ ନଖ , ଚୁଟି, ପୋଷାକ, ଚପଳ ସବୁଥି ରେ ତାଙ୍କର ଧ୍ୟାନ ଥିଲା କାହାର ଯଦି କିଛି ହୁଏ ସେ ସମାଧାନ କରୁଥିଲେ । ବିଦ୍ୟାଳୟ ରେ ଗଣେଷ ପୂଜା ଵା ସରସ୍ଵତୀ ପୂଜା ହେଲେ ଆମକୁ ପୂଜା ପାଖରେ ବସେଇ ଭକ୍ତି ଭାବ ଶିଖେଇ ଦେଲେ ଆଜି ଧନ୍ୟବାଦ ଦେବି ମୋର ସେ ଗୁରୁଜୀ ଗୁରୂମା ମାନଙ୍କୁ ।
ଫେରି ଯାଆନ୍ତି କି ସେ ପିଲା ଦିନକୁ ଆଉ ଥରେ ଯାଆନ୍ତି ସେ ବିଦ୍ୟାଳୟ ହେଲ ଏ ଭାବନା କେବେ ସତ ହେବନାହିଁ କାହିଁକି ନା ଏ ମଣିଷ ଥରେ ଉପର ପାହାଚ ଚଢିଲେ ଆଉ ପଛକୁ ଫେରି ପାଏନା ସେଥିପାଇଁ ଆମେ ଅତୀତ‌ ସେ ପିଲାଦିନକୁ ସାଇତି ରଖି ଆମର ଲକ୍ଷ୍ୟ କୁ ଯିବା ।

ନାମ:- ନୀଳାମ୍ବର ମହାନନ୍ଦ
ଗ୍ରାମ:- ଆମ୍ବଗୁଡା ବ୍ଳକ:- ଗୋଲାମୁଣ୍ଡା ଜିଲ୍ଲା:- କଳାହାଣ୍ଡି
ମୋ:- ୯୩୪୪୨୦୪୫୦୯

 547 total views,  1 views today

Leave a Reply

Your email address will not be published. Required fields are marked *